Posted inଖେଳ

ଦଶମ ଶ୍ରେଣୀର ଛାତ୍ର ଅଙ୍କିତ ଚାଟାର୍ଜୀ କିଏ? ଯିଏ ସୌରଭ ଗାଙ୍ଗୁଲିଙ୍କ ୩୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୩।୧: ରଣଜୀ ଟ୍ରଫି ୨୦୨୪-୨୫ ସିଜିନରେ ଲିଗ୍‌ ପର୍ଯ୍ୟାୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ ଭଳି ଷ୍ଟାର ଖେଳାଳିମାନେ ଖବର ଶିରୋନାମା ପାଲଟିଛନ୍ତି। ବିସିସିଆଇର ନିର୍ଦ୍ଦେଶକ୍ରମେ ଟିମ ଇଣ୍ଡିଆର ଏହି ଅଭିଜ୍ଞ ଖେଳାଳିମାନଙ୍କୁ ରଣଜୀ ଟ୍ରଫିକୁ ଫେରିବାକୁ ପଡିଛି। ସମସ୍ତଙ୍କ ଧ୍ୟାନ ଏହି ପ୍ରସିଦ୍ଧ ଖେଳାଳିମାନଙ୍କ ଉପରେ ଥିଲାବେଳେ, ଜଣେ ୧୬ ବର୍ଷୀୟ ବାଳକ ଏକ ଚକିତ କଲାଭଳି ରେକର୍ଡ ସୃଷ୍ଟି କରିଛି। ସେ ହେଲେ ଅଙ୍କିତ ଚାଟାର୍ଜୀ, ଯିଏ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି।

ରଣଜୀ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ଗୁରୁବାର, ଜାନୁଆରୀ ୨୩ ତାରିଖରୁ ପୁଣି ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ପଶ୍ଚିମବଙ୍ଗର କଲ୍ୟାଣୀରେ ବଙ୍ଗ ଏବଂ ହରିୟାଣା ଦଳ ମୁହାଁମୁହିଁ ହୋଇଥିଲେ। ପ୍ରଥମ ଦିନରେ ବଙ୍ଗୀୟ ବୋଲରମାନେ ବିପର୍ଯ୍ୟୟ ଘଟାଇ ପ୍ରଥମ ଇନିଂସରେ ହରିୟାଣାକୁ ମାତ୍ର ୧୫୭ ରନରେ ଅଲଆଉଟ୍‌ କରିଦେଇଥିଲେ। ପଶ୍ଚିମବଙ୍ଗ ବୋଲରଙ୍କ ଏହି ସଫଳତା ପୂର୍ବରୁ ଅଙ୍କିତ ଚାଟାର୍ଜୀ ଏକ ସ୍ବତନ୍ତ୍ର ରେକର୍ଡ କରିଥିଲେ। ମଇଦାନକୁ ଓହ୍ଲାଇବା ମାତ୍ରେ ଅଙ୍କିତ ପଶ୍ଚିମବଙ୍ଗ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ସବୁଠାରୁ କମ ବୟସ୍କ ଖେଳାଳି ପାଲଟିଛନ୍ତି।

ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଖେଳିଥିବା ଅଙ୍କିତ ୨୩ ଜାନୁଆରୀ ୨୦୨୫ରେ ମାତ୍ର ୧୫ ବର୍ଷ ୩୬୧ ଦିନ ବୟସରେ ଏହି ସଫଳତା ପାଇଥିଲେ। ସେ ପଶ୍ଚିମବଙ୍ଗ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗାଙ୍ଗୁଲି ୩୫ ବର୍ଷ ପୂର୍ବେ ୧୯୯୦ ରଣଜୀ ଟ୍ରଫି ଫାଇନାଲରେ ୧୭ ବର୍ଷ ବୟସରେ ଡେବ୍ୟୁ କରିଥିଲେ। ତେବେ ଅଙ୍କିତ ତାଙ୍କ ଜନ୍ମଦିନ (୨୭ ଜାନୁଆରୀ) ପୂର୍ବରୁ ଏହି ଆଶ୍ଚର୍ଯ୍ୟଜନକ କାରନାମା କରିଥିଲେ।

ଅଙ୍କିତ ବର୍ତ୍ତମାନ ପଶ୍ଚିମବଙ୍ଗର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ସେ ସମ୍ପ୍ରତି ଭିନୁ ମାଙ୍କଡ ଟ୍ରଫିରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହି ସମୟ ମଧ୍ୟରେ ସେ ୪୨ ହାରରେ ୩୭୬ ରନ କରିଥିଲେ। ଏହା ବ୍ୟତୀତ, ୨୦୨୪ ମସିହାରେ କୁଚ ବିହାର ଟ୍ରଫିରେ ସେ ୪୧ ହାରରେ ୩୨୫ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?