ଶିଶୁଙ୍କ ପାଇଁ UIDAIର ନୂଆ ସୁବିଧା: ଘରେ ବସି ପାଇପାରିବେ ବାଲ୍‌ ଆଧାର, ସମସ୍ତ ସୂଚନା…

ନୂଆଦିଲ୍ଲୀ,୨୪।୮: ଭାରତରେ ଶିଶୁମାନଙ୍କ ପାଇଁ ଆଧାର କାର୍ଡ ନିର୍ମାଣ ଏବେ ପୂର୍ବାପେକ୍ଷା ଅଧିକ ସହଜ ହୋଇଛି। UIDAI ଦ୍ୱାରା ବାଲ ଆଧାର କାର୍ଡ (Baal Aadhaar) ସୁବିଧା ଆରମ୍ଭ କରାଯାଇଛି, ଯାହା ନୀଳ ରଙ୍ଗରେ ଉପଲବ୍ଧ। ଏହି କାର୍ଡ ନିର୍ମାଣ ପାଇଁ ଅଭିଭାବକମାନଙ୍କୁ ଛୋଟ ଶିଶୁମାନଙ୍କୁ ଆଧାର କେନ୍ଦ୍ରକୁ ନେବାର କଷ୍ଟ କରିବାକୁ ପଡ଼ିବ ନାହିଁ। ଏବେ ଅଧିକାରୀମାନେ ଘରକୁ ଆସି ଶିଶୁର ଆଧାର କାର୍ଡ ତିଆରି କରିବେ, ଯାହା ଦ୍ୱାରା ପରିଚୟ ଓ ସରକାରୀ ସୁବିଧା ପ୍ରାପ୍ତି ଅଧିକ ସହଜ ହେବ।
ନୀଳ ରଙ୍ଗର ବାଲ ଆଧାର କାର୍ଡ ପାଇଁ କୌଣସି ନ୍ୟୂନତମ ବୟସ ସୀମା ନାହିଁ। ନବଜାତ ଶିଶୁଙ୍କ ପାଇଁ ମଧ୍ୟ ଏହି କାର୍ଡ ସହଜରେ ତିଆରି ହୋଇପାରିବ। ୫ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ବାୟୋମେଟ୍ରିକ ତଥ୍ୟ ଗ୍ରହଣ କରାଯାଏ ନାହିଁ। କେବଳ ଶିଶୁର ଫଟୋ ଉଠାଯାଇ ତାହାକୁ ଅଭିଭାବକଙ୍କ ଆଧାର ସହ ଲିଙ୍କ କରାଯାଏ।
ସହଜ ଅନଲାଇନ ଆପଏଣ୍ଟମେଣ୍ଟ ପ୍ରକ୍ରିୟା
ବାଲ ଆଧାର କାର୍ଡ ପାଇଁ ଅଭିଭାବକମାନେ UIDAIର ଆଧିକାରିକ ୱେବସାଇଟକୁ ଯାଇ ଆପଏଣ୍ଟମେଣ୍ଟ ବୁକ୍‌ କରିପାରିବେ। “My Aadhaar” ସେକ୍ସନରେ ସହର ଓ ସେବା କେନ୍ଦ୍ର ବାଛିବାକୁ ହେବ। ଏହାପରେ ମୋବାଇଲ ନମ୍ବର ଦେଇ OTP ମାଧ୍ୟମରେ ଭେରିଫିକେସନ କରାଯାଇ ଆପଏଣ୍ଟମେଣ୍ଟ ନିଶ୍ଚିତ ହେବ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଓ ନାମାଙ୍କନ ପ୍ରକ୍ରିୟା
ଶିଶୁର ଆଧାର କାର୍ଡ ନିର୍ମାଣ ପାଇଁ ଜନ୍ମ ପ୍ରମାଣପତ୍ର ଏବଂ ମାତା କିମ୍ବା ପିତାଙ୍କ ଆଧାର କାର୍ଡ ଆବଶ୍ୟକ। କେନ୍ଦ୍ରରେ ଅଭିଭାବକଙ୍କ ବାୟୋମେଟ୍ରିକ ଅଥେଣ୍ଟିକେସନ କରାଯାଇ ଶିଶୁର ଫଟୋ ଉଠାଯାଏ। ନାମାଙ୍କନ ପରେ ୬୦ରୁ ୯୦ ଦିନ ମଧ୍ୟରେ ନୀଳ ଆଧାର କାର୍ଡ ଘରେ ପହଞ୍ଚିଯାଏ।
ବାୟୋମେଟ୍ରିକ ଅପଡେଟର ଗୁରୁତ୍ୱ
ଶିଶୁ ୫ ବର୍ଷ ଓ ୧୫ ବର୍ଷ ବୟସ ପୂରଣ କରିବା ପରେ ବାୟୋମେଟ୍ରିକ ଅପଡେଟ କରାଇବା ଆବଶ୍ୟକ। ଏହା କାର୍ଡକୁ ଭବିଷ୍ୟତରେ ବୈଧ ରଖିବ ଏବଂ ସରକାରୀ ଯୋଜନା କିମ୍ବା ସୁବିଧା ପାଇଁ କୌଣସି ଅସୁବିଧା ହେବ ନାହିଁ। ନିର୍ଦ୍ଧାରିତ ସମୟରେ ଅପଡେଟ ନ କଲେ ଆଧାର କାର୍ଡ ନିଷ୍କ୍ରିୟ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…

ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri