Posted inଫୁରସତ

କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ

କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ ଆନନ୍ଦ ଲାଭ କରିପାରିବେ ତାହାକୁ ନେଇ ଏଇ ଉପସ୍ଥାପନା…

ବର୍ତ୍ତମାନର ଏହି କରୋନା ମହାମାରୀକୁ ଧ୍ୟାନରେ ରଖି ଅଧିକାଂଶ ଲୋକ ନିଜ ନିଜ ଘରେ ରହିବାକୁ ବେଶି ପସନ୍ଦ କରୁଛନ୍ତି। ଏପରି କି ଭ୍ରମଣପ୍ରିୟ ଲୋକେ ବି ବର୍ତ୍ତମାନର ପରିସ୍ଥିତିକୁ ଦେଖି କୁଆଡ଼େ ଯିବାକୁ ଇଚ୍ଛା କରୁ ନାହାନ୍ତି। ଏପରି କରିବା ମଧ୍ୟ ଠିକ୍‌। କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ କୁଆଡ଼େ ବୁଲାବୁଲି ନ କରି ବରଂ ଘରେ ରହିବା ବୁଦ୍ଧିମାନର କଥା। ତେବେ ଅନେକଙ୍କ ମନରେ ଏକଥା ଉଠୁଥିବ ଯେ, ଭବିଷ୍ୟତରେ ଯେବେ କରୋନା ପରିସ୍ଥିତିରେ ସୁଧାର ଆସିବା ସହ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍‌ ଡାଉନ୍‌, ଶଟ୍‌ଡାଉନ୍‌ ନିୟମକୁ ଉଠାଇ ଦିଆଯିବ, ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ସୁବିଧାରେ ବୁଲିଯାଇ ପାରିବେ। ତେଣୁ ଏକଥାକୁ ଦୃଷ୍ଟିରେ ରଖି ଏଠାରେ ସେମିତି କେତେକ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାକୁ ପର୍ଯ୍ୟଟକ କରୋନା ମହାମାରୀ ପରେ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟିପାରିବେ।
ଚେରାପୁଞ୍ଜି: ମେଘାଳୟରେ ଅବସ୍ଥିତ ଚେରାପୁଞ୍ଜିର ପ୍ରାକୃତିକ ପରିବେଶ ବେଶ୍‌ ମନଲୋଭା ହୋଇଥାଏ। ତେଣୁ ଏଠାରେ ବୁଲାବୁଲି କଲେ ସ୍ବଚ୍ଛ ଅମ୍ଳଜାନ ମିଳିବା ସହ ମନକୁ ବେଶ୍‌ ଶାନ୍ତି ମିଳିଥାଏ। ତା’ଛଡ଼ା ଅଧିକ ମାତ୍ରାରେ ବର୍ଷା ହେଉଥିବା ସ୍ଥାନ ଭାବେ ମଧ୍ୟ ଏହି ସ୍ଥାନର ଖ୍ୟାତି ରହିଛି; ଯଦ୍ଦ୍ବାରା ବର୍ଷସାରା ଏଠାକାର ପାଣିପାଗ ପ୍ରାୟତଃ ଆର୍ଦ୍ରତାପୂର୍ଣ୍ଣ ରହିଥାଏ। ତେଣୁ ବୁଲାବୁଲି କରିବାରେ ଆଦୌ ଥକ୍କାପଣ ଜଣା ପଡେନାହିଁ। ଏହାଛଡ଼ା ଚେରାପୁଞ୍ଜିରେ ଆଗନ୍ତୁକଙ୍କ ମନକୁ ମୋହିବା ପାଇଁ ସ୍ବାଦିଷ୍ଟ ମୋମୋ ଏବଂ ଚା’ ମଧ୍ୟ ମିଳିଥାଏ। ସେହିପରି ଏଠାକାର କିଛି ସୀମାକୁ ଲାଗି ରହିଛି ବାଂଲାଦେଶ। ଦୂରରୁ ହେଉ ପଛକେ ପର୍ଯ୍ୟଟକ ଚେରାପୁଞ୍ଜିରେ ରହି ବି ବାଂଲାଦେଶର ଶୋଭାକୁ ଉପଭୋଗ କରିପାରିବେ। କରୋନା ମହାମାରୀ ପରେ ବୁଲିଯିବା ପାଇଁ ଏହାଠାରୁ ବଳି ଭଲ ସ୍ଥାନ ଆଉ କ’ଣ ହୋଇପାରେ।
ଶିମ୍‌ଲା: ହିମାଚଳ ପ୍ରଦେଶରେ ଅବସ୍ଥିତ ଶିମ୍‌ଲା ବି ନିଜର ଅପୂର୍ବ ପ୍ରାକୃତିକ ଶୋଭା ତଥା ତୁଷାରପାତ ପାଇଁ ବେଶ୍‌ ଖ୍ୟାତି ଅର୍ଜନ କରିଥାଏ; ଯେଉଁଥିପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁ ଏବେ ଏଠାକୁ ପର୍ଯ୍ୟଟକଙ୍କର ଯା’ଆସରେ ଟିକେ ପ୍ରତିବନ୍ଧକ ଦେଖିବାକୁ ମିଳୁଛି। ହେଲେ ଯେବେ ସବୁକିଛି ପୁଣି ଥରେ ଠିକ୍‌ଠାକ୍‌ ହୋଇ ପରିସ୍ଥିତିରେ ସୁଧାର ଆସିଯିବ, ସେବେ ପର୍ଯ୍ୟଟକ ଚାହିଁଲେ ପୁଣି ଶିମ୍‌ଲାକୁ ବୁଲି ଯାଇ ନିଜ ଅଭିଳାଷକୁ ପୂରଣ କରିପାରିବେ। କ୍ରାଏଷ୍ଟ ଚର୍ଚ୍ଚ, ମଲ୍‌ ରୋଡ୍‌, କୁଫ୍‌ରୀ, ଗ୍ରୀନ୍‌ ଭ୍ୟାଲେ, କାଲି ବରି ମନ୍ଦିର, ହିମାଚଳ ଷ୍ଟେଟ୍‌ ମ୍ୟୁଜିୟମ୍‌ ଇତ୍ୟାଦି ହେଉଛି ଏଠାକାର କେତୋଟି ପ୍ରମୁଖ ପର୍ଯ୍ୟଟକସ୍ଥଳୀ। ତା’ଛଡ଼ା ଜାଖୁ ହିଲ୍‌ ଓ ମନ୍ଦିର ନାମରେ ଏଠାରେ ଏକ ସ୍ଥାନ ମଧ୍ୟ ରହିଛି, ଯେଉଁଠାରେ ପର୍ଯ୍ୟଟକ ବଜରଙ୍ଗବଲୀଙ୍କର ଏକ ବିରାଟ ମୂର୍ତ୍ତି ଦେଖିବାକୁ ପାଇପାରିବେ। ଏସବୁ ବ୍ୟତୀତ ଶିମ୍‌ଲାରେ ଅନେକ ଦୁଃସାହସିକ କ୍ରୀଡ଼ା ପାଇଁ ବି ବହୁ ସୁବିଧା ରହିଛି।
କୋଚି: କେରଳସ୍ଥିତ କୋଚିରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ନଦୀ, ଝରଣା ତଥା ବହୁ ମନୋରମ ପର୍ଯ୍ୟଟନସ୍ଥଳୀ। ତା’ଛଡ଼ା ଏଠାକାର ନୌକା ସବାରି ପର୍ଯ୍ୟଟକଙ୍କୁ ଅପୂର୍ବ ଆନନ୍ଦ ଦେଇଥାଏ। ସେହିପରି ପ୍ରାକୃତିକ ବୈଭବର ଗନ୍ତାଘର ଭାବେ ଜଣାଶୁଣା କୋଚିର ବର୍ଷସାରା ପାଣିପାଗ ବୁଲାବୁଲି କରିବା ପାଇଁ ମଧ୍ୟ ବେଶ୍‌ ଅନୁକୂଳ ରହିଥାଏ। ସେଥିପାଇଁ ଏଠାରେ ପ୍ରତିବର୍ଷ ପର୍ଯ୍ୟଟକଙ୍କର ଖୁବ୍‌ ଭିଡ଼ ଦେଖିବାକୁ ମିଳିଥାଏ। ତେବେ କରୋନା ପାଇଁ ଏବେ ଏଠାରେ ଆଗନ୍ତୁକଙ୍କର ସଂଖ୍ୟା କମି ଯାଇଥିଲେ ହେଁ, ପୁଣି ଯେବେ ପରିସ୍ଥିତିରେ ସୁଧାର ଆସିବ ପର୍ଯ୍ୟଟକ ପୁନର୍ବାର ଏଠାକୁ ଯିବାକୁ ଲାଗିବେ ବୋଲି ଅନୁମାନ କରାଯାଉଛି।
ମସୁରୀ: ଉତ୍ତରାଖଣ୍ଡର ମସୁରୀ କଥା ଯଦି ଚିନ୍ତା କରାଯାଏ, ତା’ହେଲେ ଏଠାକାର ସୌନ୍ଦର୍ଯ୍ୟ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ଯେହେତୁ ଏକ ଶୈଳନିବାସ, ତେଣୁ ଏଠାକାର ଅପୂର୍ବ ପ୍ରାକୃତିକ ପରିବେଶ ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏହା ବନ୍ଧୁଙ୍କ ସାଙ୍ଗରେ ହେଉ ଅବା ଜୀବନସାଥୀ କିମ୍ବା ସପରିବାରେ ବୁଲିଯିବା ପାଇଁ ଏହା ଏକ ଉପଯୁକ୍ତ ପର୍ଯ୍ୟଟନସ୍ଥଳୀ। ତା’ଛଡ଼ା ଶାନ୍ତ, ସ୍ନିଗ୍ଧ ପରିବେଶ ପାଇଁ ଏହା ବେଶ୍‌ ଖ୍ୟାତି ମଧ୍ୟ ଅର୍ଜନ କରିପାରିଛି। କରୋନା ଭଳି ଏକ ମାରାତ୍ମକ ମହାମାରୀରୁ ଯେବେ ମୁକ୍ତି ମିଳିବ, ସେବେ ଶାନ୍ତିରେ ଟିକେ ସମୟ ବିତାଇବା ପାଇଁ ଏହି ସ୍ଥାନ ବେଶ୍‌ ଉପଯୋଗୀ ହୋଇପାରିବ।
ତେବେ କେବଳ ଏତିକି ସ୍ଥାନ ନୁହେଁ ଭାରତରେ ଏମିତି ଆହୁରି ଅନେକ ସ୍ଥାନ ମଧ୍ୟ ରହିଛି, ଯେଉଁଠାକୁ ପର୍ଯ୍ୟଟକ କରୋନା ମହାମାରୀ ପରେ ବୁଲିଯାଇ ଶାନ୍ତିରେ ଟିକେ ଭ୍ରମଣ କରି ମନକୁ ଖୁସି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri