ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡ଼େ ଗଲା: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଶୁକ୍ରବାର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ସିଧାସଳଖ ମମିତା ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଲାଲବାହାଦୁର ଶାସ୍ତ୍ରୀ ରେଳ ଦୁର୍ଘଟଣା ପରେ ନୈତିକତା ଚାପରେ ଇସ୍ତଫା ଦେଇଥିଲେ। ଲାଲକୃଷ୍ଣ ଆଡଭାନୀ ମଧ୍ୟ ହାଓ୍ବଲା ମାମଲାରେ ନୈତିକତା ଦୃଷ୍ଟିରୁ ବିରୋଧୀ ଦଳ ନେତା ପଦବୀରୁ ଇସ୍ତଫା ଦେବାର ନଜିର ରହିଛି। ଦୀର୍ଘଦିନର ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ଅନେକ ଘଟଣା କିମ୍ବା ଦୁର୍ନୀତି ମାମଲାରେ ନୈତିକତା ଦୃଷ୍ଟିରୁ ବହୁ ନେତା ଓ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ହେଲେ ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ପୁଣି ମମିତାଙ୍କ ବାପା, ମା’ଙ୍କ ୧୬୪ ବୟାନ ରେକର୍ଡ କରାଯାଇନାହିଁ। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ ପ୍ରାୟୋଜିତ ମାମଲା କରାଯିବା ସହ ତ୍ୱରିତ ଶୁଣାଣି ପାଇଁ କେସ୍‌ ହୋଇଛି। ମାମଲାର ଚାର୍ଜଶିଟ୍‌ ହୋଇ ନ ଥିବାବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ୍‌ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ସରକାର ଥିବାବେଳେ କିଏ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଠଗଡ଼ ନେଇ ଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୦୦ ମସିହାର ଆଠଗଡ଼ ନିର୍ବାଚନ ସଭା ଅଞ୍ଜନା ମିଶ୍ର ପ୍ରସଙ୍ଗରେ ହୋଇଥିଲା ନା ନାହିଁ। ସେତେବେଳେ ଏହି ପ୍ରସଙ୍ଗ ଯଦି ସମ୍ବେଦନଶୀଳ ଥିଲା ତେବେ ବର୍ତ୍ତମାନ ଓଡ଼ିଆ ଝିଅର ଇଜ୍ଜତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଲେ ତାହାକୁ ହୀନ ରାଜନୀତି କିଭଳି କୁହାଯିବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଓଡ଼ିଆ ଲୋକ ଭରସା କରି ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ସେହି ଦମ୍ଭରେ ପ୍ରଶ୍ନ ପଚାରିବାକୁ ଆଉ କାହାର ଅଧିକାର ନାହିଁ ବୋଲି ଭାବିବା ଠିକ୍‌ ନୁହେଁ। କାହାରି ଅହଂକାର ବେଶିଦିନ ତିଷ୍ଠିନି ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ଆହୁରି କହିଛନ୍ତି, କରୋନା ସମୟରେ ପାଖାପାଖି ଦେଢ଼ବର୍ଷ ପର୍ଯ୍ୟନ୍ତ ମୋଦି ସରକାର ଜଣ ପିଛା ୫ କେଜି ଚାଉଳ, ଡାଲି ଦେଇଥିଲେ। ମାଗଣାରେ ଘର, ଖାଦ୍ୟ, ବିଜୁଳି, ଗ୍ୟାସ୍‌, ଶୌଚାଳୟ, ପିଇବାପାଣି ଯୋଗାଇଛନ୍ତି। ସମଗ୍ର ଦେଶର ୧୧୩ କୋଟି ଲୋକଙ୍କ କରୋନା ଟିକାର ଡୋଜ ଦିଆଯାଇଛି। ସେଥିମଧ୍ୟରୁ ୪୦କୋଟି ଲୋକଙ୍କୁ ୨ ଡୋଜ ଦିଆସରିଛି। ହେଲେ ଓଡ଼ିଶାରେ ୨୫ ଲକ୍ଷରୁ ଅଧିକ ଟିକା ମହଜୁଦ ରହିଛି। ଟିକାକରଣ କ୍ଷେତ୍ରରେ ଓଡ଼ିଶା ଏକ ପଛୁଆ ରାଜ୍ୟ। ଗରିବ, ଚାଷୀ, ପଛୁଆ ଲୋକ, ଆଦିବାସୀଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଛି। ହେଲେ ଏହାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ବିକଳ୍ପ ବ୍ୟବସ୍ଥା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?