Posted inଫୁରସତ

ଏମିତି ଘର, ଯେଉଁଠି ପ୍ରତ୍ୟେକ ଜିନିଷ ଦେଖିବାକୁ ମିଳେ ଓଲଟା

ଘର ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ନିଜ ଘରକୁ ଭିନ୍ନ ତଥା ଅନନ୍ୟ କରିବାକୁ ଚାହିଁଥାନ୍ତି। ସେମାନେ ଏହାର ଡିଜାଇନ, ରଙ୍ଗ ଏବଂ ଫଟୋ ପାଇଁ ବିପୁଳ ଅର୍ଥ ବି ବ୍ୟୟ କରିଥାନ୍ତି। ଏହିପରି ଗୋଟିଏ ଘର ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଘରର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯିଏ ଏହି ଘର ଦେଖୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

ଏହି ଘରର ଡିଜାଇନ ଅନ୍ୟ ଘରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉକ୍ତ ଘରର ଆଉ ଏକ ବିଶେଷ କଥା ହେଲା ଏହି ଘରଟି ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ସହିତ ଜଡ଼ିତ। ଯେଉଁଭଳି ଭାବରେ କରୋନା ମହାମାରୀ ଦୁନିଆର ସବୁକିଛି ବିଚଳିତ କରିଦେଇଛି, ସହିଭଳି ଏହି ଘର ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାଣନ୍ତୁ ଏହି ଘରର ସ୍ବତନ୍ତ୍ରତା ବିଷୟରେ…

କଲମ୍ବିଆର ରାଜଧାନୀ ବୋଗୋଟା ନିକଟ ଗୁଆଟାଭିଟାରେ ଏକ ନିଆରା ଘର ନିର୍ମାଣ କରାଯାଇଛି। ଅଷ୍ଟ୍ରିଆରେ ରହୁଥିବା ଫ୍ରିଜ୍‌ ସ୍କୋଲ ଏହି ଅନନ୍ୟ ଘରର ପରିକଳ୍ପନା କରିଛନ୍ତି। ଘରର ସବୁକିଛି ଓଲଟା। ଯାହା ବହୁତ ଅଦ୍ଭୁତ ଦେଖାଯାଉଛି। ଏହି ଘରର ଛାତ ଉପରେ ଚାଲିଲେ ସେମାନଙ୍କର ଫଟୋ ଦେଖିବା ପରେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଚଟାଣରେ ଚାଲୁଥିବା ବ୍ୟକ୍ତି ଘରର ଛାତ ଉପରେ ଚାଲିବା ପରି ଦୃଶ୍ୟମାନ ହୁଏ। ଘରେ ରଖାଯାଇଥିବା ଆସବାବପତ୍ର ସବୁ ଓଲଟା ଦେଖାଯାଏ। ଯେମିତି ଏହା ଛାତରେ ରଖାଯାଇଛି ଦେଖାଯାଏ।

୨୦୧୫ରେ ଏପରି ଘର ତିଆରି କରିବାର କଳ୍ପନା ସ୍କୋଲ୍‌ଙ୍କ ମୁଣ୍ଡକୁ ଜୁଟିଥିଲା। ଯେତେବେଳେ ସେ ତାଙ୍କ ନାତି ସହିତ ଅଷ୍ଟ୍ରିଆ ଯାଉଥିଲେ, ସେତେବେଳେ ସେ ଏକ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ଯାହା ଅନ୍ୟ ଘରଠାରୁ ବହୁତ ଅଲଗା ଏବଂ ଅନନ୍ୟ। ଯେତେବେଳେ ସେ ଏକ ଓଲଟା ଘର ନିର୍ମାଣ ବିଷୟରେ ପରିବାର ଲୋକଙ୍କୁ କହିଥିଲେ, ସମସ୍ତେ ତାଙ୍କ କଥାରେ ହସିଥିଲେ ଏବଂ କେହି ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ପାଗଳ ଭାବିଥିଲେ।

ସ୍କୋଲ୍‌ କୁହନ୍ତି, ଯେବେଠାରୁ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିଛି, ସେବେଠାରୁ ଏହା ମୋର ଘର ନିର୍ମାଣ କାର୍ଯ୍ୟ ଉପରେ  ପ୍ରଭାବ ପକାଇଛି। ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ଧରି ବଜାରଘାଟ ବନ୍ଦ ହେତୁ ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ପାଇବାରେ ଏକ ସମସ୍ୟା ଦେଖାଦେଇଥିଲା। ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟ ଏତେଦିନ ଲାଗିଲା। ବର୍ତ୍ତମାନ ଏହି ଘର ଜାନୁୟାରୀ ୨୦୨୨ରେ ସମ୍ପୂର୍ଣ୍ଣ ହୋଇଛି। ଏହି ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଏହି ଘରେ ଫଟୋ ଉଠାଇ ସେମାନେ ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?