Posted inଜାତୀୟ

ମନ୍ତ୍ରୀଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଲଗାଯାଇ ପାରିବ କି ପ୍ରତିବନ୍ଧ, ରାୟ ସଂରକ୍ଷିତ…

ନୂଆଦିଲ୍ଲୀ,୧୫।୧୧ : ସାର୍ବଜନୀନ କାର୍ଯ୍ୟକର୍ତ୍ତାଙ୍କ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକାଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ଅବଦୁଲ ନାଜିର,ବିଆର ଗଭାଇ, ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ ଏବଂ ବି.ଭି ନାଗରାତ୍ନାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ବେଞ୍ଚ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏହି ରାୟକୁ ସଂରକ୍ଷିତ ରଖିଛନ୍ତି।

ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ବନ୍ଧୀୟ ପ୍ରସଙ୍ଗରେ ଜଣେ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଆଇନ ଏବଂ ନୀତି ବିରୁଦ୍ଧରେ କହିବା ପାଇଁ ବକ୍ତବ୍ୟ ତଥା ଅଭିବ୍ୟକ୍ତିର ସ୍ବାଧୀନତାର ଅଧିକାର ଦାବି କରିପାରିବେ କି ନାହିଁ ତାହା ଏଥିରେ ଅନ୍ତର୍ଭୁକ୍ତ। ଶୁଣାଣି ସମୟରେ ଭାରତର ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି କହିଛନ୍ତି ଯେ ଏହି ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ପ୍ରର୍ଯ୍ୟାପ୍ତ ନୁହେଁ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ କାଲିସ୍ବରାମ ରାଜ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ଜନସାଧାରଣଙ୍କ ଉପାଦାନର ଅଭାବ ଅନ୍ୟ କୌଣସି ମାମଲାରେ ରହିଛି। ଘୃଣା ଭାଷଣ କୋର୍ଟର କୌଣସି ବେଞ୍ଚଦ୍ୱାରା କେବେ ସ୍ଥିର ହୋଇନାହିଁ। ଏଥିପାଇଁ କୋର୍ଟ ପଚାରିଛନ୍ତି ଯେ ସେମାନେ କିପରି ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଚରଣ ସଂହିତା ଫ୍ରେମ କରନ୍ତି, ଯେହେତୁ ସେମାନେ ବିଧାୟିକା ତଥା କାର୍ଯ୍ୟପାଳିକା ଅଧିକାରୀଙ୍କ କ୍ଷମତାର ଅତିକ୍ରମଣ କରିବେ। ଏହି ପିଟିଶନରେ ଆବେଦନକାରୀ କହିଛନ୍ତି ଯେ ପୀଡିତା ଝିଅର ପିତା ହୋଇଥିବାରୁ ସେ ଉତ୍ତରପ୍ରଦେଶ ରାଜ୍ୟରେ ହୋଇଥିବା ନ୍ୟାୟ ପ୍ରକ୍ରିୟାକୁ ନେଇ ନିରାଶ ହୋଇଥିଲେ।

ସୁପ୍ରିମକୋର୍ଟ ଗତ ୨୮ ସେପ୍ଟେମ୍ବର ୨୦୨୦ ରେ ଏହି ମାମଲାର ଶୁଣାଣି କରି ନଭେମ୍ବର ୧୫ରେ ଏହାର ଶୁଣାଣି ତାରିଖ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?