Posted inଫୁରସତ

ଏମିତି ଗାଁ, ଯେଉଁଠି ସମସ୍ତଙ୍କ ଘରେ ଦିଆଯାଏ କେବଳ କଳାରଙ୍ଗ

ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ କରିବା ପାଇଁ କେବଳ କଳାରଙ୍ଗର ବ୍ୟବହାର କରାଯାଏ। ଛତିଶଗଡ଼ର ଜୟପୁର ଜିଲାସ୍ଥିତ ଏକ ଆଦିବାସୀ ବହୁଳ ଗାଁରେ କେବଳ କଳା ରଙ୍ଗ ଦିଆଯାଇଥିବା ଘର ଦେଖିବାକୁ ମିଳିଥାଏ। ଏହା ପଛରେ କିଛି କାରଣ ମଧ୍ୟ ରହିଛି। ଦୀପାବଳି ପୂର୍ବରୁ ସବୁ ଲୋକ ଘର ରଙ୍ଗ କରିଥାନ୍ତି। ଚଳିତବର୍ଷ ଯଶପୁର ଜିଲାର ଏକ ଆଦିବାସୀ ସମାଜ ପରମ୍ପରା ଅନୁଯାୟୀ କଳା ରଙ୍ଗ ଦେଇଥାନ୍ତି। ଗ୍ରାମୀଣ ଘରର କାନ୍ଥକୁ କଳା ମାଟିରେ ରଙ୍ଗା ଯାଇଥାଏ। ଏଥିପାଇଁ ଗ୍ରାମବାସୀ କୁଟାଜାଳି କଳା ରଙ୍ଗ ପ୍ରସ୍ତୁତ କରିଥାନ୍ତି। କିଛି ଲୋକ ଟାୟାର ଜାଳି ମଧ୍ୟ କଳା ରଙ୍ଗ ପ୍ରସ୍ତୁତ କରିଥାନ୍ତି। ପୂର୍ବରୁ କଳାମାଟି ମିଳୁଥିଲା। ଏଥିରେ ଆଦିବାସୀ ଲୋକେ ଘରଦ୍ୱାର ରଙ୍ଗ କରୁଥିଲେ। ମାତ୍ର ଏବେ କଳାମାଟି ଆଉ ମିଳୁନି। ତେଣୁ ଏମିତି ଉପାୟରେ କଳା ରଙ୍ଗ ପ୍ରସ୍ତୁତ କରୁଛନ୍ତି ଆଦିବାସୀମାନେ। ଘରକୁ ଏମିତି କଳାରଙ୍ଗ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜରେ ସମାନତା ଆଣିବା ପାଇଁ ଘରକୁ ସମାନ ରଙ୍ଗ ଦେବା। ଆଉ ଏକ କାରଣ ହେଲା କଳାରଙ୍ଗ ଉପରେ ନଜର କମ୍‌ ଲାଗେ। ଚୋରିରୁ ରକ୍ଷା ପାଇବା ପାଇଁ ଘରକୁ କଳାରଙ୍ଗ କରିଥାନ୍ତି। ଏଥିସହିତ ଆଦିବାସୀମାନେ ନିଜର କଳାକୃତି ଆଙ୍କିବା ପାଇଁ କାନ୍ଥକୁ କଳାରଙ୍ଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଟଙ୍କା ଘରେ ଦେଉଥିଲି: ନିରଞ୍ଜନ ରାଜ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପୋଖରୀଆପାଟଣାରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସାରିବା ପରେ ନିକଟସ୍ଥ ଅଞ୍ଚଳରେ ଥିବା ଅନ୍ୟ କେତେକ...

ଦେହସାରା ପଜଲ୍‌

ଟାଟୁର କ୍ରେଜ ଆଜିକାଲି ବହୁତ ବଢିଯାଇଛି। ପୂର୍ବେ ଟାଟୁ କଲାବେଳେ ଲୋକେ ଅନେକଥର ଭାବୁଥିଲେ କ’ଣ କରାଇବେ। ହେଲେ ଏବେ ତ ଏହାକୁ ନେଇ ଏମିତି...

ସବୁଠୁ ଷ୍ଟ୍ରଙ୍ଗ ଜ୍ୟାକେଟ୍‌, ଯାହା ନଷ୍ଟ ହେବା ଅସମ୍ଭବ

ଶୀତଦିନ ଆସିଲେ ବଢିଯାଏ ଶୀତବସ୍ତ୍ରର ଚାହିଦା। ନାନା ପ୍ରକାରର ଷ୍ଟାଇଲିଶ୍‌ ଶୀତବସ୍ତ୍ର ପିନ୍ଧି ଶୀତରେ ବି ଷ୍ଟାଇଲିଶ୍‌ ଲାଗିବାକୁ ସମସ୍ତେ ପ୍ରୟାସ କରନ୍ତି। ତେବେ ଶୀତବସ୍ତ୍ର...

ମାଙ୍କଡ଼କୁ କହୁଥିଲେ ମାର ମାର, ଆଉ ଶେଷରେ ଦୌଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନିଖୋଜ ‘ମଜ୍‌ନୁ’ଙ୍କ ଲାଗି ଦିଆଗଲା ଏଭଳି ବିଜ୍ଞାପନ; ପଢ଼ିଲେ ମୁଣ୍ଡରେ ହାତ ଦେବେ…

ସୋସିଆଲ ମିଡିଆରେ ଏଭଳି କିଛି ଜିନିଷ ଦେଖିବାକୁ ମିଳେ, ଯାହାର ବାସ୍ତବତା ଚକିତ କରେ। କାରଣ ସେଗୁଡ଼ିକୁ ବିଶ୍ୱାସ କରିବା କଷ୍ଟକର। ଏବେ ସେଭଳି ଏକ...

ଲାଞ୍ଚ ନେଲେନି ବୋଲି ମଝିରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଚୁମ୍ବନ ଦେଲେ ମହିଳା ! ଭିଡିଓ ଭାଇରାଲ…

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଆଶ୍ଚର୍ଯ୍ୟ କରେ। ସେଭଳି ଏକ ଭିଡିଓ...

ନୁଡଲ୍‌ ପ୍ଲେହାଉସ୍‌

ନୁଡଲ୍‌ ହେଉଛି ପିଲାଙ୍କର ଏକ ପ୍ରିୟ ଖାଦ୍ୟ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରିୟ ଖାଦ୍ୟକୁ ଜଣେ ବ୍ୟକ୍ତି ପିଲାଙ୍କ ଖେଳିବା ଘରରେ ରୂପାନ୍ତରିତ କରିଦେଇଛନ୍ତି।...

ଏହି ଅଟୋରିକ୍ସାକୁ ଦେଖି ଇମ୍ପ୍ରେସ୍‌ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ଏବେ ଇଣ୍ଟନେଟରେ ଆନନ୍ଦ ମହିନ୍ଦ୍ରାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଜାଣନ୍ତି ଆନନ୍ଦ ମହିନ୍ଦ୍ରା ଯେତେବେଳେ ବି ଭିଡିଓ ଶେୟାର କରନ୍ତି...

Advertisement
Archives

Model This Week