Posted inଜାତୀୟ

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର କାରଣ ନିଟ୍ ପେପର ନୁହେଁ। ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନ (JPSC) ଏବଂ ଝାଡ଼ଖଣ୍ଡ ଷ୍ଟାଫ ସିଲେକସନ କମିଶନ (JSSC) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀରେ ପରିବେଶବିତ୍‌ ସୋନମ ୱାଙ୍ଗଚୁକ୍ ଯେପରି ପିଲାଙ୍କ ଭବିଷ୍ୟତ ପାଇଁ ଭୋକ ହଡ଼ତାଳ କରିଥିଲେ, ଠିକ୍ ସେହିପରି ଛାତ୍ର ନେତା ଦେବେନ୍ଦ୍ର ମାହାତୋ ଆମରଣ ଅନଶନରେ ବସିଛନ୍ତି।

ରାଞ୍ଚିର ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ହେଉଥିବା ଅନିୟମିତତାର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ସ୍ୱରକୁ ଶାଣିତ କରିବା ପାଇଁ ଦେବେନ୍ଦ୍ର ମାହାତୋ ରବିବାର ରାତିରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ସପ୍ତାହ ସପ୍ତାହ ଧରି ପ୍ରତିବାଦ ଚାଲିଥିଲେ ବି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିବା ସେ କହିଛନ୍ତି। ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ମାହାତୋ କହିଛନ୍ତି ଯେ ଏହି ଆନ୍ଦୋଳନ ଏବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ‘କର କିମ୍ବା ମର’ ପରିସ୍ଥିତିରେ ପହଞ୍ଚିଛି। ପରୀକ୍ଷା ଦୁର୍ନୀତିର ତଦନ୍ତ ସିବିଆଇ (CBI) ଏବଂ ଇଡି (ED) ଦ୍ୱାରା କରାଯାଉ ବୋଲି ସେମାନେ ଦାବି କରୁଛନ୍ତି। ଅନ୍ୟପଟେ କାକରୋଚ୍ ଜନତା ପାର୍ଟି ମଧ୍ୟ ରାଞ୍ଚିରେ ଚାଲିଥିବା ପ୍ରଦର୍ଶନକୁ ସମର୍ଥନ କରିଛି। ଦଳର ସଂସ୍ଥାପକ ଅଭିଜିତ ଦୀପକେ ରବିବାର ରାତିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛାତ୍ରଛାତ୍ରୀ ଓ ମାହାତୋଙ୍କ ସହ କଥା ହୋଇଥିଲେ।

କିଏ ଏହି ଦେବେନ୍ଦ୍ର ମାହାତୋ?

ଦେବେନ୍ଦ୍ର ମାହାତୋ ରାଞ୍ଚିର ଏକ ଗାଁର ବାସିନ୍ଦା। ସେ ବୁଣ୍ଡୁରେ ନିଜର ସ୍କୁଲ ଶିକ୍ଷା ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ ରାଞ୍ଚିର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ୟୁନିଭର୍ସିଟିକୁ ଯାଇଥିଲେ। ମାହାତୋ ସଂସ୍କୃତ ସହ କୁର୍ମାଲୀ, ଜନଜାତୀୟ ଓ ସ୍ଥାନୀୟ ଭାଷାରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର (PG) ହାସଲ କରିଛନ୍ତି। କେବଳ ସେତିକି ନୁହେଁ, ସେ ହଜାରୀବାଗରୁ ବି.ଏଡ୍. (B.Ed.) ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ମାହାତୋ ୨୦୨୪ରେ ଝାଡ଼ଖଣ୍ଡର ତମାଡ଼ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିସାରିଛନ୍ତି। ସେ ୨୦୧୫ରୁ ହିଁ ଛାତ୍ର ଆନ୍ଦୋଳନ ସହ ଜଡ଼ିତ ଅଛନ୍ତି। ଦେବେନ୍ଦ୍ର ନାଥ ଛାତ୍ରଛାତ୍ରୀଙ୍କ ପାଇଁ ପେପର ଲିକ୍, ସ୍କୋଲାରସିପ୍, ଆରକ୍ଷଣ ନୀତି ସମ୍ବନ୍ଧୀୟ ଅନେକ ମୁଦ୍ଦା ଉଠାଇଛନ୍ତି। ଜେପିଏସସି (JPSC) ର ଷଷ୍ଠ ପରୀକ୍ଷା ଅନିୟମିତତା ବିରୋଧରେ ଆନ୍ଦୋଳନ ଚାଲିଥିବା ସମୟରେ ହିଁ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ

ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…

ଏହି ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଚୟନ କରାଯିବ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଯେଉଁଥିରୁ ସ୍ଥାନ ପାଇବେ କେବଳ…

ନୂଆଦିଲ୍ଲୀ,୮।୧୧: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର ୨ରୁ ଆରମ୍ଭ ହେବ। ଦଳଗୁଡ଼ିକ…

ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍‌ପି ପ୍ରତାପ

ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍‌ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍‌ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍‌ପି ପ୍ରତାପ ଚନ୍ଦ୍ର…

କ୍ୟାମେରାରେ କଏଦ ହେଲା ବିରାଟ କୋହଲିଙ୍କ ରାଗ; ଆଙ୍ଗୁଠି ଦେଖାଇ ପ୍ରଶଂସକଙ୍କୁ ଇଙ୍ଗିତ କରି କହିଲେ…

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଏପରି ଏକ ଘଟଣା ଘଟିଲା, ଯେଉଁଥିରେ ବିରାଟ କୋହଲିଙ୍କ ଏକ ଅତ୍ୟନ୍ତ ଗମ୍ଭୀର…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ

ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?