Posted inଫୁରସତ

ପାର୍ବଣରେ…

ପାର୍ବଣ ଆସିଲେ ହିଁ ମନରେ ଭରିଯାଏ ଆନନ୍ଦ। ଏହି ଅବସରରେ କିଏ କେମିତି ଖୁସି ମନାଇବେ ସେଥିପାଇଁ କେତେ କଳ୍ପନାଜଳ୍ପନା। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ପାର୍ବଣରେ ଖୁସି ସାଙ୍ଗରେ ଦାୟିତ୍ୱ ବି ଥାଏ ଅନେକ…

ଗାଁ ଗଣ୍ଡା, ପୁରପଲ୍ଲୀ ସବୁଠି ଏବେ ପାର୍ବଣର ପରିବେଶ। ଦଶହରାକୁ ସ୍ବାଗତ କରିବା ପାଇଁ ସମସ୍ତେ ନିଜ ନିଜ ଢଙ୍ଗରେ ପ୍ରସ୍ତୁତି କରିଛନ୍ତି। କିଏ କେଉଁଠି ଛୁଟି କଟେଇବ କି ଶପିଂ କରିବ ଅବା ଖିଆପିଆ, ବୁଲାବୁଲି ମଜାମସ୍ତିରେ ସମୟ କାଟିବ ସେଥିପାଇଁ ପ୍ଲାନିଂ ଜୋରଦାର। ପିଲାମାନେ ତ ଏଥିପାଇଁ ନିଜ ନିଜ ପ୍ଲାନିଂ ଅନୁସାରେ ମଜା ନେବାକୁ ଆଗୁଆ ସ୍ଥିର କରି ସାରିଲେଣି। ତା’ ଛଡ଼ା ଦୁଇ ବର୍ଷ ପରେ କରୋନା କଟକଣା ନ ଥିବାରୁ ଦଶହରା ପାଇଁ ସମସ୍ତଙ୍କ ମନରେ ଢେର୍‌ ଉତ୍ସାହ। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏସବୁ ମଜାମସ୍ତିରେ ଥାଏ କଟକଣା। କେବଳ କର୍ତ୍ତବ୍ୟ ପାଇଁ ସେମାନେ ସବୁବେଳେ ତତ୍ପର ରହିଥାନ୍ତି।
ଛୁଟିରେ କାମ ବେଶି
-ମମତା ଜେନା
ଗୃହିଣୀ, ବଡ଼ଗଡ଼ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
ଦଶହରା ଛୁଟି ପାଇଁ ଘରେ ବହୁତ ଗହଳି। ପିଲାମାନଙ୍କ ସହିତ ଘରେ ବନ୍ଧୁବାନ୍ଧବ ବି ଆସିଥାନ୍ତି। ସେଥିପାଇଁ ତ ମୋର କାମ ବହୁତ ବଢି ଯାଇଥାଏ। ଅବଶ୍ୟ ଅଧିକ କାମ କଲେ ବି ମନ ଖୁସି ରହିଥାଏ। ଛୁଟି ସମୟରେ ଘରେ ଥିବାବେଳେ ସମସ୍ତଙ୍କ ସହିତ ରହିବା ଆଉ ସେମାନଙ୍କ ପାଇଁ ରୋଷେଇ କରିବା ହିଁ ମୋ ପାଇଁ ଛୁଟି କଟେଇବା ଭଳି ଲାଗେ। ଏମିତିକି ସମସ୍ତଙ୍କୁ ଏକାଠି ବିଭିନ୍ନ ପ୍ରକାର ରୋଷେଇ କରି ଖାଇବାକୁ ଦେବା ଲାଗି ମତେ ବହୁତ ଭଲ ଲାଗେ। ଆଉ ବେଳେବେଳେ ନନ୍ଦନକାନନ କିମ୍ବା ପାର୍କ ଆଦି ବିଭିନ୍ନ ସ୍ଥାନକୁ ଆମେ ସମସ୍ତେ ଏକାଠି ହୋଇ ଯାଉ। ସମସ୍ତଙ୍କ ସହ ବୁଲିବା ଆଉ ସେମାନଙ୍କ ଖୁସିରେ ସାମିଲ ହେବାରେ ଏକ ଭିନ୍ନ ଆନନ୍ଦ ମିଳେ। ଛୁଟି ସରିଗଲେ ତ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିବେ ଆଉ ପୁଣି ଥରେ ଧରାବନ୍ଧା ରୁଟିନ ଜୀବନ ଆରମ୍ଭ ହୋଇଯିବ। ଅଧିକ କାମ ପଡିଲେ ବି ଛୁଟିରେ ସମସ୍ତଙ୍କ ସହ ସମୟ କାଟିବା ପାଇଁ ମତେ ଭଲ ଲାଗେ। ତେଣୁ ଛୁଟି ସମୟରେ ମତେ ଘରଛାଡି ଅନ୍ୟ କେଉଁଠିକୁ ଏକୁଟିଆ ବୁଲିବାକୁ ଯିବାକୁ ବି ଇଚ୍ଛା ହୁଏନି।

ଆତ୍ମତୃପ୍ତି ମିଳେ
-ମୋନାଲିସା ନାୟକ
ଗାଇନିକ୍‌ ସ୍ପେଶାଲିଷ୍ଟ,
ଶ୍ରୀ ହସ୍‌ପିଟାଲ
ମତେ ଯେବେ ଛୁଟି ମିଳେ ସେତେବେଳେ ମୋ ପାଇଁ ହୁଏ ଦଶହରା। ଏକଥା ମୁଁ ସିନା ବୁଝିସାରିଛି ହେଲେ ପିଲାମାନଙ୍କୁ ବୁଝାଇବାକୁ ଟିକେ କଷ୍ଟ ହୁଏ। ପିଲାମାନଙ୍କର ଛୁଟି ଅଛି ଓ ସେମାନେ ଘରେ ଅଛନ୍ତି କିନ୍ତୁ ମୋ ପାଖରେ ତାଙ୍କ ପାଇଁ ସମୟ ନାହିଁ। ଅବଶ୍ୟ ମୋ ଝିଅ ଏବେ ଦଶ ଏଗାର ବର୍ଷର ହେଲାଣି ବୋଲି ଟିକେ ବୁଝିଗଲାଣି ଯେ, ମାମା ସାଙ୍ଗରେ ସେ ବୁଲିବାକୁ ଯାଇପାରିବନି। ତେଣୁ ଆଈ ସାଙ୍ଗରେ ସେ ବୁଲିବା ପାଇଁ ନିଜ ଆଡୁ ପ୍ଲାନ କରିଛି। ପୁଅ ଛୋଟ ଅଛି ବୋଲି ସବୁଦିନ କହୁଛି ଯେ ଆମ ସାଙ୍ଗରେ ବୁଲିବ ଆଉ ଖେଳଣା କିଣିବ, ଅମକ ଖାଇବ ଇତ୍ୟାଦି। ବେଳେବେଳେ ଭାବେ ଡାକ୍ତର ହୋଇ ନ ଥିଲେ ଅନ୍ୟ କେଉଁ ପ୍ରଫେସନରେ ଥିଲେ ହୁଏତ ଭଲ ହୋଇଥାନ୍ତା, କିନ୍ତୁ ପରେ ନିଜ କାମରୁ ବେଳେବେଳେ ଏତେ ଆତ୍ମସନ୍ତୋଷ ମିଳେ ଯେ ସବୁ ଛୁଟି ପାଳିବାର ମଜା ମତେ ସେଇ ମାଧ୍ୟମରେ ମିଳିଯାଏ।
ଦଶହରା ସମୟରେ ବେଳେବେଳେ ମୋର ଅପରେଶନ ଚାଲିଥାଏ ଆଉ ଝିଅଟିଏ ହେଲେ ମତେ ଲାଗେ ବୋଧେ ମାଆଙ୍କର ଦର୍ଶନ ହୋଇଗଲା। ଏସବୁ ପରେ ମତେ ଲାଗେ ନିଜ କର୍ତ୍ତବ୍ୟ କରିବାରେ ହିଁ ଆତ୍ମତୃପ୍ତି। ଏମିତିରେ ଆହୁରି ଅନେକ ଅଛନ୍ତି ଯେଉଁମାନଙ୍କର ଦାୟିତ୍ୱ ଛୁଟି ସମୟରେ ଆହୁରି ଅଧିକ ବଢି ଯାଇଥାଏ।

କାମ ଭିତରେ ମଜା
-ସୁଚିତ୍ରା ପରିଡା, ଆଇଆଇସି, ପାହାଳ
ସମସ୍ତଙ୍କର ଛୁଟି ମାନେ ଆମର କାମ ଅଧିକ। କିନ୍ତୁ କାମ ଭିତରେ ଗୋଟେ ଅଲଗା ପ୍ରକାରର ମଜା ଲାଗେ। ସେଇଠି ଭିଡରେ କାମ କରୁ ଆଉ ସେଇଠି ତାରି ଭିତରେ ଏନ୍‌ଜଏ ବି କରୁ। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଭିଡ ନିୟନ୍ତ୍ରଣ କରୁ। ସେଥିପାଇଁ ଖୁସି ଲାଗେ ଯେ ଆମେ ଲୋକଙ୍କ ପାଇଁ କାମ କରୁଛୁ। ତା’ଛଡା ପରିବାରକୁ ସମୟ ଦେବା ପାଇଁ ଆମ ପାଖରେ ଟାଇମ୍‌ ହୁଏନି ସିନା ଏଥିପାଇଁ କାହାର ବି ଆଉ ମନଦୁଃଖ ହେଉନି। ଘର ଲୋକେ ସବୁ ଏବେ ଆଡ୍‌ଜଷ୍ଟ କରି ସାରିଲେଣି। ଏବେ ପୂଜା ଆରମ୍ଭ ହୋଇନି ସତ କିନ୍ତୁ ମାର୍କେଟିଂ ପାଇଁ ବହୁତ ଗହଳି ହେଉଛି। ସବୁଠି ଆମର ଦାୟିତ୍ୱ ବଢିଯାଇଛି। କିନ୍ତୁ ଏଇଠି ବାହାରେ କାମ କରିବା ଭିତରେ ଆମେ ଖୁସି ହେଉଛୁ, ମଜା ବି କରୁଛୁ।
ଭିଡ ଭିତରେ କାହାର କିଛି ଅଘଟଣ ନ ହେଉ କେଉଁଠି କିଛି ଅସୁବିଧା ନ ହେଉ ସମସ୍ତେ ଶାନ୍ତିଶୃଙ୍ଖଳାର ସହିତ ବୁଲାବୁଲି କରନ୍ତୁ ଏଥିପାଇଁ ଆମକୁ ପ୍ରତି ମୁହୂର୍ତ୍ତରେ ସଜାଗ ହୋଇ ରହିବାକୁ ପଡିଥାଏ। ଏମିତି ଛୁଟି ସମୟରେ ଆମକୁ ଅଧିକ ସମୟ କାମ କରିବାକୁ ପଡିଥାଏ। ଏଥିପାଇଁ କେବେ ବି ମୋର କିମ୍ବା ମୋ ସହକର୍ମୀ କାହାର ବି ମନଦୁଃଖ ହୁଏନି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?