Posted inଖେଳ

ଆଜି ମୁମ୍ବାଇ ବନାମ ହାଇଦ୍ରାବାଦ: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ଆଇପିଏଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ର ୯ମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଟିମ ଚଳିତ ସିଜିନରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳି ସାରିଛନ୍ତି। ପୂର୍ବଥରର ଚାମ୍ପିୟନ ମୁମ୍ବାଇ କୋଲକାତାକୁ ହରାଇ ଗୋଟିଏ ବିଜୟ ହାସଲ କରିଥିଲା। ସେହିଭଳି ସନରାଇଜର୍ସ ଟିମ୍‌ ଦୁଇଟିଯାକ ମ୍ୟାଚ୍‌ରେ ପରାଜିତ ହୋଇଛି। ଏଣୁ ଡେଭିଡ ଓ୍ବାର୍ନରଙ୍କ ଏହି ଦଳ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରିବାକୁ ଚାହିଁବ। ଅନ୍ୟପକ୍ଷେ ମୁମ୍ବାଇ ଟିମ୍‌ରେ ବିସ୍ଫୋରକ ଖେଳାଳି ଥିଲେ ହେଁ ଅନେକ ଫର୍ମରେ ନାହାନ୍ତି। ଏଣୁ ଉଭୟ ଟିମ୍‌ ମୁକାବିଲା ଜିତି ନିଜର ଦମ୍‌ ଦେଖାଇବାକୁ ଚାହିଁବ ବୋଲି ଆଶା କରାଯାଉଛି।

ଆସନ୍ତୁ ଜାଣିବା ଏହି ମ୍ୟାଚ୍‌ କେଉଁଠି, କେତେବେଳେ ଦେଖିବେ…

କେବେ ଖେଳାଯିବ: ଏପ୍ରିଲ ୧୭ ଶନିବାର ଏହି ମ୍ୟାଚ୍‌ ଖେଳାଯିବ।

କେଉଁ ସମୟରେ ଆରମ୍ଭ ହେବ: ଭାରତୀୟ ସମୟାନୁସାରେ ୭ଟା ୩୦ ମିନିଟ୍‌ ସମୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ୭ଟାରେ ଟସ୍‌ ପଡ଼ିବ।

କେଉଁ ମଇଦାନରେ ଖେଳାଯିବ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

ଲାଇଭ୍‌ ଟିଭିରେ କେଉଁଠି ଦେଖିପାରିବେ: ଏହି ମ୍ୟାଚ୍‌କୁ ଆପଣ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ବିଭିନ୍ନ ଚ୍ୟାନେଲରେ ଦେଖିପାରିବେ।

ଅନ୍‌ଲାଇନ୍‌ରେ କେଉଁଠି ଲାଇଭ ଷ୍ଟ୍ରିମିଂ ଦେଖିପାରିବେ:
ଆଇପିଏଲ୍‌ର ଏହି ୯ମ ମୁକାବିଲା ଷ୍ଟାରସ୍ପୋଟ୍ସର ଡିଜିଟାଲ ପ୍ଲାଟଫର୍ମରେ ଦେଖିପାରିବେ। ନଚେତ ଅନ୍‌ଲାଇନ୍‌ରେ ମଧ୍ୟ ଏହାର ଅପ୍‌ଡେଟ୍‌ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ଶସ୍ତା ହେଲା ରୂପା; ସୁନା ବି କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୦ା୪: ଅକ୍ଷୟ ତୃତୀୟାରେ ସୋମବାର ବଜାର ଖୋଲିବା ସହିତ, ସୁନା ଏବଂ ରୂପାର ମୂଲ୍ୟରେ ଏକ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ୫,୪୦୦ ରୁ ଅଧିକ…

ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା…

ବରଗଡ଼,୨୦ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟ ଜୟ ଦୁର୍ଗା ଢାବାରେ ଦେହ ବ୍ୟବସାୟ ଚାଲିଥିବାବେଳେ ସୋମବାର ପୋଲିସ ଅତର୍କିତ ଚଢ଼ାଉ କରିଥିଲା।…

ବ୍ଲାକଆଉଟ, ଏଲପିଜି ସଙ୍କଟ, ଅନାହାର ସହିତ ସଂଘର୍ଷ କରୁଛି ପାକିସ୍ତାନ…, ଯୁଦ୍ଧ ଆଲୋଚନାକୁ ନେଇ ମୁନିର-ଶେହବାଜଙ୍କ ଯୋଜନା କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୦।୪: ପାକିସ୍ତାନ ଆଜିକାଲି ଏକ ଅଦ୍ଭୁତ ପରିସ୍ଥିତିରେ ଅଛି। ଗୋଟିଏ ପଟେ, ଏହା ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି; ଅନ୍ୟପଟେ, ଏହା…

୧୦ ଘଣ୍ଟାରେ ୩ ଛାତ୍ରୀଛାତ୍ରଙ୍କ ଜୀବନ ଗଲା, ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣି…

ଭଞ୍ଜନଗର,୨୦ା୪(ବାବୁଲା ପ୍ରଧାନ): ରବିବାର ଅପରାହ୍ନ ୫ ଟା ରୁ ସୋମବାର ଭୋର୍‌ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୩ ଛାତ୍ରୀଛାତ୍ରଙ୍କ…

୧୦ରୁ ୨୦ ବର୍ଷ ଧରି ପଡ଼ିରହିଛି ୨୭ ବିଭାଗର ଇଣ୍ଟରନାଲ ଅଡିଟ୍‌, ଅନ୍ଧାରରେ ସରକାରଙ୍କ…

ଭୁବନେଶ୍ୱର,୨୦ା୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ତାଙ୍କର ୨୭ଟି ବିଭାଗରେ ବହୁ ହଜାର କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍‌ ହୋଇଥିବା ତଥ୍ୟ ପ୍ରକାଶ କରିଛନ୍ତି। ଗତ ୨୬ ମାର୍ଚ୍ଚରେ…

ଧାନକିଣାରୁ ବାଦ୍ ପଡିଛନ୍ତି ୧୫୮ ଚାଷୀ, ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ…

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ): ୨୦୨୫-୨୬ ଖରିଫ ଧାନ କ୍ରୟରୁ ବଲାଙ୍ଗୀର ଜିଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ସୋମବାର ବଲାଙ୍ଗୀର ଜିଲା ମିଳିତ…

୪୦ ଡିଗ୍ରୀ ଉପରେ ୧୪ ସହର, ଆହୁରି ସପ୍ତାହେ ଶିଝିବ ଓଡ଼ିଶା

ଭୁବନେଶ୍ୱର,୨୦ା୪ (ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମତାପରେ ଶିଝୁଛି ଓଡ଼ିଶା। ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ରବିବାର ମଧ୍ୟ ଅଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ…

ଆଜି ଅଖିମୁଠି ଅନୁକୂଳ, ଚାଷୀଙ୍କ ଉତ୍ସାହ ନାହିଁ

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ସୋମବାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଚାଷୀମାନେ ଚାଷ ପାଇଁ ପାଗ ଭିଡ଼ିବେ। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲାପାଳଙ୍କଠୁ ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri