Advertisement
Posted inଜାତୀୟ

୨ ଘଣ୍ଟା ହ୍ବାଟସଆପ୍‌ ସର୍ଭର ଡାଉନ : ମେଟାକୁ ଜବାବ ତଲବ କଲା ଆଇଟି ମନ୍ତ୍ରଣାଳୟ …

ନୂଆଦିଲ୍ଲୀ,୨୫।୧୦ : ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ହେବା ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ମେଟା ଠାରୁ ଏକ ରିପୋର୍ଟ ମାଗିଛି। ମଙ୍ଗଳବାର ଭାରତ ସମେତ ଅନେକ ଦେଶରେ ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍‌ ସର୍ଭର ମଧ୍ୟାହ୍ନ ୧୨ଠାଠାରୁ ଡାଉନ ହୋଇଯାଇଥିଲା। ଫଳରେ ୟୁଜର ହ୍ବାଟସଆପ୍‌ ମାଧ୍ୟମରେ ମେସେଜ ପଠାଇବାରେ ସକ୍ଷମ ହୋଇନଥିଲେ କିମ୍ବା କୌଣସି ମେସେଜ ମଧ୍ୟ ଆସୁ ନଥିଲା। ଅନେକ ୟୁଜର ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଲଗଇନ କରିବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ।

ୟୁଜରମାନେ ସେମାନଙ୍କର ପ୍ରୋଫାଇଲ ଫଟୋ ଏବଂ ସେମାନଙ୍କର ସୂଚନା ପରିବର୍ତ୍ତନ କରି ପାରି ନଥିଲେ।ଡାଉନଟାଇମ ସମୟରେ ମଧ୍ୟ ଫୋନ ନମ୍ବର ପରିବର୍ତ୍ତନ କରିବା ସମ୍ଭବ ନଥିଲା। ଚାଟ ହିଷ୍ଟ୍ରି ବ୍ୟାକଅପ କର ହୋଇ ନ ଥିଲା।

ଏହା ପରେ କମ୍ପାନୀ କହିଛି ଯେ ସେବାକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରାଯାଇଛି। ହ୍ବାଟସଆପ୍‌ ବ୍ୟତୀତ ଫେସବୁକ ଏବଂ ଇନଷ୍ଟାଗ୍ରାମର ମାଲିକ ଥିବା ମେଟାର ମୁଖପାତ୍ର କହିଛନ୍ତି ଯେ ଆମେ ଜାଣୁ ଯେ କିଛି ୟୁଜର ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯଥାଶୀଘ୍ର ସମସ୍ତଙ୍କ ପାଇଁ ହ୍ବାଟସଆପ୍‌ ପୁନରୁଦ୍ଧାର ପାଇଁ କାର୍ଯ୍ୟ ହୋଇଛି।

ଭାରତ ବ୍ୟତୀତ ପାକିସ୍ଥାନ, ଇଟାଲୀ ଏବଂ ତୁର୍କୀର ସୋସିଆଲ ମିଡିଆ ୟୁଜରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବ୍ରିଟେନରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟ ଏହା ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା।

ତେବେ ମଧ୍ୟ ହ୍ବାଟସଆପ୍‌ର ସମସ୍ତ ଫିଚରଗୁଡିକ ସ୍ବାଭାବିକ ଭାବରେ କାମ କରୁ ନଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗିଡିଲା ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା

ଲକ୍ଷ୍ନୌ,୨।୧୦: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା...

ବୟଫ୍ରେଣ୍ଡଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଆସିଲେ ଗର୍ଲଫ୍ରେଣ୍ଡ, ଆଉ ତା’ପରେ ଘଟିଲା ଏମିତି

ରାଞ୍ଚି,୧୯।୪: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ମାନେନା ବାଧା ବନ୍ଧନ। ଖାସ୍‌ ଏଥିପାଇଁ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଚାଲିଆସିଥିଲେ।...

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା...

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୧ା୧୦: ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,...

୭୦୦ ସୁପର ସ୍ପ୍ରେଡର ଚିହ୍ନଟ

ଅହମଦାବାଦ,୧୭।୫(ପି.ଟି.): ଗୁଜରାଟର ଅହମଦାବାଦରେ ସପ୍ତାହକ ମଧ୍ୟରେ ୭୦୦ କରୋନା ସୁପର ସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ୭ରୁ ୧୪ ତାରିଖ ମଧ୍ୟରେ ସହରର ଦୋକାନୀମାନଙ୍କର ସ୍କ୍ରିନିଂ ପରେ...

ଗ୍ୟାସ୍‌, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର

ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍‌ ଓ ଆମଦାନି...

ଦେଶରେ କରୋନା ଟିକାକରଣ ୬୦ କୋଟି ଟପିଲା, ଏବେବି ପ୍ରତିଦିନ ଆବଶ୍ୟକ ୧ କୋଟି ଟିକା

ନୂଆଦିଲ୍ଲୀ,୨୬ ।୮: କରୋନାକୁ ହରାଇବାରେ ଦେଶ ତା’ର ଉଦ୍ୟମ ଜାରି ରଖିଛି । ଦେଶରେ ଦ୍ରୁତ ଗତିରେ ଚାଲୁଥିବା ଟିକାକରଣ ଏବେ ୬୦ କୋଟିରେ ପହଞ୍ଚିଛି...

ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଯୋଗୁ କାୟା ମେଲାଉଛି କରୋନା

କୋଲକାତା,୨୧।୩ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ...

Advertisement
Archives

Model This Week