Posted inଫୁରସତ

ମୁଁ ଯେବେ ବାପା ହେଲି

ଯାହାଙ୍କ ବିଷୟରେ ବଖାଣିବାକୁ ଶବ୍ଦ ହୁଏ ନିଅଣ୍ଟ। ଯିଏ ପିଲାଙ୍କୁ ଭଲ ମଣିଷ କରିବାକୁ କେବେ ଖୁବ୍‌ ରାଗୀ ତ ପୁଣି କେବେ ସ୍ନେହ, ଶ୍ରଦ୍ଧାର ଅସୀମ ଭଣ୍ଡାର । ଯାହାଙ୍କ ଶ୍ରମ, ନିଷ୍ଠା ଆଉ କର୍ତ୍ତବ୍ୟପରାୟଣତା ସନ୍ତାନକୁ ଚଖାଏ ସଫଳତାର ସ୍ବାଦ, ସେ ହେଉଛନ୍ତି ବାପା। ତେବେ କୁହାଯାଏ, ଜଣେ ସନ୍ତାନ ବାପାଙ୍କ ଏହି ତ୍ୟାଗ ସେତେବେଳେ ବୁଝିପାରେ, ଯେତେବେଳେ ସେ ନିଜେ ବାପା ହୁଏ। ଆଜି ଫାଦର୍ସ ଡେ’ ଅବସରରେ ଏଭଳି କିଛି ଅନୁଭୂତିକୁ ନେଇ ବିଶେଷ ଉପସ୍ଥାପନା…

ପ୍ରଥମ ବାପା ହେବାର
ଆନନ୍ଦ ଅନନ୍ୟ
ଡା. ରାଧାକାନ୍ତ ପାଣିଗ୍ରାହୀ (ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ)-
ପ୍ରଭୁ ମତେ ଜଣେ ଡାକ୍ତର ତଥା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ କରି ଶହ ଶହ ଶିଶୁଙ୍କୁ ଏ ପୃଥିବୀକୁ ଆଣିବାର ସୌଭାଗ୍ୟ ଦେଇଛନ୍ତି ା ସେତେବେଳେ ମୁଁ ଦେଖିଛି ମା’ମାନଙ୍କ ଓଠରେ ହସ। କିନ୍ତୁ ଶିଶୁ ଜନ୍ମ ପରେ ତା’ଠାରୁ ବଳି ଖୁସି ହୁଅନ୍ତି ବାପାମାନେ, ଯାହା ସେମାନେ ପ୍ରକାଶ କରିପାରନ୍ତିନି। ନିଜ କଥା କହିବି- ଯେଉଁଦିନ ପୁଅ ଆର୍ଯ୍ୟନ୍‌ ଜନ୍ମ ହେଲା, ସେଦିନର ଖୁସି ଭାଷାରେ ବର୍ଣ୍ଣନା କରିପାରିବି ନାହିଁ ା ତା’ର ପ୍ରଥମ କୁଆଁ କୁଆଁ କାନ୍ଦ ମୋ ମନ ଓ ହୃଦୟକୁ ଏକ ଅନନ୍ୟ ଆନନ୍ଦରେ ଭରି ଦେଇଥିଲା ା ଡେଲିଭରି ପରେ ତାକୁ ସାଷ୍ଟାମ କରାଇ ସାରା ଦେହ ଆଉଁସିଦେଲି ଓ ମନକୁ ମନ କହିଲି, ”ବାପାରେ! ତୁ ଏ ପୃଥିବୀକୁ ଆସିଲୁନି ତ, ଆମ ଜୀବନରେ ଏକ ଫୁଲ ହୋଇ ଫୁଟିଗଲୁ ଏବଂ ଆମ ଜୀବନରେ ଖୁସି ଭରିଦେଲୁ ା ଏମିତି ତୋର ଜ୍ଞାନ ଓ ବୁଦ୍ଧିର ଜ୍ୟୋତିରେ ଚିରଦିନ ଆମକୁ ଆଲୋକିତ ଓ ସୁବାସିତ କରୁଥିବୁ ା“ ପୁଅକୁ ଦେଖି ମୋ ପିଲାଦିନ କଥା ମନେପଡ଼ିଗଲା। ମୋ ବାପା (ନାରାୟଣ ଚନ୍ଦ୍ର ପାଣିଗ୍ରାହୀ) ମୋତେ ଖୁବ୍‌ ଭଲ ପାଉଥିଲେ। ପିଲାଦିନୁ ମୋ ପାଠପଢ଼ାର ଖୁବ୍‌ ଯତ୍ନ ନେଉଥିଲେ। ମୁଁ ଗାଁ ସ୍କୁଲରେ ପଢ଼ିଲେ ବି ବାପା ମୋତେ ପ୍ରତିଦିନ ସାଇକେଲ୍‌ରେ ବସାଇ ସ୍କୁଲ ନେଉଥିଲେ। ବହିଖାତା, ପେନ୍‌, ପେନ୍‌ସିଲ୍‌ଠାରୁ ଆରମ୍ଭ କରି ସବୁ ଆବଶ୍ୟକତାକୁ ପୂରଣ କରୁଥିଲେ। ପ୍ରତିଦିନ ସାରେ ସେ ମୋର ପାଠପଢ଼ା ଦେଖୁଥିଲେ। ସେଥିପାଇଁ ମୁଁ ଗାଁ ସ୍କୁଲରୁ ଆରମ୍ଭ କରି ହାଇସ୍କୁଲ୍‌ ଓ କଲେଜରେ ପ୍ରଥମ ଶ୍ରେଣୀରେ ପାସ୍‌ କଲି ଏବଂ ମେଡିକାଲ୍‌ରେ ମଧ୍ୟ ବେଷ୍ଟ ଗ୍ରାଜୁଏଟ୍‌ ହୋଇଥିଲି। ମୁଁ ମଧ୍ୟ ତାଙ୍କ ଭଳି ଆଦର୍ଶ ବାପା ହେବା ପାଇଁ ମନରେ ସ୍ଥିର କରି ଠାକୁରଙ୍କୁ ପ୍ରଣାମ କରି ସଙ୍ଗେ ସଙ୍ଗେ ମିଠା ଆଣି ସମସ୍ତଙ୍କୁ ବାଣ୍ଟିଥିଲି ା ବାସ୍ତବରେ ସନ୍ତାନଟିଏ ଭୂମିଷ୍ଠ ହେଲେ ଯେଉଁ ବାପା ହେବାର ଗୌରବ ମିଳିଥାଏ ତାହା ଅପୂର୍ବ ା
ମୋ ପୁଅ ‘ଆର୍ଯ୍ୟନ୍‌’ ଓ ‘ଶୌର୍ଯ୍ୟ’ର ହସ, ପ୍ରଥମ ପେଟେଇବା ବସିବା, ଧୀରେ ଧୀରେ ଚାଲିବା ତଥା ତା’ର ପ୍ରଥମ କଥା ଓ ‘ବାପା’ ବୋଲି ପ୍ରଥମ ଉଚ୍ଚାରଣ ମୋ ମନରେ ଅପୂର୍ବ ଆନନ୍ଦ ଆଣି ଦେଇଥିତ୍ଲା ଏବଂ ସଙ୍ଗେ ସଙ୍ଗେ ଦାୟିତ୍ୱବୋଧର ଗୋଟିଏ ବଡ଼ ବୋଝ ମତେ ଦେଇଥିଲା ା
ତାକୁ ସ୍ନେହ ଆଦର ଦେଇ ବଢ଼ାଇବା, ଉପଯୁକ୍ତ ଶିକ୍ଷା ଦେବା ଏବଂ ସଂସ୍କାର ଦେବାର ବଡ଼ ଦାୟିତ୍ୱଟି ମୁଣ୍ଡ ଉପରକୁ ଚାଲି ଆସିଥିଲା ା
ବାପା ହେବା ଖୁସିରେ ମୁଁ ଆତ୍ମହରା ହୋଇଉଠିଲି
ରଜନୀ ରଞ୍ଜନ
(ସଂଳାପକାର)-
ମୋ ବାପା (ରବି ଦାସ) ଥିଲେ ସୌଖୀନ ରଙ୍ଗମଞ୍ଚରେ ଜଣେ ସଫଳ ଗୀତିକାର। ତାଙ୍କର ଲେଖା ଥିଲା ଆଜିକୁ ପଚାଶ ବର୍ଷ ତଳେ ”କୁହୁଡ଼ି ନଦୀର ମୀନମାନେ ଶୁଣ ଗଙ୍ଗା ବହୁଛି ଧୀରେ“ ଅବା ”ଜୀବନର ଏହି ମହାନାଟକରେ ହସି ହସି କିଏ ଜିଇବା ସୁଆଦ ଖୋଜୁଛି।“ ଆହା ଏମିତି ଗୀତଟିଏ ମୁଁ ଲେଖି ପାରିଲିକି, ତମକୁ ଅତିକ୍ରମ କରିପାରୁନାହିଁ ବୋଲି ତ ତମେ ମୋ ବାପା। ମୋ ବୋଉ ବି ଥିଲା ଲେଖିକା। ମୁଁ ବି ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଲେଖାଲେଖି ଆରମ୍ଭ କରିଦେଇଥିଲି। ମୋ ବାପା ବୋଉ ମୋ ସଫଳତା ପାଇଁ ଆଶାବାଦୀ ଥିଲେ l ଜଣେ ବାପା ହିସାବରେ ମୁଁ ବି ଚାହେଁ ମୋ ପିଲାମାନେ ମତେ ଅତିକ୍ରମ କରନ୍ତୁ l ଜଣେ ବାପା ହିସାବରେ ୟା’ଠାରୁ ବଡ଼ ସଫଳତା ଆଉ କ’ଣ ହେଇପାରେ! ଏକଥା ମୋର ସେହିଦିନ ହିଁ ମନକୁ ଆସିଥିଲା, ଯେଉଁଦିନ ପ୍ରଥମ କରି ମୋ ଝିଅର କୁଆଁ କୁଆଁ ରଡ଼ି ଶୁଣିଲି। ସେଦିନ ମୋ ଚାରିକଡ଼ର ପୃଥିବୀରେ ଅଜସ୍ର ପକ୍ଷୀଙ୍କର କାକଳି ଧ୍ୱନି ମତେ ଆକ୍ତାମାକ୍ତା କରିନେଲା। ପ୍ରଥମ କରି ବାପା ହେବା ଖୁସିରେ ମୁଁ ଆତ୍ମହରା ହୋଇଉଠିଲି। ଅବିକଳ ମୋ ଦିବଂଗତ ବୋଉର ମୁହଁ ନେଇ ଆସିଥିଲା ମୋ ଝିଅ। ମୋ ବାପା, ବୋଉର ସବୁ ଅପୂରଣୀୟ ଇଚ୍ଛାକୁ ମୋ ଝିଅ ପୂରଣ କରିପାରିବ ଏଇ ସ୍ବପ୍ନରେ ମୁଁ ମସ୍‌ଗୁଲ୍‌ ହୋଇଉଠିଥିଲି। ସେଦିନଟି ମୋ ଜୀବନର ସବୁଠୁ ଖୁସିର ଦିନ ହୋଇ ରହିଥିବ।
ବାପାଙ୍କ ଆକଟ ସୁଧାରେ
ପିଲାଙ୍କ ଭବିଷ୍ୟତ
ତାରିଣୀ ପ୍ରସାଦ ସାହୁ (ସିଭିଲ୍‌ ଜଜ୍‌, ଚମ୍ପୁଆ)- ଜୀବନରେ ସଫଳତା ହାସଲ କରିବାରେ ବାପା (ବଟକୃଷ୍ଣ ସାହୁ)ଙ୍କର ଅବଦାନ ବହୁତ ରହିଛି। ଛୋଟବେଳେ ପଢ଼ା ବଦଳରେ ଖେଳକୁଦ ଆଉ ଦୁଷ୍ଟାମିରେ ଅଧିକ ମନ ରହୁଥିଲା। ତେଣୁ ଅନେକ ସମୟରେ ମୋତେ ବାପା ତାଗିଦା ଓ ଗାଳି କରୁଥିଲେ। ମନେପଡୁଛି ସେ ସମୟର କଥା। ଇଂଲିଶ୍‌ ଜ୍ଞାନ ବଢ଼ାଇବା ପାଇଁ ବାପା ଆମକୁ ଟ୍ରାନ୍ସଲେଶନ୍‌ କରାନ୍ତି। ଅଧିକାଂଶ ଓଡ଼ିଆ ଖବରକାଗଜରୁ ଟ୍ରାନ୍ସଲେଶନ୍‌ କରାନ୍ତି। ସେତେବେଳେ ଆମକୁ ଏସବୁ ଭାରି ବିରକ୍ତ ଲାଗୁଥିଲା। କେମିତି ପଢ଼ା ସରିଲେ ଖେଳିବୁ ସେଥିରେ ଧ୍ୟାନ ରହୁଥିଲା। କିନ୍ତୁ ଏବେ କର୍ମ କ୍ଷେତ୍ରରେ ସେଇସବୁ ଜିନିଷ ବହୁତ ଉପଯୋଗରେ ଆସୁଛି। ବାପାଙ୍କର ମୃଦୁ ଗାଳି ଓ ଆକଟ ଯେ କେତେ ଉପାଦେୟ ତାହା ଏବେ ନିଜେ କର୍ମକ୍ଷେତ୍ରରେ କାମ କଲାବେଳେ ଭାବୁଛି। ବାପା କରିଥିବା ଗାଳି ଅବା ତାଗିଦା ଯୋଗୁ ଜୀବନରେ ବହୁତ କିଛି ଶିଖି ହୋଇଛି। ଯଦିଓ ସେବେ ସେ ଜିନିଷର ମହତ୍ତ୍ୱ ବୁଝା ପଡୁ ନ ଥିଲା, କିନ୍ତୁ ଏବେ ତାର ଉପଯୋଗିତା ଉପଲବ୍ଧି କରିହେଉଛି। ବିଶେଷକରି ବାପା ହେଲା ପରେ ସେହିସବୁ ଚିନ୍ତାଧାରା ଓ ମାନସିକତା ଅଜାଣତରେ ନିଜ ଭିତରେ ବି ଆସିଗଲାଣି। ସତରେ ଏସବୁ ନିଜେ ଅନୁଭବ କରିବା ମଧ୍ୟ ଏକ ଭିନ୍ନ ଅନୁଭୂତି।

– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?