ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ ମୂଳରୁ ଦୋହଲି ଯାଇଛି। କହିବାକୁ ଗଲେ ଦଳର ଶୀର୍ଷନେତାଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି। ଏହାରି ଭିତରେ ଆଉ କିଏ ଶଙ୍ଖ ଦଳ ଛାଡିବେ ସେନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା। ଏବେ ବିଜେଡିର ରାଜ୍ୟ ସଭା ପଡିଆରେ ୯ଟି ଓ୍ବିକେଟ୍‌ରୁ ଖସିଛି ୨ଟି ଓ୍ବିକେଟ୍‌ । ଆଗକୁ ଆହୁରି ବି ଓ୍ବିକେଟ୍‌ ପଡିବାର ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ। ମମତା ମହାନ୍ତଙ୍କ ଇସ୍ତଫା ସମୟରେ ହିଁ ବିଜେଡିରୁ ଦୁଇ ତିନି ଜଣ ଏମପି ଭାଜପା ସହ ଯୋଗାଯୋଗରେ ରହିଥିବା ନେଇ ଚର୍ଚ୍ଚା ହେଉଥିଲା। ସୁଜିତ କୁମାର ରାଜ୍ୟ ସଭା ସଦସ୍ୟତା ଛାଡିବା ପରେ ଭାଜପାରେ ସାମିଲ ହୋଇ ଚର୍ଚ୍ଚାକୁ ପ୍ରମାଣିତ କରିଛନ୍ତି । ଏହିକ୍ରମରେ ଚର୍ଚ୍ଚା ହେଲାଣି ଯେ ଆହୁରି ୨ ୩ଜଣ ନେତା ବିଜେଡି ଛାଡିବାର ଘୋର ସମ୍ଭାବନା ରହିଛି। ଯାହା ଭାଜପା ବିଧାୟକ ଓ ନେତାଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ସୁଜିତ କୁମାର ରାଜ୍ୟ ସଭା ଓ ପରେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭାଜପାରେ ମିଶିଛନ୍ତି। ଏହାକୁ ନେଇ ଭାଜପା ରାଜ୍ୟ ସଭା ଏମପି ମମତା ମହାନ୍ତ କହିଛନ୍ତି, ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ହୁଏତ ସେମାନେ ଆଗକୁ ଭାଜପାକୁ ଆସିପାରନ୍ତି। କିଏ ଆସିବେ କିଏ ଯିବେ ତାହା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର। ଦେଢ଼ ବର୍ଷରୁ ଅଧିକ ସମୟ ହେବ ମୁଁ ଦଳ ଛାଡ଼ିବା ନେଇ ନିଷ୍ପତ୍ତି ନେଇଥିଲି ବୋଲି ମମତା କହିଛନ୍ତି। ତେବେ ଭାଜପା ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଏହି ମନ୍ତବ୍ୟ ଏବେ ବିଜେଡି ଶିବିରରେ ଲଗାଇଛି ନିଆଁ । ସେହିପରି ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ନେତାଙ୍କୁ କେହି ପଞ୍ଜୁରୀରେ ଆବଦ୍ଧ କରି ରଖିପାରିବେ ନାହିଁ । ଦଳକୁ ଯିଏ ଆସିବେ, ତାଙ୍କୁ ସ୍ବାଗତ କରାଯିବ । ଅନ୍ୟପଟେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ଲୋକଙ୍କ ଦଳ, ନେତା ଛାଡ଼ିଲେ କିଛି ପ୍ରଭାବ ପଡ଼ିବ ନାହିଁ।
ସେହିପରି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ଦେଇଛନ୍ତିି ବଡ ବୟାନ । ସେ କହିଛନ୍ତି, ଏମପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ଅଧିକ ତର୍ଜମା ହେବା ଦରକାର । କେହି ବ୍ୟକ୍ତିଗତ ଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତି ଯଦି ଦଳ ଛାଡିବେ ତାହାଲେ ଦଳ ଉପରେ ନିଶ୍ଚିତ ପ୍ରଭାବ ପଡିବ । ଏହି ପରିସ୍ଥିତିରେ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି କହିଛନ୍ତି ଅମର ପ୍ରସାଦ ଶତପଥୀ ।

