କସ୍ତୁରବା ଆଦର୍ଶ ପଞ୍ଚାୟତ ଚିହ୍ନଟ କେବେ

ବାଦଲ ଭୂୟାଁ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ବର୍ଷେ ତଳେ ଯେତେ ସବୁ କାର୍ଯ୍ୟକ୍ରମ ଘୋଷିତ ହୋଇଥିଲା ସେଥିରୁ ଅଧିକାଂଶ ଏଯାବତ୍‌ ଆରମ୍ଭ ହୋଇନାହିଁ। ବିଶେଷକରି ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ କରି ପଞ୍ଚାୟତକୁ କସ୍ତୁରବା ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ପ୍ରସ୍ତାବ ଥିବାବେଳେ ବର୍ଷକ ଭିତରେ ଏଥିଲାଗି ଗୋଟିଏ ହେଲେ ପଞ୍ଚାୟତ ଚିହ୍ନଟ ହୋଇନାହିଁ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦେଶ ମାତୃକାର ସେବା ପାଇଁ ଯେଉଁ ଶ୍ରେଷ୍ଠ ବଳୀଦାନ ଓ କର୍ତ୍ତବ୍ୟନିଷ୍ଠା ରଖିଛନ୍ତି ଏ କ୍ଷେତ୍ରରେ ପୂଜ୍ୟା କସ୍ତୁରବା ଗାନ୍ଧୀଙ୍କ ପ୍ରେରଣା ଓ ଉତ୍ସାହ ପ୍ରାତଃ ସ୍ମରଣୀୟ।
୨୦୧୮ ଅକ୍ଟୋବର ୨ରୁ ୨୦୨୦ ଅକ୍ଟୋବର ୨ ପର୍ଯ୍ୟନ୍ତ ଦୁଇ ବର୍ଷ ଏହି ପ୍ରତିପାଳନ ଲାଗି ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଥିଲା। ରାଜ୍ୟ କମିଟିରେ ବହୁ ମନ୍ତ୍ରୀ, ବିଧାୟକ, ସାଂସଦ, ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ବୁଦ୍ଧିଜୀବୀ ରହିଛନ୍ତି। ଏହି କମିଟିର ପ୍ରଥମ ବୈଠକ ୨୦୧୮ ସେପ୍ଟେମ୍ବର ୨୫ରେ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଅବସରରେ ୨୪ଟି ବିଭାଗ ମାଧ୍ୟମରେ ୪୮ଟି କାର୍ଯ୍ୟକ୍ରମ ରୂପାୟନ ପାଇଁ ଘୋଷଣା କରାଯାଇଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଅବସ୍ଥାପନ କରିଥିବା ବିଭିନ୍ନ ଗୃହ ଏବଂ ସ୍ବାଧୀନତା ସଂଗ୍ରାମୀ ପୀଠର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହଯୋଗରେ କରିବ ବୋଲି ସୂଚନା ଦିଆଯାଇଥିଲା। ଏହାଛଡ଼ା ଓଡ଼ିଶାର ପ୍ରତି ବ୍ଲକରେ ଗୋଟିଏ ଲେଖାଏ ପଞ୍ଚାୟତକୁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରି ଏଠାରେ ଗାନ୍ଧିଜୀଙ୍କ ଆଦର୍ଶର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା, ଶତପ୍ରତିଶତ ମହିଳା ସାକ୍ଷରତା ହାର ହାସଲ, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ବିକାଶ, ଗଁା ପରିମଳ, ଗ୍ରାମ୍ୟ ବିବାଦର ଆପୋଷ ସମାଧାନ, ନିଶା ନିବାରଣ, କୁଟୀର ଶିଳ୍ପର ବିକାଶ, ସ୍ବାବଲମ୍ବୀ ପରିବାର ଗଠନ ଆଦି ଉପରେ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଥିଲା। ଏ ସବୁ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ଗ୍ରାମପଞ୍ଚାୟତଗୁଡ଼ିକୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ଇତିମଧ୍ୟରେ ବର୍ଷେ ଅତିବାହିତ ହୋଇଯାଇଥିଲେ ବି ରାଜ୍ୟର ୩୧୪ ବ୍ଲକରୁ କେଉଁ ବ୍ଲକରେ କେଉଁ ପଞ୍ଚାୟତକୁ କସ୍ତୁରବା ଆଦର୍ଶ ପଞ୍ଚାୟତ ଘୋଷଣା କରାଯିବ ତାହାର ଚିହ୍ନଟ ପର୍ବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର ସ୍ଥାପନ ଏବଂ ଗାନ୍ଧୀ ପାଠଚକ୍ର ଆୟୋଜନ ଲାଗି ଥିବା ପ୍ରସ୍ତାବ ଏଯାବତ୍‌ କାର୍ଯ୍ୟକାରୀ ହୋଇନାହିଁ। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ଏସ୍‌ସିଏସ୍‌ଟି କଲ୍ୟାଣ ବିଭାଗ ପକ୍ଷରୁ ଗାନ୍ଧୀ ୧୫୦ ଲାଗି ବିଭିନ୍ନ ପ୍ରତିଯୋଗିତାମାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି। ସ୍ବାଧୀନତା ସଂଗ୍ରାମର ଐତିହାସିକ ପାଠ ସମେତ ଗାନ୍ଧିଜୀ ଯେଉଁସବୁ ସ୍ଥାନରେ ଅବସ୍ଥାନ କରିଥିଲେ ଓ ପଦଯାତ୍ରାରେ ଯାଇଥିଲେ ସେଠାରେ ସ୍ମାରକୀ ନିର୍ମାଣ ସହ ପୂର୍ବ କୀର୍ତ୍ତିର ସଂରକ୍ଷଣ ପାଇଁ ଥିବା ପ୍ରସ୍ତାବ ବିଶେଷ ଆଗେଇନାହିଁ। ତେବେ ଗାନ୍ଧୀ ସର୍କିଟର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଯୁବ ସମାଜକୁ ଏହି ପ୍ରତିପାଳନ କାର୍ଯ୍ୟରେ ଯୋଡ଼ିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ କେତେଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଇତିମଧ୍ୟରେ ଗାନ୍ଧୀ ଫଟୋଚିତ୍ର ପ୍ରଦର୍ଶନୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ସଂସ୍କୃତି ବିଭାଗ ମଧ୍ୟ କେତେଗୁଡ଼ିଏ ସଭାସମିତି କରିଛନ୍ତି। ଗାନ୍ଧୀ ସାହିତ୍ୟ ପ୍ରକାଶ ଲାଗି ଥିବା ପ୍ରସ୍ତାବ ଅନୁଯାୟୀ ଓଡ଼ିଶା ସାହିତ୍ୟ ଏକାଡେମୀ ମାଧ୍ୟମରେ ୩ଟି ଗ୍ରନ୍ଥ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଗାନ୍ଧୀ ରଚନାବଳୀର ପୁନଃମୁଦ୍ରଣ ପାଇଁ ଉତ୍କଳ ଗାନ୍ଧୀ ସ୍ମାରକ ନିଧିଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ମୋଟାମୋଟି ଭାବେ ଚଳିତ ଆର୍ଥିକବର୍ଷ ପାଇଁ ୭କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସରକାର ବରାଦ କରିଥିବା ବେଳେ ଗତବର୍ଷ ଗ୍ରହଣ କରାଯାଇଥିବା ୪୮ଟି ପ୍ରସ୍ତାବ ମଧ୍ୟରୁ ଅର୍ଦ୍ଧାଧିକରେ କାମ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। ସୂଚନାଥାଉ କି ଭାରତର ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡ଼ୁ ପରି ରାଜ୍ୟରେ ଏହି ପ୍ରକଳ୍ପ ସଫଳତାର ସହିତ କାର୍ଯ୍ୟ କରୁଥିବାବେଳେ ଓଡ଼ିଶା ସରକାର ଏଯାବତ୍‌ ଏହାକୁ ନିର୍ଣ୍ଣୟ ନେଇପାରିନାହାନ୍ତି। ଓଡ଼ିଶା ସରକାର ଅନେକ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ଭିତରେ ନିର୍ଣ୍ଣୟ ନେଇପାରୁଥିବାବେଳେ କସ୍ତୁରବାଙ୍କ ପ୍ରକଳ୍ପ ଏଯାବତ୍‌ ଚୂଡ଼ାନ୍ତ ହୋଇ ନ ପାରିବା ଗାନ୍ଧୀ ପ୍ରେମୀଙ୍କୁ ବ୍ୟଥିତ କରୁଛି।

ପୁରୁଣା ସୋନାରୀ, ଜାମସେଦପୁର
ମୋ -୭୪୮୮୯୯୮୫୩୨

 


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri