ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ ଜନ୍ମଗ୍ରହଣ କରିବାକୁ ପଡ଼ିଥାଏ। ସେଥିପାଇଁ ସେ ଗୀତାରେ ଉଦ୍‌ଘୋଷଣ କରିଛନ୍ତି ‘ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ’।
ମନୁଷ୍ୟ କିନ୍ତୁ ନିଜ ମନ ଦ୍ୱାରା ନିର୍ବିକଳ୍ପ ଓ ନିର୍ଗୁଣ ତତ୍ତ୍ୱକୁ ବୁଝିପାରି ନ ଥାଏ। କାରଣ ଭଗବାନଙ୍କର କଥା ମନୁଷ୍ୟର ବାକ୍‌ ମନ ଓ ବୁଦ୍ଧିର ଊର୍ଦ୍ଧ୍ୱରେ ହୋଇଥାଏ। ସେହିପରି ଅବତାର ଥିଲେ ଗୋପାଳ ନନ୍ଦନ ଶ୍ରୀକୃଷ୍ଣ। ଶାସ୍ତ୍ରରେ ଲେଖାଯାଇଛି ଶ୍ରୀକୃଷ୍ଣ ଥିଲେ ଷୋଳକଳାପୂର୍ଣ୍ଣ। ସେହି ଷୋଳକଳାଗୁଡ଼ିକ ହେଉଛି ଧନ, ବଳ, ବୁଦ୍ଧି, ଯୌବନ, ଉଚ୍ଚଶିକ୍ଷା, ପଦ, ବଂଶ, ସୌନ୍ଦର୍ଯ୍ୟ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ରଜ, ତମ। ମନୁଷ୍ୟ ନିକଟରେ ଏହି ସବୁ ଗୁଣଗୁଡ଼ିକ ପରିଲକ୍ଷିତ ହୋଇଥାଏ। ସେଥିପାଇଁ ସେ କହିଥାନ୍ତି, ମୁଁ ତୁମର ଓ ତୁମେ ମୋର। ଏହି ଷୋଳ କଳାର ଉତ୍ତମ ପରିଚାଳନାର ଶିକ୍ଷା ଦେବାପାଇଁ ଭଗବାନଙ୍କୁ ଅବତାର ଗ୍ରହଣ କରିବା ପାଇଁ ପଡ଼ିଥାଏ। ଏହାର ଏକ ଉଦହାରଣ ଦିଆଯାଇପାରେ। ଯଥା ସୌଜନ୍ୟ ପ୍ରଧାନ ନୀତି ହେଲେ ଈର୍ଷାର ସ୍ଥାନ ଜଗତରେ ରହିବ ନାହିଁ। କିନ୍ତୁ ପ୍ରକୃତ କଥା ହେଉଛି ଭଗବାନ ଯେତେବେଳେ ଅବତାରତ୍ୱ ଗ୍ରହଣ କରନ୍ତି ସେ ଆମ କଥା ଶୁଣନ୍ତି ଆମେ ଭଗବାନଙ୍କ କଥା ଶୁଣୁନା।
କୃଷ୍ଣ ଅବତାରତ୍ୱ ଗ୍ରହଣ କରିଥିବା ସମୟରେ ଆମର ମନକୁ ସୀମାହୀନତାର ପାଠ ପଢ଼ାଇଥିଲେ। ତାଙ୍କର ମନ ଥିଲା ସୀମାପାର। ଏହାକୁ ହିରଣ୍ୟଗର୍ଭ ବା ବ୍ରହ୍ମରେ ଲୀନ କୁହାଯାଏ। ସେହିପରି ତାଙ୍କ ଶରୀରର ଅସୀମତ୍ୱ ଧାରଣ କରି ଦେଖା ଦେଇଥିଲେ ସେ ବିରାଟ ସ୍ବରୂପ ଶାସ୍ତ୍ରଜ୍ଞ କୁହନ୍ତି ସେ ଥିଲେ ସୀମାହୀନ ଆଲୋକ ତେଣୁ ସେ ପରମ ଜ୍ୟୋତି। ସେ ମାନବ ସମାଜକୁ ଦେଖାଇଥିଲେ, ଯେଉଁ ସଂସ୍କାରକୁ ନେଇ ତୁମେ ଆନ୍ଦୋଳିତ ତାହା କ’ଣ? ବ୍ରହ୍ମ ମାୟା ହେଉଛି ଏ ସଂସାର। ତୁମେମାନେ ହେଉଛ ଜୀବ, ଏହାକୁ ବୁଝାଇବାକୁ ଯାଇ କହିଥିଲେ ବ୍ରହ୍ମ + ଅବିଦ୍ୟା = ଜୀବ। ଜୀବନ ଓ କାମନାର ମିଶ୍ରଣର ସୃଷ୍ଟି ହେଉଛି ମାନବ। ଜୀବନ ବିଯୁକ୍ତ କାମନା ହେଉଛି ମାଧବ। କୃଷ୍ଣ ଅବତାରତ୍ୱ ସମ୍ପର୍କରେ କୁବଜୀକୁ ଏକ ସୁନ୍ଦର ନାରୀରେ ପରିଣତ କରି ପ୍ରମାଣ କରିଦେଇଥିଲେ ରୂପ ପାଇବାରେ ମଣିଷର ନିୟନ୍ତ୍ରଣ ନ ଥାଏ। ଏହା ଭଗବାନଙ୍କ ଦ୍ୱାରା ପ୍ରଦ। କିନ୍ତୁ ଗୁଣଗୁଡ଼ିକ ଉପରେ ମଣିଷର ନିୟନ୍ତ୍ରଣ ଥାଏ କିନ୍ତୁ ମଣିଷ ତାହା ଉପରେ ନିୟନ୍ତ୍ରଣ ନ ରଖି ଦୁଃଖ ଯନ୍ତ୍ରଣା ପାଇ ଥାଏ।
ଯୁଦ୍ଧ ସମୟରେ ଦେବକୀନନ୍ଦନ ଅର୍ଜୁନଙ୍କୁ ବଝାଇ ଦେଇଥିଲେ ଗୀତାର ମୁଖ୍ୟ ଯୋଗ ଗୁଡ଼ିକୁ ବୁଝିବାର ଉପାୟ। ଯଥା ପ୍ରେମ+ହସ୍ତ = କର୍ମଯୋଗ। ପ୍ରେମ+ହୃଦୟ=ଭକ୍ତିଯୋଗ। ପ୍ରେମ+ମସ୍ତିଷ୍କ= ଜ୍ଞାନଯୋଗ। ଅର୍ଜୁନଙ୍କୁ ବିରାଟ ସ୍ବରୂପ ଦେଖାଇ ବୁଝାଇ ଦେଇଥିଲେ କେହି ମରେ ନାହିଁ କି କେହି ମାରିପାରେ ନାହିଁ। ଆମେ ପ୍ରତ୍ୟେକ ତାଙ୍କ ହାତରେ କଣ୍ଢେଇ। ଭଗବାନଙ୍କର ଆଦେଶକୁ ପାଳନ କରିବାକୁ ପାପ କୁହାଯାଏ। ଭଗବାନ ଆମ ମଧ୍ୟରେ ବିବେକ ରୂପରେ ବିଦ୍ୟମାନ। ବିବେକର କଥା ନ ଶୁଣିବା ହିଁ ପାପ। ମହାଭାରତ ଯୁଦ୍ଧରେ ସେ ପ୍ରମାଣ କରି ଦେଇଥିଲେ ପ୍ରସାରଣ ହେଉଛି ପ୍ରେମ। ସଂକୋଚନ ହେଉଛି ମୃତ୍ୟୁ। କୌରବମାନେ ତାଙ୍କର ସଂକୋଚନ ମନୋଭାବ ହେତୁ ମୃତ୍ୟୁବରଣ କରିଥିଲେ। ଶ୍ରୀକୃଷ୍ଣଙ୍କର ନାମ କଥାକୁ ବିଚାର କଲେ ନାମର ତାତ୍ପର୍ଯ୍ୟ ଜଣାପଡ଼ିଥାଏ। କୃଷ୍ଣ ଧାତୁର ନିଷ୍ପନ୍ନ ଏହାର ଅର୍ଥ ଆକର୍ଷଣ, କର୍ଷଣ ବା ହଳ କରିବା, ଦେଶ, କାଳ, ସମୟ ଓ କାରଣ ଊର୍ଦ୍ଧ୍ୱର ଦିବ୍ୟତ୍ୱ। କୃଷ୍ଣ କେବଳ ସାଧକ, ସନ୍ଥ ଓ ଋଷିମାନଙ୍କୁ ନୁହେଁ ବରଂ ସରଳ ନିରୀହ ଉତ୍ତମଜନଙ୍କୁ ଆକର୍ଷିତ କରିଥାନ୍ତି। ସେ କୌତୂହଳୀ ନିନ୍ଦୁକ, ସମାଲୋଚକ ନାସ୍ତିକମାନଙ୍କୁ ମଧ୍ୟ ଆକର୍ଷିତ କରିଥାନ୍ତି। କୃଷ୍ଣ ତାଙ୍କର କମନୀୟ ରୂପ, ଅଜୟ ଦୃଷ୍ଟି, ବଂଶୀର ସ୍ବର ଓ ଉପଦେଶ ମାଧ୍ୟମରେ ନିର୍ଭୀକ ବୀରତ୍ୱ ମନୋଭାବ ଦେଖାଇ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ସେ ବୃନ୍ଦାବନର ଶାନ୍ତି ପରିବେଶରେ ଗୋଚର ଭୂମିରେ ଓ କୁରୁକ୍ଷେତ୍ରର ରକ୍ତାକ୍ତ ଯୁଦ୍ଧକ୍ଷେତ୍ରରେ ରକ୍ତନଦୀ ନିକଟରେ ବଂଶୀର ଧ୍ୱନିରେ ସ୍ବର ରଚନା କରିଥିଲେ। କି ଅପୂର୍ବ। ଗୋଟିଏ ହାତରେ ବଂଶୀ ଓ ଗୋଟିଏ ହାତରେ ଘୋଡ଼ାର ଲଗାମ ମୁଖରୁ କିନ୍ତୁ ନିସୃତ ଅଭୀଭୂତକାରୀ ସଙ୍ଗୀତ ତୁମେ ଯାହାକୁ ବେଣୁମାନ କୁହ ବା ଭଗବଦଗୀତା। ଗାନ ଓ ଗୀତା ଉଭୟର ଅର୍ଥ ଗୀତା। ସେ ଆମର ହୃଦୟକୁ ଆକର୍ଷଣ କରି କୃପାବୃଷ୍ଟି କରନ୍ତି। ପ୍ରେମର ବୀଜକୁ ବପନ କରନ୍ତି। ଆନନ୍ଦର ଶିଷ୍ୟକୁ ନଷ୍ଟ କରୁଥିବା ଅସତ୍‌ ଚିନ୍ତାକୁ ଫୋପାଡ଼ି ଦିଅନ୍ତି। ମଣିଷର ଜ୍ଞାନ ସ୍ବୟଂ କୃଷ୍ଣଙ୍କଠାରେ ପୂର୍ଣ୍ଣତା ହାସଲ କରେ କାରଣ ସେ ହେଉଛନ୍ତି ଶୁଦ୍ଧ ସାରତତ୍ତ୍ୱ, ପରମତତ୍ତ୍ୱ, ସଚ୍ଚିଦାନନ୍ଦ।

ଅନୀତା ପଟ୍ଟନାୟକ

ଅବସରପ୍ରାପ୍ତ ପ୍ରାଧ୍ୟାପିକା,

ସିଡିଏ, କଟକ ମୋ: ୯୬୯୨୯୮୦୦୨୬

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri