Posted inଫୁରସତ

କାଞ୍ଚତ୍ ବିଜୟର ସନ୍ତକ ‘ଗଣେଶ ଖୋଲା’

ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ। ଐତିହ୍ୟ, ସଂସ୍କୃତି, ପରମ୍ପରା, ଜୈବ ବିବିଧତାରେ ସମୃଦ୍ଧ ଏହି ଜିଲା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। କପିଳାସ, ସପ୍ତଶଯ୍ୟା, ମହିମାଗାଦି, ଅନନ୍ତଶୟନ, ଅଷ୍ଟଶମ୍ଭୁ ପରେ ଯୋରନ୍ଦା ବ୍ଲକ କରମୂଳ ଗ୍ରାମ ନିକଟରେ ଶୋଭା ବଢ଼ାଉଛି ସିଦ୍ଧ ବିନାୟକ ପୀଠ ‘ଗଣେଶ ଖୋଲା’। ଢେଙ୍କାନାଳ ସଦରରୁ ୪୦ କି.ମି. ଦୂରରେ ଅବସ୍ଥିତ ଏହି ସ୍ଥାନର ପ୍ରମୁଖ ଆକର୍ଷଣ କଳା ମୁଗୁନି ପଥରରେ ନିର୍ମିତ ସିଦ୍ଧ ଗଣେଶଙ୍କ ପ୍ରତିମା। ତେବେ ‘ଗଣେଶ ଖୋଲା’ର ନିବିଡ଼ ସମ୍ପର୍କ ରହିଛି କାଞ୍ଚତ୍ ଅଭିଯାନ ସହିତ। ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ପୁରୀ ଗଜପତି ପ୍ରତାପରୁଦ୍ର ଦେବଙ୍କ ମୁଖ୍ୟ ସେନାପତି ଥିଲେ ହରିସିଂହ ବିଦ୍ୟାଧର। ସେ କରମୂଳ ପାଟଣାରେ ୧୫୩୧ ଖ୍ରୀଷ୍ଟାବ୍ଦରେ ଉଆସ ନିର୍ମାଣ କରି ରାଜା ଭାବେ ଅଭିଷିକ୍ତ ହୋଇଥିଲେ। ଦାକ୍ଷିଣାତ୍ୟ ବିଜୟ ପରେ କାଞ୍ଚତ୍ରୁ ଉକ୍ତ ସିଦ୍ଧ ଗଣେଶଙ୍କ ମୂର୍ତ୍ତି ଆଣି ‘ଗଣେଶ ଖୋଲା’ରେ ପ୍ରତିଷ୍ଠା କରିଥିଲେ। ସମୟ ସ୍ରୋତରେ ରାଜଉଆସ ବିଲୀନ ହୋଇଯାଇଥିବାବେଳେ ଏବେ କେବଳ ସ୍ମୃତି ସାଉଁଟୁଛି ‘ଗଣେଶ ଖୋଲା’।
ରାମାନନ୍ଦୀ ସମ୍ପ୍ରଦାୟର ସାଧୁ ଗୋବର୍ଦ୍ଧନ ମହାରାଜଙ୍କ ଦ୍ୱାରା ଏଠାରେ ଏକ ମଠ ପ୍ରତିଷ୍ଠା ହୋଇଥିଲା। ତାଙ୍କ ପଟ୍ଟଶିଷ୍ୟ ବାବା ବନବିହାରୀ ମହାରାଜ ‘ଗଣେଶ ଖୋଲା’ରେ ଶ୍ରୀରାମ ମନ୍ଦିର ଏବଂ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ସିଦ୍ଧ ଗଣେଶଙ୍କ ନିକଟରେ ପ୍ରାଚୀନ ଶିବଲିଙ୍ଗ ସହ ହରଗୌରୀ ମଧ୍ୟ ପୂଜା ପାଉଛନ୍ତି। ଏଠାରେ ଝରଣାର କଳକଳ ନାଦ, ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ଜଙ୍ଗଲର ଶାନ୍ତ ପରିବେଶ କ୍ଷଣିକରେ କ୍ଳାନ୍ତି ଦୂର କରିଦିଏ। ମକର ସଂକ୍ରାନ୍ତି, ଶ୍ରୀରାମ ନବମୀ, ଶିବରାତ୍ରି, ହନୁମାନ ଜୟନ୍ତୀରେ ଏଠାରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୁଏ। ବ୍ରାହ୍ମଣୀ ନଦୀ ପାର୍ଶ୍ୱରେ ଅବସ୍ଥିତ ଏହି ପୀଠର ବିକାଶ କରାଗଲେ ଏହାର ଐତିହାସିକ ମର୍ଯ୍ୟାଦା ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ କହିଛନ୍ତି।
– ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri