ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ ଏବଂ ଧୈୟାର ପ୍ରଭାବ ଦେଇ ଗତି କରୁଥିବା ରାଶିଗୁଡ଼ିକ ପାଇଁ ଶନିଙ୍କ ସ୍ଥିତି ବେଶ ଗୁରୁତ୍ୱ ବହନ କରେ। ଏହି କାରଣରୁ ଅକ୍ଟୋବରରେ ହେବାକୁ ଥିବା ଶନିଙ୍କର ଏହି ନକ୍ଷତ୍ର ଗୋଚର ବିଶେଷ ବୋଲି ବିବେଚନା କରାଯାଉଛି। ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ, ଶନି ୯ ଅକ୍ଟୋବର ୨୦୨୬ରେ ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରର ସୱାମୀ ନିଜେ ଶନିଦେବ। ଏଭଳି ପରିସ୍ଥିତିରେ ଶନିଙ୍କ ଏହି ଗୋଚର ନିଜ ନକ୍ଷତ୍ରରେ ହିଁ ହେବାକୁ ଯାଉଛି, ଯାହା ୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଏହି ସମୟ ମଧ୍ୟରେ କିଛି ରାଶିର ଲୋକଙ୍କ ପାଇଁ ସମୟ ଶୁଭ ହେବାକୁ ଥିବା ବେଳେ କେତେକଙ୍କ ପାଇଁ ସମସ୍ୟା ବଢ଼ିପାରେ। ତେବେ ଆସନ୍ତୁ ଜାଣିବା ୧୨ଟି ରାଶି ଉପରେ ଶନିଙ୍କର ଏହି ନକ୍ଷତ୍ର ଗୋଚରର କ’ଣ ପ୍ରଭାବ ପଡ଼ିବ:

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ଏହି ସମୟ ସାଧାରଣ ରହିବ। ଏହି ସମୟରେ ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଏବଂ ଚିନ୍ତାବିଚାର କରି ନିଷ୍ପତ୍ତି ନେବାକୁ ପଡ଼ିବ। ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ସମୟ ସୱାଭାବିକ ରହିବ। କାର୍ଯ୍ୟ ସମ୍ୱନ୍ଧୀୟ ଯାତ୍ରା ସଫଳ ସାବ୍ୟସ୍ତ ହେବ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନଲାଭର ଯୋଗ ବନୁଛି। ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ସମନୱୟ ବଜାୟ ରହିବ। ଏହି ସମୟରେ କୌଣସି ବଡ଼ ଖୁସି ଖବର ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ରୋଜଗାରର ନୂଆ ସୁଯୋଗ ମିଳିପାରେ।

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ଉନ୍ନତିର ସୁଯୋଗ ସୃଷ୍ଟି ହେବ, ମାତ୍ର କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ବଢ଼ିପାରେ। ବଡ଼ ଯାତ୍ରାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ। ଆର୍ଥିକ କ୍ଷେତ୍ରରେ ସୁଧାରର ସଙ୍କେତ ମିଳିବ। ଦାୟିତ୍ୱ ବୃଦ୍ଧି ପାଇବା ହେତୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତିମାନଙ୍କୁ ବଡ଼ ସଫଳତା ମିଳିବାର ଯୋଗ ରହିଛି। ନୂତନ ଚାକିରି ପାଇଁ କରାଯାଉଥିବା ପ୍ରୟାସ ଫଳପ୍ରଦ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଭଲ ଫଳ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କୁ ମାନ-ସମ୍ମାନ ପ୍ରାପ୍ତି ହେବ। ଜୀବନରେ କୌଣସି ପସନ୍ଦର ବ୍ୟକ୍ତିଙ୍କ ଆଗମନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଟକି ରହିଥିବା ଧନ ଫେରି ପାଇପାରନ୍ତି।

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡ଼ିବ। ଆପଣ ଏହି ସମୟରେ କୌଣସି ବଡ଼ ଯୋଜନା କରିପାରନ୍ତି, ଯେଉଁଥିରେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିଛି। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିପାରେ। କୌଣସି କାର୍ଯ୍ୟରେ ତରବରିଆ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ତୁଳା ରାଶି

ତୁଳା ରାଶିର ଲୋକଙ୍କୁ ନିଜ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବାର ସମ୍ଭାବନା ରହିଛି। କ୍ୟାରିୟରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ କରାଯାଇଥିବା ପ୍ରୟାସରୁ ସଫଳତା ମିଳିବା ସହ ଆଗକୁ ବଢ଼ିବାର ନୂଆ ସୁଯୋଗ ପ୍ରାପ୍ତ ହେବ।

ବିଛା ରାଶି

ବିଛା ରାଶିର ଲୋକଙ୍କ ସମସ୍ୟା କିଛି ମାତ୍ରାରେ ବଢ଼ିପାରେ। ନିଜ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବାକୁ ପ୍ରେରଣା ମିଳିବ। ଜୀବନରେ କୌଣସି ଆପଣାର ମଣିଷଙ୍କ ପ୍ରବେଶ ହୋଇପାରେ। କୌଣସି ନିଷ୍ପତ୍ତି ନେବା ପୂର୍ୱରୁ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ଜରୁରୀ। କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନର ସାମ୍ନା କରିବାକୁ ପଡ଼ିପାରେ।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ପ୍ରମାଣିତ ହୋଇପାରେ। ପୁରୁଣା ଯୋଜନାରୁ ଭଲ ଲାଭ ମିଳିବାର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ତମ ସୁଯୋଗ ମିଳିବ। ଆର୍ଥିକ କାରବାରରେ ଲାଭ ମିଳିବା ସହିତ ନୂତନ ସୁଯୋଗ ସୃଷ୍ଟି ହେବ।

ମକର ରାଶି

ମକର ରାଶିର ଲୋକମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ସମାଜରେ ଆପଣଙ୍କ ପତିଆରା ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ କାରବାରରେ ସତର୍କତା ଅବଲମ୍ୱନ କରନ୍ତୁ ଏବଂ ବିନା ଚିନ୍ତାବିଚାରରେ କୌଣସି ବଡ଼ ନିବେଶ କରନ୍ତୁ ନାହିଁ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କ ଏହି ଗୋଚର ବେଶ ଲାଭଦାୟକ ହେବ। ରୋଜଗାରର ସୁବର୍ଣ୍ଣ ସୁଯୋଗ ମିଳିବ। କଠିନ ପରିଶ୍ରମର ଭଲ ପରିଣାମ ପ୍ରାପ୍ତ ହେବା ସହ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବ।

ମୀନ ରାଶି

ମୀନ ରାଶିର ଲୋକଙ୍କୁ ମଧ୍ୟ ଏହି ସମୟରେ ଲାଭ ମିଳିବାର ଯୋଗ ରହିଛି। କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଭଲ ସୁଯୋଗ ମିଳିବ। ପିତାମାତାଙ୍କ ସହ ସମୟ ବିତାଇ ମନ ପ୍ରସନ୍ନ ରହିବ। ଅଂଶୀଦାରି (ପାର୍ଟନରସିପ) ବ୍ୟବସାୟରେ ବହୁତ ବଡ଼ ଲାଭ ମିଳିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?