ଇ-ଆବର୍ଜନା ସଙ୍କଟ

ବିପିନ ବିହାରୀ ରାଉତ

 

ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି, ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ସାର ଆକାରରେ ମାଟିରେ ଓ କଳକାରଖାନାରୁ ବିଷାକ୍ତ ଜଳ ବାହାରି ନଦୀ ଇତ୍ୟାଦିରେ ମିଶି ପାଣିକୁ ବିଷାକ୍ତ କରୁଛି। ଚାଇନାରେ ପ୍ରତିବର୍ଷ ପାଞ୍ଚ ନିୟୁତ ଲୋକ ଉପଯୁକ୍ତ ପାନୀୟ ଜଳ ପାଆନ୍ତି ନାହିଁ ଓ ବାୟୁ ପ୍ରଦୂଷିତ ହେବା ଯୋଗୁ ଏଠାରେ ପ୍ରତି ବର୍ଷ ପ୍ରାୟ ୬୫୬ ହଜାର ଲୋକ ମରନ୍ତି। ଏହାସହ ଉଦ୍‌ବେଗଜନକ ଭାବେ ଦିନକୁ ଦିନ ଇ-ଆବର୍ଜନାର ପାହାଡ଼ ଆମ ଆଖପାଖର ପରିବେଶକୁ ଅସ୍ତବ୍ୟସ୍ତ କରୁଛି। ମୋବାଇଲ୍‌ ଫୋନ, ଆଇପ୍ୟାଡ ବା ଆଇପଡ ଅଥବା ଘରେ ଟେଲିଭିଜନ ବା ଆମର ଘନିଷ୍ଠ ମିତ୍ର ସାଜିଥିବା କମ୍ପ୍ୟୁଟର କାର୍ଯ୍ୟ ଅବଶ୍ୟ ଦିନେ ଶେଷ ହୋଇଯିବ। କିନ୍ତୁ ଏଗୁଡ଼ିକ ମାଟିରେ ମିଶିଯିବ ନାହିଁ। ଏହା ପଡ଼ି ରହିବ ଏବଂ ଆବର୍ଜନାର ପାହାଡ଼ ସୃଷ୍ଟି କରିବ ଏ ପୃଥିବୀ ଉପରେ। ଏଭଳି ଆବର୍ଜନାର ପାହାଡ଼ ଯେ କି ବିଶାଳ ହୋଇପାରେ ତା’ର ଏକ ଚିତ୍ର ଏବେ ଆମକୁ ଜାଣିବାକୁ ମିଳିଛି। ଏଇ ନିକଟରେ ଜାତିସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଇଲେକ୍ଟ୍ରୋନିକ୍‌ ଏବଂ ଇଲେକ୍ଟ୍ରିକାଲ୍‌ ଆବର୍ଜନାର (ଗୋଟିଏ ବ୍ୟାଟେରିଠାରୁ ଆରମ୍ଭ କରି ମୋବାଇଲ, କମ୍ପ୍ୟୁଟର, ଫୋନ ଦେଇ ଛୋଟ କର୍ଡ ପର୍ଯ୍ୟନ୍ତ) ମାନଚିତ୍ରରେ ଏହି ଆବର୍ଜନା ସ୍ତୂପର ଆକାର ଓ ବିଶାଳତା ସମ୍ପର୍କରେ ସମ୍ୟକ ସୂଚନା ମିଳିଛି। ସେଥିରେ କୁହାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିର ପରିମାଣ ସର୍ବାଧିକ। ଏହା ହେଉଛି ମୁଣ୍ଡ ପିଛା ୨୯.୮ କେଜି। ଚାଇନାରେ ଏହି ପରିମାଣ ମୁଣ୍ଡ ପିଛା ୫.୪ କେଜି। ବ୍ରିଟେନ୍‌ରେ ଏହି ପରିମାଣ ମୁଣ୍ଡ ପିଛା ୨୨ କେଜି।
ଏହି ମାନଚିତ୍ରରୁ ଜଣାପଡ଼ିଛି ଯେ, ପୃଥିବୀରେ ପ୍ରତି ବର୍ଷ ସୃଷ୍ଟି ହେଉଛି ୪୮.୯ନିୟୁତ ଟନ୍‌ ଓଜନର ଇ-ଆବର୍ଜନା। ତା’ ଅର୍ଥ ପୃଥିବୀର ୭୦୦ କୋଟି ଲୋକଙ୍କ ମୁଣ୍ଡ ପିଛା ଇ-ଆବର୍ଜନାର ପରିମାଣ ହେଉଛି ୭ କେଜି। ଏହି ଆବର୍ଜନା ଭିତରୁ ସବୁଠାରୁ ଅଧିକ ହେଉଛି ମୋବାଇଲ ଫୋନ୍‌, ଯାହାର ପରିମାଣ ହେଲା ୧୨୦ ନିୟୁତ ଟନ୍‌। ଏଥିରେ ଭବିଷ୍ୟବାଣୀ କରାଯାଇଛି ଯେ ୨୦୧୭ ବେଳକୁ ଏହା ୩୩ ପ୍ରତିଶତ ହାରରେ ବୃଦ୍ଧି ପାଇ ପହଞ୍ଚତ୍ଥିବ ୬୫.୯ ନିୟୁତ ମେଟ୍ରିକ୍‌ ଟନ୍‌ରେ। ଏହି ଆବର୍ଜନାର ଓଜନ ୨୦୦ଟି ଏମ୍ପାୟାର ଷ୍ଟେଟ୍‌ ବିଲଡିଂ ବା ଇଜିପ୍ଟର ୧୧ଟି ଅତିକାୟ ଗୀର୍ଜା ପିରାମିଡର ଓଜନ ସହିତ ସମାନ ହେବ। ଯଦି ଏହି ଆବର୍ଜନାକୁ କେଉଁଠାକୁ ନେବାକୁ ପଡ଼େ ତେବେ ୪୦ଟନ୍‌ ମାଲ୍‌ ବୋହିବାକୁ ସକ୍ଷମ ଥିବା ବିଶାଳ ଟ୍ରକଗୁଡ଼ିକର ଯେଉଁ ଲମ୍ବାଧାଡ଼ି ଲାଗିବ ତାହା ପୃଥିବୀର ବିଷୁବରେଖା ଦୈର୍ଘ୍ୟର ତିନି ଚତୁର୍ଥାଂଶ ହେବ। ୨୦୧୨ରେ ଚାଇନା ସବୁଠାରୁ ଅଧିକ ଇ-ଆବର୍ଜନା ସୃଷ୍ଟି କରିଥିଲା। ତା’ର ପରିମାଣ ଥିଲା ୧୧.୧ ନିୟୁତ ଟନ୍‌। ଯୁକ୍ତରାଷ୍ଟ୍ର ଆମେରିକା ଥିଲା ଦ୍ୱିତୀୟ ସ୍ଥାନରେ। ଏବେ ଏ କ୍ରମ ବଦଳି ଯାଇଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକା ୯.୪ ନିୟୁତ ଟନ୍‌ ଇ-ଆବର୍ଜନା ସୃଷ୍ଟି କରି ପ୍ରଥମ ସ୍ଥାନରେ ରହିଛି। ତେବେ ଆମେରିକା ଓ ଚାଇନାର ଜନସଂଖ୍ୟା ଭିତରେ ବହୁତ ତାରତମ୍ୟ ଥିବାରୁ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିରେ ଆମେରିକା ଚାଇନାର ପ୍ରାୟ ପାଞ୍ଚଗୁଣ।
ଭାରତରେ ବର୍ଷକୁ ୨୭୫୧ ମେଟ୍ରିକ୍‌ କିଲୋ ଟନ୍‌ (ଏକ କିଲୋଟନ୍‌ ହେଉଛି ୧୦୦୦ ଟନ୍‌)ଇ ଆବର୍ଜନା ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଗୋଟିଏ ବଡ଼ ସଂକଟଜନକ କଥା ଜାତିସଂଘ ପକ୍ଷରୁ କୁହାଯାଇଛି। ତାହା ହେଲା ପାଶ୍ଚାତ୍ୟର ବିଶାଳ ଇ-ଆବର୍ଜନାର ଗଦା ବୋଝେଇ ହୋଇ ଭାରତରେ ପହଞ୍ଚତ୍ବାର ସମ୍ଭାବନା ସବୁଠାରୁ ଅଧିକ। କାରଣ ଇ-ଆବର୍ଜନାକୁ ନଷ୍ଟ କରିବା ଲାଗି ଲୋଡ଼ା ସ୍ବତନ୍ତ୍ର ପ୍ରକାର ଫର୍ନେସ ଏଇ ବର୍ଷଠାରୁ ଚାଇନା ଓ ମାଲେସିଆରେ ବନ୍ଦ ହୋଇଯିବ। କେବଳ ଭାରତରେ ଏ ସୁବିଧା ମିଳୁଥିବାରୁ ବିକଶିତ ଦେଶଗୁଡ଼ିକ ଭାରତକୁ ସେମାନଙ୍କ ଇ-ଆବର୍ଜନା ଡମ୍ପିଂ ଗ୍ରାଉଣ୍ଡରେ ପରିଣତ କରିଦେବେ। ଏହା ଭାରତ ଲାଗି ବିପଜ୍ଜନକ ହୋଇପାରେ। କାରଣ ଇ-ଆବର୍ଜନାରୁ ବିକିରଣ ସହିତ ବିଭିନ୍ନ ମାରାତ୍ମକ ବିଷାକ୍ତ ପଦାର୍ଥ (ସୀସା, ଆର୍ସେନିକ୍‌, ଲିଥିଅମ୍‌ ଆଦି) ମିଶି ରହିଥାଏ, ଯାହା ପ୍ରକୃତି ଓ ପରିବେଶକୁ ପ୍ରଦୂଷିତ କରି ଚାଲିଥାଏ। ବିଜ୍ଞାନର ଦ୍ରୁତ ବିକାଶ ଫଳରେ ମଣିଷ ହାତମୁଠାରେ ସବୁକିଛି ପାଇଯାଉଛି ଭାବନା ରଖି ଦିନକୁ ଦିନ ଜନସଂଖ୍ୟାର ବୃଦ୍ଧି, ଜଙ୍ଗଲ ସମ୍ପଦର କ୍ଷୟ, କୀଟନାଶକର ପ୍ରୟୋଗ ଓ ବ୍ୟାପକ ଯାନବାହନ ଚଳାଚଳ ପାଇଁ ପରିବେଶକୁ ପ୍ରଦୂଷିତ କରିବା ସହ ଇ-ଆବର୍ଜନାର ସଙ୍କଟକୁ ବଢ଼ାଉଛି।
ଶ୍ରୀବିହାର କଲୋନୀ, କଟକ
ମୋ : ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?