କେଉଁଆଡ଼କୁ ମୁହାଁଇଛେ

ଆକାର ପଟେଲ

ବିଶ୍ୱ ସ୍ତରରେ ଦେଶଗୁଡ଼ିକର ବିଭିନ୍ନ ସ୍ଥିତି ଉପରେ ଅନୁଧ୍ୟାନ କରୁଥିବା ଜଣାଶୁଣା ସୂଚକଗୁଡ଼ିକ ମଧ୍ୟରୁ ଫ୍ରାଜାଇଲ ଷ୍ଟେଟ୍‌ସ ଇଣ୍ଡେକ୍ସ ଅନ୍ୟତମ। ୨୦୧୪ରୁ ଭାରତର ସ୍ଥିତି ଉପରେ ଏହା ଆକଳନ କରିଛି। ପୂର୍ବରୁ ଏହାକୁ ଫେଲ୍‌ଡ ଷ୍ଟେଟ୍‌ସ ଇଣ୍ଡେକ୍ସ କୁହାଯାଉଥିଲା। ଏହା ବିଭିନ୍ନ ଦେଶର ସବୁ ପ୍ରକାର ସୁରକ୍ଷା ତଥା ଅର୍ଥନୈତିକ ବିକାଶ ସମ୍ପର୍କିତ ରେକର୍ଡ ସଂଗ୍ରହ କରେ ଓ ତା’ଉପରେ ଅନୁଧ୍ୟାନ କରି ଦେଶଗୁଡ଼ିକୁ ବର୍ଗୀଭୁକ୍ତ କରିଥାଏ। ଯେଉଁ ଦେଶଗୁଡ଼ିକ ସେମାନଙ୍କ ସଫଳତା ଜାରି ରଖିବାର ସମ୍ଭାବନା ଅଧିକ , ସେମାନଙ୍କ ମଧ୍ୟରେ ରହିଛନ୍ତି କାନାଡା,ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସମେତ ଫିନଲାଣ୍ଡ,ନରଓ୍ବେ, ଡେନମାର୍କ ଏବଂ ଆଇସ୍‌ଲାଣ୍ଡ ଭଳି ଉତ୍ତର ୟୁରୋପୀୟ ଦେଶ। ଭାରତ ଏହି ବର୍ଗରେ ନାହିଁ କି ଏହା ପର ବା ତା’ପର ବର୍ଗ, ଯାହା ସ୍ଥାୟୀ ଓ ସ୍ଥିର ସେଥିରେ ବି ସ୍ଥାନ ପାଇନାହିଁ। ଏହା ତଳ ଆଡୁ ୫ ବର୍ଗ ‘ଏଲିଭେଟେଡ୍‌ ଓ୍ବାର୍ନିଂ’ରେ ରହିଛି। ଆମ ସହ କଲମ୍ବିଆ, ବ୍ରାଜିଲ, ଇସ୍ରାଏଲ, ଆଲ୍‌ଜେରିଆ, ରୁଷିଆ ଏବଂ ସେନେଗାଲ ଆଦି ଦେଶଗୁଡ଼ିକ ବର୍ଗୀଭୁକ୍ତ ହୋଇଛନ୍ତି। ଏହି ବର୍ଗରେ ୩୦ ଦେଶ ରହିଛନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୪ଟି ଦେଶ ଗତ ବର୍ଷରୁ ତଳକୁ ଖସିଛନ୍ତି। ସେହି ୪ଟି ଦେଶ ହେଲେ ବ୍ରାଜିଲ, କଲମ୍ବିଆ, ବଲିଭିଆ ଏବଂ ଭାରତ। ଭାରତର ସମସ୍ତ ବିଷୟ ଉପରେ ଏହି ଇଣ୍ଡେକ୍ସ ସୂଚାଇ ଦେଇଛି। ବିକଶିତ ତଥା ଗଣତାନ୍ତ୍ରିିକ ପାଶ୍ଚାତ୍ୟ ଦେଶଗୁଡ଼ିକର ଭବିଷ୍ୟତ ସହ ଆମ ଦେଶର ଭବିଷ୍ୟତ ଯୋଡ଼ି ନ ହୋଇ ଏହିସବୁ ଦେଶଗୁଡ଼ିକ ସହ ରହିବାର ସମ୍ଭାବନା ଅଧିତ୍କ ବୋଲି କାହିଁକି ବିଚାର କରାଯାଇଛିିି ସେ ସମ୍ପର୍କରେ ମଧ୍ୟ ସୂଚାଇ ଦେଇଛି ଏହି ଇଣ୍ଡେକ୍ସ।
ଦୁର୍ବଳ ବିଚାରଧାରାଭିତ୍ତିକ ସଂସ୍କାର ଏବଂ ଏହାକୁ ଲାଗୁ କରିବାରେ ତ୍ରୁଟି କାରଣରୁ ଭାରତୀୟ ଆର୍ଥିକ ଅଭିବୃଦ୍ଧି ମାନ୍ଦା ରହିବା ସହ ୧୯୭୮ ପରଠାରୁ ସୁବୁଠୁ କମ୍‌ ସ୍ତରରେ ରହିଛି। ଦେଶର ଘରୋଇ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବା ଲାଗି ଆପଣାଇଥିତ୍ବା ନୀତିି, ଉଚ୍ଚ ସରକାରୀ ନିବେଶ, ବ୍ୟାଙ୍କ ଲେଣ୍ଡିଂ ଟାର୍ଗେଟ ଏବଂ ପ୍ରତ୍ୟକ୍ଷ ରପ୍ତାନି ସହାୟତା ଆଦିରେ ମୋଦିଙ୍କ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧି ବଢ଼ାଇବାରେ ସକ୍ଷମ ହୋଇପାରି ନାହିଁ। ଜାତୀୟ ନାଗରିକତ୍ୱ ପଞ୍ଜୀକରଣ (ଏହା ସାରା ଦେଶରେ ଲାଗୁ ହେଉଛି କି ନାହିଁ ତାହା ନେଇ ଆମେ ବି ନିଶ୍ଚିତ ନାହୁଁ ), କାଶ୍ମୀରରେ ସଙ୍କଟ ଏବଂ ବାକ୍‌ ସ୍ବାଧୀନତା ଉପରେ ଆକ୍ରମଣ ଠାରୁ ଆରମ୍ଭ କରି ଦେଶର ସୁରକ୍ଷା ବ୍ୟବସ୍ଥାରେ ରହିଥିବା ସମସ୍ୟାଗୁଡ଼ିକୁ ଏହା ମଧ୍ୟ ରେକର୍ଡ କରିଛି। ଯେତେବେଳେ କୌଣସି ଦେଶର ସରକାର ନିୟନ୍ତ୍ରଣରେ ରହେ ନାହିଁ , ସେତେବେଳେ ସେହି ଦେଶକୁ ଏକ ବିଫଳ ଦେଶ କୁହାଯାଏ। ଆଇନର ଶାସନ, ଅର୍ଥବ୍ୟବସ୍ଥା, ସୁରକ୍ଷା, ସ୍ଥିରିତା ଏବଂ ବିକାଶର ନିୟନ୍ତ୍ରଣ କଥା ଏଠାରେ କୁହାଯାଉଛି। ଏକ ସୁବ୍ୟବସ୍ଥିତ ଗଣତାନ୍ତ୍ରିକ ଦେଶ ଭାବେ ଭାରତର ଇତିହାସ ଜଡ଼ିତ ରହିଛି ଏବଂ ଦୟାଳୁ ଦେଶ ଭାବେ ସାରା ବିଶ୍ୱରେ ଏହାର ଯେଉଁ ପରିଚୟ ରହିଛି ତାହା ଆମର କ୍ଷତିକାରକ ପ୍ରବୃତ୍ତିକୁ ନଜର ଆଢୁଆଳରେ ରଖିଦେଇଛି। ଭାରତ ଏକମାତ୍ର ଦେଶ, ଯିଏ ତା’ ନାଗରିକମାନଙ୍କ ପ୍ରତି ଉଗ୍ର ସ୍ବଭାବ ପ୍ରଦର୍ଶନ କରୁଛି , ଯାହା ଅନ୍ୟ ଦେଶଗୁଡ଼ିକୁ ଚିନ୍ତାରେ ପକାଇଦେଇଛି। ଆର୍ଥିକ ମୋର୍ଚ୍ଚା ସମ୍ଭାଳିବାର ବିଫଳତାକୁ ତା’ର ହିନ୍ଦୁତ୍ୱ ଏଜେଣ୍ଡା ସହ ଯୋଡ଼ିଛି ବିଶ୍ୱ। କାରଣ ଭାରତର ସୁରକ୍ଷା କବଚ କୁହାଯାଉଥିବା ସାମାଜିକ ବନ୍ଧନକୁ ଏହା ଭାଙ୍ଗି ଅଲଗା କରିଦେଇ ତାହାକୁ କ୍ଷତି ପହଞ୍ଚାଇଛି। କେବଳ ମୂଳ କଥାକୁ ଏହି ଇଣ୍ଡେକ୍ସ ଆକଳନ କରିନାହିଁ, ବରଂ ଆମର ଭବିଷ୍ୟତ କେଉଁଆଡେ ମୁହଁାଉଛି ତାହା ମଧ୍ୟ ସୂଚାଇ ଦେଇଛି। କିନ୍ତୁ ଏହାକୁ କିିଭଳି ସମାଧାନ କରାଯାଇ ପାରିବ, ସେ ବିଷୟରେ କିଛି ପ୍ରକାଶ କରିନାହିଁ। ହେଲେ ଆମର ସାଧାରଣ ଜ୍ଞାନ କହୁଛି, ମୋଦିଙ୍କ ଅଧୀନରେ ଆମେ ଯାହା କରୁଛୁ ତାହାକୁ ପ୍ରଥମେ ବନ୍ଦ କରିବା ଦରକାର। କାରଣ ଏହା ଆମକୁ ଭୁଲ୍‌ ବାଟରେ ନେଇଯାଉଛି। ଉଭୟ ସାମାଜିକ ଓ ଆର୍ଥିକ ରୂପେ ଆମେ ଦୁର୍ବଳ ହୋଇଯାଇଥିଲେ ବି ଦେଖେଇଦେବାକୁ ଏହା କରିଚାଲିଛୁ। ୨୦୧୨ରେ ଭାରତୀୟମାନେ ଯାହା ରୋଜଗାର କରୁଥିତ୍ଲେ ଏବଂ ଖାଉଥିତ୍ଲେ ୨୦୧୮ରେ ଏସବୁ କମ୍‌ ରହିଥିତ୍ଲା ବୋଲି ସରକାର ଦର୍ଶାଇଥିବା ତଥ୍ୟକୁ ମଧ୍ୟ ଏହା ଦୋହରାଇଛି। ଅଭିବୃଦ୍ଧି ୩୬ ମାସ ତଳୁ କମିବା ଆରମ୍ଭ ହେବା କଥା ଆମେ ଯାହା କହୁଛୁ ବାସ୍ତବରେ ଏହା ତା’ ପୂର୍ବରୁ ହୋଇଥିଲା। ଅର୍ଥ ବ୍ୟବସ୍ଥାର ଏବକାର ସ୍ଥିତି କ’ଣ ତାହା ଭଗବାନ ଜାଣନ୍ତି। କିନ୍ତୁ ଆମେ ଏବେ ସୁଦ୍ଧା ଯେଉଁ ସବୁ ପଦକ୍ଷେପ ନେଇଛେ, ତାହା ଦ୍ୱାରା ଏହାକୁ ଆମେ ଅଟକାଇ ସକାରାମତ୍କ କରିପାରିଛେ କି? ଅବଶ୍ୟ ଏହା କରି ପାରିନାହୁଁ , ବରଂ ଆମେ ଖୁବ୍‌ ଶୀଘ୍ର ବିପର୍ଯ୍ୟୟମୁହାଁ ହୋଇଛୁ। ନିଜକୁ ସୁଧାରି ନେବା ପାଇଁ ଆମ ପାଖରେ ନିଜସ୍ବ ଯୋଜନା ନାହିଁ। ଆମେ ନିଜ ପାଇଁ ଗାତ ଖୋଳିଛୁ ଓ ଆହୁରି ଗଭୀରକୁ ଖୋଳି ଚାଲିଛୁ। ସେଥିରୁ କିପରି ବାହାରି ପାରିବୁ ତାହା ଦେଖିବା ବି ମୁସ୍କିଲ। ଆମେ ଦେଶ ସମ୍ପର୍କରେ କେବଳ ଗୋଟିଏ କଥା ଭାବୁଛୁ ଓ ଅନୁଭବ ମଧ୍ୟ କରୁଛୁ। ତେବେ ଆମେ ଯାହା କରୁଛୁ ଅବଶିଷ୍ଟ ବିଶ୍ୱ ତହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି। ସେମାନେ ଆମ ପାଇଁ ଏକ ଭବିଷ୍ୟତ ଆକଳନ କରିଛନ୍ତି ଯେଉଁଥିରେ ଆମେ କେଉଁଆଡକୁ ମୁହାଁଇଛେ ଯଦି ଭାରତୀୟମାନଙ୍କୁ ଏହା କୁହାଯାଏ, ତେବେ ସେମାନେ ଭୟଭୀତ ହୋଇଯିବେ। ଏହା ହେବା ପରେ ବି ରେକର୍ଡ ପରିମାଣର ବେରୋଜଗାରି ଏବଂ ବିଭିନ୍ନ ସାମାଜିକ ଚାପର ବୋଝ ବହନ କରି ତିନିବର୍ଷ ଲଗାତର ଅର୍ଥବ୍ୟବସ୍ଥାରେ ହ୍ରାସ ଯୋଗୁ ସରକାର ରିସେସନ ଘୋଷଣା କରିଛନ୍ତି। ଏହି ଲମ୍ବା କାହାଣୀକୁ ସରକାର ତ’ ଆମକୁ ଜଣାଇନାହାନ୍ତି। ଦୁଇ ଦଶନ୍ଧି କିମ୍ବା ତା’ପୂର୍ବରୁ ଏହି ଇଣ୍ଡେକ୍ସ ପାକିସ୍ତାନ ଖୁବଶୀଘ୍ର ଏକ ବିଫଳ ରାଷ୍ଟ୍ର ହେବାକୁ ଯାଉଥିବାର ଆକଳନ କରିଥିଲା ଯାହାକୁ ନେଇ ମୋ ସହ ଭାରତର ବହୁ ବିଶ୍ଳେଷକ ଉକ୍ତ ତଥ୍ୟକୁ ଆଧାର କରି ବାସ୍ତବରେ ଖୁସି ହୋଇଯାଇଥିଲୁ। ଭାରତ ସେହି ଏକା ବାଟରେ ଖୁବ୍‌ ଶୀଘ୍ର ରହିବ ବୋଲି ଆମେମାନେ ସେତେବେଳେ ଭାବିପାରିନଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?