ଗୃହରେ ଏ କ’ଣ ପ୍ରଶ୍ନ ପଚାରିଦେଲେ ବିଜେଡି ବିଧାୟକ, ହସିବାକୁ ଲାଗିଲେ ଭାଜପା ନେତା

ଭୁବନେଶ୍ୱର,୧୧।୧୨: ଆଜି ବିଧାନସଭାରେ ଦେଖାଦେଇଛି ଆଳୁ ଝଡ। ଆଳୁ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରାପଡାର ବିଜେଡି ବିଧାୟକ ଗଣେଶ୍ୱର ବେହେରା ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ଆଳୁ ପ୍ରସଙ୍ଗ ଉଠାଇ ଭାଜପା ସରକାରଙ୍କୁ ବିଜେଡି ନେତା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆଳୁର ବିକଳ୍ପ ବାବଦରେ ସରକାର ଚିନ୍ତା କରିବେ କି ? ଯାହାଫଳରେ ଆଳୁ ଉପରେ ଆଉ କେହି ର୍ନିଭରଶୀଳ ହେବେ ନାହିଁ କି ପ୍ରତିବର୍ଷ ସଙ୍କଟ ଦେଖାଯିବନି।

ବିଜେଡି ନେତାଙ୍କ ଏହି ପ୍ରଶ୍ନ ଶୁଣି ହଠାତ୍‌ ଭାଜପା ନେତାମାନେ ହସିବାକୁ ଲାଗିଥିଲେ। ଏହି ହାସ୍ୟରୋଳ ମଧ୍ୟରେ କେଭି ସିଂ ଦେଓ କହିଛନ୍ତି, ଗଣେଶ୍ୱର ବାବୁ ବହୁତ ଜ୍ଞାନୀ। ଆଗାମୀ ଦିନରେ ତାଙ୍କଠୁ ଜ୍ଞାନପ୍ରାପ୍ତ କରିବି। ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସେ ଆହୁରି କହିଛନ୍ତି, ପୂର୍ବ ସରକାରର ଆଳୁ ମିଶନ ଫେଲ ମାରିଛି । ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । ତେଣୁ ଓଡ଼ିଶାରେ ଆଳୁ ଉତ୍ପାଦନ କରି ର୍ନିଭରଶୀଳ ନହେବାକୁ ସରକାର ବଦ୍ଧପରିକର । ଏଥିପାଇଁ ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି ।

ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ । ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri