ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ ଏବଂ ଧୈୟାର ପ୍ରଭାବ ଦେଇ ଗତି କରୁଥିବା ରାଶିଗୁଡ଼ିକ ପାଇଁ ଶନିଙ୍କ ସ୍ଥିତି ବେଶ ଗୁରୁତ୍ୱ ବହନ କରେ। ଏହି କାରଣରୁ ଅକ୍ଟୋବରରେ ହେବାକୁ ଥିବା ଶନିଙ୍କର ଏହି ନକ୍ଷତ୍ର ଗୋଚର ବିଶେଷ ବୋଲି ବିବେଚନା କରାଯାଉଛି। ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ, ଶନି ୯ ଅକ୍ଟୋବର ୨୦୨୬ରେ ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରର ସୱାମୀ ନିଜେ ଶନିଦେବ। ଏଭଳି ପରିସ୍ଥିତିରେ ଶନିଙ୍କ ଏହି ଗୋଚର ନିଜ ନକ୍ଷତ୍ରରେ ହିଁ ହେବାକୁ ଯାଉଛି, ଯାହା ୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଏହି ସମୟ ମଧ୍ୟରେ କିଛି ରାଶିର ଲୋକଙ୍କ ପାଇଁ ସମୟ ଶୁଭ ହେବାକୁ ଥିବା ବେଳେ କେତେକଙ୍କ ପାଇଁ ସମସ୍ୟା ବଢ଼ିପାରେ। ତେବେ ଆସନ୍ତୁ ଜାଣିବା ୧୨ଟି ରାଶି ଉପରେ ଶନିଙ୍କର ଏହି ନକ୍ଷତ୍ର ଗୋଚରର କ’ଣ ପ୍ରଭାବ ପଡ଼ିବ:

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ଏହି ସମୟ ସାଧାରଣ ରହିବ। ଏହି ସମୟରେ ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଏବଂ ଚିନ୍ତାବିଚାର କରି ନିଷ୍ପତ୍ତି ନେବାକୁ ପଡ଼ିବ। ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ସମୟ ସୱାଭାବିକ ରହିବ। କାର୍ଯ୍ୟ ସମ୍ୱନ୍ଧୀୟ ଯାତ୍ରା ସଫଳ ସାବ୍ୟସ୍ତ ହେବ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନଲାଭର ଯୋଗ ବନୁଛି। ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ସମନୱୟ ବଜାୟ ରହିବ। ଏହି ସମୟରେ କୌଣସି ବଡ଼ ଖୁସି ଖବର ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ରୋଜଗାରର ନୂଆ ସୁଯୋଗ ମିଳିପାରେ।

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ଉନ୍ନତିର ସୁଯୋଗ ସୃଷ୍ଟି ହେବ, ମାତ୍ର କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ବଢ଼ିପାରେ। ବଡ଼ ଯାତ୍ରାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ। ଆର୍ଥିକ କ୍ଷେତ୍ରରେ ସୁଧାରର ସଙ୍କେତ ମିଳିବ। ଦାୟିତ୍ୱ ବୃଦ୍ଧି ପାଇବା ହେତୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତିମାନଙ୍କୁ ବଡ଼ ସଫଳତା ମିଳିବାର ଯୋଗ ରହିଛି। ନୂତନ ଚାକିରି ପାଇଁ କରାଯାଉଥିବା ପ୍ରୟାସ ଫଳପ୍ରଦ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଭଲ ଫଳ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କୁ ମାନ-ସମ୍ମାନ ପ୍ରାପ୍ତି ହେବ। ଜୀବନରେ କୌଣସି ପସନ୍ଦର ବ୍ୟକ୍ତିଙ୍କ ଆଗମନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଟକି ରହିଥିବା ଧନ ଫେରି ପାଇପାରନ୍ତି।

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡ଼ିବ। ଆପଣ ଏହି ସମୟରେ କୌଣସି ବଡ଼ ଯୋଜନା କରିପାରନ୍ତି, ଯେଉଁଥିରେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିଛି। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିପାରେ। କୌଣସି କାର୍ଯ୍ୟରେ ତରବରିଆ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ତୁଳା ରାଶି

ତୁଳା ରାଶିର ଲୋକଙ୍କୁ ନିଜ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବାର ସମ୍ଭାବନା ରହିଛି। କ୍ୟାରିୟରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ କରାଯାଇଥିବା ପ୍ରୟାସରୁ ସଫଳତା ମିଳିବା ସହ ଆଗକୁ ବଢ଼ିବାର ନୂଆ ସୁଯୋଗ ପ୍ରାପ୍ତ ହେବ।

ବିଛା ରାଶି

ବିଛା ରାଶିର ଲୋକଙ୍କ ସମସ୍ୟା କିଛି ମାତ୍ରାରେ ବଢ଼ିପାରେ। ନିଜ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବାକୁ ପ୍ରେରଣା ମିଳିବ। ଜୀବନରେ କୌଣସି ଆପଣାର ମଣିଷଙ୍କ ପ୍ରବେଶ ହୋଇପାରେ। କୌଣସି ନିଷ୍ପତ୍ତି ନେବା ପୂର୍ୱରୁ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ଜରୁରୀ। କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନର ସାମ୍ନା କରିବାକୁ ପଡ଼ିପାରେ।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ପ୍ରମାଣିତ ହୋଇପାରେ। ପୁରୁଣା ଯୋଜନାରୁ ଭଲ ଲାଭ ମିଳିବାର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ତମ ସୁଯୋଗ ମିଳିବ। ଆର୍ଥିକ କାରବାରରେ ଲାଭ ମିଳିବା ସହିତ ନୂତନ ସୁଯୋଗ ସୃଷ୍ଟି ହେବ।

ମକର ରାଶି

ମକର ରାଶିର ଲୋକମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ସମାଜରେ ଆପଣଙ୍କ ପତିଆରା ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ କାରବାରରେ ସତର୍କତା ଅବଲମ୍ୱନ କରନ୍ତୁ ଏବଂ ବିନା ଚିନ୍ତାବିଚାରରେ କୌଣସି ବଡ଼ ନିବେଶ କରନ୍ତୁ ନାହିଁ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କ ଏହି ଗୋଚର ବେଶ ଲାଭଦାୟକ ହେବ। ରୋଜଗାରର ସୁବର୍ଣ୍ଣ ସୁଯୋଗ ମିଳିବ। କଠିନ ପରିଶ୍ରମର ଭଲ ପରିଣାମ ପ୍ରାପ୍ତ ହେବା ସହ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବ।

ମୀନ ରାଶି

ମୀନ ରାଶିର ଲୋକଙ୍କୁ ମଧ୍ୟ ଏହି ସମୟରେ ଲାଭ ମିଳିବାର ଯୋଗ ରହିଛି। କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଭଲ ସୁଯୋଗ ମିଳିବ। ପିତାମାତାଙ୍କ ସହ ସମୟ ବିତାଇ ମନ ପ୍ରସନ୍ନ ରହିବ। ଅଂଶୀଦାରି (ପାର୍ଟନରସିପ) ବ୍ୟବସାୟରେ ବହୁତ ବଡ଼ ଲାଭ ମିଳିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?