ସାଇବର ଥାନାର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ

ପୁରୀ ଅଫିସ,୧୧।୮: ପ୍ରଯୁକ୍ତିବିଦ୍ୟା ସହ ତାଳଦେଇ ନୂଆ ନୂଆ ତରିକାରେ ଆପରାଧିକ କାର୍ଯ୍ୟକଳାପ ହେଉଛି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଲିଙ୍କ୍‌ ଓ କଲ୍‌ ଜରିଆରେ ସାଇବର ଠକମାନେ ଲୋକଙ୍କୁ ଲୁଟୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ସବୁ ଜିଲାରେ ସାଇବର ଥାନା ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି କ୍ରମରେ ପୁରୀ ସହରରେ ୨୦୨୧ ଡିସେମ୍ବରରୁ ସାଇବର ଥାନା ଖୋଲିଥିଲେ ବି ଏହାର କାର୍ଯ୍ୟ ଧିମା। ଠକାମିର ଶିକାର ବ୍ୟକ୍ତି ଥାନାରେ ଅଭିଯୋଗପତ୍ର ଦେବା ସତ୍ତ୍ୱେ ତାହା ସେମିତି ପଡ଼ିରହୁଛି। ଏପରି କି ଅନେକ କ୍ଷେତ୍ରରେ ଥସୂଚନା ଅନୁଯାୟୀ, ଗତ ଏପ୍ରିଲରେ ନିବେଦିତା ସାହୁ ଏକ ଅଣସୁରକ୍ଷିତ ଲିଙ୍କ୍‌ରେ କ୍ଲିକ୍‌ କରି ୩୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଏ ନେଇ ସେ ପୁରୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କୁ କୌଣସି ଅପ୍‌ଡେଟ୍‌ ବର୍ତ୍ତମାନ ସୁଦ୍ଧା ମିଳି ନ ଥିବାବେଳେ ସେ ଟଙ୍କା ପାଇବା ଆଶା ଛାଡ଼ି ଦେଇଥିବା କହିଛନ୍ତି। ଠକେଇ ହେବାର ଏକ ଘଣ୍ଟା ମଧ୍ୟରେ ଅଭିଯୋଗ କଲେ ଟଙ୍କା ମିଳିବାର ସମ୍ଭାବନା ଅଧିକ ବୋଲି କୁହାଯାଉଥିବାରୁ ସେ ଆଶା ଛାଡ଼ିଦେଇଥିବା ପ୍ରକାଶ କରିଛନ୍ତି। ସେହିଭଳି ନିକଟ ଅତୀତରେ ଚନ୍ଦନପୁରର ଜଣେ ଯୁବକଙ୍କଠାରୁ ଅନଲାଇନ୍‌ରେ ଟିକା ପଞ୍ଜୀକରଣ ନାମରେ ଅର୍ଥ ଠକି ନିଆଯାଇଥିଲା। ସେ ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ସାଇବର ଥାନା ରହିଛି। ଗତ ଡିସେମ୍ବରରୁ ଅଦ୍ୟାବଧି ମାତ୍ର ୧୬ଟି ମାମଲା ଦାଏର ହୋଇଛି। ତନ୍ମଧ୍ୟରୁ ୩ଟିରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ସାଇବର ଥାନାରେ ସ୍ବତନ୍ତ୍ର ଭାବେ ତଦନ୍ତ ଅଧିକାରୀ ନାହାନ୍ତି।

ଏନେଇ ଅତିରିକ୍ତ ଦାୟିତ୍ୱରେ ଥିବା ସାଇବର ଥାନା ଅଧିକାରୀ ନୀଳିମା ପଟ୍ଟନାୟକ କହିଛନ୍ତି, ଯେଉଁ ଥାନା ଅନ୍ତର୍ଗତ ସାଇବର ଠକେଇ ମାମଲା ଦାଏର ହେଉଛି, ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ତଦନ୍ତ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ କୁହାଯାଉଛି। ସେହିପରି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ ମତରେ, ସାଇବର ଥାନାରେ ନିଯୁକ୍ତ ହେଉଥିବା ଅଧିକାରୀମାନେ ସ୍ବତନ୍ତ୍ର ତାଲିମ ନେବାର ଆବଶ୍ୟକତା ରହିଛି। ଗତାନୁଗତିକ ଧାରାରେ ଚାଲି ଆସିଥିବା ଥାନା ଅଧିକାରୀମାନେ ତଦନ୍ତ ଦାୟିତ୍ୱ ନେଲେ ଅପରାଧୀଙ୍କୁ ଧରିବା ସମ୍ଭବପର ନୁହେଁ। ସାଇବର ସେଲ୍‌ ପାଖରେ ବ୍ୟାଙ୍କ ଅପରେଟରମାନଙ୍କ ନମ୍ବର ରହିଛି। ସେହି ମାଧ୍ୟମରେ ସେମାନେ ଠକେଇ ହୋଇଥିବା ଅର୍ଥ କେଉଁ ଆକାଉଣ୍ଟକୁ ଯାଇଛି ତାହା ଜାଣିପାରିବେ। ଜାଣିବା ପରେ ତଦନ୍ତକାରୀ ଟିମ୍‌ର କାର୍ଯ୍ୟ ପ୍ରମୁଖ ହୋଇପଡ଼େ। ଦକ୍ଷ ସାଇବର ସେଲ ଓ ତଦନ୍ତକାରୀ ଟିମ୍‌ ମିଳିବା ଅତ୍ୟନ୍ତ କଷ୍ଟକର। ସାଇବର ସେଲ୍‌ ପାଖରେ ଦକ୍ଷ ମାନବ ସମ୍ବଳ ଅଭାବ କାରଣରୁ ସାଇବର ଠକ ଦିନକୁ ଦିନ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। କ୍ରାଇମବ୍ରାଞ୍ଚ ସାଇବର ସେଲ୍‌କୁ ଛାଡ଼ି ଜିଲାସ୍ତରୀୟ ସାଇବର ସେଲ୍‌ରେ ଦକ୍ଷ କର୍ମଚାରୀ ନାହାନ୍ତି ବୋଲି ସାହୁ କହିଛନ୍ତି। ସାଇବର ଠକେଇ ରୋକିବା ପାଇଁ ପୁରୀ ପୋଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି। ଲିଙ୍କ୍‌ ବିଶ୍ୱସନୀୟତା କିଭଳି ଚିହ୍ନଟ କରାଯିବ, ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପୂର୍ବରୁ କିଭଳି ସେହି ସମ୍ପର୍କିତ ଜ୍ଞାନ ପାଇବେ, ଓଟିପିର ଗୁରୁତ୍ୱ କ’ଣ ଓ କେଉଁ କେଉଁ ଉପାୟରେ ଠକେଇ ହେଉଛି ସେନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର ବୋଲି ଆଇଟି ଏକ୍ସପର୍ଟ ସୁନୀଲ କୁମାର ସାହୁ ମତ ଦେଇଛନ୍ତି। ଏ ନେଇ ପୁରୀ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା କହିଛନ୍ତି, ଥାନା ଅଧିକାରୀ ଭାବେ ଜଣେ ଅତିରିକ୍ତ ଦାୟିତ୍ୱରେ ରହିଥିବା ବେଳେ ଦୁଇଜଣ ସବ୍‌ଇନ୍ସପେକ୍ଟର ଓ କର୍ମଚାରୀ ସାଇବର ଥାନା ଦାୟିତ୍ୱରେ ରହିଛନ୍ତି। ସାଇବର ସୁରକ୍ଷା ଦିଗରେ ପୋଲିସ ଦୃଷ୍ଟି ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri