Posted inଫୁରସତ

ପାର୍ବଣରେ…

ପାର୍ବଣ ଆସିଲେ ହିଁ ମନରେ ଭରିଯାଏ ଆନନ୍ଦ। ଏହି ଅବସରରେ କିଏ କେମିତି ଖୁସି ମନାଇବେ ସେଥିପାଇଁ କେତେ କଳ୍ପନାଜଳ୍ପନା। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ପାର୍ବଣରେ ଖୁସି ସାଙ୍ଗରେ ଦାୟିତ୍ୱ ବି ଥାଏ ଅନେକ…

ଗାଁ ଗଣ୍ଡା, ପୁରପଲ୍ଲୀ ସବୁଠି ଏବେ ପାର୍ବଣର ପରିବେଶ। ଦଶହରାକୁ ସ୍ବାଗତ କରିବା ପାଇଁ ସମସ୍ତେ ନିଜ ନିଜ ଢଙ୍ଗରେ ପ୍ରସ୍ତୁତି କରିଛନ୍ତି। କିଏ କେଉଁଠି ଛୁଟି କଟେଇବ କି ଶପିଂ କରିବ ଅବା ଖିଆପିଆ, ବୁଲାବୁଲି ମଜାମସ୍ତିରେ ସମୟ କାଟିବ ସେଥିପାଇଁ ପ୍ଲାନିଂ ଜୋରଦାର। ପିଲାମାନେ ତ ଏଥିପାଇଁ ନିଜ ନିଜ ପ୍ଲାନିଂ ଅନୁସାରେ ମଜା ନେବାକୁ ଆଗୁଆ ସ୍ଥିର କରି ସାରିଲେଣି। ତା’ ଛଡ଼ା ଦୁଇ ବର୍ଷ ପରେ କରୋନା କଟକଣା ନ ଥିବାରୁ ଦଶହରା ପାଇଁ ସମସ୍ତଙ୍କ ମନରେ ଢେର୍‌ ଉତ୍ସାହ। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏସବୁ ମଜାମସ୍ତିରେ ଥାଏ କଟକଣା। କେବଳ କର୍ତ୍ତବ୍ୟ ପାଇଁ ସେମାନେ ସବୁବେଳେ ତତ୍ପର ରହିଥାନ୍ତି।
ଛୁଟିରେ କାମ ବେଶି
-ମମତା ଜେନା
ଗୃହିଣୀ, ବଡ଼ଗଡ଼ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
ଦଶହରା ଛୁଟି ପାଇଁ ଘରେ ବହୁତ ଗହଳି। ପିଲାମାନଙ୍କ ସହିତ ଘରେ ବନ୍ଧୁବାନ୍ଧବ ବି ଆସିଥାନ୍ତି। ସେଥିପାଇଁ ତ ମୋର କାମ ବହୁତ ବଢି ଯାଇଥାଏ। ଅବଶ୍ୟ ଅଧିକ କାମ କଲେ ବି ମନ ଖୁସି ରହିଥାଏ। ଛୁଟି ସମୟରେ ଘରେ ଥିବାବେଳେ ସମସ୍ତଙ୍କ ସହିତ ରହିବା ଆଉ ସେମାନଙ୍କ ପାଇଁ ରୋଷେଇ କରିବା ହିଁ ମୋ ପାଇଁ ଛୁଟି କଟେଇବା ଭଳି ଲାଗେ। ଏମିତିକି ସମସ୍ତଙ୍କୁ ଏକାଠି ବିଭିନ୍ନ ପ୍ରକାର ରୋଷେଇ କରି ଖାଇବାକୁ ଦେବା ଲାଗି ମତେ ବହୁତ ଭଲ ଲାଗେ। ଆଉ ବେଳେବେଳେ ନନ୍ଦନକାନନ କିମ୍ବା ପାର୍କ ଆଦି ବିଭିନ୍ନ ସ୍ଥାନକୁ ଆମେ ସମସ୍ତେ ଏକାଠି ହୋଇ ଯାଉ। ସମସ୍ତଙ୍କ ସହ ବୁଲିବା ଆଉ ସେମାନଙ୍କ ଖୁସିରେ ସାମିଲ ହେବାରେ ଏକ ଭିନ୍ନ ଆନନ୍ଦ ମିଳେ। ଛୁଟି ସରିଗଲେ ତ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିବେ ଆଉ ପୁଣି ଥରେ ଧରାବନ୍ଧା ରୁଟିନ ଜୀବନ ଆରମ୍ଭ ହୋଇଯିବ। ଅଧିକ କାମ ପଡିଲେ ବି ଛୁଟିରେ ସମସ୍ତଙ୍କ ସହ ସମୟ କାଟିବା ପାଇଁ ମତେ ଭଲ ଲାଗେ। ତେଣୁ ଛୁଟି ସମୟରେ ମତେ ଘରଛାଡି ଅନ୍ୟ କେଉଁଠିକୁ ଏକୁଟିଆ ବୁଲିବାକୁ ଯିବାକୁ ବି ଇଚ୍ଛା ହୁଏନି।

ଆତ୍ମତୃପ୍ତି ମିଳେ
-ମୋନାଲିସା ନାୟକ
ଗାଇନିକ୍‌ ସ୍ପେଶାଲିଷ୍ଟ,
ଶ୍ରୀ ହସ୍‌ପିଟାଲ
ମତେ ଯେବେ ଛୁଟି ମିଳେ ସେତେବେଳେ ମୋ ପାଇଁ ହୁଏ ଦଶହରା। ଏକଥା ମୁଁ ସିନା ବୁଝିସାରିଛି ହେଲେ ପିଲାମାନଙ୍କୁ ବୁଝାଇବାକୁ ଟିକେ କଷ୍ଟ ହୁଏ। ପିଲାମାନଙ୍କର ଛୁଟି ଅଛି ଓ ସେମାନେ ଘରେ ଅଛନ୍ତି କିନ୍ତୁ ମୋ ପାଖରେ ତାଙ୍କ ପାଇଁ ସମୟ ନାହିଁ। ଅବଶ୍ୟ ମୋ ଝିଅ ଏବେ ଦଶ ଏଗାର ବର୍ଷର ହେଲାଣି ବୋଲି ଟିକେ ବୁଝିଗଲାଣି ଯେ, ମାମା ସାଙ୍ଗରେ ସେ ବୁଲିବାକୁ ଯାଇପାରିବନି। ତେଣୁ ଆଈ ସାଙ୍ଗରେ ସେ ବୁଲିବା ପାଇଁ ନିଜ ଆଡୁ ପ୍ଲାନ କରିଛି। ପୁଅ ଛୋଟ ଅଛି ବୋଲି ସବୁଦିନ କହୁଛି ଯେ ଆମ ସାଙ୍ଗରେ ବୁଲିବ ଆଉ ଖେଳଣା କିଣିବ, ଅମକ ଖାଇବ ଇତ୍ୟାଦି। ବେଳେବେଳେ ଭାବେ ଡାକ୍ତର ହୋଇ ନ ଥିଲେ ଅନ୍ୟ କେଉଁ ପ୍ରଫେସନରେ ଥିଲେ ହୁଏତ ଭଲ ହୋଇଥାନ୍ତା, କିନ୍ତୁ ପରେ ନିଜ କାମରୁ ବେଳେବେଳେ ଏତେ ଆତ୍ମସନ୍ତୋଷ ମିଳେ ଯେ ସବୁ ଛୁଟି ପାଳିବାର ମଜା ମତେ ସେଇ ମାଧ୍ୟମରେ ମିଳିଯାଏ।
ଦଶହରା ସମୟରେ ବେଳେବେଳେ ମୋର ଅପରେଶନ ଚାଲିଥାଏ ଆଉ ଝିଅଟିଏ ହେଲେ ମତେ ଲାଗେ ବୋଧେ ମାଆଙ୍କର ଦର୍ଶନ ହୋଇଗଲା। ଏସବୁ ପରେ ମତେ ଲାଗେ ନିଜ କର୍ତ୍ତବ୍ୟ କରିବାରେ ହିଁ ଆତ୍ମତୃପ୍ତି। ଏମିତିରେ ଆହୁରି ଅନେକ ଅଛନ୍ତି ଯେଉଁମାନଙ୍କର ଦାୟିତ୍ୱ ଛୁଟି ସମୟରେ ଆହୁରି ଅଧିକ ବଢି ଯାଇଥାଏ।

କାମ ଭିତରେ ମଜା
-ସୁଚିତ୍ରା ପରିଡା, ଆଇଆଇସି, ପାହାଳ
ସମସ୍ତଙ୍କର ଛୁଟି ମାନେ ଆମର କାମ ଅଧିକ। କିନ୍ତୁ କାମ ଭିତରେ ଗୋଟେ ଅଲଗା ପ୍ରକାରର ମଜା ଲାଗେ। ସେଇଠି ଭିଡରେ କାମ କରୁ ଆଉ ସେଇଠି ତାରି ଭିତରେ ଏନ୍‌ଜଏ ବି କରୁ। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଭିଡ ନିୟନ୍ତ୍ରଣ କରୁ। ସେଥିପାଇଁ ଖୁସି ଲାଗେ ଯେ ଆମେ ଲୋକଙ୍କ ପାଇଁ କାମ କରୁଛୁ। ତା’ଛଡା ପରିବାରକୁ ସମୟ ଦେବା ପାଇଁ ଆମ ପାଖରେ ଟାଇମ୍‌ ହୁଏନି ସିନା ଏଥିପାଇଁ କାହାର ବି ଆଉ ମନଦୁଃଖ ହେଉନି। ଘର ଲୋକେ ସବୁ ଏବେ ଆଡ୍‌ଜଷ୍ଟ କରି ସାରିଲେଣି। ଏବେ ପୂଜା ଆରମ୍ଭ ହୋଇନି ସତ କିନ୍ତୁ ମାର୍କେଟିଂ ପାଇଁ ବହୁତ ଗହଳି ହେଉଛି। ସବୁଠି ଆମର ଦାୟିତ୍ୱ ବଢିଯାଇଛି। କିନ୍ତୁ ଏଇଠି ବାହାରେ କାମ କରିବା ଭିତରେ ଆମେ ଖୁସି ହେଉଛୁ, ମଜା ବି କରୁଛୁ।
ଭିଡ ଭିତରେ କାହାର କିଛି ଅଘଟଣ ନ ହେଉ କେଉଁଠି କିଛି ଅସୁବିଧା ନ ହେଉ ସମସ୍ତେ ଶାନ୍ତିଶୃଙ୍ଖଳାର ସହିତ ବୁଲାବୁଲି କରନ୍ତୁ ଏଥିପାଇଁ ଆମକୁ ପ୍ରତି ମୁହୂର୍ତ୍ତରେ ସଜାଗ ହୋଇ ରହିବାକୁ ପଡିଥାଏ। ଏମିତି ଛୁଟି ସମୟରେ ଆମକୁ ଅଧିକ ସମୟ କାମ କରିବାକୁ ପଡିଥାଏ। ଏଥିପାଇଁ କେବେ ବି ମୋର କିମ୍ବା ମୋ ସହକର୍ମୀ କାହାର ବି ମନଦୁଃଖ ହୁଏନି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ଇଣ୍ଟରଭ୍ୟୁ

ବେଳେବେଳେ ଯୋଗ୍ୟତା ଥାଇ ବି ଚେହେରା ଖାସ୍‌ ନ ହୋଇଥିବାରୁ ଅନେକେ ଇଣ୍ଟରଭ୍ୟୁରେ ସଫଳ ହୋଇ ପାରନ୍ତି ନାହିଁ। କାରଣ କେତେକ ସ୍ଥାନରେ ଯୋଗ୍ୟତାଠାରୁ ଲୁକ୍‌ସକୁ...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

ଖର୍ଚ୍ଚ କମାଉଥିବା ମନିପର୍ସ

ପାଖରେ ପଇସା ଥିଲେ କିଛି ଲୋକ ଅନାବଶ୍ୟକ ଖର୍ଚ୍ଚ କରିବସନ୍ତି। ଯଦ୍ଦ୍ବାରା ପରବର୍ତ୍ତୀ ସମୟରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଖାସ୍‌ ଏହି...

ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ...

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର...

ଏହି କୂଅରୁ ବାହାରୁଛି ଉଜ୍ଜ୍ୱଳ ଆଲୋକ, ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି କାରଣ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟାବୃତ୍ତ। ଏପରି ଏକ ଅଦ୍ଭୁତ ସ୍ଥାନ ରହିଛି ପର୍ତ୍ତୁଗାଲର ସିନ୍ତାରାରେ। ଏହି ସ୍ଥାନରେ ଏକ...

ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…

ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ...

ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଆମ୍ବ ହିଁ ଫଳିଥାଏ। ମାତ୍ର ଏକ କମ୍ପାନୀର ବଗିଚାରେ ଆମ୍ବ ଗଛ ଲଗାଯାଇଛି, ଯେଉଁଥିରେ ୧୨୧ ପ୍ରକାର ଆମ୍ବ...

Advertisement
Archives

Model This Week