ବିଜେଡିର ଭବିଷ୍ୟତ କ’ଣ? ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର, ୧୭ା୧୨(ସୁନିତ୍‌ ମିଶ୍ର):ବିଜେଡିର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ଦଳର ବହୁ ଆଗଧାଡ଼ିର ନେତା ଏବେ ଚିନ୍ତା କଲେଣି। ଆଶ୍ଚର୍ଯ୍ୟର କଥା ହେଉଛି ବିଜେଡିରେ ଯେଉଁ ନେତାମାନେ ୨୦୧୯ ନିର୍ବାଚନ ପରଠାରୁ ପୂର୍ବତନ ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଟିମ୍‌ରେ ରହି ସବୁକିଛି ପରିଚାଳନା କରିଆସୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତା ହିଁ ବିରକ୍ତି ଭାବ ପ୍ରକାଶ କଲେଣି। ପରୋକ୍ଷରେ ବିଜେଡିକୁ କିପରି ଭାଜପା ସହିତ ମିଶାଇ ଦିଆଯାଇପାରିବ ସେନେଇ ଏକ ପ୍ରକାର ଭିତିରିଆ ଉଦ୍ୟମ ହେଉଛି ବୋଲି ଏବେ ଏଇମାନେ କହିବା ଆରମ୍ଭ କଲେଣି। ଦୁଇଦିନ ତଳେ ଯେଉଁମାନେ ଦଳରେ ସବୁକିଛି ଠିକ୍‌ ଅଛି ଲୋକମାନେ ବିଜେଡିକୁ ପୁଣିଥରେ ସରକାରଙ୍କୁ ଆଣିବାକୁ ଚାହୁଁଛନ୍ତି ବୋଲି ବଡ଼ ପାଟିରେ ପ୍ରଚାର କରୁଥିଲେ, ସେହି ନେତାମାନେ ହିଁ ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶିଙ୍କ ମତ ଦେଖିବା ପରେ ଚିଇଁକି ଉଠିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ସଭା ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସ ସମର୍ଥନରେ ବିରୋଧୀ ଦଳର ଏମ୍‌ପିମାନେ ଅନାସ୍ଥା ଆଣିବାକୁ ଘୋଷଣା କରି ଏନେଇ ନୋଟିସ୍‌ ମଧ୍ୟ ଦେଇସାରିଛନ୍ତି। ହେଲେ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ନିରଞ୍ଜନ ଗଣମାଧ୍ୟମକୁ ଖୋଲାଖୋଲି ଜଣାଇ ଦେଇଛନ୍ତି। ଅର୍ଥାତ୍‌ ନିରଞ୍ଜନଙ୍କ କହିବାନୁଯାୟୀ, ବିଜେଡି ପୁନର୍ବାର ପୂର୍ବଭଳି କେନ୍ଦ୍ରରେ ଭାଜପାକୁ ସମର୍ଥନ କରିବ। ନିରଞ୍ଜନଙ୍କ ଏଭଳି ମତ ଶୁଣିବା ପରେ ବିଜେଡି ଏଯାଏ ବି ଭାଜପାକୁ କେନ୍ଦ୍ରରେ ସମର୍ଥନ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି। ଏକଥାକୁ ବିଜେଡିର ଆଗଧାଡ଼ିର ନେତାମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ନଗଦ ଉପରେ ବିଜେଡିର ଦୁଇ ଜଣ ରାଜ୍ୟ ସଭା ଏମ୍‌ପି ନିଜ ପଦରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇସାରିଛନ୍ତି। ଭାଜପା ରାଜ୍ୟରେ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର କରିଥିବାରୁ ବିଜେଡି ଛାଡ଼ିଥିବା ଦୁଇ ରାଜ୍ୟ ସଭା ଏମ୍‌ପିଙ୍କୁ ନିଜ ଦଳରେ ମିଶାଇ ସେମାନଙ୍କୁ ପୁଣିଥରେ ରାଜ୍ୟ ସଭାକୁ ପଠାଇଛି। ଏହାଦ୍ୱାରା ରାଜ୍ୟ ସଭାରେ ଭାଜପା ସଂଖ୍ୟାରେ ବୃଦ୍ଧି ଘଟିଛି। ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେଡି ନେତା ଓ କର୍ମୀମାନଙ୍କୁ ମଧ୍ୟ ଭାଜପା ନିଜ ଦଳରେ ସାମିଲ କରୁଛି। ଏପରିକି ପ୍ରତ୍ୟେକ ଦିନ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନଙ୍କୁ ସ୍ବାଭାବିକ ଭାବେ ମଧ୍ୟ ଭାଜପା ନିଜ ଦଳରେ ସାମିଲ କରିବା ସହିତ ବିଜେଡିକୁ ରାଜ୍ୟରେ ଭାଙ୍ଗିଦେବାକୁ ଉଦ୍ୟମ ଚଳାଇଛି। ଏତେସବୁ ସତ୍ତ୍ୱେ ଯେଉଁ ଭୁଲ୍‌ ସକାଶେ ରାଜ୍ୟରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରରୁ ଚାଲିଗଲା ସମାନ କଥା କିପରି ଦଳ ଦୋହରାଉଛି ବୋଲି ବିଜେଡି ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ହେବା ଦ୍ୱାରା ଦଳର କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ବିଜେଡିକୁ ନଷ୍ଟ କରିବାକୁ ଯେ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଛି ସେକଥା ମଧ୍ୟ ଆଲୋଚନା ହେଲାଣି। ୨୦୨୪ ନିର୍ବାଚନ ପୂର୍ବରୁ ଦଳକୁ ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ ହୋଇଥିବା କଥା ଚର୍ଚ୍ଚା ହେଉଥିଲା, ହେଲେ ଏବେ ବବିଙ୍କ ଘନିଷ୍ଠମାନେ ଏକଥା କହିବା ଆରମ୍ଭ କରିଥିବାରୁ କୌତୂହଳ ପରିସ୍ଥିତି ସୃଷ୍ଟି ହୋଇଛି।
ମସିହାରୁ ଲଗାତର ବିଧାୟକ ଭାବେ ବିଜୟୀ ହୋଇ ଆସୁଥିବା ଉପକୂଳ ଜିଲାର ଜଣେ ବରିଷ୍ଠ ନେତା କିଛିଦିନ ତଳେ ଏକ ସର୍ବସାଧାରଣ ସ୍ଥାନରେ ବିଜେଡିକୁ ଖୁବଶୀଘ୍ର ଭାଜପାରେ ମିଶାଇ ଦେବାକୁ ଦଳ ଭିତରେ ଉଦ୍ୟମ ଆରମ୍ଭ ହୋଇଯାଇଥିବା କଥା କହିଥିଲେ। ଯଦି ଏଭଳି ନିଷ୍ପତ୍ତି ହୁଏ ତେବେ ସେମାନେ ଖୋଲାଖୋଲି ବିରୋଧ କରିବେ ବୋଲି ମଧ୍ୟ ସେ କହିଥିଲେ। ରାଜ୍ୟ ସଭାର ଜଣେ ଏମ୍‌ପି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା, ବିଧାନସଭାରେ ଭାଜପା ବିରୋଧରେ ଯେପରି ଆଭିମୁଖ୍ୟ ଗ୍ରହଣ କରାଯାଉଛି ଏବଂ ଆଇପିଏସ୍‌ ଆଶିଷ ସିଂ ଓ ଡି.ଏସ୍‌. କୁଟ୍ଟେଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ପଠାଯିବା ଘଟଣା ଦେଖିଲେ ଏସବୁ କଥା ସ୍ପଷ୍ଟ ହୋଇଯାଉଛି ବୋଲି ସେ ମତ ରଖିଥିଲେ। ଅନ୍ୟପକ୍ଷରେ ନବୀନ ନିବାସରେ ଯେତେବେଳେ ବୈଠକ ହେଉଛି ଯାହା ବାସ୍ତବରେ ଆଲୋଚନା ହେବା କଥା ତାକୁ ନେଇ କେହି ମୁହଁ ଖୋଲୁନାହାନ୍ତି ବୋଲି ମଧ୍ୟ କହିଥିଲେ। ଆଉ କିଛି ବିଷୟ ଥାଇପାରେ ଯାହା ସର୍ବସାଧାରଣରେ ସେ କହି ନ ଥାଇପାରନ୍ତି, ହେଲେ ଯେଉଁସବୁ ବିଷୟ ସେ ଖୋଲାଖୋଲି କହିଲେ ସେଥିରୁ ବହୁତ କିଛି ବୁଝାପଡ଼ିଯାଉଛି। ଅନ୍ୟପଟେ ବିଜେଡିରେ କେଉଁମାନେ ପ୍ରଣବ ପ୍ରକାଶଙ୍କ ଅତ୍ୟନ୍ତ ଘନିଷ୍ଠ ସେମାନଙ୍କୁ ସମସ୍ତେ ପ୍ରାୟ ଜାଣନ୍ତି। ତେଣୁ ସେହି ନେତାମାନେ ଏବେ ଅସନ୍ତୋଷ ବ୍ୟକ୍ତ କରିବା ଅର୍ଥ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସବୁଠାରୁ ଘନିଷ୍ଠ ଭି.କେ. ପାଣ୍ଡିଆନ ଭାଜପାର ଶୀର୍ଷ ନେତୃତ୍ୱଙ୍କ ସହିତ କିଛି ବୁଝାମଣା କରୁଥିବା କଥା ଆଡକୁ ଇଙ୍ଗିତ କରୁଛି। ସେହିପରି ଗତ ସପ୍ତାହରେ ରାଜସ୍ଥାନଠାରେ ଆୟୋଜିତ ହୋଇଥିବା ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପୁଅଙ୍କ ପ୍ରି-ଓ୍ବେଡିଂ ପାର୍ଟିରେ ଯୋଗଦେବା ଲାଗି ପାଣ୍ଡିଆନ ଯାଇଥିଲେ। କେବଳ ସେତିକି ନୁହେଁ ପାଣ୍ଡିଆନ ଭାଜପା ଶୀର୍ଷ ନେତୃତ୍ୱଙ୍କ ଯୋଗାଯୋଗରେ ରହି ଆଶିଷ ସିଂ ଏବଂ କୁଟ୍ଟେଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ନ ହେବ ସେନେଇ ମଧ୍ୟ ସବୁ ପ୍ରକାର ଯୋଗାଯୋଗ କରିଥିବା ବିଷୟ ଏବେ ଆଲୋଚନା ଚାଲିଛି। ହେଲେ ରାଜ୍ୟରେ ଭାଜପା ସରକାର ଆସିବା ପରେ ପାଣ୍ଡିଆନ ତାଙ୍କ ସହଯୋଗୀ ଅଫିସରଙ୍କୁ ସୁରକ୍ଷିତ ଥଇଥାନ କରିବା ସହିତ ନିଜର ସୁରକ୍ଷା ପାଇଁ ଏହି ଆଞ୍ଚଳିକ ଦଳର ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି ବୋଲି କେତେଜଣ ନେତା କହୁଛନ୍ତି। ସେମାନେ ଆହୁରି ମଧ୍ୟ କହୁଛନ୍ତି, ଏ ବିଷୟରେ କୌଣସି ମତ ଶୁଣିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଆଦୌ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହା ଫଳରେ ଆସନ୍ତା ସାଢେ ୪ ବର୍ଷ ମଧ୍ୟରେ ମୁଷ୍ଟିମେୟ କେତେଜଣଙ୍କ ସୁରକ୍ଷା ପାଇଁ ଦଳକୁ ବ୍ୟବସାୟରେ ଲଗାଇ ଦିଆଯାଉଛି। ଏକଥା ସମସ୍ତେ ବୁଝୁଥିବା ସତ୍ତ୍ୱେ କେହି ଏ ପର୍ଯ୍ୟନ୍ତ ବିଦ୍ରୋହ କରିବା ପରିସ୍ଥିତିରେ ନାହାନ୍ତି ବୋଲି କେତେଜଣ ବିଧାୟକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?