ଏମିତି କି କୁହାଯାଏ ମମତା ମହାନ୍ତ ଥିଲେ ପ୍ରଣବ ପ୍ରକାଶ ଦାସଙ୍କ ମନୋନୀତ ପ୍ରାର୍ଥୀ ଏବଂ ସୁଜିତ କୁମାରଙ୍କୁ ଚୟନ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଏହି ଦୁଇ ପ୍ରାର୍ଥୀ କ୍ଷମତା ଅଳନ୍ଦିର ଖୁବ ଘନିଷ୍ଠ ଥିଲେ । ଏ ଦୁହିଁଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ତୃତୀୟ ୱିକେଟ ଭାବେ କାହା ନାଁ ସାମ୍ନାକୁ ଆସିବ।

ଲୋକ ସଭାରେ ସଂଖ୍ୟା ଗରିଷ୍ଠତା ରହିଥିବା ଏନଡିଏ ପୂର୍ବରୁ ରାଜ୍ୟ ସଭାରେ ସଂଖ୍ୟାଲଘୁ ଥିଲା। ତେବେ ଏହା ମଧ୍ୟରେ ଭାଜପା ନେତୃତ୍ୱାଧୀନ ଏନଡିଏ ରାଜ୍ୟ ସଭାରେ ବହୁମତ ହାସଲ କରିସାରିଛି । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ଏବେ ଖାଲି ରହିଛି ୮ଟି ଆସନ । ସଦସ୍ୟ ସଂଖ୍ୟା ୨୩୭ ଥିବା ବେଳେ ମ୍ୟାଜିକ ନମ୍ବର ୧୧୯ ରହିଛି । ଏନଡିଏର ସଦସ୍ୟ ସଂଖ୍ୟା ୧୧୨ ରହିଥିବା ବେଳେ ୬ଜଣ ମନୋନୀତ ସଦସ୍ୟ ଓ ଜଣେ ନିର୍ଦ୍ଦଳୀୟଙ୍କର ସମର୍ଥନ ରହିଛି । ଫଳରେ ସଂଖ୍ୟା ୧୧୯କୁ ବଢିଛି । ରାଜ୍ୟ ସଭାରେ ଏବେ ଭାଜପାର ୯୬ ଏମପି ଅଛନ୍ତି। ସୁଜିତଙ୍କୁ ଯଦି ଭାଜପା ରାଜ୍ୟ ସଭା ପଠାଏ, ତେବେ ରାଜ୍ୟ ସଭାରେ ଭାଜପାର ସଦସ୍ୟ ସଂଖ୍ୟା ବଢ଼ିବ। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ହରାଇଥିବା ଆସନ ଭାଜପା ଖାତାକୁ ଯିବା ଏକପ୍ରକାର ନିଶ୍ଚିତ ।

୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡି ଏଥର ଗୋଟିଏ ବି ଲୋକ ସଭା ଆସନ ଜିତିପାରିନି। ରାଜ୍ୟ ସଭାରେ ଦଳର ୯ସଦସ୍ୟ ରହିଥିଲେ । ମମତା ମହନ୍ତ ଇସ୍ତଫା ଦେଇ ଭାଜପାରୁ ରାଜ୍ୟ ସଭା ଯାଇଛନ୍ତି । ସୁଜିତ କୁମାର ବି ସମାନ ବାଟରେ । ଏଭଳି ସ୍ଥିତିରେ ଦିଲ୍ଲୀରେ ବିଜେଡିର ସ୍ବର ଦୁର୍ବଳ ହେବାର ଆଶଙ୍କା ରହିଛି । କେବଳ ଦିଲ୍ଲୀ ସେନା ନୁହେଁ ରାଜ୍ୟ ବିଜେଡିକୁ ତୃଣମୂଳସ୍ତରରୁ ହିଁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି ଭାଜପା । ବିଜେଡି ଆଗରେ ଏବେ ବଡ ଚ୍ୟାଲେଞ୍ଜ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳକୁ ମଜଭୂତ କରିବାକୁ ରଣନୀତି କରିବାକୁ ପଡିବ । ଦଳ ଓ ନେତାଙ୍କୁ ନଜଗିଲେ କ୍ଷମତାକୁ ଆସିବା ସାତ ସ୍ବପ୍ନ ହୋଇପାରେ ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?