Posted inଖେଳ

କିଏ ହେବ ବିସିସିଆଇର ପରବର୍ତ୍ତୀ ସମ୍ପାଦକ: ରେସ୍‌ରେ ଅଛି ଏହି ନାଁ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇସିସି ମୁଖ୍ୟ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଛି। ଡିସେମ୍ବର ୧ ତାରିଖରେ ଶାହା ଆଇସିସି ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ବିସିସିଆଇର ଏହି ସର୍ବଶକ୍ତିଶାଳୀ ପଦବୀରେ କିଏ ବସିବେ ତାହାକୁ ନେଇ ବର୍ତ୍ତମାନ ଆଲୋଚନା ଜୋର ଧରିଛି। ୨୦୨୨ରେ ବିସିସିଆଇର ସମ୍ବିଧାନ ପରିବର୍ତ୍ତନ ପରେ ସମ୍ପାଦକ ପଦବୀ ସବୁଠାରୁ ଶକ୍ତିଶାଳୀ ରହିଛି। ସମସ୍ତ ପ୍ରକାର କ୍ରିକେଟ ଓ ଅଣ କ୍ରିକେଟ ନିଷ୍ପତ୍ତିରେ ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାସହିତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ତାଙ୍କ ଅଧୀନରେ କାର୍ଯ୍ୟ କରିଥାନ୍ତି। ଅଗଷ୍ଟ ମାସରେ ଶାହା ଆଇସିସିର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ତା’ ପରଠାରୁ ଏହି କ୍ଷମତାକେନ୍ଦ୍ର କାହା ନିକଟକୁ ଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗୁଜରାଟ କ୍ରିକେଟ ବୋର୍ଡର ଅନିଲ ପଟେଲ, ବିସିସିଆଇର ବର୍ତ୍ତମାନ ଯୁଗ୍ମ ସମ୍ପାଦକ ଦେବଜିତ ସାଇକିଆ ଓ ଡିଡିସିଏ ସଭାପତି ରୋହନ ଜେଟଲୀଙ୍କ ନାମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହା କେବଳ ଗୁଜବ ବୋଲି ଜଣାପଡିଥିଲା। ସମସ୍ତ ରାଜ୍ୟର ବୋର୍ଡଗୁଡିକ ସମ୍ପାଦକ ନିର୍ବାଚନକୁ ନେଇ ନୀରବତା ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ସମୟରେ ଯୁଗ୍ମ ସମ୍ପାଦକ ରହିଥିବା ଦେବଜିତ ଅନ୍ତରୀଣ ଭାବରେ ଏହି ଦାୟିତ୍ୱ ସମ୍ପାଦନ କରିପାରନ୍ତି। ତେବେ ନିୟମ ଅନୁସାରେ ଗୋଟିଏ ପଦବୀ ଖାଲି ହେବାର ୪୫ ଦିନ ମଧ୍ୟରେ ନିର୍ବାଚନ କରାଇ ଏହାକୁ ପୂରଣ କରାଯିବା ଉଚିତ। ଜାନୁଆରୀ ୧୫ ଯାଏ ବିସିସିଆଇ ହାତରେ ସମ୍ପାଦକ ନିର୍ବାଚିତ କରିବାର ସମୟ ରହିଛି। ସେହିପରି ନିର୍ବାଚନର ୪ ସପ୍ତାହ ପୂର୍ବରୁ ଇଲେକ୍ଟୋରାଲ ଅଫିସରଙ୍କ ନିଯୁକ୍ତି ବାଧ୍ୟତାମୂଳକ ରହିଛି। ବୋର୍ଡ ନିକଟରେ ଦେଢ ମାସ ସମୟ ରହିଥିବା ବେଳେ ତରତର ହେବାର ନାହିଁ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ବିସିସିଆଇର ବର୍ତ୍ତମାନ ଟିମ୍‌ର କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି। ତେଣୁ ଯିଏ ବି ଦାୟିତ୍ୱ ନେବ ତାଙ୍କୁ ବର୍ଷେ ପରେ ଦାୟିତ୍ୱ ଛାଡିବାକୁ ପଡିବ। ଅନ୍ୟପକ୍ଷରେ ଏହି ପଦ ପାଇଁ ଅନ୍ୟତମ ଦାବିଦାର ଅରୁଣ ଧୂମଲ ବର୍ତ୍ତମାନ ଆଇସିସିରେ ଭାରତର ପ୍ରତିନିଧି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?