ଇ-ଆବର୍ଜନା ସଙ୍କଟ

ବିପିନ ବିହାରୀ ରାଉତ

 

ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି, ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ସାର ଆକାରରେ ମାଟିରେ ଓ କଳକାରଖାନାରୁ ବିଷାକ୍ତ ଜଳ ବାହାରି ନଦୀ ଇତ୍ୟାଦିରେ ମିଶି ପାଣିକୁ ବିଷାକ୍ତ କରୁଛି। ଚାଇନାରେ ପ୍ରତିବର୍ଷ ପାଞ୍ଚ ନିୟୁତ ଲୋକ ଉପଯୁକ୍ତ ପାନୀୟ ଜଳ ପାଆନ୍ତି ନାହିଁ ଓ ବାୟୁ ପ୍ରଦୂଷିତ ହେବା ଯୋଗୁ ଏଠାରେ ପ୍ରତି ବର୍ଷ ପ୍ରାୟ ୬୫୬ ହଜାର ଲୋକ ମରନ୍ତି। ଏହାସହ ଉଦ୍‌ବେଗଜନକ ଭାବେ ଦିନକୁ ଦିନ ଇ-ଆବର୍ଜନାର ପାହାଡ଼ ଆମ ଆଖପାଖର ପରିବେଶକୁ ଅସ୍ତବ୍ୟସ୍ତ କରୁଛି। ମୋବାଇଲ୍‌ ଫୋନ, ଆଇପ୍ୟାଡ ବା ଆଇପଡ ଅଥବା ଘରେ ଟେଲିଭିଜନ ବା ଆମର ଘନିଷ୍ଠ ମିତ୍ର ସାଜିଥିବା କମ୍ପ୍ୟୁଟର କାର୍ଯ୍ୟ ଅବଶ୍ୟ ଦିନେ ଶେଷ ହୋଇଯିବ। କିନ୍ତୁ ଏଗୁଡ଼ିକ ମାଟିରେ ମିଶିଯିବ ନାହିଁ। ଏହା ପଡ଼ି ରହିବ ଏବଂ ଆବର୍ଜନାର ପାହାଡ଼ ସୃଷ୍ଟି କରିବ ଏ ପୃଥିବୀ ଉପରେ। ଏଭଳି ଆବର୍ଜନାର ପାହାଡ଼ ଯେ କି ବିଶାଳ ହୋଇପାରେ ତା’ର ଏକ ଚିତ୍ର ଏବେ ଆମକୁ ଜାଣିବାକୁ ମିଳିଛି। ଏଇ ନିକଟରେ ଜାତିସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଇଲେକ୍ଟ୍ରୋନିକ୍‌ ଏବଂ ଇଲେକ୍ଟ୍ରିକାଲ୍‌ ଆବର୍ଜନାର (ଗୋଟିଏ ବ୍ୟାଟେରିଠାରୁ ଆରମ୍ଭ କରି ମୋବାଇଲ, କମ୍ପ୍ୟୁଟର, ଫୋନ ଦେଇ ଛୋଟ କର୍ଡ ପର୍ଯ୍ୟନ୍ତ) ମାନଚିତ୍ରରେ ଏହି ଆବର୍ଜନା ସ୍ତୂପର ଆକାର ଓ ବିଶାଳତା ସମ୍ପର୍କରେ ସମ୍ୟକ ସୂଚନା ମିଳିଛି। ସେଥିରେ କୁହାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିର ପରିମାଣ ସର୍ବାଧିକ। ଏହା ହେଉଛି ମୁଣ୍ଡ ପିଛା ୨୯.୮ କେଜି। ଚାଇନାରେ ଏହି ପରିମାଣ ମୁଣ୍ଡ ପିଛା ୫.୪ କେଜି। ବ୍ରିଟେନ୍‌ରେ ଏହି ପରିମାଣ ମୁଣ୍ଡ ପିଛା ୨୨ କେଜି।
ଏହି ମାନଚିତ୍ରରୁ ଜଣାପଡ଼ିଛି ଯେ, ପୃଥିବୀରେ ପ୍ରତି ବର୍ଷ ସୃଷ୍ଟି ହେଉଛି ୪୮.୯ନିୟୁତ ଟନ୍‌ ଓଜନର ଇ-ଆବର୍ଜନା। ତା’ ଅର୍ଥ ପୃଥିବୀର ୭୦୦ କୋଟି ଲୋକଙ୍କ ମୁଣ୍ଡ ପିଛା ଇ-ଆବର୍ଜନାର ପରିମାଣ ହେଉଛି ୭ କେଜି। ଏହି ଆବର୍ଜନା ଭିତରୁ ସବୁଠାରୁ ଅଧିକ ହେଉଛି ମୋବାଇଲ ଫୋନ୍‌, ଯାହାର ପରିମାଣ ହେଲା ୧୨୦ ନିୟୁତ ଟନ୍‌। ଏଥିରେ ଭବିଷ୍ୟବାଣୀ କରାଯାଇଛି ଯେ ୨୦୧୭ ବେଳକୁ ଏହା ୩୩ ପ୍ରତିଶତ ହାରରେ ବୃଦ୍ଧି ପାଇ ପହଞ୍ଚତ୍ଥିବ ୬୫.