Posted inଖେଳ

ଧୋନୀ ନା ନେହେରା…. ଟି୨୦ ଟିମ୍‌ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍‌ ଇଣ୍ଡିଆ କୋଚ୍‌?

ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍‌ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍‌ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ ଦ୍ରାବିଡ ତିନୋଟି ଯାକ ଫର୍ମାଟରେ କୋଚ୍‌ ଭୂମିକା ତୁଲାଇ ଆସୁଛନ୍ତି। ଯଦି ଟି୨୦ ଲାଗି ନୂଆ କୋଚ୍‌ ନିଯୁକ୍ତ ହୁଅନ୍ତି ତେବେ ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ଲାଗି ଦୁଇଜଣ କୋଚ୍‌ ଏକାସହ ଦାୟିତ୍ୱ ନିର୍ବାହ କରିବେ। ଏହି ଦୌଡ଼ରେ ପ୍ରଥମେ ଆଶିଷ ନେହେରା, ଭିଭିଏସ୍‌ ଲକ୍ଷ୍ମଣ ଆଦିଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ଏବେ ଅନେକ ନାମ ଏଥିରେ ଯୋଡ଼ି ହୋଇଛି। ଜାଣନ୍ତୁ:-

-ମହେନ୍ଦ୍ର ସିଂହ ଧୋନୀ: ଭାରତୀୟ ଟିମ୍‌କୁ ୩ ଅନ୍ତର୍ଜାତୀୟ ଟାଇଟଲ ଜିତାଇଥିବା ଧୋନୀ ଏହି ପୋଷ୍ଟ ଲାଗି ଆଗରେ ରହିଛନ୍ତି। ବର୍ତ୍ତମାନ ସମୟରେ ଅନେକ ଖେଳାଳି ତାଙ୍କ ସହ ଅଥବା ତାଙ୍କ ଅଧୀନରେ ଖେଳିବାର ଅଭିଜ୍ଞତା ରହିଛି। ଏମିତିରେ ତାଙ୍କୁ ସମସ୍ତେ ବୁଝନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୧ ସମୟରେ ସେ କିଛି ଦିନ ଲାଗି ଭାରତୀୟ ଟିମ୍‌ ସହ ଯୋଡ଼ି ହୋଇଥିଲେ। ଏମିତିରେ ତାଙ୍କୁ ଦଳର କୋଚ୍‌ ଭୂମିକା ଦିଆଯାଇପାରେ ବୋଲି କୁହାଯାଉଛି।

-ଆଶିଷ ନେହେରା:- ଆଇପିଏଲ୍‌ରେ ପ୍ରଥମ ଥର ଲାଗି ସାମିଲ ହୋଇ ଟାଇଟଲ ହାତେଇଥିବା ଦଳ ପାଲଟିଥିଲା ଗୁଜରାଟ ଟାଇଟନ୍ସ। ଏହି ସଫଳତା ପଛରେ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୋଚ୍‌ ନେହେରା। ବର୍ତ୍ତମାନ ସମୟରେ ଟି୨୦ ଦଳ ଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଗଲେ ନେହେରାଙ୍କୁ କୋଚ୍‌ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

-ଭିଭିଏସ୍‌ ଲକ୍ଷ୍ମଣ: ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଏନ୍‌ସିଏ ନିର୍ଦ୍ଦେଶକ ଲକ୍ଷ୍ମଣ ଭାରତୀୟ ଦଳର କୋଚ୍‌ ଭୂମିକା ତୁଲାଇ ଆସୁଛନ୍ତି। ଏମିତିରେ ତାଙ୍କୁ ଟି୨୦ ଫର୍ମାଟର ଦାୟିତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି।

-ଗୌତମ ଗମ୍ଭୀର: ୨୦୦୭ ଟି୨୦ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଗମ୍ଭୀର ନେତୃତ୍ୱ ନେବାରେ ନିଜକୁ ପ୍ରମାଣିତ କରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର କୋଚ୍‌ ଭାବେ ସେ ଦାୟିତ୍ୱ ସମ୍ପାଦନ କରିବାର ଅଭିଜ୍ଞତା ରଖିଛନ୍ତି। ତାଙ୍କର ଆକ୍ରାମକ ସ୍ବଭାବ ଟି୨୦ ଫର୍ମାଟରେ ଦଳକୁ ଆଗେଇ ନେଇପାରନ୍ତି ବୋଲି କୁହାଯାଉଛି।

-ମହିଳା ଜୟବର୍ଦ୍ଧନେ: ଯଦି ଅଣଭାରତୀୟ କୋଚ୍‌ ଦେଖାଯାଏ ତେବେ ଆଇପିଏଲ୍‌ରୁ ଅନେକ ନାମ ଆସିପାରେ। ହେଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଜୟବର୍ଦ୍ଧନେ ଭାରତୀୟ ଦଳର କୋଚ୍‌ ହୋଇପାରନ୍ତି। ସେ ଆଇପିଏଲ୍‌ରେ ଅନେକ ଖେଳାଳିଙ୍କ ସହ କାମ କରିଛନ୍ତି। ଏଥିସହ କୋଚ୍‌ ଭାବେ ତାଙ୍କ ରେକର୍ଡ ମଧ୍ୟ ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?