ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା। ଏହା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ଚିନ୍ତାରେ ପକାଇଛି। ସିଦ୍ଧୁ ଏବେ ରାହୁଲ ସମାଧାନର ବାଟ ବାହାର କରନ୍ତୁ ବୋଲି ଚାହୁଁଛନ୍ତି। ହେଲେ ଏକଦା ରାହୁଲଙ୍କୁ ସେ କଟାକ୍ଷ କରିବାର କୌଣସି ମଉକା ଛାଡ଼ୁନଥିଲେ।

୨୦୦୪ରେ ପ୍ରଥମ ଥର ପାଇଁ ସିଦ୍ଧୁ ନିର୍ବାଚନରେ ଲଢ଼ିଥିଲେ। ଭାଜପା ଟିକେଟରୁ ସେ ଅମୃତସରରୁ ନିର୍ବାଚନ ଜିତି ଲୋକ ସଭାରେ ପହଞ୍ଚିଥିଲେ। ୨୦୦୯ରେ ମଧ୍ୟ ସେ ପୁଣିଥରେ ଏମ୍‌ପି ହୋଇଥିଲେ। ହେଲେ ୨୦୧୪ରେ ଭାଜପା ତାଙ୍କ ସ୍ଥାନରେ ଅରୁଣ ଜେଟଲୀଙ୍କୁ ଅମୃତରସରର ଟିକେଟ ଦେଇଥିଲା। ଏହାକୁ ନେଇ ସିଦ୍ଧୁ ଖପ୍ପା ହୋଇଯାଇଥିଲେ। ଏଥିଯୋଗୁ ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇ ଦେଇଥିଲା। ହେଲେ ସିଦ୍ଧୁ ୨୦୧୬ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୭ରେ ସେ ପଦ୍ମ ଛାଡ଼ି ହାତ ଧରିଥିଲେ।

ଯେତେବେଳେ ସିଦ୍ଧୁ କଂଗ୍ରେସରେ ଯୋଗଦେଇଥିଲେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଭାଜପାରେ ଥିବା ବେଳେ ସେ ରାହୁଲଙ୍କ ମଜା ଉଡ଼ାଉଥିଲେ। ସର୍ବଦା ତାଙ୍କୁ ରାହୁଲ ବାବା, ପପ୍ପୁ ଭଳି ଶବ୍ଦ ବ୍ୟବହାର କରି କଟାକ୍ଷ କରୁଥିଲେ। ଏଣୁ କଂଗ୍ରେସରେ ଯୋଗ ଦେବା ପରେ ରାହୁଲଙ୍କ ସହ ତାଙ୍କର ଫଟୋକୁ ଦେଖି ଲୋକେ ମେମେ ପ୍ରସ୍ତୁତ କରିଥିଲେ।

କଂଗ୍ରେସରେ ଯୋଗ ଦେବା ପରେ ସିଦ୍ଧୁଙ୍କ ଅନ୍ୟ ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସିଦ୍ଧୁ ସୋନିଆଙ୍କ ପାଦ ଛୁଉଁଥିବା ଦେଖାଯାଇଥିଲା। ଏହାକୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା। ତେବେ ଫଟୋଟି ୨୦୧୮ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ସମୟର ଥିଲା। ନିଜ ଭାଷଣ ଦେଇ ଫେରୁଥିବା ବେଳେ ସିଦ୍ଧୁ ପ୍ରଥମେ ମନମୋହନ ସିଂହ ଏବଂ ପରେ ସୋନିଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri