ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା ପୂରଣ ବ୍ୟବସ୍ଥା। ୩୪୯ ସଦସ୍ୟ ବିଶିଷ୍ଟ ସ୍ବିଡେନର ସଂସଦ ‘ରିକ୍ସଡାଗ’କୁ ମ୍ୟୁନିସିପାଲ କର୍ପୋରେସନ ଓ କାଉଣ୍ଟି ଜରିଆରେ ହେଉଥିବା ଏକକାଳୀନ ନିର୍ବାଚନ ଭଳି ଭାରତରେ ଲୋକ ସଭା ଆଉ ବିଧାନସଭା ନିର୍ବାଚନ ହେବ। ଭାରତରେ ମଧ୍ୟ ସମୟ ଅନ୍ତର କାରଣରୁ ‘ନିର୍ବାଚନ ଖର୍ଚ୍ଚ ବିଶ୍ୱରେ ସର୍ବାଧିକ’ କଥାଟିରେ ବ୍ରେକ୍‌ ଲାଗିବ। ଏବେ ଏକକାଳୀନ ନିର୍ବାଚନ ଆୟୋଜନ କରିବା ନେଇ ଆବଶ୍ୟକ ସାମ୍ବିଧାନିକ ପଦକ୍ଷେପକୁ ସରକାର ତ୍ୱରାନ୍ବିତ କରିଛନ୍ତି। କିଛି ମତ ରଖନ୍ତି ଯେ, ଏକକାଳୀନ ନିର୍ବାଚନ ହେଲେ ଖର୍ଚ୍ଚରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ହୋଇପାରିବ, ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବ ଏବଂ ଅଧିକ ମତଦାନ ହେବାର ସମ୍ଭାବନା ରହିବ।
ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ ଭଳି ୩୫ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ନିର୍ବାଚନକୁ ଅନୁଧ୍ୟାନ କରୁଥିବା ଏନ୍‌ଜିଓ ଅନୁଯାୟୀ, ୨୦୧୯ ଲୋକ ସଭା ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ବ୍ୟୟ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ପାଖାପାଖି ୧.୩୫ ଲକ୍ଷ କୋଟି ଖର୍ଚ୍ଚ ଅଟକଳ, ପୂର୍ବ ନିର୍ବାଚନ ଅପେକ୍ଷା ଦୁଇ ଗୁଣରୁ ଅଧିକ। ଗତ ନିର୍ବାଚନରେ ୭୦୦ ଟଙ୍କା ନିର୍ବାଚନୀ ବୋଝ ଜଣେ ନାଗରିକ ମୁଣ୍ଡ ଉପରେ ଯାହା ୧୯୫୧-୫୨ ପ୍ରଥମ ସାଧାରଣ ନିର୍ବାଚନ ବେଳେ ମୁଣ୍ଡପିଛା ବ୍ୟୟ ଥିଲା ୩୦ ପଇସା ମାତ୍ର। ଏଥିରେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ରାଜନୈତିକ ଦଳଗୁଡ଼ିକ ବହନ କରୁଥିବା ଖର୍ଚ୍ଚ ଓ ନିର୍ବାଚନ ପରିଚାଳନାରେ ଭାରତର ନିର୍ବାଚନ ଆୟୋଗଙ୍କ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବାରମ୍ବାର ସୁରକ୍ଷା କର୍ମୀଙ୍କ ମୁତୟନ ଓ ବଦଳି ସହିତ ଯଥେଷ୍ଟ ଖର୍ଚ୍ଚ ଜଡ଼ିତ। ନିର୍ବାଚନୀ କର୍ତ୍ତବ୍ୟ ଓ ଆନୁଷଙ୍ଗିକ କାମ ଯୋଗୁଁ ପ୍ରତି ନିର୍ବାଚନ ସମୟରେ ସରକାରୀ କଳର ନିୟମିତ ଦାୟିତ୍ୱକୁ ଅଣଦେଖା କରାଯାଇଥାଏ। ନିର୍ବାଚନ ବଜେଟରେ ଏହି ଅସଂଖ୍ୟ ମାନବ ଘଣ୍ଟାକୁ ବିଚାରକୁ ନିଆଯାଇ ନାହିଁ। ନିର୍ବାଚନ ବେଳେ ହିଂସା, ବୁଥ୍‌ ଜବରଦଖଲ ଓ ପୋଲିସ ସହ ମୁହଁାମୁହିଁ ପରିସ୍ଥିତିକୁ ସହଜେ ଏଡ଼ାଇ ହୁଅନ୍ତା, ଯଦି ଏକ ରାଷ୍ଟ୍ର ଏକ ନିର୍ବାଚନକୁ ଡିଜିଟାଲ କରାଯାଆନ୍ତା। ଗୋଟିଏ ମୁହୂର୍ତ୍ତରେ ସରିଯାଆନ୍ତା ନିର୍ବାଚନ, ସରକାରୀ କଳ ସରକାରଙ୍କ ହାତବାରିସି ବୋଲି କହନ୍ତେ ନାହିଁ ବିରୋଧୀ ରାଜନୈତିକ ସଙ୍ଗଠନଗୁଡ଼ିକ। ମୋବାଇଲ ନେଟ୍‌ୱର୍କ ନ ଥିବା ସ୍ଥାନରେ ସରକାର ନେଟ୍‌ୱର୍କ ପାଇଁ ତତ୍ପରତା ଦେଖେଇବା ପାରିଲାପଣିଆ କଥା। ଜିଏସ୍‌ଟି ଯେମିତି ରେକର୍ଡ ସଂଖ୍ୟକ ବଢ଼େଇ ପାରୁଛନ୍ତି ସରକାର, ସେମିତି ଭୋଟସଂଖ୍ୟା ଆନୁପାତିକ ବଢ଼େଇବା କାମ ସରକାରଙ୍କର।
ଏକକାଳୀନ ନିର୍ବାଚନର ଧାରଣା ୧୯୫୧-୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନରୁ ଆରମ୍ଭ ହୋଇଥିଲା, ଯେତେବେଳ ସମସ୍ତ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ପ୍ରଥା ୧୯୬୭ ପର୍ଯ୍ୟନ୍ତ ଜାରି ରହିଥିଲା, ଯେତେବେଳେ ଝୁଲା ବିଧାନସଭା ଏହି ଧାରାରେ ଅନ୍ତରାୟ ହେଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ କ୍ରମାଗତ ଭାବରେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକୁ ଭଙ୍ଗ କରି ଦିଆଯାଇଥିଲା, ଯାହା ଏକକାଳୀନ ନିର୍ବାଚନ କ୍ୟାଲେଣ୍ଡରକୁ ବାଧାପ୍ରାପ୍ତ କରିଥିଲା। ଏବେ ଯଦି ଏକକାଳୀନ ନିର୍ବାଚନ କଥା ଉଠେ, ତେବେ ସରକାର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସେବା ସମୟ ନ ଗଣି ସେମାନଙ୍କ ଅବ୍ୟାହତି ସୁବିଧା ଲାଗୁ କରିଦେବା ଠିକ୍‌ ହେବ। ଡାକବାଜି ଯନ୍ତ୍ରକୁ ମାତ୍ର ତିନିଦିନ ପାଇଁ ଅନୁମତି ଦେଇ ରାଲି, ମଞ୍ଚ ପ୍ରଚାର ଆଉ ସଭାକୁ ବୁହା ହବା ଗାଡ଼ି ମୋଟରକୁ ସମ୍ପୂର୍ଣ୍ଣ ନା’ କହି ସରକାର ଆଦର୍ଶ ହୋଇପାରନ୍ତେ। ବ୍ୟବସ୍ଥା ବଦଳାଇବାକୁ ନ ଚାହିଁଲେ ସରକାରଙ୍କୁ ଭୟ ଅଛି ବୋଲି ଜନମତ ସୃଷ୍ଟି ହେବ। ବେଲଜିଅମ୍‌, ଦକ୍ଷିଣ ଆଫ୍ରିକା ଓ ସ୍ବିଡେନ ଆଦି ଦେଶ ଭାରତୀୟ ଭୌଗୋଳିକ ପରିବେଶ ଅପେକ୍ଷା ଯଥେଷ୍ଟ ସାନ। ନିର୍ବାଚନ କମିଶନ ଭାରତରେ ନିରପେକ୍ଷ ହବା ଆଜି ଏକ ପ୍ରଶ୍ନବାଚୀ। ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୁପାରିସରେ ଆଇନ ପ୍ରଣୟକ ଆଦୌ ହସ୍ତକ୍ଷେପ କରିବା ସମୀଚୀନ ନୁହେଁ।
ଏକାସଙ୍ଗେ ନିର୍ବାଚନ କଥାଟିକୁ ୧୯୮୩ରେ ଭାରତ ନିର୍ବାଚନ ଆୟୋଗ (ଇସି) ଆଉ ୧୯୯୯ରେ ଭାରତ ଲ’ କମିଶନ ତାଙ୍କ ୧୭୦ତମ ରିପୋର୍ଟରେ ସପକ୍ଷ ମତ ଦେଲେ। ୨୦୧୫ ମସିହାରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରି ମତ ରଖିଲେ ଯେ ଏହାଦ୍ୱାରା ନିର୍ବାଚନ ଖର୍ଚ୍ଚ ଯଥେଷ୍ଟ କମ କରାଯିବା ସହ ପ୍ରଶାସନିକ ଦକ୍ଷତାକୁ ବଢ଼ାଯାଇ ପାରିବ। ୨୦୨୩ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କେନ୍ଦ୍ର ଆଉ ରାଜ୍ୟସ୍ତରୀୟ ରାଜନୈତିକ ଦଳ, ସାଧାରଣ ନାଗରିକ ଆଉ ଆଇନ ବିଶାରଦମାନଙ୍କଠାରୁ ମତାମତ ନେଲେ। ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଏକାଧିକ ନିର୍ବାଚନ କରିବା ଦ୍ୱାରା ରାଜ୍ୟ ସମ୍ବଳ ଉପରେ ଚାପ ପଡ଼ୁଛି, ରାଜନୈତିକ ଦଳଗୁଡ଼ିକ ନିରନ୍ତର ପ୍ରଚାର ମୋଡ୍‌ରେ ରହୁଛନ୍ତି ଏବଂ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି। ତେବେ ସମାଲୋଚକମାନଙ୍କ ଯୁକ୍ତି ହେଉଛି ଏହାଦ୍ବାରା ଆଞ୍ଚଳିକ ଦଳ ଓ ରାଜ୍ୟ ରାଜନୀତିକୁ ପ୍ରଭାବିତ କରି କେନ୍ଦ୍ର ସରକାର କ୍ଷମତାର ସମ୍ଭାବ୍ୟ ଅପବ୍ୟବହାର କରିପାରନ୍ତି। ସଂଘୀୟ ବ୍ୟବସ୍ଥାକୁ ଚୂରମାର କରି କେନ୍ଦ୍ରୀୟ କ୍ଷମତାରେ ସରକାର ଦୀର୍ଘାୟୁ ହବାର ପ୍ରୟାସ କରିପାରନ୍ତ। ଏକକ ନିର୍ବାଚନରୁ ସୁଫଳ ପାଇବା ଖାଲି ଆର୍ଥିକ ଦୃଷ୍ଟିରୁ ତରବରିଆ ସିଦ୍ଧାନ୍ତ ନେବା ଠିକ୍‌ ନୁହେଁ। ୪୬% ଦାଗୀ ନେତା ଓ ୨୫% ଅତି ଗର୍ହିତ ଅପରାଧୀଙ୍କୁ ଆଇନ ପ୍ରଣୟକ ଅଭିନୟରୁ ଦୂରେଇରଖିବା ପ୍ରୟାସ ମଧ୍ୟ ହେବା ଉଚିତ।
ସମ୍ଭାବ୍ୟ ଫାଇଦା ସତ୍ତ୍ୱେ ଏହି ପ୍ରସ୍ତାବକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏକକାଳୀନ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ସାମ୍ବିଧାନିକ ସଂଶୋଧନ, ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଏବଂ ଅତିକମ୍‌ରେ ଅଧା ରାଜ୍ୟର ଅନୁମୋଦନ ଆବଶ୍ୟକ। ୮୩, ୮୫(୨)(ବି), ୧୭୪(୨)(ବି), ୩୫୬ ଓ ୭୫(୩) ସମେତ ପ୍ରମୁଖ ଧାରାରେ ସଂଶୋଧନ ସହ ଜନପ୍ରତିନିଧି ଆଇନ, ୧୯୫୧ରେ ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପର୍ଯ୍ୟାପ୍ତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ୍‌ (ଇଭିଏମ୍‌) ଓ ଭୋଟର ଭେରିଫାଏବଲ ପେପର ଅଡିଟ୍‌ ଟ୍ରେଲ (ଭିଭିପାଟ୍‌)ର ଯେଉଁ ଅଭାବ ରହିବ, ତାକୁ ପୂରଣ କରିବାକୁ ଯାଇ ଲୋକଙ୍କ ଅର୍ଥ ସହ ସରକାର ଖେଳିବେ, ଦୁର୍ନୀତି ବଢ଼ିବ। କୌଶଳୀ ପରିଚାଳକଙ୍କ ଉପଲବ୍ଧତା, ପୋଲିଂ ଓ ସୁରକ୍ଷା କର୍ମୀ ସୁନିଶ୍ଚିତ କରିବା ଜଟିଳତାକୁ ଆହୁରି ବଢ଼ାଇବ ବୋଲି ବିରୋଧୀ ଅନୁମାନ କରନ୍ତି। ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ସରକାର କାହିଁକି ଯେ ନିର୍ବାଚନକୁ ଡିଜିଟାଲ କରୁନାହାନ୍ତି, ସେଇ କଥାଟା ଦେଶର ବୁଦ୍ଧିଜୀବୀମାନଙ୍କ ହଜମ ହେଇପାରୁନି। ସମସ୍ତଙ୍କ ପାଇଁ ଆଧାର କାର୍ଡ ଆଉ ମୋବାଇଲ ନମ୍ବର ବାଧ୍ୟତାମୂଳକ କରିବା ପରେ ସରକାର କାହିଁକି ମୋବାଇଲ ଭୋଟିଂ କରୁନାହାନ୍ତି। ନେତା ନୋମିନେଶନକୁ ମଧ୍ୟ ଡିଜିଟାଲ କରିବା ଜରୁରୀ ଆଉ ସମୁଦାୟ ନିର୍ବାଚନ ପଦ୍ଧତି ମାତ୍ର ୭ ଦିନ ଭିତରେ ସରିବା ଜରୁରୀ। ତେବେ ପଇସା, ମଦ, ମଞ୍ଚବନ୍ଧା, ମୂଲଚାଲକୁ ନ ଦେଖି ଲୋକ ଭୋଟ ଦିଅନ୍ତେ ଘରେ ରହି। କାମ କରିଥିବା ନେତା ନିର୍ବାଚନର ବହୁପୂର୍ବରୁ ଲୋକଙ୍କ ନିକଟତର ହବା ଚେଷ୍ଟା କରନ୍ତେ। ବିଶ୍ୱର ପ୍ରମୁଖ ଗଣତନ୍ତ୍ର ବିଶ୍ୱକୁ ଗବାକ୍ଷ ହେଲେ ଅସୁବିଧା କେଉଁଠି? କେମିତି ହୁଅନ୍ତା ଯଦି ପାଖାପାଖି ଶହେ ପ୍ରତିଶତ ପୋଲିଂ ହୁଅନ୍ତା ଆଉ ଧାଡ଼ିରେ ଛିଡ଼ା ହୋଇ ଭୋଟ ଦବା ଧୈର୍ଯ୍ୟ ନଥିବା ବାବୁମାନଙ୍କୁ ଖସିଯିବାର ବାହାନା ମିଳନ୍ତାନି!
ଡାକ ବଙ୍ଗଳା ଛକ, ପୁରୁଣା ଭୁବନେଶ୍ୱର,
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?