Posted inଜାତୀୟ

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ ସ୍ରଷ୍ଟାଙ୍କୁ ଚିହ୍ନଟ କରିବେ ବୋଲି କେନ୍ଦ୍ରର ସୂଚନା ପ୍ରଯୁକ୍ତି (ଆଇଟି) ରୁଲ୍ସ, ୨୦୨୧ରେ ନିୟମ ରହିଛି। ହ୍ବାଟ୍ସଆପ୍‌ ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜକରି ଏକ ପିଟିଶନ ଦାଖଲ କରିଛି। ବୁଧବାର ଏହାର ଶୁଣାଣିବେଳେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କୀର୍ତ୍ତିମାନ ସିଂ ଯୁକ୍ତି ବାଢ଼ିଥିଲେ, ମେସେଜ୍‌ଗୁଡ଼ିକୁ ଟ୍ରେସ୍‌ କରିବା ବର୍ତ୍ତମାନର ଆବଶ୍ୟକତା। ହ୍ବାଟ୍ସଆପ୍‌ ଏହା ପୂର୍ବରୁ ଆମେରିକା କଂଗ୍ରେସରେ କଡ଼ା ପ୍ରଶ୍ନର ସମ୍ମୁଖୀନ ହୋଇସାରିଛି। ହ୍ବାଟ୍ସଆପ୍‌ର ଓକିଲ ତେଜସ୍‌ କାରିଆ କହିଥିଲେ, ମେସେଜ୍‌ ଏନ୍‌କ୍ରିପ୍ସନ ବନ୍ଦ କରିବାକୁ କହିଲେ ଭାରତରେ ଅପରେଶନ୍‌ ବନ୍ଦ କରିଦେବୁ। କାରଣ ଏହି ଏନ୍‌କ୍ରିପ୍ସନ ପାଇଁ ଆମ ଉପରେ ୟୁଜର୍ସ ଭରସା କରି ଆପ୍‌କୁ ବ୍ୟବହାର କରିଥାନ୍ତି। ୟୁଜର୍ସଙ୍କ ମେସେଜ୍‌ଗୁଡ଼ିକୁ ଟ୍ରେସ୍‌ କଲେ କଣ୍ଟେଣ୍ଟର ଏନ୍‌କ୍ରିପ୍ସନ୍‌ ଏବଂ ୟୁଜର୍ସଙ୍କ ପ୍ରିଭେସି ନୂ୍ୟନ ହୋଇଯିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଓ ୨୧ର ଉଲ୍ଲଂଘନ। ପୃଥିବୀର କୌଣସି ଦେଶରେ ଏପରି ନିୟମ ନାହିଁ। ଏପରି କି ବ୍ରାଜିଲରେ ମଧ୍ୟ ନାହିଁ ବୋଲି କାରିଆ କହିଥିଲେ। ସେ ଆହୁରି କହିଥିଲେ, ଆମକୁ ଏକ ସମ୍ପୂର୍ଣ୍ଣ ଚେନ୍‌ ରଖିବାକୁ ପଡ଼ିବ। କେଉଁ ମେସେଜ୍‌ଗୁଡ଼ିକୁ ଡିକ୍ରିପ୍ଟ କରିବାକୁ ପଡ଼ିବ ତାହା ଆମକୁ ଜଣାନାହିଁ। ଅର୍ଥାତ୍‌ ଅନେକ କୋଟି ମେସେଜ୍‌କୁ ବର୍ଷ ବର୍ଷ ଧରି ଷ୍ଟୋର କରି ରଖିବାକୁ ପଡ଼ିବ ବୋଲି ସେ କହିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ କହିଥିଲେ, ପ୍ରିଭେସି ଅଧିକାରଗୁଡ଼ିକ ନିରଙ୍କୁଶ ନୁହେଁ। କେଉଁଠି ନା କେଉଁଠି ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ଆସନ୍ତା ଅଗଷ୍ଟ ୧୪ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।
ପ୍ରକାଶ ଯେ, ମେଟା, ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ଟେକ୍‌ ଜାଏଣ୍ଟଗୁଡ଼ିକ ଭାରତରେ ନିୟାମକ ଯାଞ୍ଚ ନାମରେ ଅନେକ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଗତବର୍ଷ ଜାନୁଆରୀରୁ ଜୁନ୍‌ ମଧ୍ୟରେ ମେଟା ପ୍ଲାଟ୍‌ଫର୍ମଗୁଡ଼ିକରୁ ମୋଟ ୭୦,୬୧୨ କଣ୍ଟେଣ୍ଟକୁ ହଟାଇବାକୁ ଭାରତୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ୬୩,୫୮୬ ଆଇନଗତ ପ୍ରକ୍ରିୟା ସମ୍ପର୍କିତ ଅନୁରୋଧ ହୋଇଥିବାବେଳେ ଅବଶିଷ୍ଟ ‘ଏମର୍ଜେନ୍ସି ଡିସ୍‌କ୍ଲୋଜର ରିକ୍ୱେଷ୍ଟ’ ଥିଲା। ଇତିମଧ୍ୟରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଏଲନ୍‌ ମସ୍କଙ୍କ ଏକ୍ସ’ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କେତେକ ରାଜନୈତିକ ପୋଷ୍ଟକୁ ହଟାଇଦେଇଥିବା କହିଛି। ତେବେ କମିଶନଙ୍କ ଏପରି ଅର୍ଡରକୁ ନେଇ ଏକ୍ସ’ ଅସନ୍ତୋଷ ବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?