Posted inଜାତୀୟ

ଭାଜପାର ଲୋକପ୍ରିୟତା ବଢିଛି ନା କମିଛି, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍‌କୁ ଏକ ସାକ୍ଷାତକାର ଦେଇଛନ୍ତି, ଏଥିରେ ସେ ବିଭିନ୍ନ ପ୍ରସଙ୍ଗ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।
ଆଗାମୀ ଲୋକ ସଭା ନିର୍ବାଚନକୁ ମୋଦୀ କହିଛନ୍ତି, ପ୍ରତିଶ୍ରୁତି ପୂରଣ କରିବାରେ ତାଙ୍କ ସରକାରଙ୍କର ଏକ ଉତ୍କୃଷ୍ଟ ରେକର୍ଡ ରହିଛି। ସାଧାରଣତଃ ଲୋକପ୍ରିୟ ସରକାର ମଧ୍ୟ ଦ୍ୱିତୀୟ କାର୍ଯ୍ୟକାଳ ଶେଷ ସୁଦ୍ଧା ସମର୍ଥନ ହରାଇବା ଆରମ୍ଭ କରି ଦେଇଥାନ୍ତି। ଗତ କିଛି ବର୍ଷ ମଧ୍ୟରେ ବିଶ୍ୱର କେତେକ ଦେଶରେ ସରକାରଙ୍କ ପ୍ରତି ଅସନ୍ତୋଷ ବୃଦ୍ଧି ପାଇଛି କିନ୍ତୁ ଭାରତ ଏହାର ବ୍ୟତିକ୍ରମ ଭାବରେ ଦେଖା ଦେଇଛି। ଭାରତରେ ଭାଜପା ସରକାର ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଉଛି।
ଭାରତକୁ ଗଣତନ୍ତ୍ରର ମା’ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ୬୦୦ ମିଲିୟନରୁ ଅଧିକ ଲୋକ ଭୋଟ ଦେଇଛନ୍ତି ଏବଂ ବର୍ତ୍ତମାନ ୯୭୦ ମିଲିୟନରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ବ୍ୟବହାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ! ପଥ ହେଲା ସ୍ପଷ୍ଟ, ସମର୍ଥନ ଦେଲେ ଏମାନେ…

ଚେନ୍ନାଇ,୮।୫: ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁରେ ସରକାର ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଛି। ସିପିଆଇ, ସିପିଏମ ଏବଂ ଭିସିକେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ସୁଧୁରି ଯାଅ, ନଚେତ୍‌ କାଶୀରୁ ଇସଲାମାବାଦ ପର୍ଯ୍ୟନ୍ତ… ଚର୍ଚ୍ଚାରେ ରାଘବଙ୍କ ଏହି ଚେତାବନୀ

ନୂଆଦିଲ୍ଲୀ,୮ା୫: ଆମ୍‌ ଆଦ୍‌ମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ‘ଅପରେଶନ ସିନ୍ଦୂର’ର ପ୍ରଥମ ବାର୍ଷିକୀରେ ତାଙ୍କ ଇନ୍‌ଷ୍ଟାଗ୍ରାମ…

ଗୋଟିଏ ଟଙ୍କା ବି ଦରମା ନେଉ ନଥିଲେ ମମତା ବାନାର୍ଜୀ, କେମିତି ଚଳୁଥିଲେ ଦିଦି? ଜାଣିଲେ…

କୋଲକାତା,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ, ପ୍ରଶାସନିକ ପୁନର୍ଗଠନ ତୀବ୍ର ହୋଇଛି। ରାଜ୍ୟପାଳ ମେ ୭ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାକୁ ଭାଙ୍ଗି ଦେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri