ଟ୍ରକ୍‌ରୁ ହେଲା ନୋଟ୍‌ ବର୍ଷା

କାଲିଫର୍ନିଆ,୨୧।୧୧:ଯଦି ରାସ୍ତାରେ ଦଶ ଟଙ୍କିଆ ନୋଟ ଖଣ୍ଡେ ମିଳିଯାଏ, ତେବେ ଖୁସିର ସୀମା ନ ଥାଏ। କିନ୍ତୁ ଆମେରିକାର କାଲିଫର୍ନିଆରେ ଡଲାର ବର୍ଷା ହୋଇଛି ଏବଂ ଲୋକମାନେ ରାସ୍ତା ମଝିରେ ନୋଟ୍‌ ଗୋଟାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ପୋଲିସ ଏବଂ ଏଫବିଆଇ ସେମାନଙ୍କ ପଛରେ ପଡିଯାଇଥିଲେ। ଲୋକଙ୍କୁ ନୋଟ ଫେରସ୍ତ କରିବାକୁ କୁହାଯାଇଛି, ନଚେତ୍‌ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ପୋଲିସ ଅଧିକାରୀଙ୍କ କହିବାନୁସାରେ, ଶୁକ୍ରବାର ସକାଳ ପ୍ରାୟ ୯.୧୫ ବେଳେ ଏକ ନୋଟ ଭର୍ତ୍ତି ଟ୍ରକ କାର୍ଲସ୍ୟାଡର ଇଣ୍ଟରଷ୍ଟେଟ ହାଇୱେ-୫ ଦେଇ ଯାଉଥିଲା। ଏହି ଟ୍ରକରେ ଅନେକ ବ୍ୟାଗରେ ନୋଟ ଭର୍ତ୍ତି କରାଯାଇଥିଲା। ହଠାତ୍‌ ଟ୍ରକର ପଛ କବାଟ ଖୋଲିଯିବାରୁ ପ୍ରବଳ ପବନ ଯୋଗୁ ଟଙ୍କା ବ୍ୟାଗଗୁଡ଼ିକ ଖୋଲିଯାଇଥିଲା। ବ୍ୟାଗ ଖୋଲିବା ମାତ୍ରେ ଏଥିରେ ଭର୍ତ୍ତି ହୋଇଥିବା ନୋଟଗୁଡ଼ିକ ପବନରେ ଉଡ଼ିବା ଆରମ୍ଭ କଲା। ଏହି ଦୃଶ୍ୟ ଦେଖି ଆଖପାଖର ଲୋକମାନେ ଗାଡିଗୁଡ଼ିକୁ ଅଟକାଇ ନୋଟ ଲୁଟିବା ଆରମ୍ଭ କଲେ, ଯେଉଁଥିପାଇଁ ସମଗ୍ର ରାଜପଥ ଜାମ ହୋଇଯାଇଥିଲା।
ଟ୍ରକର ଡ୍ରାଇଭର ଦେଖିଲେ ଯେ ତାଙ୍କ ଟ୍ରକର ନୋଟ ଆକାଶରେ ଉଡୁଛି ଏବଂ ଲୋକମାନେ ତାଙ୍କୁ ଲୁଟୁଛନ୍ତି, ସେତେବେଳେ ସେ ଏହାକୁ ବିରୋଧ କରିଥିଲେ। କିନ୍ତୁ ଲୋକମାନେ ନୋଟ ଲୁଟ କରିବାରେ ଏତେ ପାଗଳ ଥିଲେ ଯେ ସେମାନେ ଟ୍ରକ ଡ୍ରାଇଭରଙ୍କ ସହ ମାରପିଟ୍‌ ମଧ୍ୟ କରିଥିଲେ। ଟ୍ରକ ଡ୍ରାଇଭର ବାଧ୍ୟ ହୋଇ ହାଇୱେ ପାଟ୍ରୋଲିଂ ପୋଲିସକୁ ଏହା ଜଣାଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଲୋକଙ୍କୁ ନୋଟ ଫେରସ୍ତ କରିବାକୁ ଚେତାବନୀ ଦେଇଥିଲା, କିନ୍ତୁ ନୋଟ ବର୍ଷା ହେତୁ ଲୋକମାନେ ଏତେ ଖୁସି ହୋଇଥିଲେ ଯେ ଚେତାବନୀକୁ ସେମାନେ ଭୟ କରି ନ ଥିଲେ। ଏହା ପରେ ପୋଲିସ ଉଭୟ ପାର୍ଶ୍ୱରୁ ରାସ୍ତାକୁ ସିଲ କରିଥିଲା। ପ୍ରାୟ ୧୨ ଜଣ ଲୋକ ନୋଟ ଫେରସ୍ତ କରିଥିଲେ। ଅନେକ ଲୋକ ନିଜ ନିଜ ଗାଡିରେ ଅନେକ ନୋଟ ରଖି ପଳାଇ ଯାଇଥିଲେ। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଏଫବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ଟ୍ରକରେ କେତେ ନୋଟ ଥିଲା ଏବଂ କେତେଜଣ ନୋଟ ନେଇ ପଳାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?