ଯେଉଁଠି ଶୁଖୁଆ ହୁଏ ସାତ୍ତ୍ୱିକ

ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ପୀଠ ଏକ ପ୍ରମୁଖ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀର କୀର୍ତ୍ତି ବହନ କରୁଛି। ଓଡ଼ିଶାର ମହାନ୍‌ ସନ୍ଥ ଓ ମହାପୁରୁଷ ଅରକ୍ଷିତ ଦାସଙ୍କ ସାଧନା, ସିଦ୍ଧି ତଥା ସମାଧି ପୀଠ ଭାବରେ ଏହା ପରିଚିତ

 

ଅଷ୍ଟାଦଶ ଶତାବ୍ଦୀର ସନ୍ଥ ଶିରୋମଣି ଅରକ୍ଷିତ ଦାସ ଓଳାଶୁଣୀ ପର୍ବତର ଶିଖର ଦେଶରେ ସାଧନା କରୁଥିବା ସମୟରେ ମହାସମାଧି ଗ୍ରହଣ କରିଥିଲେ। ଉତ୍କଳର ଆଧ୍ୟାମତ୍ିକ ସାହିତ୍ୟ କ୍ଷେତ୍ରରେ ଅରକ୍ଷିତ ଦାସଙ୍କ ନିଗୂଢ଼ ଚିନ୍ତନର ସାରସ୍ବତ ସୃଷ୍ଟି ସମ୍ଭାର ବହୁ ଭାବରେ ଯଶସ୍ବୀମଣ୍ଡିତ ହୋଇଛି। ରାଜବଂଶରେ ଜନ୍ମ ହୋଇ ମଧ୍ୟ ସେ ନିରାକାର ପରମବ୍ରହ୍ମଙ୍କ ନିଗୂଢ଼ ରହସ୍ୟ ଅନ୍ବେଷଣରେ ସୁଖ ଓ ମୋହପୂର୍ଣ୍ଣ ସଂସାର ତ୍ୟାଗ କରିଥିଲେ। ସେ ଅବିଭକ୍ତ ଗଞ୍ଜାମ ଜିଲାର ବଡ଼ଖେମୁଣ୍ଡି ରାଜପରିବାରରେ ଗଙ୍ଗବଂଶୀୟ ଯୁବରାଜ ଥିଲେ। ଓଳାଶୁଣୀ ପର୍ବତ ଶିଖରରେ ଅବସ୍ଥିତ ପ୍ରାଚୀନ ଗିରିଗୁମ୍ଫା, ପାଦଦେଶରେ ପ୍ରବହମାନ କୃଶୋଦରୀ ଗୋବରୀ ତାଙ୍କ ଜୀବନର ଅନ୍ତିମ ସାଧନା କ୍ଷେତ୍ର ରହିଥିଲା। ପୀଠର ଅନତିଦୂରରେ ରହିଛି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା। ଅଷ୍ଟାଦଶ ଶତାବ୍ଦୀର ଲୋକପ୍ରିୟ ଶାସକ ରାଧାଶ୍ୟାମ ନରେନ୍ଦ୍ର ଥିଲେ କେନ୍ଦ୍ରାପଡ଼ାର ତକତ୍ାଳୀନ ଜମିଦାର, ଯାହାଙ୍କ ଅଧୀନରେ ଥିଲା ଓଳାଶୁଣୀ ଗୁମ୍ଫା ପାହାଡ଼। ପରମ ଆଧ୍ୟାତ୍ମବାଦୀ ରାଧାଶ୍ୟାମ ତାଙ୍କ ଜମିଦାରିରେ ଥିବା ଓଳାଶୁଣୀ ପାହାଡ଼କୁ ଅରକ୍ଷିତ ଦାସଙ୍କୁ ଦାନ କରିଥିଲେ। ଏହି ପ୍ରାଚୀନ ପୀଠର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଓଳାଶୁଣୀ। ସେ ପାହାଡ଼ର ଶୀର୍ଷଦେଶରେ ପୂର୍ବରୁ ଅବସ୍ଥାନ କରୁଥିଲେ। ହେଲେ ମା’ ଓଳାଶୁଣୀ ଭକ୍ତ ଅରକ୍ଷିତଙ୍କ ସାଧନାରେ ପ୍ରୀତ ହୋଇଥିଲେ। ଫଳରେ ପାହାଡ଼ର ଶୀର୍ଷସ୍ଥାନକୁ ଭକ୍ତ ଅରକ୍ଷିତଙ୍କ ପାଇଁ ଛାଡ଼ି ପାଦଦେଶକୁ ଓହ୍ଲାଇପଡ଼ିଥିଲେ ବୋଲି ଲୋକକଥା ରହିଛି। ଏବେ ମା’ ଓଳାଶୁଣୀ କୃଶୋଦରୀ ନଦୀ ଗୋବରୀ କୂଳରେ ପୂଜା ପାଉଛନ୍ତି।
ସନ୍ଥକବି ଅରକ୍ଷିତ ବିଶେଷ କୌଣସି ଶିକ୍ଷାଲାଭ କରି ନ ଥିଲେ ମଧ୍ୟ ଦେବୀ ଓଳାଶୁଣୀଙ୍କ ଆଶୀର୍ବାଦରୁ ଅନେକ ମାନବବାଦୀ ବାଣୀ ଲେଖିଯାଇଛନ୍ତି। ତାଙ୍କ ଦ୍ୱାରା ରଚିତ ମହୀମଣ୍ଡଳ ଗୀତା ହେଉଛି ଓଡ଼ିଆ ଭାଷା ଓ ସାହିତ୍ୟ ବିଭବର ପ୍ରଥମ ଆମତ୍ଜୀବନୀମୂଳକ ଏକ ଅମୂଲ୍ୟ ଗ୍ରନ୍ଥ। ମୁଖ୍ୟତଃ ଆଧ୍ୟାମତ୍ିକ ଦର୍ଶନରେ ସେ ଥିଲେ ନାମବ୍ରହ୍ମର ଉପାସକ, ନିର୍ଗୁଣ ସାଧକ ତଥା ଅବଧୂତପନ୍ଥୀ। ଓଳାଶୁଣୀ ପୀଠରେ ୧୮୩୦ରେ ସେ ପଦାର୍ପଣ କରିଥିଲେ। ଏହା ପୂର୍ବରୁ ସେ ପ୍ରାୟ ୩୫ ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବସ୍ଥାନ କରି ଆଧ୍ୟାମତ୍ିକ ସାଧନା କରିଥିଲେ। ଓଳାଶୁଣୀ ଗୁମ୍ଫାଠାରେ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ସେ ବ୍ରହ୍ମଲୀନ ହୋଇଥିଲେ। ସେହି ତିଥିରୁ ଆୟୋଜିତ ହେଉଛି ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାଯାତ୍ରା।

ଓଳାଶୁଣୀ ପୀଠର ବିଶେଷତ୍ୱ ହେଲା ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ପୀଠରେ ଭକ୍ତମାନେ ମାନସିକ କରି ପୋଡ଼ପିଠା ଅର୍ପଣ କରିଥାଆନ୍ତି। ସେମାନଙ୍କୁ ମଠ ପକ୍ଷରୁ ପବିତ୍ର କାଞ୍ଜିପାଣି ପରଷା ଯାଇଥାଏ, ଯାହାକି ଏକ ଅବ୍ୟର୍ଥ ମହୌଷଧି ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏହାସହ ଏଠାରେ ଭକ୍ତମାନେ ମାନସିକ ରଖି ଶୁଖୁଆ ଭୋଗ ଅର୍ପଣ କରିବା ପ୍ରଥା ରହିଛି। ଏହାକୁ ମାନସିକ ଭୋଗ କୁହନ୍ତି। ମହାପୁରୁଷଙ୍କଠାରେ ଅର୍ପଣ କଲାପରେ ଶୁଖୁଆ ସାତ୍ତ୍ୱିକ ଖାଦ୍ୟରେ ପରିଣତ ହେଉଥିଲା। ଏହା ଲୋକ ଜାଣିଲା ପରେ ମହାପୁରୁଷ ଅରକ୍ଷିତ ଦାସଙ୍କୁ ମାଛ, ଶୁଖୁଆ ଭୋଗ ଦେବା ଆରମ୍ଭ କରିଥିଲେ। ମହନ୍ତ ନାମାନନ୍ଦ ଦାସ କୁହନ୍ତି, କୈବର୍ତ୍ତ ସମାଜର ଜଣେ ବୃଦ୍ଧା ମହାପୁରୁଷ ଅରକ୍ଷିତଙ୍କଠାରେ ଏକ ନାତି ପାଇଁ ମାନସିକ କରିଥିଲେ। ମାନସିକ ପୂରଣ ହେଲା ପରେ ବୃଦ୍ଧା ଜଣକ ଟୋପେ ଶୁଖୁଆ ଧରି ବାବାଙ୍କୁ ଅର୍ପଣ କରିଥିଲେ। ବାବା ତାହାକୁ ଗ୍ରହଣ କଲାପରେ ଶୁଖୁଆ ଭୋଗ ପୋଡ଼ପିଠା ଭାବେ ପରିବର୍ତ୍ତନ ହୋଇଗଲା। ବାବାଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଡ଼ପିଠାକୁ ଭକ୍ତମାନଙ୍କୁ ସେ ବଣ୍ଟନ କରିଥିଲେ। ଏହି ପ୍ରବାଦକୁ ଲୋକାଚାର ଭାବେ ଗ୍ରହଣ କରାଯାଇଛି। ସେ ଯେହେତୁ ବ୍ରହ୍ମ ଅବଧୂତ ସନ୍ନ୍ୟାସୀ, ତେଣୁ ତାଙ୍କର ଖାଦ୍ୟ ଉପରେ କୌଣସି ବିଚାର ନ ଥାଏ। ତେଣୁ ଶୁଖୁଆ ଓ ମାଛ ଭୋଗ ଅର୍ପଣ ବେଳେ ତୁଳସୀ ପଡ଼ିଥାଏ। ଭକ୍ତ ତା’ର ଶ୍ରଦ୍ଧା ଅନୁଯାୟୀ ଯାହା ନେଇ କରି ଆସେ, ତାହା ଅବଧୂତ ସନ୍ନ୍ୟାସୀମାନେ ଗ୍ରହଣ କରନ୍ତି। ଯେତେବେଳେ ଶୁଖୁଆ ଭୋଗକୁ ବ୍ରହ୍ମାର୍ପଣ କରାଯାଏ, ସେତେବେଳେ ତାହା ସାତ୍ତ୍ୱିକ ଖାଦ୍ୟରେ ପରିଣତ ହୋଇଥାଏ। ସେହିପରି ମଣିଷ ଭିତରେ ଥିବା ଗର୍ବ, ଅହଙ୍କାର, ଅଜ୍ଞାନତାକୁ ପୋଡ଼ି ଦେବା ପାଇଁ ମହାପୁରୁଷ ଅରକ୍ଷିତ ଦାସ ପୋଡ଼ପିଠାକୁ ପ୍ରୋତ୍ସାହନ ଦେଇଥିଲେ। ମହାଲକ୍ଷ୍ମୀ ତାଙ୍କୁ ପୋଡ଼ପିଠା ଖୁଆଇ ଦେଇଥିଲେ ବୋଲି କିମ୍ବଦନ୍ତୀ ରହିଥିବା ମହନ୍ତ ନାମାନନ୍ଦ ଦାସ କହିଛନ୍ତି।

ପୀଠକୁ ଯିବାକୁ ରାସ୍ତା
ଚଣ୍ଡୀଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ପଲାଇ ଓ ବନ୍ଦରେଶ୍ୱର ଛକଠାରୁ ମାତ୍ର ୨ କିଲୋମିଟର ଦୂରରେ ଓଳାଶୁଣୀ ପୀଠ ରହିଛି। ପାହାଡ଼ର ଶୀର୍ଷଦେଶ ପର୍ଯ୍ୟନ୍ତ ପକ୍କା ସଡ଼କପଥ ନିର୍ମାଣ ହୋଇଛି। ଅପୂର୍ବ ପ୍ରାକୃତିକ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଓଳାଶୁଣୀ ପୀଠରେ ବ୍ୟାସଦେବ, ହନୁମାନ, ଶ୍ରୀବୈଦେଶ୍ୱର, ଶ୍ରୀ ଜଗନ୍ନାଥ ଓ ରାଧାକୃଷ୍ଣଙ୍କ ମନ୍ଦିର, ଅନନ୍ତଗୁମ୍ଫା ସମେତ ଗଣେଶ ମଣ୍ଡପ, ତୁଳସୀବଣ-ଚନ୍ଦନବଗିଚା ଓ ସୁବିସ୍ତୀର୍ଣ୍ଣ ବଡ଼ଦାଣ୍ଡ ରହିଛି। ମହାପୁରୁଷଙ୍କ କୃପାଲାଭ କରି ବହୁ ଭକ୍ତ ଆରୋଗ୍ୟ ଲାଭ କରିବା ପରେ ଖୁସିରେ ଶତାଧିକ ଏକର ଜମି ଦାନ କରିଛନ୍ତି। ଏପରିକି ପୁରୀ, ବ୍ରହ୍ମବରଦା, ଭୁବନେଶ୍ୱରର ଖଣ୍ଡଗିରି, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ସ୍ଥାନରେ ମହାପୁରୁଷଙ୍କ ମଠ ରହିଛି। ସଂପ୍ରତି ପର୍ଯ୍ୟଟକମାନଙ୍କ ରହିବା ପାଇଁ ଓଳାଣୁଣୀ ପାହାଡ଼ ଶୀର୍ଷରେ ୫୦ରୁ ଊର୍ଦ୍ଧ୍ୱ ପକ୍କାଘର ନିର୍ମାଣ ହୋଇଛି। ଏହାସହ ଆମୋଦପ୍ରମୋଦ ପାଇଁ ଏକ ସୁନ୍ଦର ପାର୍କ ନିର୍ମାଣ କରାଯାଇଛି। ଓଳାଶୁଣୀ ପୀଠ ଏବେ ଓଡ଼ିଶାର ଏକ ପ୍ରମୁଖ ପରିବେଶ ପର୍ଯ୍ୟଟନ କ୍ଷେତ୍ର ଭାବରେ ମଧ୍ୟ ମାନ୍ୟତା ଲାଭ କରିଛି। ପର୍ଯ୍ୟଟନ ଋତୁରେ ଅଗଣିତ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି।
– ହର୍ଷବର୍ଦ୍ଧନ ବେହେରା, ପ୍ରଦୀପ୍ତ ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri