ଲୋକତନ୍ତ୍ରର ସ୍ଥିତି କେଉଁଠି

ଆକାର ପଟେଲ

ଦି ଇକୋନୋମିଷ୍ଟ ଏକ ମାଗାଜିନ, କିନ୍ତୁ ଏହା ନିଜକୁ ଏକ ଖବରକାଗଜ ଭାବେ ପ୍ରତିପାଦିତ କରେ। ୧୭୫ ବର୍ଷର ପୁରୁଣା ଏହି ମାଗାଜିନ ସପ୍ତାହକୁ ୧୦ ଲକ୍ଷ କପି ବିକ୍ରି ହୁଏ। ଏହା ହିଁ ଏକମାତ୍ର ମାଗାଜିନ ଯାହା ବିଜ୍ଞାପନ ଠାରୁ ସବ୍‌କ୍ରିପ୍‌ଶନରେ ଅଧିକ ଟଙ୍କା ପାଇଥାଏ। ଏହା ସୂଚାଉଛି କି ଏହାର ବିଷୟବସ୍ତୁ ପାଇଁ ପାଠକମାନେ ଅଧିକ କିଣିିଥାନ୍ତି। ଏହି ମାଗାଜିନର ଗବେଷଣା ଏବଂ ବିଶ୍ଳେଷଣ ବିଭାଗ ହେଉଛି ଦି ଇକୋନୋମିକ ଇଣ୍ଟେଲିଜେନ୍ସ ୟୁନିଟ(ଇଆଇୟୁ)। ପ୍ରତିବର୍ଷ ଏହି ବିଭାଗ ଏକ ଡେମୋକ୍ରାସି ଇଣ୍ଡେକ୍ସ ବା ଲୋକତନ୍ତ୍ର ସୂଚକାଙ୍କ ପ୍ରସ୍ତୁତ କରେ, ଯାହା ବିଶ୍ୱର ବିଭିନ୍ନ ଦେଶର ଲୋକତନ୍ତ୍ରର ସ୍ଥିତି ଦର୍ଶାଇଥାଏ। ଚଳିତ ମାସରେ ୨୦୨୦ର ଏ ସମ୍ପର୍କିତ ଫଳାଫଳ ପ୍ରକାଶ କରିଛି। ୨୦୧୫ରେ ଆମର ବିଶ୍ୱସ୍ତରୀୟ ର଼୍ୟାଙ୍କ ୨୭ରୁ ଖସି ଏବେ ଆମେ ୫୩ରେ ରହିଥିବା ଏହା ଦର୍ଶାଇଛି। ଇଆଇୟୁ ଏହା କହିବାର ମୁଖ୍ୟ କାରଣ ହେଉଛି,ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକତାନ୍ତ୍ରିକ ଅଧଃପତନ ଯୋଗୁ ୨୦୧୫ରୁ ଲୋକତାନ୍ତ୍ରିକ ମାନଦଣ୍ଡ ଚାପରେ ରହିଆସିଛି ଓ ଏଥିପାଇଁ ଭାରତର ବିଶ୍ୱସ୍ତରୀୟ ର଼୍ୟାଙ୍କ ତଳକୁ ଖସିଛି। ନିର୍ବାଚନ ପ୍ରକ୍ରିୟା ଏବଂ ରାଜନୈତିକ ଭାଗୀଦାରି କ୍ଷେତ୍ରରେ ହ୍ରାସ ହୋଇନାହିଁ। ଏ କ୍ଷେତ୍ରରେ ଭାରତ ଲଗାତର ଭଲ ପ୍ରଦର୍ଶନ କରିଆସିଛି ବୋଲି ଆମମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରହଣ କରିବା। କିନ୍ତୁ ସମସ୍ୟା ରହିଛି ରାଜନୈତିକ ସଂସ୍କୃତି ଏବଂ ନାଗରିକ ଅଧିକାରରେ। ଯେବେଠାରୁ ମୋଦି ଭାରତର ନେତୃତ୍ୱ ନେଲେଣି ସେବେଠାରୁ ଏହା ତଳକୁ ଖସିଛି। ଜାନୁୟାରୀ ୨୦୧୪ ଅର୍ଥାତ୍‌ ଉପା ଶାସନର ଶେଷସମୟକୁ ଇଆଇୟୁ ଭାରତକୁ ସର୍ବୋଚ୍ଚ ରେଟିଂ ୭.୯୨ ଦେଇଥିଲା। ପରେ ରେଟିଂ ଧୀରେ ଧୀରେ ତଳକୁ ଖସି ୨୦୧୪,୨୦୧୭,୨୦୧୯ ଏବଂ ୨୦୨୦ରେ ଯଥାକ୍ରମେ ୭.୭୪ , ୭.୨୩,୬.୯ ଏବଂ ୬.୬୧ ରହିଥିଲା। ଇଆଇୟୁ ଭାରତକୁ‘ ତ୍ରୁଟିପୂର୍ଣ୍ଣ ଲୋକତନ୍ତ୍ର’ ଭାବେ ବର୍ଗୀଭୁକ୍ତ କରିଛି।
ଗତ କିଛିବର୍ଷ ହେବ ମୋଦିଙ୍କ ପ୍ରଧାନମନ୍ତ୍ରିତ୍ୱରେ ଧାର୍ମିକ ପ୍ରଭାବ ବଢିଯାଇଛି। ତାଙ୍କ ନୀତି ବି ମୁସଲମାନ ବିରୋଧୀ ମନୋଭାବକୁ ବଢ଼ାଇଦେଇଛି ଏବଂ ସାମ୍ପ୍ରଦାୟିକ ହିଂସା ବୃଦ୍ଧିପାଇ ଦେଶର ରାଜନୈତିକ ଏକତାକୁ କ୍ଷତି ପହଞ୍ଚାଇଛି। ମନେରଖ,ଏହି ମାଗାଜିନକୁ ବିଶ୍ୱର କର୍ପୋରେଟ ଏକଜିକ୍ୟୁଟିଭ ଏବଂ ନୀତି ନିର୍ଦ୍ଧାରକମାନେ ପଢନ୍ତି। ରିହାନା ଏବଂ ଗ୍ରେଟା ଥନ୍‌ବର୍ଗଙ୍କ ଟୁଇଟ୍‌ ଉପରେ ସରକାରଙ୍କ ଦୃଢ ପ୍ରତିକ୍ରିୟା ଜଣାଇବା ପାଇଁ ବୈଦେଶିକ ମନ୍ତ୍ରୀ ମନ୍ତବ୍ୟ ରଖିଥିବାବେଳେ ସରକାରଙ୍କ ଅଧଃପତନ ସମ୍ପର୍କରେ କିଛି ବି କହିନାହାନ୍ତି। କିନ୍ତୁ କାହାର ଟୁଇଟ୍‌ ବଦଳରେ ଅଧିତ୍କ ଲୋକ ଏହା ବିଷୟରେ ମାଗାଜିନରୁ ପଢିବେ। ଇଆଇୟୁ କହିଛି ଯେ,ଡିସେମ୍ବର ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ କରାଯିବା ପରେ ୨୦୨୦ରେ ଦଙ୍ଗା ବଢ଼ିବା ସହ ସେହି ବର୍ଷ ଫେବୃୟାରୀରେ ଦିଲ୍ଲୀ ହିଂସାରେ ବହୁ ଲୋକଙ୍କର ମୃତ୍ୟୁ ଘଟଛି। ଭାରତୀୟ ନାଗରିକତ୍ୱର ଅବଧାରଣାରେ ଏହି ଆଇନ ଯେଉଁ ସାମ୍ପ୍ରଦାୟିକ ତତ୍ତ୍ୱ ଭର୍ତ୍ତି କରିଛି ତାହା ଭାରତର ଧର୍ମନିରପେକ୍ଷତାକୁ କ୍ଷୁଣ୍ଣ କରିଥିବାର ବହୁ ସମାଲୋଚନା ସାମ୍‌ନାକୁ ଆସିଛି। ମାଗାଜିନ ମୋଦିଙ୍କ ଲୋକପ୍ରିୟତାକୁ ଅସ୍ବୀକାର କରିନାହିଁ। କିନ୍ତୁ କହିଛି ଯେ, ଏହା ସେହି ସମାନ ସ୍ଥିତିରୁ ଆସିଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ବାବ୍ରିି ମସ୍‌ଜିଦ ଧ୍ୱଂସ ସ୍ଥଳରେ ଅଭୂତପୂର୍ବ ସମାରୋହରେ ମୋଦିଙ୍କ ଯୋଗଦାନ ସମ୍ପର୍କରେ ଦର୍ଶାଇଛି ଯେ, ସେଠାରେ ମନ୍ଦିର ନିର୍ମାଣ ପୁଣି ମୋଦିଙ୍କ ହିନ୍ଦୁ ରାଷ୍ଟ୍ରବାଦୀ ଆଧାରକୁ ଉଦ୍ରେକ କରିଛି। ପୁନଶ୍ଚ ୨୦୨୦ରେ କରୋନା ମହାମାରୀର ପ୍ରଶାସନିକ ସଞ୍ଚାଳନ ନାଗରିକ ସ୍ବାଧୀନତାକୁ କ୍ଷୁଣ୍ଣ କରିଛି। ଭାରତ ତୁଳନାରେ ପଡୋଶୀ ବାଂଲାଦେଶ, ଭୁଟାନ ଏବଂ ପାକିସ୍ତାନର ରେଟିଂ ୨୦୨୦ରେ ସାମାନ୍ୟ ଉନ୍ନତ ରହିଥିବା ଏହା ଶେଷରେ ଉଲ୍ଲେଖ କରିଛି।
କେବଳ ଭାରତୀୟ ଲୋକତନ୍ତ୍ର ଭଲ ଏବଂ ଗତ କିଛି ବର୍ଷ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ଯେଉଁମାନେ ଭାବୁଛନ୍ତି, ସମ୍ଭବତଃ ପ୍ରଦତ୍ତ କେତୋଟି ଘଟଣା ସେମାନଙ୍କ ପାଇଁ ଶିକ୍ଷଣୀୟ ହେବ। ପ୍ରଥମଟି ହେଲା ଇଲେକ୍ଟୋରାଲ ବଣ୍ଡ୍‌ ଲାଗୁ କରିବା। ଏହା ଏଭଳି ଏକ ବ୍ୟବସ୍ଥା ଯେଉଁଥିରେ କର୍ପୋରେଟ ଏବଂ ବିଦେଶୀ ସଂସ୍ଥାଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ଗୁପ୍ତରେ ଟଙ୍କା ଦେଇପାରିବେ। ପାଠକମାନେ ହୁଏତ ଜାଣି ନ ଥିବେ, ଦୁଇ ବର୍ଷ ପୂର୍ବେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ୧ କୋଟି ଟଙ୍କା ମୂଲ୍ୟବର୍ଗରେ ବଣ୍ଡ୍‌ର ମୋଟ ପରିମାଣର ୯୦% କିଣାଯାଇଛି। କୌଣସି ସାଧାରଣ ଲୋକ ପାର୍ଟିକୁ ଗୁପ୍ତରେ ଟଙ୍କା ଦେଉନାହାନ୍ତି ବୋଲି ଏଥିରୁ ବୁଝାପଡୁଛି। ଦ୍ୱିତୀୟତଃ, ମୋଦି ସରକାର ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ଏମିତି ପରିବର୍ତ୍ତନ କରିଛନ୍ତି ଯେ,ଏହାର କମିଶନରମାନେ ସେମାନଙ୍କ କାର୍ଯ୍ୟକାଳ ଓ ଦରମା ପାଇଁ ସରକାରଙ୍କ ଉପରେ ନିର୍ଭରଶୀଳ ହୋଇଛନ୍ତି। ତୃତୀୟରେ ରାଜ୍ୟ ସଭାକୁ ଏଡାଇଯାଇ ବାରମ୍ବାର ସମ୍ବିଧାନ ଉଲ୍ଲଂଘନ କରାଯାଇଛି। କୃଷି ଆଇନକୁ ପାସ୍‌ କରିବାରେ ସରକାର ରାଜ୍ୟ ସଭାରେ ଭୋଟ ଗ୍ରହଣ କରିବାକୁ ଅନୁମତି ଦେଇ ନ ଥିଲେ। କହିପାରିବେ କି, ଏବେ ଭାରତୀୟ ଲୋକତନ୍ତ୍ରର ସ୍ଥିତି କେଉଁଠି।
ଦି ଇକୋନୋମିଷ୍ଟ ମାଗାଜିନରେ ଇଣ୍ଡିଆସ୍‌ ଗଭର୍ନମେଣ୍ଟ ଇଜ୍‌ ସେନ୍‌ସୋରିଂ ପିପୁଲ ବିଫୋର ଦେ କମେଣ୍ଟ’ ଶୀର୍ଷକ ଷ୍ଟୋରି ଚଳିତ ସପ୍ତାହରେ ପ୍ରକାଶ କରିଛି। ଏହା ଉଗାଣ୍ଡାର ଏକଛତ୍ରବାଦୀ ଶାସକ ଇଦ୍‌ ଅମିନଙ୍କ ଉକ୍ତିକୁ ଉଦ୍ଧୃତ କରିଛି। ସେ କହିଥିଲେ ଯେ,ସେ ବାକ୍‌ ସ୍ବାଧୀନତାକୁ ସମ୍ମାନ କରନ୍ତି, କିନ୍ତୁ ବାକ୍‌ ଉପରେ ସ୍ବାଧୀନତାର ଗ୍ୟାରେଣ୍ଟି ଦେଇପାରିବେ ନାହିଁ। ମାଗାଜିନ ଦର୍ଶାଇଛି ଯେ, ଭାରତ ସରକାର ଏହି ଧାରଣାକୁ ଗ୍ରହଣ କରି ଆଉ ଏକ ପାଦ ଆଗକୁ ଯିବା ଜଣାପଡୁଛି। ବିଶ୍ୱର ବୃହତ୍‌ ଲୋକତନ୍ତ୍ରକୁ ଏ ସକରାର ଚଳାଉଥିଲେ ବି ଏହା ବାକ୍‌ ସ୍ବାଧୀନତା ସଙ୍କୁଚିତ କରିବାର ସ୍ବାଦ ପାଇଯାଇଛି। ଏଥିପାଇଁ ସିଦ୍ଦିକ କପ୍ପାନଙ୍କୁ ଉତ୍ତରପ୍ରଦେଶ ସରକାର ଏବଂ ମୁନାକ୍ୱାର ଫାରୁକଙ୍କୁ ମଧ୍ୟପ୍ରଦେଶ ସରକାର ଜେଲ୍‌ରେ ରଖିତ୍ବାକୁ ନେଇ ବିଶ୍ୱ ସ୍ତରରେ ଏକ ଇସ୍ୟୁ କରାଯାଇଛି। ଯଦି ତୁମେ ପାଶ୍ଚାତ୍ୟ ସେଲିବ୍ରିଟିଙ୍କର ଛଅ ଶବ୍ଦ ବିଶିଷ୍ଟ ଟୁଇଟ୍‌କୁ ନେଇ କ୍ରୋଧ ପ୍ରକାଶ କରୁଛ,ତେବେ ସଚିନ ତେନ୍ଦୁଲକର, ଲତା ମଙ୍ଗେସକର, ବିରାଟ କୋହଲି, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ଭଳି ଅଧିକ ସମ୍ମାନାସ୍ପଦ ସେଲିବ୍ରିଟିଙ୍କ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଶୁଣିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?