‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ଏନଏସିର ସହସ୍ରାଧିକ କର୍ମୀ ଓ ସମର୍ଥକ, ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନରେ ପୁଣି ଥରେ ସାଲୁଜାଙ୍କୁ ବିଧାୟକଭାବେ ବିପୁଳ ଭୋଟରେ ନିର୍ବାଚିତ କରିବାକୁ ସମ୍ମିଳନୀରେ ଶପଥ ନେଇଥିଲେ। ସମସ୍ତ କର୍ମୀ, ସମର୍ଥକ ଓ କାର୍ଯ୍ୟକର୍ତ୍ତା ସାଲୁଜା ଯେଉଁଠି ରହିବେ ତାଙ୍କ ସହ ସମସ୍ତେ ରହି ସମର୍ଥନ ଦେବେ ବୋଲି ସେଠାରେ ଘୋଷଣା କରିଥିଲେ।
ସମ୍ମିଳନୀରେ ପ୍ରଥମେ ମୁରିବାହାଲ ବ୍ଲକ ୩୦ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ ଅଞ୍ଚଳର ବିକାଶରେ ବିଧାୟକ ସାଲୁଜାଙ୍କ ଯୋଗଦାନ ସମ୍ପର୍କରେ କହିଥିଲେ। କଣ୍ଟାବାଞ୍ଜି ବିକାଶରେ ସେ ଏକମାତ୍ର ନେତା ବୋଲି କହିଥିଲେ ା ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ତଥା ସମିତି ସଭ୍ୟ ଭୋଳାନାଥ ବେହେରା ଅଞ୍ଚଳର ବିକାଶରେ ସାଲୁଜା ଏକମାତ୍ର ବିକଳ୍ପ ବୋଲି କହିଥିଲେ।
ସାଲୁଜା ତାଙ୍କ ବକ୍ତବ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇ କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରିଥିଲେ। ଚାଷୀର ଫସଲ ବୀମା, ବାର୍ଦ୍ଧକ୍ୟ ଭତ୍ତା, ରାସ୍ତାଘାଟ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା ହେଉ ବିରୋଧୀଠାରୁ କର୍ମୀ ଯାଏ ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ସେ ଚେଷ୍ଟାକରି ଆସିଛନ୍ତି ବୋଲି କହିଥିଲେ ା ନିଜକୁ କଣ୍ଟାବାଞ୍ଜି ମାଟିର ସନ୍ତାନ ବୋଲି କହି ସେ ଯେଭଳି ବିକାଶ କାର୍ଯ୍ୟ କରିବେ ଅନ୍ୟଠାରୁ ଆସିଥିବା ଲୋକେ ଏଠାରେ କ’ଣ ବିକାଶ କରିବେ ବୋଲି କହିଥିଲେ। ଦୀର୍ଘଦିନରୁ କଣ୍ଟାବାଞ୍ଜିର ଦାଦନ ସମସ୍ୟା, ଜଳସେଚନର ବ୍ୟବସ୍ଥା ସହିତ ଜିଲା ଦାବି କଥା ବିଧାନସଭାରେ ସେ ଉଠାଇ ଆସିଥିବା ସୂଚନା ଦେଇଥିଲେ। ଆଗାମୀ ଦିନରେ କଣ୍ଟାବାଞ୍ଜି ଜିଲା ଦାବିକୁ ସରକାରଙ୍କଠାରେ ଉପସ୍ଥାପନ କରି ସଫଳ ହେବେ ବୋଲି ସାଲୁଜା ଦୃଢ଼ତାର ସହ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri