ଚାଷୀ ଜୀବିତ ଥିଲାବେଳେ ପଚାରିଲେନି କେହି, ମଲାପରେ ଦରଦ ଦେଖାଉଛି ପ୍ରଶାସନ

ସମ୍ବଲପୁର,୧୭ା୩(ବ୍ୟୁରୋ): ରାଜ୍ୟରେ ଧାନର ଅଭାବୀ ବିକ୍ରି ଓ ଚାଷୀ ସମସ୍ୟା ନେଇ ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ଏପରି ସମୟରେ ସମ୍ବଲପୁର ଜିଲା କତରବଗା ଥାନା କୁସୁମଡିହି ଗ୍ରାମର ଚାଷୀ ଦାମୋଦର ବଗର୍ତ୍ତିଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୀଟନାଶକ ପିଇ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଋଣ ଭାର ଓ ଧାନ ବିକ୍ରି ଚିନ୍ତା କରି ଦାମୋଦର କୀଟନାଶକ ପିଇଦେଇଥିବା ସ୍ତ୍ରୀ ସଂଯୁକ୍ତା ଅଭିଯୋଗ କରିଛନ୍ତି। ବୁଧବାର ଦାମୋଦରଙ୍କ ଘରେ ସଦର ଉପଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ରେଙ୍ଗାଲି ତହସିଲଦାର ସୁନୀଲ ମେହେର, ବିଡିଓ ଶଙ୍କର ପ୍ରସାଦ ସାହୁ ପ୍ରମୁଖ ପହଞ୍ଚତ୍ ଆଲୋଚନା କରିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଦାମୋଦରଙ୍କ ଭାଇ ଶରତଙ୍କ ଅଭିଯୋଗ କ୍ରମେ ତାଙ୍କର ୩ ଏକର ଜମି ରହିଥିବା ବେଳେ ଭାଗଚାଷ ମିଶି ମୋଟ ୬ ଏକର ଜମି ଚାଷ କରନ୍ତି। ଗଭୀର ନଳକୂପ ଦ୍ୱାରା ଚାଷ ହୋଇଥାଏ। ଗତ ଖରିଫରେ ଧାନ ଅମଳ ଭଲ ହୋଇଥିଲା। ନିଜ ଜମିର ପଞ୍ଜୀକରଣ ହୋଇଥିବା ଧାନ ବିକ୍ରି କରିଥିଲେ। ହେଲେ ଆହୁରି ଧାନ ବଳକା ରହିଯାଇଥିଲା। ଏହାକୁ ମହାଜନ ପାଖରେ ବିକ୍ରି କରିବାରୁ କ୍ଷତି ହୋଇଥିଲା। ଏଥି ଯୋଗୁ ମହାଜନଙ୍କ ଋଣ, ଗ୍ରୁପ ଋଣ ଓ ସମବାୟ ସମିତି ଋଣ ପରିଶୋଧ କରି ନ ପାରି ମାନସିକ ଚିନ୍ତାରେ ରହୁଥିଲେ। ରବି ଚାଷ ପାଇଁ ମଧ୍ୟ ପଞ୍ଜୀକରଣ କରିବାକୁ ଯାଇଥିଲେ। ହେଲେ ସେଠାରେ ବିଦ୍ୟୁତ୍‌ ବିଲ ବାଧ୍ୟତାମୂଳକ କରାଯାଇଛି। ବକେୟା ବିଦ୍ୟୁତ୍‌ ବିଲ ପୈଠ ନ କଲେ ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ତେଣୁ ଆଗାମୀ ରବିରେ ମଧ୍ୟ ଧାନ ବିକ୍ରି କିଭଳି ହେବ ସେ ନେଇ ଚିନ୍ତାରେ ରହୁଥିଲେ। ମଙ୍ଗଳବାର ଘରେ କେହି ନ ଥିବା ସମୟରେ କୀଟନାଶକ ନେଇ ଧାନ ବିଲରେ ପିଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri