ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ? ପାକିସ୍ତାନୀ ସେନାର ପୂର୍ବତନ ମେଜର କଲେ ସାଙ୍ଘାତିକ ଖୁଲାସା 

ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନୀ ସେନାର ପୂର୍ବତନ ମେଜର ଆଦିଲ ରାଜା କହିଛନ୍ତି ଯେ, ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ନିର୍ଦ୍ଦେଶରେ ଘଟିଥିଲା ଏବଂ ଏହି ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ହେଉଛନ୍ତି ସେ।

 

ଆଦିଲ ରାଜା ଏହା ମଧ୍ୟ ଦାବି କରିଛନ୍ତି ଯେ, ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ସୂଚନା ମୁନିର ଚାଇନା ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସହିତ ମଧ୍ୟ ଶେୟାର କରିଥିଲେ।

 

ଆଦିଲ ରାଜା ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଆସିମ ମୁନିର ପହଲଗାମରେ ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରାଇଥିଲେ କାରଣ ସେ ପରବର୍ତ୍ତୀ ଜିଆ-ଉଲ-ହକ ହେବାକୁ ଚାହୁଁଛନ୍ତି ଏବଂ ଏହି ଆକ୍ରମଣ ସେ ନିଜର ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ କରାଇଥିଲେ।ଏହା ବ୍ୟତୀତ, ସେନା ମୁଖ୍ୟ ଆତଙ୍କବାଦୀ ସଂଗଠନମାନଙ୍କୁ ପୁନର୍ଜନ୍ମ ଦେଉଛନ୍ତି, ଯାହା ଦ୍ୱାରା ଭାରତ ଉପରେ ବଡ଼ ଆକ୍ରମଣ କରାଯାଇ ପାରିବ।

 

ଉଲ୍ଲେଖନୀୟ ଯେ, ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଉପତ୍ୟକା ବୁଲିବାକୁ ଆସିଥିବା ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ଅନେକ ଲୋକ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?