୯ ନିୟୁତ ମେଟ୍ରିକ୍‌ ଟନ୍‌ରେ। ଏହି ଆବର୍ଜନାର ଓଜନ ୨୦୦ଟି ଏମ୍ପାୟାର ଷ୍ଟେଟ୍‌ ବିଲଡିଂ ବା ଇଜିପ୍ଟର ୧୧ଟି ଅତିକାୟ ଗୀର୍ଜା ପିରାମିଡର ଓଜନ ସହିତ ସମାନ ହେବ। ଯଦି ଏହି ଆବର୍ଜନାକୁ କେଉଁଠାକୁ ନେବାକୁ ପଡ଼େ ତେବେ ୪୦ଟନ୍‌ ମାଲ୍‌ ବୋହିବାକୁ ସକ୍ଷମ ଥିବା ବିଶାଳ ଟ୍ରକଗୁଡ଼ିକର ଯେଉଁ ଲମ୍ବାଧାଡ଼ି ଲାଗିବ ତାହା ପୃଥିବୀର ବିଷୁବରେଖା ଦୈର୍ଘ୍ୟର ତିନି ଚତୁର୍ଥାଂଶ ହେବ। ୨୦୧୨ରେ ଚାଇନା ସବୁଠାରୁ ଅଧିକ ଇ-ଆବର୍ଜନା ସୃଷ୍ଟି କରିଥିଲା। ତା’ର ପରିମାଣ ଥିଲା ୧୧.୧ ନିୟୁତ ଟନ୍‌। ଯୁକ୍ତରାଷ୍ଟ୍ର ଆମେରିକା ଥିଲା ଦ୍ୱିତୀୟ ସ୍ଥାନରେ। ଏବେ ଏ କ୍ରମ ବଦଳି ଯାଇଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକା ୯.୪ ନିୟୁତ ଟନ୍‌ ଇ-ଆବର୍ଜନା ସୃଷ୍ଟି କରି ପ୍ରଥମ ସ୍ଥାନରେ ରହିଛି। ତେବେ ଆମେରିକା ଓ ଚାଇନାର ଜନସଂଖ୍ୟା ଭିତରେ ବହୁତ ତାରତମ୍ୟ ଥିବାରୁ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିରେ ଆମେରିକା ଚାଇନାର ପ୍ରାୟ ପାଞ୍ଚଗୁଣ।
ଭାରତରେ ବର୍ଷକୁ ୨୭୫୧ ମେଟ୍ରିକ୍‌ କିଲୋ ଟନ୍‌ (ଏକ କିଲୋଟନ୍‌ ହେଉଛି ୧୦୦୦ ଟନ୍‌)ଇ ଆବର୍ଜନା ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଗୋଟିଏ ବଡ଼ ସଂକଟଜନକ କଥା ଜାତିସଂଘ ପକ୍ଷରୁ କୁହାଯାଇଛି। ତାହା ହେଲା ପାଶ୍ଚାତ୍ୟର ବିଶାଳ ଇ-ଆବର୍ଜନାର ଗଦା ବୋଝେଇ ହୋଇ ଭାରତରେ ପହଞ୍ଚତ୍ବାର ସମ୍ଭାବନା ସବୁଠାରୁ ଅଧିକ। କାରଣ ଇ-ଆବର୍ଜନାକୁ ନଷ୍ଟ କରିବା ଲାଗି ଲୋଡ଼ା ସ୍ବତନ୍ତ୍ର ପ୍ରକାର ଫର୍ନେସ ଏଇ ବର୍ଷଠାରୁ ଚାଇନା ଓ ମାଲେସିଆରେ ବନ୍ଦ ହୋଇଯିବ। କେବଳ ଭାରତରେ ଏ ସୁବିଧା ମିଳୁଥିବାରୁ ବିକଶିତ ଦେଶଗୁଡ଼ିକ ଭାରତକୁ ସେମାନଙ୍କ ଇ-ଆବର୍ଜନା ଡମ୍ପିଂ ଗ୍ରାଉଣ୍ଡରେ ପରିଣତ କରିଦେବେ। ଏହା ଭାରତ ଲାଗି ବିପଜ୍ଜନକ ହୋଇପାରେ। କାରଣ ଇ-ଆବର୍ଜନାରୁ ବିକିରଣ ସହିତ ବିଭିନ୍ନ ମାରାତ୍ମକ ବିଷାକ୍ତ ପଦାର୍ଥ (ସୀସା, ଆର୍ସେନିକ୍‌, ଲିଥିଅମ୍‌ ଆଦି) ମିଶି ରହିଥାଏ, ଯାହା ପ୍ରକୃତି ଓ ପରିବେଶକୁ ପ୍ରଦୂଷିତ କରି ଚାଲିଥାଏ। ବିଜ୍ଞାନର ଦ୍ରୁତ ବିକାଶ ଫଳରେ ମଣିଷ ହାତମୁଠାରେ ସବୁକିଛି ପାଇଯାଉଛି ଭାବନା ରଖି ଦିନକୁ ଦିନ ଜନସଂଖ୍ୟାର ବୃଦ୍ଧି, ଜଙ୍ଗଲ ସମ୍ପଦର କ୍ଷୟ, କୀଟନାଶକର ପ୍ରୟୋଗ ଓ ବ୍ୟାପକ ଯାନବାହନ ଚଳାଚଳ ପାଇଁ ପରିବେଶକୁ ପ୍ରଦୂଷିତ କରିବା ସହ ଇ-ଆବର୍ଜନାର ସଙ୍କଟକୁ ବଢ଼ାଉଛି।
ଶ୍ରୀବିହାର କଲୋନୀ, କଟକ
ମୋ : ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri