କିଏ ଆପଣା, କିଏ ପର

ଦେବାଶିଷ ରଥ

ନବାଗତର ଆଗମନରେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। ହୋଇପାରେ ସିଏ ପୁଅ କିମ୍ବା ଝିଅ। ଅବଶ୍ୟ ଝିଅ ଅପେକ୍ଷା ପୁଅର ଆଗମନରେ ଆନନ୍ଦର ମାତ୍ରା ଟିକିଏ ବେଶି ରହିଥାଏ। ଏହା ତ ପାରମ୍ପରିକ ସାମାଜିକ ଜୀବନରୁ ପ୍ରାୟତଃ ପରିବାର ପାଇଁ ସାମୂହିକ ମାନସିକତାର ପରିପନ୍ଥୀ ହୋଇଯାଇଛି। ଏଭଳି ଧାରଣା ସତ୍ୟସିଦ୍ଧ ହୋଇ ଯାଇଛି ଯେ ପୁଅ ହିଁ ନିଜ ପରିବାର, କୁଳ ବା ବଂଶରକ୍ଷା କରିଥାଏ, ଯେତେବେଳେ ଝିଅମାନେ ଏଥିପାଇଁ ଅନୁପଯୁକ୍ତ। ଏହା ହିଁ ବୈଦିକ ଓ ଶାସ୍ତ୍ରାଭିମତ, ଯାହାର ଅନୁଶାସନ ଆମମାନଙ୍କ ପାଇଁ ନୈତିକ ପଥ ପ୍ରଦର୍ଶକ। ପିଢ଼ି ପରେ ପିଢ଼ି କେବଳ ପୁଅ ହିଁ ନିଜ ପରିବାର ତଥା ପିତୃ ପୁରୁଷମାନଙ୍କ ପାଇଁ ଉତ୍ତର ଦାୟାଦ ବା ଉତ୍ତରାଧିକାରୀ ହୋଇପାରିବ । ଝିଅଟିଏ ମାତୃ ହୃଦୟର ସେହି ଅତୁଳନୀୟ ସ୍ନେହ ଓ ମମତାର ସ୍ପର୍ଶ ପାଇ ଛୋଟରୁ ବଡ଼ ହୁଏ। ଇତ୍ୟବସରରେ ମାଆ ଝିଅଟି ପାଇଁ ଲାଳନ ପାଳନ ଗୁରୁଦାୟିତ୍ୱ ନିଖୁଣ ଢଙ୍ଗରେ ସମ୍ପାଦନ କରିଥାଏ, କେବଳ ମାଆ କାହିଁକି ବାପା ମଧ୍ୟ ତା’ ପାଇଁ ପିତୃତ୍ୱ ସମ୍ବଳିତ ଦାୟିତ୍ୱ ତୁଲାଇବାରେ କେବେ ବି ଖିଲାପ କରନ୍ତି ନାହିଁ। କେବଳ ଝିଅ କାହିଁକି ପୁଅ ପାଇଁ ସେମାନଙ୍କର ମାତୃତ୍ୱ ଓ ପିତୃତ୍ୱର ଦାୟିତ୍ୱ ତଥା କର୍ତ୍ତବ୍ୟ ଟିକିଏ ଊଣା ନ ଥାଏ। ସେମାନଙ୍କର ସ୍ନେହ ଓ ମମତାର ଆବେଗରେ ଉଭୟ ସମଭାବରେ ଅନୁବନ୍ଧିତ। କଥାରେ ଅଛି ‘ଝିଅ ଜନମ ପର ଘରକୁ’। ବିବାହ ପରେ ଝିଅଟି ନିଜ ପରିବାରବର୍ଗ ଆତ୍ମୀୟ ସ୍ବଜନ ତଥା ବନ୍ଧୁବାନ୍ଧବଙ୍କୁ ଛାଡ଼ି ଚାଲିଯାଏ ଶାଶୁଘରକୁ। ସେତେବେଳେ ନିଜ ବାପା ଓ ମାଆଙ୍କ ପ୍ରତି ତା’ର ଆନ୍ତରିକତା ପ୍ରଦର୍ଶନର କୌଣସି ତୁଳନା ନ ଥାଏ। ସେମାନଙ୍କ ସୁଖ ଦୁଃଖରେ ସେ ସମଭାଗୀ ହୋଇଥାଏ।
ଜଣେ ବିବାହିତ ଝିଅ ପ୍ରତି ବାପା ଓ ମାଆଙ୍କର କ’ଣ ବା ଅଧିକାର ରହିଛି। ତଥାପି ସେମାନଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଝିଅଠାରେ ପରିଲକ୍ଷିତ ହୋଇଥାଏ; ଯାହା କି ସାମ୍ପ୍ରତିକ ପାରିବାରିକ ଚଳଣିରେ ପୁଅଠାରେ ବ୍ୟତିକ୍ରମତାର ଏକ ନିଦର୍ଶନ ହୋଇଥାଏ। ପୁଅଟି କାହିଁ କେତେ ଆଦର ଓ ଯତ୍ନର ସହିତ ଲାଲିତ ପାଳିତ ହୋଇ ଛୋଟରୁ ବଡ଼ ହୋଇଥାଏ। ଏଥିରେ ବାପାଙ୍କର ଅବଦାନ ମଧ୍ୟ କିଛି କମ୍‌ ନ ଥାଏ। ମାଆ ଯେପରି ପୁଅ ପାଇଁ ମାତୃତ୍ୱର ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇଥାଏ ବାପା ସେହିପରି ନିଜ ପିତୃତ୍ୱର। ପୁଅର ସମସ୍ତ ଅଭାବ ଓ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜୀବନରେ ଆସୁଥିବା ସମସ୍ତ ଦୁଃଖକଷ୍ଟକୁ ସେମାନେ ମୁଣ୍ଡ ପାତି ସାହିଯାନ୍ତି। ନିଜ ଗୋଡ଼ ନିଜେ ଠିଆ ହୋଇ ମଣିଷ ପରି ମଣିଷଟିଏ ହେବାର ଚିନ୍ତା ସେମାନଙ୍କୁ ନିତିଦିନ ଘାରୁଥାଏ। ଛୋଟରୁ ବଡ଼ ହୋଇ ଯୁବକଟିଏ ହେବା ପର୍ଯ୍ୟନ୍ତ ତା’ର ବାପା ଓ ମାଆଙ୍କ ପ୍ରତି ଆଦର ସମ୍ମାନ ସେବା ତଥା ଭକ୍ତିର ଭାବ ପ୍ରାୟତଃ ଅକ୍ଷୁଣ୍ଣ ରହେ। କିନ୍ତୁ ହାତକୁ ଦୁଇ ହାତ ହୋଇଯିବା ଅର୍ଥାତ୍‌ ବିବାହର କିଛିଦିନ ପରେ ସେମାନଙ୍କର ପାରିବାରିକ ଚଳଣି ଏକ ଭିନ୍ନ ମୋଡ଼ ନେଇଥାଏ। ବେଳେବେଳେ ଏଭଳି ପରିସ୍ଥିତି ଉପୁଜେ ଯେତେବେଳେ ପୁଅର ନିଜ ବାପା ମାଆଙ୍କ ପ୍ରତି ପୂର୍ବରୁ ଥିବା ଆନ୍ତରିକତା ଭାବ କେଉଁଆଡ଼େ ଉଭେଇ ଯାଏ। ସାମ୍ପ୍ରତିକ ପାରିବାରିକ ସ୍ଥିତିକୁ ଅନୁଧ୍ୟାନ କଲେ ଆମେ ନିଶ୍ଚିତ ହୋଇଯିବା ଯେ ଏହା କେବଳ ଗୋଟିଏ ପରିବାରର ନୁହେଁ ବରଂ ପ୍ରାୟତଃ ଅଧିକାଂଶ ପରିବାର ପାଇଁ ଏକ ଗତାନୁଗତିକ ସମସ୍ୟାର ସଂକେତ ଦେଉଛି; ଯେଉଁଥିପାଇଁ କେଉଁଠି ବାପା ତ କେଉଁଠି ମାଆ ତ ଆଉ କେଉଁଠି ଉଭୟଙ୍କ ଅବସ୍ଥା ଦୁରବସ୍ଥାର ରୂପ ନେଉଛି।
ଜନ୍ମ ଦେଇଥିବା ପୁଅଠାରୁ ତା’ର ବାପା ଓ ମାଆ କ’ଣ ବା ଆଶା କରି ନ ଥାନ୍ତି ଯଥା ସେ ବଡ଼ ହୋଇ ସେମାନଙ୍କର ଅସହାୟତାକୁ ଉପଲବ୍ଧି କରିପାରିବ ଏବଂ ଉପଯୁକ୍ତ ଦାୟିତ୍ୱ ଓ ଯତ୍ନ ନେଇପାରିବ। କିନ୍ତୁ ସେମାନଙ୍କର ଏହି ଆଶା ଦିବାସ୍ବପ୍ନ ନୁହେଁ ତ ଆଉ କ’ଣ ?
ସମୟ ଆସେ ଯେତେବେଳେ ଏକାକୀ ବାପା, ମାଆ କିମ୍ବା ଉଭୟ ବାପା ଓ ମାଆଙ୍କୁ ନିଜର ପୁଅଠାରୁ ଅଲଗା ହୋଇ ଜୀବନ ବିତାଇବାକୁ ପଡ଼ିଥାଏ। ବିଶେଷଭାବେ କହିବାକୁ ଗଲେ ସ୍ତ୍ରୀ ଯେତେବେଳେ ସ୍ବାମୀ ପାଇଁ ଚାବିଦିଆ କଣ୍ଢେଇ ପାଲଟିଯିବ ସେତେବେଳେ ଯାଇ ପାରିବାରିକ ଚଳଣିରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର ପରିବର୍ତ୍ତନ ଆସିଯିବ; ଯେଉଁଥି ପାଇଁ ପୁଅ ହୋଇ ନିଜର ବାପା ଓ ମାଆଙ୍କ ପ୍ରତି ଯେଭଳି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିପାରିବ, ସ୍ବାମୀ ହିସାବରେ ସ୍ତ୍ରୀ ପାଇଁ ମଧ୍ୟ ସେପରି। ତେଣୁ ଆସନ୍ତୁ ଆମେ ଏକାଠି ହୋଇ ଏକ ନିରପେକ୍ଷ ମାନସିକତାର ଭାରସାମ୍ୟ ରକ୍ଷା କରିବା ସହ ସ୍ବାଭାବିକ ପାରିବାରିକ ଶୃଙ୍ଖଳା ବଜାୟ ରଖିବା।
ରାମେଶ୍ୱର, ଖୋର୍ଦ୍ଧା
ମୋ: ୯୯୩୮୭୪୭୮୨୧


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri