Posted inଖେଳ

ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍‌ର ଦୁଇ ଚାମ୍ପିୟନ୍‌ ଟିମ୍‌, ଶେଷରେ…

ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍‌ ’ ନାମରେ ଖ୍ୟାତ ରବିନ୍‌ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍‌ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ଅକ୍ସନ ସମୟରେ ସେ ଯାତ୍ରୀଙ୍କୁ ବୋଡିଂ ପାସ୍‌ ଦେଉଥିଲେ। ହେଲେ ଅକ୍ସନରେ ତାଙ୍କର ୨୧ ବର୍ଷୀୟ ପୁଅ ରବିନଙ୍କୁ କିଣିବା ଲାଗି ୨ ପୂର୍ବ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଡାକରା ହୋଇଥିଲା। ଶେଷରେ ଗୁଜରାଟ ରବିନଙ୍କୁ ୩.୬୦ କୋଟି ଟଙ୍କାରେ କିଣିଥିଲା।

ପୁଅଙ୍କୁ କୋଟି କୋଟି ଟଙ୍କାରେ କିଣାଯାଇଥିବା ଖବରକୁ ଜଣେ ସିଆଇଏସ୍‌ଏଫ୍‌ ଅଧିକାରୀ ଦେଇଥିଲେ। ଏପରିକି ସେ ଏବେ କୋଟିପତି ହୋଇଯାଇଥିବା କହିଥିଲେ। ତେବେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କ ପୁଅଙ୍କୁ କେହି ନ କିଣିଲେ ସେ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନିକଟରେ ସେ ସାକ୍ଷାତକାରରେ କହିଛନ୍ତି।

ରବିନ ଆଦିବାସୀ ପରିବାରରୁ ଆସିଛନ୍ତି। ଗୁମଲା ଜିଲାର ତେଲଗାଓଁର ବାସିନ୍ଦା ସେ। ଏହା କ୍ରିକେଟ ନୁହେଁ ବରଂ ହକି ପାଇଁ ଜଣାଶୁଣା। କାରଣ ଏଠାରୁ ଅନେକ ବିଶ୍ୱସ୍ତରୀୟ ହକି ଖେଳାଳି ବାହାରିଛନ୍ତି।

ଫ୍ରାନ୍ସିସ୍‌ଙ୍କର ଖେଳରେ ରୁଚି ରହିଥିଲା। ଏଥିଲାଗି ତାଙ୍କୁ ସେନାରେ ଚାକିରି ମିଳିଥିଲା। ଏହାପରେ ତାଙ୍କ ପରିବାର ରାଞ୍ଚି ଚାଲିଯାଇଥିଲା। ସେଠାରେ ହିଁ ରବିନ କ୍ରିକେଟକୁ ବାଛିଥିଲେ। ୨୦୦୦ ଦଶକର ଅଧିକାଂଶ ପିଲା ଭଳି ସହରର ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ହେବାକୁ ଚାହିଁଥିଲେ। ଧୋନୀଙ୍କ ଭଳି ଚଞ୍ଚଳ ବାନାର୍ଜୀ ହିଁ ରବିନଙ୍କର କୋଚ୍‌ ଥିଲେ। ସେ ତାଙ୍କୁ ଦେଖି ଧୋନୀଙ୍କୁ ମନେ ପକାଉଥିଲେ। ସେହିଭଳି ତାଙ୍କ ବ୍ୟାଟିଂର କୋଚ୍‌ ଆସିଫ ହକ୍‌ ତାଙ୍କ ତୁଳନା ଓ୍ବେଷ୍ଟଇଣ୍ଡିଜର ପାଓ୍ବାରହାଉସ୍‌ କ୍ରିସ୍‌ ଗେଲଙ୍କ ସହ କରିଥାନ୍ତି।

ଏକଦା ଫ୍ରାନ୍ସିସ୍‌ ବିମାନବନ୍ଦରରେ ଧୋନୀଙ୍କୁ ଭେଟିଥିଲେ। ସେ ପୁଅଙ୍କ ବିଷୟରେ ପଚାରିବାରୁ ଯଦି କେହି ତାଙ୍କୁ ନେବେନାହିଁ ତେବେ ଆମେ ନେବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?