Posted inଖେଳ

କିଏ ହେବ ବିସିସିଆଇର ପରବର୍ତ୍ତୀ ସମ୍ପାଦକ: ରେସ୍‌ରେ ଅଛି ଏହି ନାଁ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇସିସି ମୁଖ୍ୟ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଛି। ଡିସେମ୍ବର ୧ ତାରିଖରେ ଶାହା ଆଇସିସି ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ବିସିସିଆଇର ଏହି ସର୍ବଶକ୍ତିଶାଳୀ ପଦବୀରେ କିଏ ବସିବେ ତାହାକୁ ନେଇ ବର୍ତ୍ତମାନ ଆଲୋଚନା ଜୋର ଧରିଛି। ୨୦୨୨ରେ ବିସିସିଆଇର ସମ୍ବିଧାନ ପରିବର୍ତ୍ତନ ପରେ ସମ୍ପାଦକ ପଦବୀ ସବୁଠାରୁ ଶକ୍ତିଶାଳୀ ରହିଛି। ସମସ୍ତ ପ୍ରକାର କ୍ରିକେଟ ଓ ଅଣ କ୍ରିକେଟ ନିଷ୍ପତ୍ତିରେ ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାସହିତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ତାଙ୍କ ଅଧୀନରେ କାର୍ଯ୍ୟ କରିଥାନ୍ତି। ଅଗଷ୍ଟ ମାସରେ ଶାହା ଆଇସିସିର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ତା’ ପରଠାରୁ ଏହି କ୍ଷମତାକେନ୍ଦ୍ର କାହା ନିକଟକୁ ଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗୁଜରାଟ କ୍ରିକେଟ ବୋର୍ଡର ଅନିଲ ପଟେଲ, ବିସିସିଆଇର ବର୍ତ୍ତମାନ ଯୁଗ୍ମ ସମ୍ପାଦକ ଦେବଜିତ ସାଇକିଆ ଓ ଡିଡିସିଏ ସଭାପତି ରୋହନ ଜେଟଲୀଙ୍କ ନାମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହା କେବଳ ଗୁଜବ ବୋଲି ଜଣାପଡିଥିଲା। ସମସ୍ତ ରାଜ୍ୟର ବୋର୍ଡଗୁଡିକ ସମ୍ପାଦକ ନିର୍ବାଚନକୁ ନେଇ ନୀରବତା ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ସମୟରେ ଯୁଗ୍ମ ସମ୍ପାଦକ ରହିଥିବା ଦେବଜିତ ଅନ୍ତରୀଣ ଭାବରେ ଏହି ଦାୟିତ୍ୱ ସମ୍ପାଦନ କରିପାରନ୍ତି। ତେବେ ନିୟମ ଅନୁସାରେ ଗୋଟିଏ ପଦବୀ ଖାଲି ହେବାର ୪୫ ଦିନ ମଧ୍ୟରେ ନିର୍ବାଚନ କରାଇ ଏହାକୁ ପୂରଣ କରାଯିବା ଉଚିତ। ଜାନୁଆରୀ ୧୫ ଯାଏ ବିସିସିଆଇ ହାତରେ ସମ୍ପାଦକ ନିର୍ବାଚିତ କରିବାର ସମୟ ରହିଛି। ସେହିପରି ନିର୍ବାଚନର ୪ ସପ୍ତାହ ପୂର୍ବରୁ ଇଲେକ୍ଟୋରାଲ ଅଫିସରଙ୍କ ନିଯୁକ୍ତି ବାଧ୍ୟତାମୂଳକ ରହିଛି। ବୋର୍ଡ ନିକଟରେ ଦେଢ ମାସ ସମୟ ରହିଥିବା ବେଳେ ତରତର ହେବାର ନାହିଁ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ବିସିସିଆଇର ବର୍ତ୍ତମାନ ଟିମ୍‌ର କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି। ତେଣୁ ଯିଏ ବି ଦାୟିତ୍ୱ ନେବ ତାଙ୍କୁ ବର୍ଷେ ପରେ ଦାୟିତ୍ୱ ଛାଡିବାକୁ ପଡିବ। ଅନ୍ୟପକ୍ଷରେ ଏହି ପଦ ପାଇଁ ଅନ୍ୟତମ ଦାବିଦାର ଅରୁଣ ଧୂମଲ ବର୍ତ୍ତମାନ ଆଇସିସିରେ ଭାରତର ପ୍ରତିନିଧି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି...

ଖେଳିବା ତ ଦୂରର କଥା, ଶେଯରୁ ଉଠି ପାରୁନାହାନ୍ତି ବୁମ୍‌ରା; ଆସିଲା ଚିନ୍ତାଜନକ ଖବର…

ନୂଆଦିଲ୍ଲୀ,୧୫।୧: ଟିମ୍‌ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟ୍‌କା। ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କ ଖେଳିବାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। କାରଣ ଖେଳିବା ତ ଦୂରର...

ଟିମ୍ ଇଣ୍ଡିଆର ମହିଳା ଶକ୍ତି: ଦିନିକିଆରେ କଲେ ବଡ଼ ରେକର୍ଡ, ଯାହା ପୁରୁଷ ଟିମ୍ କେବେ କରିପାରି ନାହିଁ

ରାଜକୋଟ,୧୫।୧: ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ...

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପିଏଙ୍କ ପାଇଁ ପୁଣି ଟାର୍ଗେଟରେ ଗମ୍ଭୀର, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୧: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ...

ଉତ୍‌କ୍ଷିପ୍ତ ହୋଇ କ୍ୟାମେରା ଭାଙ୍ଗିଦେଲେ ଏହି ଖେଳାଳି

ମେଲବୋର୍ନ,୧୪।୧: ଅଷ୍ଟ୍ରେଲିଆନ ଓପନ ଟେନିସରେ ଡାନିଲ ମେଡ୍‌ଭେଡେଭ ତାଙ୍କ ର଼୍ୟାକେଟରେ ନେଟ୍‌ରେ ସଂଯୁକ୍ତ ଥିବା ଏକ କ୍ଷୁଦ୍ର କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ରଡ୍‌ ଲାଭର ଆରେନାଠାରେ...

ରଣଜୀ ଦଳ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ,୧୫।୧: ସମ୍ପ୍ରତି ଖରାପ ଫର୍ମ ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ଏଠାରେ ମୁମ୍ବାଇ ରଣଜୀ ଟ୍ରଫି ଦଳ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri