Posted inଖେଳ

ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର ସିରିଜ ଥିଲା ବୋଲି କୋହଲି ଇଲଂଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ସୂଚନା ଦେଇଛନ୍ତି। ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି, ତାଙ୍କ ସନ୍ତାନର ଜନ୍ମ ଜୀବନର ସବୁଠାରୁ ବଡ ମୁହୂର୍ତ୍ତ ଥିଲା। ଭାରତର ସବୁଠୁ ବଡ ସିରିଜ ବିଜୟର ଅଂଶ ନ ହେବା ପରେ ତାଙ୍କୁ କି ପ୍ରକାର ଅନୁଭବ ହୋଇଥିଲା ବୋଲି କୋହଲିଙ୍କୁ ପଚରାଯାଇଥିଲା। ଏହାର ଜବାବରେ କୋହଲି କହିଛନ୍ତି, ପ୍ରଥମ କଥା ମୁଁ ଭାବୁନାହିଁ ଯେ ଏ ଦୁଇଟି ଜିନିଷକୁ ତୁଳନା କରାଯାଇପାରିବ। ବାପା ହେବା ସର୍ବଦା ମୋ ଜୀବନର ସବୁଠାରୁ ବଡ ମୁହୂର୍ତ୍ତ ହୋଇ ରହିବ। କୋହଲି କହିଛନ୍ତି, ଅନ୍ତିମ ଟେଷ୍ଟରେ ଯେତେବେଳେ ଶାର୍ଦ୍ଦୁଲ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ଭାଗିଦାରୀ ଚାଲିଥିବାବେଳେ ଡାକ୍ତର ମୋତେ ଫୋନ୍‌ କରିଥିଲେ। ଏହା ପୂର୍ବରୁ ମୁଁ ଫୋନରେ ମ୍ୟାଚ୍‌ ଦେଖୁଥିଲି। ପରେ ଆମକୁ ଡାକ୍ତରଖାନା ଯିବାକୁ ପଡିଲା। କିଛି ସମୟ ପରେ ଝିଅ ଜନ୍ମ ନେଇଥିଲା ବୋଲି କୋହଲି କହିଛନ୍ତି। ସୂଚନାଯୋଗ୍ୟ,ଆଡିଲେଡରେ ଚାଲିଥିବା ପ୍ରଥମ ଟେଷ୍ଟରେ ପରାଜୟ ପରେ କୋହଲି ନିଜ ସନ୍ତାନର ଜନ୍ମ ପାଇଁ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭାରତ-କାତାର ମ୍ୟାଚ ୨୦୨୧କୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୧୩।୮- ୨୦୨୨ ଫିଫା ବିଶ୍ୱକପର ଏସିଆନ କ୍ୱାଲିଫାଇଂ ମ୍ୟାଚ ଗୁଡ଼ିକ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ...

ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ

ବୁଏନ୍ସଆୟାର୍ସ, ୧ା୧୨(ଏପି)-ଡିଏଗୋ ମାରାଡୋନାଙ୍କ ମୃତ୍ୟୁକୁ ନେଇ ଆର୍ଜେଣ୍ଟିନା ପୋଲିସ କିମ୍ବଦନ୍ତୀ ଫୁଟ୍‌ବଲରଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଦେଇଛନ୍ତି। ୬୦ବର୍ଷୀୟ ଫୁଟ୍‌ବଲ ଷ୍ଟାରଙ୍କ ବ୍ୟକ୍ତିଗତ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା...

୨୦ ବର୍ଷ ହେବ ଅକ୍ଷୟ କୁମାରଙ୍କ ଅପେକ୍ଷାରେ ଥିଲେ ଏହି ଯୁବତୀ, ମିଳିଲା ଏମିତି ଉତ୍ତର

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ତାଙ୍କର ପ୍ରଶଂସକ ମଧ୍ୟ ଅନେକ ଅଛନ୍ତି। ନିକଟରେ ଅକ୍ଷୟଙ୍କ ବାର୍ତ୍ତାକୁ ୨୦ ବର୍ଷ ଅପେକ୍ଷା କରିଥିବା...

ପୁମା ସହ ଦୂତୀଙ୍କ ଚୁକ୍ତି

ନୂଆଦିଲ୍ଲୀ,୯।୮(ପି.ଟି.)-ଦେଶର ଦ୍ରୁତତମ ମହିଳା ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଗ୍ଲୋବାଲ ସ୍ପୋଟର୍‌ସ କମ୍ପାନୀ ପୁମା ସହ ଚୁକ୍ତି କରିଛନ୍ତି। ଗୁରୁବାର ଏ ନେଇ...

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ...

ପ୍ରଥମ ଟେଷ୍ଟ: ନସିମ୍‌ଙ୍କ ହ୍ୟାଟ୍ରିକ୍‌: ବାଂଲାଦେଶର ସଂଘର୍ଷ ଜାରି

ରାଓ୍ବଲପିଣ୍ଡି,୯।୨-ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇନିଂସ ପରାଜୟ ଏଡାଇବାକୁ ବାଂଲାଦେଶ ସଂଘର୍ଷ ଜାରି ରଖିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ...

କୋଭିଡ-୧୯: ମ୍ୟାକ୍‌ଏନ୍‌ରୋ କରୋନା ପଜିଟିଭ୍‌

ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍‌ ଅଧିନାୟକ ପାଟ୍ରିକ୍‌ ମେକ୍‌ଏନ୍‌ରୋ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି...

Advertisement
Archives

Model This Week