ଏଇ ଭାରତରେ

ବର ବିବାହ ପରେ ଆନନ୍ଦରେ ଘରକୁ ଫେରିବା ବଦଳରେ ରାସ୍ତା ନିର୍ମାଣ ଲାଗି ଧାରଣାରେ ବସିଥିବା ଘଟଣା ଏବେ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ପ୍ରକୃତ ଘଟଣା ହେଲା, ରାସ୍ତା ଖରାପ ଯୋଗୁ ବର ଜଣକ ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚତ୍ଥିଲେ। ଏଣୁ ବିବାହ ପରେ ଧାରଣାରେ ବସିବା ଲାଗି ନିଷ୍ପତ୍ତି ନେଇଥିଲେ। ଉକ୍ତ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହୈଡାଖାନ୍‌ଠାରୁ ରିଠାସାହିବ ପର୍ଯ୍ୟନ୍ତ ରାସ୍ତା ଖରାପ ହୋଇ ଯାଇଥିବାରୁ ତାହାକୁ ୨୦ ଦିନ ଧରି ବନ୍ଦ ରଖାଯାଇଥିଲା। ଏହା ଉପରେ ଯାତାୟାତ ବନ୍ଦ ରହିବା ଦ୍ୱାରା ପ୍ରାୟ ୨୦୦ ଗାଁକୁ ଯିବା ଆସିବାରେ ସମସ୍ୟା ଉପୁଜୁଥିଲା। ଏନେଇ ଲୋକେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ବିବାହ କରିବାକୁ ଆସି ବରଙ୍କୁ ମଧ୍ୟ ବରଯାତ୍ରୀଙ୍କ ସହିତ ପାଦରେ ଚାଲିଚାଲି କନ୍ୟାଘରେ ପହଞ୍ଚତ୍ବାକୁ ପଡ଼ିଥିଲା। ଏନେଇ ସ୍ଥାନୀୟ କଂଗ୍ରେସ ନେତା ୟଶପାଲ ଆର୍ଯ୍ୟ ଧାରଣାରେ ବସିଥିଲେ। ବର କନ୍ୟାଘରୁ ଫେରିବା ସମୟରେ କଂଗ୍ରେସ ନେତାଙ୍କ ସହିତ ଧାରଣାରେ ବସି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପ୍ରଶାସନ ପକ୍ଷରୁ ରାସ୍ତାରେ ଜମା ହୋଇଥିବା ମାଟି ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri