Posted inଫୁରସତ

ଶନି ମହାଗ୍ରହଙ୍କ ଯୋଗୁ ମିଳେ ପ୍ରଶାସନିକ ସେବା…

ସରକାରୀ ନିଯୁକ୍ତି ପାଇଁ ସଭିଙ୍କ ମନରେ ଥାଏ ଆଗ୍ରହ। ତେବେ ଘରୋଇ ହେଉ କିମ୍ବା ସରକାରୀ ନିଯୁକ୍ତି ଉଭୟ କ୍ଷେତ୍ରରେ ଜାତକରେ ଶନି ମହାଗ୍ରହଙ୍କ ସ୍ଥିତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶନିଙ୍କ ଯୋଗକାରକ ସ୍ଥିତି ଦ୍ୱାରା ଜାତକରେ ପ୍ରଶାସନିକ ଅଧିକାରୀ ହେବାର ସଙ୍କେତ ନିହିତ ରହିଥାଏ। ଏହା ସହିତ ଦଶମ ତଥା ଏକାଦଶ ଭାବରେ ଥିବା ରବିଙ୍କ ସ୍ଥିତି ମଧ୍ୟ ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାତକରେ ପଞ୍ଚମହାପୁରୁଷ ଯୋଗ ମଧ୍ୟରୁ ଗୋଟିଏ ଯୋଗ ସୃଷ୍ଟି ହେଉଥିଲେ ଏହା ସରକାରୀ ନିଯୁକ୍ତି ସମ୍ଭାବନା ବୃଦ୍ଧି କରେ। ମାତାପିତାଙ୍କୁ ସମ୍ମାନ, ଗାୟତ୍ରୀ ମନ୍ତ୍ର ଜପ, ତୁଳସୀ ଚଉରାରେ ଜଳ ଦାନ ଆଦି ଦ୍ୱାରା ମଧ୍ୟ ସରକାରୀ ନିଯୁକ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ। ଜାତକରେ ଦଶମ, ଏକାଦଶ, ଷଷ୍ଠ ଭାବରେ ଗ୍ରହଙ୍କ ସ୍ଥିତି ଅନୁକୁଳ ନ ଥିଲେ ସରକାରୀ ନିଯୁକ୍ତି ମିଳିବା ଆଶା କ୍ଷୀଣ ହୋଇଥାଏ। ସେହିଭଳି ବୃହସ୍ପତିଙ୍କ ସ୍ଥିତି ମଧ୍ୟ ସରକାରୀ ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରବି କେତୁ କିମ୍ବା ରାହୁ ସହିତ ମିଳିତ ହେଲେ ଜାତକରେ ଗ୍ରହଣ ଯୋଗ ସୃଷ୍ଟି ହୋଇଥାଏ। ଫଳରେ ସରକାରୀ ନିଯୁକ୍ତି ମିଳିବା କଷ୍ଟକର ହୋଇଥାଏ। ତେବେ ଉପଯୁକ୍ତ ପ୍ରତିକାର ମାଧ୍ୟମରେ ଏହାର ନିରାକରଣ କରାଯାଇ ପାରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri