କେବେ ମିଳିବ ମୃତଦେହ, ଚାହିଁ ବସିଛନ୍ତି ଦାବିଦାର

ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିହ୍ନଟ ଲାଗି ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା। ଏଥିମଧ୍ୟରୁ ୧୨୩ଟି ମୃତଦେହକୁ ଏମ୍‌ସରେ ରଖାଯାଇଥିଲା। ତେବେ ୬ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରୁ ୩୯ଟି ମୃତଦେହ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ମିଶାଇ ଏବେ ଏମ୍‌ସରେ ମୋଟ ୧୬୨ ମୃତଦେହ ଥିବାବେଳେ ବୁଧବାର ୭୫ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଗୋଟିଏ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଥିବାରୁ ଡିଏନ୍‌ଏ ଟେଷ୍ଟ୍‌ର ବ୍ୟବସ୍ଥା କରାଯାଇଛି। ନମୁନା ସଂଗ୍ରହ, ପ୍ରେରଣ ଓ ଡିଏନ୍‌ଏ ଟେଷ୍ଟ୍‌, ଏସବୁ ସମୟସାପେକ୍ଷ ହୋଇଥିବାରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦାବିଦାରଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି। ରାଜ୍ୟ ତଥା ବାହାର ରାଜ୍ୟରୁ ମୃତକଙ୍କ ପରିବାର ଲୋକେ ଆସିଥିବାରୁ ସେମାନେ ଏବେ ଏମ୍‌ସରେ ପଡି ରହିଛନ୍ତି। ମନସ୍ତାପ ଭିତରେ ଖାଇବା ଓ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଦିନରେ ଟାଣ ଖରା ସାଙ୍ଗକୁ ରାତିରେ ପ୍ରବଳ ଗରମରେ ଦହଗଞ୍ଜ ହେଉଛନ୍ତି। ନା ଅଛି ପେଟରେ ଭୋକର ଜ୍ୱଳା ନା ଅଛି ଝଡ ବର୍ଷାର ଡର। ଏସବୁକୁ ଖାତିର ନ କରି ଏମ୍‌ସର ହେଲ୍ପଡେସ୍କ ବାରଣ୍ଡାରେ ନିଜ ଆତ୍ମୀୟ ବ୍ୟକ୍ତିଙ୍କ ମୃତ ଶରୀରକୁ ଚାହିଁ ରହିଛନ୍ତି। କେମିତି ନିଜ ସମ୍ପର୍କୀୟଙ୍କ ମୃତ ଶରୀର ନେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ତାହା ଭାବି ଭାବି ଦିନ କାଟୁଛନ୍ତି। ସମସ୍ତଙ୍କ ମୁହଁରେ ଏକା ପ୍ରଶ୍ନ କେବେ ମିଳିବ ଆମ ଲୋକଙ୍କ ମୃତଦେହ?
ସେପଟେ ଏମ୍‌ସ ଭୁବନେଶ୍ୱରରେ ଡିଏନ୍‌ଏ ଟେଷ୍ଟର ସାମ୍ପଲ ଗ୍ରହଣ କରାଯାଉଥିଲେ ମଧ୍ୟ ବ୍ୟାପକ ସୁବିଧା ନ ଥିବାରୁ ଟେଷ୍ଟିଂ ଲାଗି ଦିଲ୍ଲୀସ୍ଥିତ ଏମ୍‌ସକୁ ପଠାଯାଉଛି। ଏମ୍‌ସ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଟେଷ୍ଟିଂ ଲାଗି ପାଖାପାଖି ୭ରୁ ୮ ଦିନ ଲାଗିବ। ଅନ୍ୟପଟେ ବୁଧବାର ଦିନ ୪୫ରୁ ଊର୍ଦ୍ଧ୍ୱ ଡିଏନ୍‌ଏ ନମୁନା ଗ୍ରହଣ କରାଯାଇଥିବାବେଳେ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ନମୁନାକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ମୃତକଙ୍କ ପରିବାର ଲୋକଙ୍କ କଷ୍ଟକୁ ହୃଦୟଙ୍ଗମ କରି ଗୋଟିଏ ଦିନ ଭିତରେ ନମୁନାର ପରୀକ୍ଷଣ କରି ରିପୋର୍ଟ ପଠାଇବାକୁ ଅନୁରୋଧ କରିଛନ୍ତି ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?