Posted inଜାତୀୟ

କିଏ ସେହି ମହିଳା ଓକିଲ, ଯିଏ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସପକ୍ଷରେ ଲଢିବେ, ଜାଣନ୍ତୁ…

କୋଲକାତା,୨୭।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅପରାଧୀ ସଞ୍ଜୟ ରୟଙ୍କୁ ଫାସୀ ଦିଆଯାଉ ବୋଲି ସାରା ଦେଶରେ ଡାକ୍ତରମାନେ ଦାବି କରୁଛନ୍ତି।

ଅନ୍ୟପଟେ ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ ସଞ୍ଜୟ ରୟ ନିଜ ଅପରାଧ ସ୍ବୀକାର କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଫାଶୀରୁ ବଞ୍ଚିବା ପାଇଁ ଜଣେ ଓକିଲ ପାଇଛନ୍ତି। ଏହି ଓକିଲ ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ ମହିଳା ଯିଏ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଅନୁମୋଦନ ସମୟରେ ସେଠାରେ ଉପସ୍ଥିତ ଥିଲେ। ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଫାଶୀ ଦେବା ପାଇଁ ସମଗ୍ର ଦେଶ ଦାବି କରୁଥିବାବେଳେ ଓକିଲ କବିତା ସରକାର କହିଛନ୍ତି ଯେ ସଞ୍ଜୟ ରୟ ନିର୍ଦ୍ଦୋଷ। ସେ କହିଛନ୍ତି, ଏହି ଘଟଣାର ସତ୍ୟତା ସମସ୍ତଙ୍କ ନିକଟରେ ପ୍ରକାଶ ପାଇବ, ତେଣୁ ସେ ପଲିଗ୍ରାଫି ଟେଷ୍ଟକୁ ଅନୁମୋଦନ କରିଥିଲେ। ସଞ୍ଜୟ ରୟଙ୍କ ଓକିଲ କବିତା ସରକାର କିଏ? ଆସନ୍ତୁ ଜାଣିବା…

ସଞ୍ଜୟ ରୟଙ୍କ ସପକ୍ଷରେ ଲଢୁଥିବା କବିତା ସରକାର ଗତ ୨୫ ବର୍ଷ ଧରି ଆଇନ ବୃତ୍ତିରେ ଅଛନ୍ତି। କବିତା ହୋଗଲିର ମୋହସିନ କଲେଜରୁ ଆଇନ ଅଧ୍ୟୟନ କରିଛନ୍ତି। ସେ ଅଲିପୁର କୋର୍ଟରୁ ତାଙ୍କର ଓକିଲାତି କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପରେ ସେ ଦକ୍ଷିଣ ଏସୀୟ ଆଇନ ସେବା ସଂଘରେ ଯୋଗଦାନ କଲେ। ଏଠାରୁ ସେ ଅପରାଧିକ ମାମଲା ସହ ଲଢିବା ଆରମ୍ଭ କରିଥିଲେ।

ସଞ୍ଜୟ ରୟଙ୍କ ମାମଲା ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ହେଉନା କାହିଁକି, ପ୍ରତ୍ୟେକ ଅଭିଯୁକ୍ତଙ୍କର ଏକ ନିରପେକ୍ଷ ବିଚାର କରିବାର ଅଧିକାର ଅଛି। ସେ କହିଛନ୍ତି ଯେ ଏହି ମାମଲା ଲଢିବା ହେଉଛି ତାଙ୍କର କାମ ଏବଂ ସେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ସ୍ୱାମୀଙ୍କୁ ନ ଜଣାଇ ଝିଅର ବାହାଘର କରାଇଲେ ପତ୍ନୀ, କୋର୍ଟ ଦେଲେ ଛାଡପତ୍ର ଅନୁମତି

ଚେନ୍ନାଇ,୨୩।୫: ପତ୍ନୀ ଯଦି ସ୍ୱାମୀଙ୍କୁ ନଜଣାଇ କିମ୍ୱା ତାଙ୍କ ଅଗୋଚରରେ ଝିଅର ବିବାହ କରାଇ ଦିଅନ୍ତି, ତେବେ ତାହାକୁ ସ୍ୱାମୀଙ୍କ ପ୍ରତି ‘ମାନସିକ ନିର୍ଯାତନା’ ବୋଲି ଧରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri