Posted inଜାତୀୟ

ଅନାସ୍ଥା ପ୍ରସ୍ତାବ କ’ଣ? ଭାରତ ଇତିହାସରେ ଆସିଛି ୨୭ଟି ଅନାସ୍ଥା ପ୍ରସ୍ତାବ, ସବୁଠାରୁ ଅଧିକ ସାମ୍ନା କରିଛନ୍ତି ଇନ୍ଦିରା ଗାନ୍ଧୀ

ନୂଆଦିଲ୍ଲୀ,୨୬।୭: ମଣିପୁର ଯୌନ ହିଂସାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏନେଇ ଆଜିକୁ ୬ଦିନ ଧରି ସଂସଦରେ ଅଚଳାବସ୍ଥା ଜାରି ରହିଛି। ଅଚଳାବସ୍ଥା ଯୋଗୁ ଗୃହ କାର୍ଯ୍ୟ ବଳି ପଡୁଛି। ପ୍ରତିଥର ଦୁଇ ଗୃହ ମୁଲତବୀ ପରେ ମୁଲତବୀ ହେଉଛି। ମଣିପୁର ହିଂସାକୁ ନେଇ ମୋଦି ସରକାର ମୁହଁ ଖୋଲୁ ନ ଥିବା ବେଳେ ବିରୋଧୀ ସରକାରଙ୍କ ବିରୋଧରେ ଏକ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି। କଂଗ୍ରେସ ଦଳର ସଦସ୍ୟ ରଂଜନ ଗୋଗୋଇଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ସଂସଦରେ ବିତର୍କ ପାଇଁ ଅନୁମୋଦନ ମିଳିଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସମସ୍ତ ଦଳର ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏହା ଉପରେ ଆଲୋଚନା ତାରିଖ ସମ୍ପର୍କରେ ସୂଚନା ଦେବେ।

ସଂସଦୀୟ ଗଣତନ୍ତ୍ରରେ, ନିର୍ବାଚିତ ସରକାର ସେହି ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ ଯେଉଁ ପର୍ଯ୍ୟନ୍ତି ନିର୍ବାଚିତ ସଦନ (ଲୋକସଭା) ସଂଖ୍ୟାଗରିଷ୍ଠତା ହାସଲ କରିଥିବେ। ଆମ ସମ୍ବିଧାନର ଧାରା ୭୫ (୩)ରେ ନିୟମ ରହିଛି ଯେ ମନ୍ତ୍ରୀ ପରିଷଦ ସାମୂହିକ ଭାବରେ ଲୋକସଭା ପାଇଁ ଉତ୍ତରଦାୟୀ ରୁହନ୍ତି। ଲୋକସଭାର ଯେକୌଣସି ସଦସ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ୫୦ ସାଂସଦଙ୍କ ସମର୍ଥନ ଜୁଟାଇ ନିଅନ୍ତି ତେବେ ସେ ଯେକୌଣସି ସମୟରେ ମନ୍ତ୍ରୀ ପରିଷଦ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରିବେ। ତେବେ କୌଣସି ଅନାସ୍ଥା ପ୍ରସ୍ତାବ ମଞ୍ଜୁର ହେବା ପରେ ଏହାକୁ ସଂସଦରେ ଆଲୋଚନା କରାଯାଇଥାଏ। ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ସାଂସଦମାନେ ସରକାରଙ୍କ ତ୍ରୁଟିକୁ ସଂସଦରେ ଉଠାନ୍ତିି ଏବଂ ଟ୍ରେଜେରୀ ବେଞ୍ଚ ସେମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ଜବାବ ଦିଅନ୍ତି।

ତେବେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପରେ ମତଦାନ କରାଯାଏ। ଯଦି ଲୋକସଭାର ଅଧିକାଂଶ ସଦସ୍ୟ ସରକାର ସପକ୍ଷରେ ଭୋଟ ଦିଅନ୍ତି, ତେବେ ସରକାର କ୍ଷମତାରେ ରହିଥା’ନ୍ତି। ଅନ୍ୟପକ୍ଷେ, ଯଦି ଅଧିକାଂଶ ସାଂସଦ ଏହି ଅନାସ୍ଥା ପ୍ରସ୍ତାବକୁ ଭୋଟ ଦିଅନ୍ତି, ତେବେ ସରକାର ଭାଙ୍ଗି ଯାଇଥାଏ।

ଏଠାରେ କହି ରଖୁଛୁ, ଲୋକସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିଲା। ଲୋକସଭାରେ ଏନଡିଏର ସାଂସଦଙ୍କ ସଂଖ୍ୟା ୩୩୧ ଥିବାବେଳେ ବିରୋଧୀ ଆଇ.ଏନ,ଡି,ଆଇ.ଏ(ଇ.ଣ୍ଡି.ଆ) ପାଖରେ ୧୫୦ରୁ ବି କମ୍‌ ସାଂସଦ ଅଛନ୍ତି। ଯଦି ବିଆରଏସ, ଓ୍ବାଇଏସଆର କଂଗ୍ରେସ ଏବଂ ବିଜେଡିର ସାଂସଦ ପ୍ରସ୍ତାବ ସପକ୍ଷରେ ଆସନ୍ତି ଏହା ପରେ ମଧ୍ୟ ଏହି ସଂଖ୍ୟା ଏନଡିଏ ତୁଳନାରେ କମ ଅଟେ। ଏପରି ସ୍ଥିତିରେ, ଅନାସ୍ଥା ପ୍ରସ୍ତାବ ଆଣିବା ବିଫଳ ହୋଇପାରେ।

ଭାରତ ଇତିହାସରେ ଏପର୍ଯ୍ୟନ୍ତ ୨୭ଟି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ମୋଦି ସରକାରଙ୍କ ବିରୋଧରେ ଶେଷ ଅନାସ୍ଥା ପ୍ରସ୍ତାବ ଜୁଲାଇ ୨୦୧୮ରେ ଅଣାଯାଇଥିଲା। ଏହି ପ୍ରସ୍ତାବ ମଧ୍ୟ ସେତେବେଳେ ବିଫଳ ହୋଇଥିଲା। ସେତେବେଳେ ଏନଡିଏ ୩୨୫ ଭୋଟ ପାଇଥିବାବେଳେ ବିରୋଧୀ୧୨୬ ଭୋଟ ପାଇଥିଲେ। ୧୯୬୩ ମସିହାରେ ପଣ୍ଡିତ ନେହେରୁଙ୍କ ବିରୋଧରେ ଦେଶରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏହି ପ୍ରସ୍ତାବକୁ ପ୍ରଜା ସୋସିଆଲଇଷ୍ଟ ପାର୍ଟି ନେତା ଆଚାର୍ଯ୍ୟ କୃପାଳିନୀ ଆଣିଥିଲେ। କିନ୍ତୁ ସେତେବେଳେ ମଧ୍ୟ ଏହା ବିଫଳ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ୧୫ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା ଏବଂ ସେ ପ୍ରତ୍ୟେକ ଥର ନିଜ ସରକାରକୁ ବଞ୍ଚାଇବାରେ ସଫଳ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?