ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଚାରିଆଡ଼େ ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା। ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ଅନେକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ମା’ ସେମାନଙ୍କ ପିଲାମାନଙ୍କୁ ହରାଇଥିଲେ। ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଜଣେ ବୃଦ୍ଧା ଶହ ଶହ ଝିଅ କଣ୍ଢେଇ ତିଆରି କରିଛନ୍ତି। ବେରୁଟର ପିଲାମାନଙ୍କ ମଧ୍ୟରେ ହସ ଫେରାଇ ଆଣିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।


ୟୋଲାଣ୍ଡେ ଲାବାକି ନାମକ ଏହି ବୃଦ୍ଧା ଜଣଙ୍କ ବିସ୍ଫୋରଣ ପରଠାରୁ ଅର୍ଥାତ ୫ ତାରିଖ ସକାଳୁ ଉଠି ଏହି କଣ୍ଢେଇ ତିଆରି କରିବାରେ ଲାଗିପଡ଼ିଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ଟି କଣ୍ଢେଇ ତିଆରି କରିଛନ୍ତି। ୧୦୦ଟି ସମ୍ପୂର୍ଣ୍ଣ କରିବାକୁ ଆଉ ୨୩ଟି ବାକି ଅଛି। ପ୍ରତ୍ୟେକ ପୋଷାକରେ ପରିବାର ଏବଂ ସମ୍ପର୍କୀୟଙ୍କୁ ହରାଇଥିବା ଝିଅର ନାଁ ରଖାଯିବ।


ଆକ୍ରାମ ନେହେ ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ୟୋଲାଣ୍ଡେଙ୍କ ଏହି କାହାଣୀ ଶେୟାର କରିଛନ୍ତି। ଫରାସୀରୁ ଇଂରାଜୀକୁ ଅନୁବାଦ କରାଯାଇ ଏହି ପୋଷ୍ଟରେ ଦର୍ଶାଯାଇଛି, ‘ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ସୁସ୍ଥ କରିବା ପାଇଁ ୟୋଲାଣ୍ଡେଙ୍କ ଏହା ଏକ ପଦକ୍ଷେପ। ଅଗଷ୍ଟ ୪ ସବୁଦିନ ପାଇଁ କ୍ଷତି ସହ ସମକ୍ଷମ। ପିଲାମାନଙ୍କର ଜୀବନ ଦୀପ ଲିଭିଯାଇଛି। ଏହି ସ୍ମୃତିରେ ୟୋଲାଣ୍ଡେ କଣ୍ଢେଇଗୁଡ଼ିକ ତିଆରି କରି ରଖିଛନ୍ତି। ୧୦୦ଟି ପୂରଣ ହେଲେ ଯେଉଁ ପରିବାରବର୍ଗ ତାଙ୍କ ପିଲାମାନଙ୍କୁ ହରାଇଛନ୍ତି ତାଙ୍କୁ ବାଣ୍ଟି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଇ ହାଇ ଆଲର୍ଟ: ବୁହାନରେ ଥିବା ନିଜ ନାଗରିକଙ୍କୁ ଫେରାଇ ନେଇ ପାରୁନି ଜାପାନ

ଟୋକିଓ,୨୮।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି। କରୋନା ନେଇ ଜାପାନ ସରକାର...

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ...

ବିନା ମାସ୍କରେ ଦୋକାନରେ ପଶୁଥିଲେ ମହିଳା: ରୋକିବାରୁ ଘଟାଇଲେ ଏମିତି କାଣ୍ଡ…

ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକାଂଶ ଲୋକ ସେମାନଙ୍କ ଦୈନଦିନ ଜୀବନରେ ମାସ୍କ ବ୍ୟବହାରକୁ ସାମିଲ...

ହାତରେ ସର୍ବଦା ପିସ୍ତଲ ଧରି ବାହାରକୁ ବାହାରନ୍ତି ଏହି ସରପଞ୍ଚ

ଭୋପାଳ,୬।୭: ଗାଁରେ ବର୍ତ୍ତମାନ ସମୟରେ ରାଜନୈତୀକ ପରିବେଶ ସାଙ୍ଗକୁ କିଭଳି ଭାବେ ଭିନ୍ନ ଧରଣ ପରିବେଶ ସୃଷ୍ଟି ହୁଏ ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣାଥିବ।...

ପୁଣି ଲକ୍‌ଡାଉନ୍‌ ଘୋଷଣା

ବର୍ଲିନ,୨୯।୧୦: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଜର୍ମାନୀ ଏବଂ ଫ୍ରାନ୍ସରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ...

ବିଶ୍ୱର ପ୍ରଥମ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି କିଏ ଥିଲେ ଜାଣନ୍ତି କି

ଆଜି ଡିସେମ୍ବର ୧। ସମଗ୍ର ବିଶ୍ୱ ଏହି ଦିନକୁ ‘ବିଶ୍ୱ ଏଡସ ଦିବସ’ ପାଳନ କରେ। ୧୯୮୮ରୁ ଏଡସ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି...

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି...

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।...

Advertisement


Archives

Model This Week