ପିଏଫ୍‌ଆଇ ଭଳି ମାନସିକତାର ସମାଧାନ କ’ଣ

ଅନିଲ ବିଶ୍ୱାଳ

 

ଇତି ମଧ୍ୟରେ ଆତଙ୍କବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାର ଦୁଇ ମାସ ବିତିଗଲାଣି। ପୂର୍ବରୁ ଇସ୍‌ଲାମିକ ଆତଙ୍କବାଦୀ ସଙ୍ଗଠନ ସିମି (ଷ୍ଟୁଡେଣ୍ଟ ଇସ୍‌ଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ)କୁ ମଧ୍ୟ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ। ପଞ୍ଜାବରେ ଖଲିସ୍ଥାନ ଆତଙ୍କବାଦୀମାନଙ୍କୁ ଯଦିଓ ସରକାର ଅନେକାଂଶରେ ଦମନ କରିଛନ୍ତି ତଥାପି ଆଜି ବି ସମୟ ସମୟରେ ସେଠାରେ ସେମାନଙ୍କ ପ୍ରଭାବ ଅନୁଭୂତ ହୁଏ। ପିଏଫ୍‌ଆଇ ହେଉ ବା ସିମି, ବିଭିନ୍ନ ସମୟରେ ଗିରଫ ହେଉଥିବା ଏହି ସଙ୍ଗଠନର ଅଭିଯୁକ୍ତମାନଙ୍କର ବୟାନ ଆଧାରରେ ଏହା ପ୍ରମାଣିତ ହୁଏ ଯେ ଏମାନେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଚାହାନ୍ତି। ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ପିଏଫ୍‌ଆଇ ହେଉ ବା ସିମି ଏମାନଙ୍କୁ ପ୍ରତିବନ୍ଧକ କରିବା କ’ଣ ସମସ୍ୟାର ସମାଧାନ କରିପାରିବ? କାରଣ ଯେବେ ସିମିକୁ ପ୍ରତିବନ୍ଧକ ଲଗାଗଲା ସେହି ସଙ୍ଗଠନ ଓ ସେହି ବିଚାରରେ କାମ କରୁଥିବା ଲୋକମାନେ ପରବର୍ତ୍ତୀ ସମୟରେ ପିଏଫ୍‌ଆଇ ଗଠନ କରିଥିଲେ। ଏବେ ପିଏଫ୍‌ଆଇ ବ୍ୟାନ ହେବା ପରେ ସେମାନେ ଆଉ ଏକ ସଙ୍ଗଠନ ଖୋଲିପାରନ୍ତି। ତା’ହେଲେ ଏଭଳି ମାନସିକତାର ସ୍ଥାୟୀ ସମାଧାନ କ’ଣ?
ଯେତେବେଳେ ପିଏଫ୍‌ଆଇକୁ ସାରା ଦେଶରେ କେନ୍ଦ୍ର ସରକାର ପ୍ରତିବନ୍ଧିତ କରିଥିଲେ ଦେଶର କିଛି ତଥାକଥିତ ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇଥିଲେ। ଯେଉଁମାନେ ଆଜି ବି ମାନନ୍ତି ଯେ କଶ୍ମୀରରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଭାରତୀୟ ସେନାର ଭୁଲ୍‌ ଅଛି ବା ସେଠାରେ ଥିବା ପଣ୍ଡିତମାନଙ୍କ ପାଇଁ ହିଁ କଶ୍ମୀରରେ ସବୁ ସମସ୍ୟା ଆରମ୍ଭ ହୋଇଥିଲା ସେହି ବର୍ଗର ଲୋକମାନେ ଏବେ ପପୁଲାର ଫ୍ରଣ୍ଟ ଉପରେ ପ୍ରତିବନ୍ଧକକୁ ମଧ୍ୟ ଉଦ୍ଦେଶ୍ୟମୂଳକ ପଦକ୍ଷେପ ବୋଲି ମାନନ୍ତି। ଏହା ସିଧାସଳଖ ଭାବରେ ପିଏଫ୍‌ଆଇ ଭଳି ସଙ୍ଗଠନଗୁଡ଼ିକୁ ଏକ ନୈତିକ ବଳ ଯୋଗାଏ, ଯାହା ପରବର୍ତ୍ତୀ ସମୟରେ ଦେଶ ପାଇଁ ବିପଦ ଆକାରରେ ଉଭା ହୁଏ।
ବିହାରରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ଏକ ଗୁପ୍ତ ଦସ୍ତାବିଜ ମିଳିଥିଲା ଯେଉଁଥିରେ ୨୦୪୭ ସୁଦ୍ଧା ଭାରତକୁ ଇସ୍‌ଲାମିକ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଉଲ୍ଲେଖ ଥିଲା। ଯଦି ଆବଶ୍ୟକ ହୁଏ ତେବେ ସଶସ୍ତ୍ର ବିଦ୍ରୋହ କରିବା ପାଇଁ ଆବଶ୍ୟକ ରୋଡ ମ୍ୟାପ ମଧ୍ୟ ସେହି ଦସ୍ତାବିଜରେ ଥିଲା। ପିଏଫ୍‌ଆଇ ତା’ର ଭିଜନ ଡକ୍ୟୁମେଣ୍ଟରେ ଏକଥା ମଧ୍ୟ ଲେଖିଥିଲା ଯେ ଆବଶ୍ୟକ ପଡିଲେ ତୁର୍କୀ ଭଳି ଦେଶ ସେମାନଙ୍କୁ ସାହାଯ୍ୟ କରିବେ। ଏଥିରୁ ସ୍ପଷ୍ଟ ଯେ ଭାରତକୁ ଆଉ ଥରେ ବିଭାଜନ କରିବାକୁ ସେମାନେ ସଙ୍କଳ୍ପବଦ୍ଧ ଭାବରେ କାମ କରୁଛନ୍ତି। ଏମାନେ କେବେ ବି ଭାରତ ଗୋଟିଏ ସାର୍ବଭୌମ ଦେଶ ଏକଥା ସ୍ବୀକାର କରନ୍ତି ନାହିଁ। ଭାରତ ଏକ ସାଂସ୍କୃତିକ ରାଷ୍ଟ୍ର, ଭାରତର ଏକ ପ୍ରାଚୀନ ଗୌରବଶାଳୀ ଇତିହାସ ଅଛି ତାହା ମଧ୍ୟ ସେମାନେ ସ୍ବୀକାର କରନ୍ତି ନାହିଁ। ସବୁବେଳେ ନିଜର ଧାର୍ମିକ ଭାବନାରେ ଦେଶର ପରିକଳ୍ପନା କରନ୍ତି ଯାହା ସବୁ ସମସ୍ୟାର ମୂଳ କାରଣ। ଆଜି ୟୁରୋପର ଅନେକ ଦେଶରେ ପିଏଫ୍‌ଆଇ ଭଳି ବିଚାର ରଖୁଥିବା ସଙ୍ଗଠନ ବ୍ୟାପି ସେଠାକାର ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଗଲାଣି। ଫ୍ରାନ୍‌ସ, ଯୁକ୍ତରାଜ୍ୟ, ଇଟାଲୀ ଆଦି ଦେଶ ପ୍ରଭାବିତ ହୋଇସାରିଲେଣି। ସେମାନେ ମଧ୍ୟ ଆମ ଦେଶ ଭଳି ରାସ୍ତା ଖୋଜୁଛନ୍ତି ଏହାର ସମାଧାନ କ’ଣ। ପିଏଫ୍‌ଆଇ, ସିମି ଭଳି ସଙ୍ଗଠନଗୁଡ଼ିକ ପାଇଁ ଭାରତରେ ଦେଶକୁ ଭଲ ପାଉଥିବା, ଭାରତୀୟ ବୋଲି ଗର୍ବ ଅନୁଭବ କରୁଥିବା ଓ ଦେଶର ପ୍ରଗତିରେ ଭାଗୀଦାରି ହେଉଥିବା ସାଧାରଣ ମୁସଲମାନମାନେ ଆଜି ଅଡୁଆରେ। ଏକ ସନ୍ଦେହର ବାତାବରଣ ସୃଷ୍ଟି କରିବାରେ ପିଏଫ୍‌ଆଇର ବଡ଼ ଭୂମିକା ରହୁଛି। ପିଏଫ୍‌ଆଇ ହେଉ ବା ସିମି ଏମାନେ କେବଳ ଭାରତର ଶତ୍ରୁ ନୁହନ୍ତି ବରଂ ଭାରତୀୟ ମୁସଲମାନମାନଙ୍କର ମଧ୍ୟ ଶତ୍ରୁ।
ପୂର୍ବରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାନୁୟାରୀ ୩, ୧୯୪୮ରେ କୋଲକାତାରେ ଏକ ଭାଷଣ ବେଳେ ଯେଉଁ କଥା ଉଠାଇ ଭବିଷ୍ୟତରେ ଭାରତ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା କରିଥିଲେ ତାହା ଆଜି ସତ ପ୍ରମାଣିତ ହେବାକୁ ଯାଉଛି। ସର୍ଦ୍ଦାର ପଟେଲଙ୍କ ପୂରା ଭାଷଣ ଲୋକପ୍ରିୟ ଭିଡିଓ ପ୍ଲାଟ୍‌ଫର୍ମ ୟୁଟ୍ୟୁବରେ ଉପଲବ୍‌ଧ। ପ୍ରଖର ଚିନ୍ତାନାୟକ, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଡକର ତାଙ୍କ ବହି ‘ଥଟ୍‌ସ ଅନ୍‌ ପାକିସ୍ତାନ’ରେ ମଧ୍ୟ ସମାନ କଥା କହିଥିଲେ ଯେ ଭାରତରେ ଏଭଳି ବିଭାଜନକାରୀ ତତ୍ତ୍ୱମାନେ ରହିବେ, ଯେଉଁମାନେ ଦେଶର ସ୍ଥିରତା, ଅଖଣ୍ଡତା ପ୍ରତି ବିପଦ ଆଣିବେ। ସେମାନେ ଯାହା ଯାହା ସବୁ ଆଶଙ୍କା କରିଥିଲେ ଦେଶ ବିଭାଜନର ୭୫ ବର୍ଷ ପରେ ମଧ୍ୟ ସେଭଳି କିଛି ସମସ୍ୟା ସାମନା କରିଚାଲିଛୁ। ବର୍ତ୍ତମାନ ସମୟର ଏକ ଆହ୍ବାନ ହେଉଛି କିଭଳି ଏହି ସମସ୍ୟା ଶେଷ ହେବ। କାରଣ ଏଠାରେ ଆଇନ ଶୃଙ୍ଖଳା, ଆତଙ୍କବାଦୀ ଦମନର ସମସ୍ୟା କଥା ଯେତିକି ତା’ଠାରୁ ଅଧିକ ଚିନ୍ତାଜନକ ଓ ଆହ୍ବାନଯୁକ୍ତ ହେଉଛି ବିଭାଜନ ଓ ମୌଳବାଦୀ ମାନସିକତାକୁ ପ୍ରତିହତ କରିବା। ଏବେ ସରକାର ଦେଶ ବିରୋଧୀ ଶକ୍ତିମାନଙ୍କ ବିରୋଧରେ ଯେଉଁଭଳି ଶୂନ ସହନଶୀଳତା (ଜିରୋ ଟଲେରାନ୍ସ) ନୀତି ଆପଣାଇଛନ୍ତି ଯଦି ସେମିତି ସ୍ବାଧୀନତାର ପରବର୍ତ୍ତୀ ସମୟରେ ଆପଣା ଯାଇଥାଆନ୍ତା ତା’ହେଲେ ହୁଏତ ଆଜି ଏହି ପରିସ୍ଥିତି ଉପୁଜୁ ନ ଥା’ନ୍ତା। ସେମାନଙ୍କୁ ଏବେ ନିୟନ୍ତ୍ରଣ କରିବାକୁ ହେଲେ ସେମାନଙ୍କର ପୃଷ୍ଠପୋଷକମାନେ, ଯେଉଁମାନେ ଭୋଟ ରାଜନୀତିରେ ତିଷ୍ଠିରହିବା ପାଇଁ ଏଭଳି ବିଭାଜନକାରୀ ଶକ୍ତିମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କର ମୁଖା ଖୋଲିବାକୁ ପଡିବ। ସେହି ସଙ୍ଗଠନମାନେ ଅଳ୍ପ ବୟସର ଶିକ୍ଷିତ ଯୁବତୀ ଯୁବକମାନଙ୍କୁ ବିଭିନ୍ନ ମାଧ୍ୟମରେ ଟ୍ରାପ କରି ସେମାନଙ୍କୁ ନିଜ ସଙ୍ଗଠନରେ ସାମିଲ କରିବାର ଖବର ମଧ୍ୟ ଆସୁଛି। ସେସବୁ ଉପରେ ନଜର ରଖାଯିବା ଉଚିତ। ଆଜି ପିଏଫ୍‌ଆଇ ହେଉ, ସିମି ହେଉ ଅବା ଖଲିସ୍ଥାନ ହେଉ ଏମାନଙ୍କର ମୂଳ ଅର୍ଥର ଉତ୍ସ ହେଉଛି ବିଦେଶରୁ। ତାହା ଉପରେ ରୋକ ଲାଗିବା ଆବଶ୍ୟକ। ପିଏଫ୍‌ଆଇ, ସିମିକୁ ବିଭିନ୍ନ ଏନ୍‌ଜିଓ ମାଧ୍ୟମରେ ତୁର୍କୀ, ଆରବ ଦେଶଗୁଡ଼ିକରୁ ଅର୍ଥ ଆସିବାର ପ୍ରମାଣ ମିଳିଛି। କେନ୍ଦ୍ର ସରକାର ଏ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି, କିଭଳି ଏହା ଉପରେ ରୋକ ଲାଗିପାରିବ। ଦେଶର ନାଗରିକମାନଙ୍କର ମଧ୍ୟ ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ବଡ଼ ଭୂମିକା ରହିଛି। ସବୁକିଛି ସରକାର କରିବେ ସେମିତି ଚାହିଁ ବସିଲେ ଦେଶରେ ଏହି ଗମ୍ଭୀର ସମସ୍ୟାର ପରିସମାପ୍ତି ହେବ ନାହିଁ। ଏଥିପାଇଁ ଲୋକଙ୍କୁ ମଧ୍ୟ ଜାଗ୍ରତ ହେବାକୁ ପଡ଼ିବ।
ମୋ-୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?