ରାଜଧାନୀରେ ‘ଅଗ୍ନିପଥ’ ବିରୋଧ ତେଜୁଛି

ଭୁବନେଶ୍ୱର, ୧୯।୬ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ନିଅଁା ଜଳିବାରେ ଲାଗିଛି। କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଏହାର ତାତି ଦେଖିବାକୁ ମିଳିଲାଣି। ଭାରତୀୟ ସେନାରେ ୪ବର୍ଷିଆ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ରାସ୍ତାକୁ ଓହ୍ଲାଇବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଯୁବ ସଂଗଠନ ଅଲ୍‌ ଇଣ୍ଡିଆ ଡିଓ୍ବାଇଓ ଏବଂ ଛାତ୍ର ସଂଗଠନ ଅଲ୍‌ ଇଣ୍ଡିଆ ଡିଏସ୍‌ଓ, ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ ପକ୍ଷରୁ ଶନିବାର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଅଗ୍ନିପଥ ବଦଳରେ ସମସ୍ତ ବେକାରିଙ୍କୁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି। କରୋନା ଆଳରେ ଦେଶରେ ଗତ ୨ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି। ଫଳରେ ଦୀର୍ଘଦିନ ଧରି ନିଯୁକ୍ତି ଆଶାୟୀ ଥିବା ଶିକ୍ଷିତ ବେକାରମାନେ ମାନସିକ ଚାପରେ ଅଛନ୍ତି। ବହୁ ବିଭାଗରେ ହଜାର ହଜାର ପଦବୀ ଖାଲି ପଡିଥିବାବେଳେ ସେମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏପରିସ୍ଥିତିରେ କେନ୍ଦ୍ର ସରକାର ସୈନ୍ୟବାହିନୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଠିକା ନିଯୁକ୍ତି ପାଇଁ ଯୋଜନା କରିବା ଠିକ୍‌ ନୁହେଁ। ଏହାପରେ କେନ୍ଦ୍ର ସରକାର ଅନ୍ୟ ସମସ୍ତ ବିଭାଗରେ ଠିକା ନିଯୁକ୍ତି ପାଇଁ ରାସ୍ତା ଖୋଲିଦେବେ। ଏଥିଯୋଗୁ ଦେଶର ସୁରକ୍ଷା ବିପନ୍ନ ହେବା ସହ ନିଯୁକ୍ତ ପାଇଥିବା ଯୁବକମାନେ ୨୫ବର୍ଷ ବୟସରେ ପୁଣି ବେକାର ହୋଇ ଚାକିରି ଖୋଜିବେ ବୋଲି ଡିଓ୍ବାଇଓ ରାଜ୍ୟ ସଭାପତି ମାନସ ପାଳ କହିଛନ୍ତି।
ଅପରପକ୍ଷେ ଅଗ୍ନିପଥ ଯୋଜନା ଦ୍ୱାରା ଦେଶର ପ୍ରତିରକ୍ଷା ପ୍ରତି ବିପଦ ଆସିବ ବୋଲି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ସେଣ୍ଟ୍ରାଲ ଟ୍ରେଡ୍‌ ୟୁନିୟନ୍‌ (ଏଆଇସିସିଟିୟୁ) ପକ୍ଷରୁ କୁହାଯାଇଛି। ସେନାକୁ ଘରୋଇକରଣ କରିବାର ଏହା ଏକ ଚକ୍ରାନ୍ତ। ତେଣୁ ତୁରନ୍ତ ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ୪ବର୍ଷ ପରେ ମାତ୍ର ୨୫ ପ୍ରତିଶତ ସୈନିକଙ୍କୁ ପୂର୍ଣ୍ଣ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ତେବେ ୭୫ ପ୍ରତିଶତ ସୈନିକ ୪ବର୍ଷ ଚାକିରି କରି ଫେରିବା ପରେ ଆଉ କି ଚାକିରି କରିବେ ବୋଲି ଏଆଇସିସିଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା ପ୍ରଶ୍ନ କରିଛନ୍ତି। ଏଭଳି ଯୋଜନା ଦ୍ୱାରା ସୈନ୍ୟବାହିନୀ ପ୍ରତି ଯୁବକଙ୍କ ଭିନ୍ନ ଭାବନା ସୃଷ୍ଟି ହେବ ଓ ପରେ ସେନାରେ ଯୋଗଦେବାକୁ ଚାହିଁବେ ନାହିଁ ବୋଲି କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ କହିଛନ୍ତି।
ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଛି। କେନ୍ଦ୍ର ସରକାରୀ ଦପ୍ତରରେ ୨୩ଲକ୍ଷ ପଦବୀ ଖାଲି ଥିବାବେଳେ ଗତ ୨ବର୍ଷ ହେଲା ସେନାରେ ନିଯୁକ୍ତି ଦିଆଯାଇ ନାହିଁ। ଭାଜପା ସରକାର ବର୍ଷକୁ ୨କୋଟି ନିଯୁକ୍ତି ଦେବା କଥା କହି ଯୁବକଙ୍କୁ ପ୍ରତାରଣା କରିଛନ୍ତି। ନିଯୁକ୍ତିର ସର୍ବନିମ୍ନ ନିରାପତ୍ତା ନ ଥାଇ ଯୁବକଙ୍କୁ ସର୍ବୋତ୍ତମ ତ୍ୟାଗ କରିବା ପାଇଁ ଆହ୍ବାନ ଦେବା ଏକ ପ୍ରକାର ଅପରାଧ ବୋଲି ଡିଓ୍ବାଇଏଫ୍‌ଆଇ ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଯତୀନ ମହାନ୍ତି କ୍ଷୋଭର ସହ କହିଛନ୍ତି। ତେଣୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଓ ସେନାରେ ଠିକା ପ୍ରଥାକୁ ବାତିଲ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri