ଆଇନ କ’ଣ କରିଛି

ଆକାର ପଟେଲ

ଏଇ କିଛି ବର୍ଷ ହେବ ଭାରତରେ ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ଏ ବିଷୟରେ ଦୁଇ ସପ୍ତାହ ପୂର୍ବରୁ ମୁଁ ଉଲ୍ଲେଖ କରିଥିଲି। ଆମ ଅର୍ଥ ବ୍ୟବସ୍ଥାର ପ୍ରମୁଖ ମାନଦଣ୍ଡ; ଯଥା ବାସୋପଯୋଗୀ ଗୃହ, କାର, ଦୁଇ ଚକିଆ ଯାନ, ଉପଭୋକ୍ତା ବ୍ୟବହାର୍ଯ୍ୟ ଜିନିଷ (ଫ୍ରିଜ୍‌, ଓ୍ବାଶିଂ ମେଶିନ, ଟେଲିଭିଜନ) ବିକ୍ରି ବୃଦ୍ଧି ପାଇନାହିଁ। ବ୍ୟାଙ୍କର ବ୍ୟାବସାୟିକ ଋଣ ପ୍ରଦାନ ହ୍ରାସ ପାଇଛି। ଏପରି କି ଏକ ଦଶନ୍ଧି ପୂର୍ବେ ଯାହା ଥିଲା ତାହାର ଏକ ତୃତୀୟାଂଶରୁ ଏହା କମ୍‌ ରହିଛି। ପୂର୍ବାପେକ୍ଷା ପ୍ରଥମ ଥର ପାଇଁ ଅଧିକ ଲୋକ କୃଷି କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି ବୋଲି ଏକ ସପ୍ତାହ ପୂର୍ବରୁ ପ୍ରକାଶିତ ସରକାରଙ୍କ ନିୟମିତ ଶ୍ରମ ଶକ୍ତି ସର୍ଭେରୁ ଜଣାପଡ଼ିଛି। ଅର୍ଥାତ୍‌ ଲୋକମାନେ ମାନୁଫାକଚରିଂ କିମ୍ବା ଅନ୍ୟ ସେବାଗୁଡ଼ିକରୁ ଚାକିରି ଛାଡ଼ିଦେଇଛନ୍ତି। ଗତ କିଛି ବର୍ଷ ହେବ ଫର୍ମାଲ ସେକ୍ଟରରେ ମାନୁଫାକ୍ଚରିଂ ଜବ୍‌ ବଢ଼ିବା ପରିବର୍ତ୍ତେ ହ୍ରାସ ପାଇଛି। କୌତୂହଳ ବିଷୟ, ଗତ ଦୁଇ ତିନି ବର୍ଷରେ ଆରମ୍ଭ କରାଯାଇଥିବା ବହୁ ନୂଆ ଆଇନ ଭାରତକୁ ଏକ ନିର୍ଦ୍ଦିଷ୍ଟ ଦିଶାରେ ନେଇଯାଇଛି। ଏହି ଆଇନଗୁଡ଼ିକ ମଧ୍ୟରେ ରହିଛି ‘ଲଭ୍‌ ଜିହାଦ’ ଆଇନ। କିଛି ଦିନ ତଳେ ଏହି ଆଇନକୁ ଗୁଜରାଟ ଉଚ୍ଚ ନ୍ୟାୟାଳୟ ସମାଲୋଚନା କରିଛନ୍ତି। କିନ୍ତୁ ୨୦୧୪ ପରଠାରୁ ବହୁ ରାଜ୍ୟରେ ଏହି ପ୍ରକାର ଆଇନ ଲାଗୁ କରାଯାଇଛି। ଧର୍ମ ପରିବର୍ତ୍ତନ ମୌଳିକ ଅଧିକାର ହୋଇଥିଲେ ମଧ୍ୟ ଏହାର ଅପରାଧୀକରଣ କରାଯାଇ ହିନ୍ଦୁ ମୁସଲମାନ ବିବାହକୁ ଜଟିଳ କରିଦିଆଯାଇଛି। ଉତ୍ତରାଖଣ୍ଡ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୮; ହିମାଚଳ ପ୍ରଦେଶ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୯; ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସମ୍ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ,୨୦୨୦(ପ୍ରୋହିବିଶନ ଅଫ୍‌ ଅନ୍‌ଲଫୁଲ କନ୍‌ଭରସେଶନ ଅଫ୍‌ ରିଲିଜିଅନ ଅର୍ଡିନାନ୍ସ); ମଧ୍ୟପ୍ରଦେଶ ଧର୍ମ ସ୍ବାତନ୍ତ୍ର୍ୟ ଅଧ୍ୟାଦେଶ,୨୦୨୦; ଦି ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ(ଆମେଣ୍ଡ୍‌ମେଣ୍ଟ) ଆକ୍ଟ,୨୦୨୧। ଏହି ସବୁ ଆଇନ ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ରାଜ୍ୟଗୁଡ଼ିକରେ ଗତ ତିନି ବର୍ଷ ମଧ୍ୟରେ ଅଣାଯାଇଛି ଏବଂ ଏଗୁଡ଼ିକ ପାଇଁ କୌଣସି ଯୁକ୍ତିଯୁକ୍ତ ତଥ୍ୟ ଦର୍ଶାଯାଇନାହିଁ। ଏହା ପୂର୍ବରୁ ଗୋ ମାଂସକୁ ନେଇ ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଆଇନ ପାସ୍‌ କରିଥିଲେ। ଗୁଜରାଟରେ ଗୋ ହତ୍ୟା ଲାଗି ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି। ଅନ୍ୟ କୌଣସି ଇକୋନୋମିକ୍‌ କ୍ରାଇମ୍‌ରେ ଏଭଳି ଦଣ୍ଡର ପ୍ରାବଧାନ ନାହିଁ। ପୁନଶ୍ଚଏହି ସବୁ ଆଇନ ୨୦୧୪ ପରେ ହିଁ ଆସିଛି ଏବଂ ଏହାଯୋଗୁ ମୁସଲମାନଙ୍କ ପ୍ରତି ଲିଚିଂ ବହୁ ମାତ୍ରାରେ ବୃଦ୍ଧିପାଇଛି, ଯାହାକୁ ସାରା ବିଶ୍ୱ ଦେଖୁଛି।
ୟୁଏପିଏ ଆଇନ ସମ୍ପର୍କରେ ପାଠକେ ଶୁଣିଥିତ୍ବେ। ଏହି ଆଇନ ବଳରେ ଷ୍ଟାନ୍‌ ସ୍ବାମୀଙ୍କୁ ଜେଲ ପଠାଇ ଦିଆଗଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଲା। ଦି ଅନ୍‌ଲଫୁଲ ଆକ୍ଟିଭିଟିଜ (ପ୍ରିଭେନ୍‌ସନ) ଆମେଣ୍ଡ୍‌ମେଣ୍ଟ ଆକ୍ଟ,୨୦୧୯ ଦ୍ୱାରା ସରକାର ଯେକୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ସନ୍ତ୍ରାସବାଦୀ ଭାବେ ବର୍ଗୀଭୁକ୍ତ କରି ଜେଲ ପଠାଇପାରିବେ। ଅନ୍ୟଙ୍କୁ ଆଘାତ ଦେବା, କାହାର ସମ୍ପତ୍ତି କ୍ଷତି କରିବା, ଆପରାଧିକ ଶକ୍ତି ଦ୍ୱାରା କୌଣସି ସରକାରୀ ପଦାଧିକାରୀଙ୍କୁ ଭୟଭୀତ ବା ପ୍ରଭାବିତ କରିବା ଏବଂ ସରକାର କିମ୍ବା କୌଣସି ବ୍ୟକ୍ତିଙ୍କୁ କାର୍ଯ୍ୟରୁ ବିରତ ରହିବାକୁ ବାଧ୍ୟ କରିବାକୁ ଉକ୍ତ ସଂଶୋଧିତ ଆଇନରେ ‘ସନ୍ତ୍ରାସବାଦୀ କାର୍ଯ୍ୟ’ ଭାବେ ଦର୍ଶାଯାଇଛି। ଯଦି ବ୍ୟକ୍ତି ପକ୍ଷରୁ ଧମକ ଦେବା କିମ୍ବା ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣର ସମ୍ଭାବନା ରହିଥିବ, ତେବେ ସେହି ବ୍ୟକ୍ତିଙ୍କୁ ସନ୍ତ୍ରାସବାଦୀ ଭାବେ ଗଣାଯିବ। ବାସ୍ତବରେ ଏହି ସବୁ କାର୍ଯ୍ୟ ନ କଲେ ମଧ୍ୟ ଉକ୍ତ ଆଇନ ଜଣେ ନାଗରିକ କିମ୍ବା ସାମାଜିକ କର୍ମୀଙ୍କ ଉପରେ ସନ୍ତ୍ରାସବାଦୀ ମୋହର ଲଗାଇବା ପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛି। ଦି ଗୁଜରାଟ ପ୍ରୋହିବିସନ ଅଫ୍‌ ଟ୍ରାନ୍ସଫର ଅଫ୍‌ ଇମୋଭେବଲ ପ୍ରପର୍ଟି ଆଣ୍ଡ୍‌ ପ୍ରୋଭିଜନ ଫର୍‌ ପ୍ରୋଟେକ୍‌ସନ ଅଫ୍‌ ଟେନାଣ୍ଟସ୍‌ ଫ୍ରମ୍‌ ଏଭିକ୍‌ସନ ଫ୍ରମ୍‌ ପ୍ରିମିସେସ୍‌ ଇନ୍‌ ଡିଷ୍ଟର୍ବ ଏୟିଆଜ ଆକ୍ଟ,୨୦୧୯ ଗୁଜରାଟ ମୁସଲମାନଙ୍କୁ ସମାଜରେ ଅନ୍ୟମାନଙ୍କଠାରୁ ଭିନ୍ନ ଭାବେ ବିବେଚନା କରୁଛି। ଜମି ବା ସମ୍ପତ୍ତି କିଣିବା କିମ୍ବା ବିକ୍ରି କରିବା ସମୟରେ ଲୋକମାନଙ୍କୁ ଉକ୍ତ ଆଇନ ଅନୁଯାୟୀ ସେମାନଙ୍କ ଧର୍ମ ପ୍ରକାଶ କରିବାକୁ ପଡ଼ିବ। ସରକାର ଯେଉଁ ଅଞ୍ଚଳକୁ ‘ସମସ୍ୟାଭିତ୍ତିକ ଅଞ୍ଚଳ’ ଭାବେ ଘୋଷଣା କରିଥିଲେ, ସେଠାରେ ସରକାରଙ୍କ ବିନା ଅନୁମତିରେ ହିନ୍ଦୁମାନେ ମୁସଲମାନମାନଙ୍କୁ ଜମି ବିକ୍ରି କରିପାରିବେ ନାହିଁ କି ମୁସଲମାନମାନେ ହିନ୍ଦୁଙ୍କୁ ବିକ୍ରି କରିପାରିବେ ନାହିଁ। ୨୦୧୯ରେ ଏହି ସଂଶୋଧିତ ଆଇନ ବିକ୍ରି ହେଉଥିବା ସମ୍ପତ୍ତି ମୁସଲମାନଙ୍କୁ ବେଆଇନ ଭାବେ ଏକାଠି କରୁଛି କି ନାହିଁ ତାହା ନିଶ୍ଚିତ କରିବାକୁ ଜିଲାପାଳଙ୍କୁ ଅଧିତ୍କାର ଦେଇଛି। ଆଉ ମଧ୍ୟ କ୍ରେତା ଏବଂ ବିକ୍ରେତା ଆବେଦନ ନ କଲେ ବି ଜିଲାପାଳଙ୍କ ନିଷ୍ପତ୍ତିର ସମୀକ୍ଷା କରିବାକୁ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି ଏହି ଆଇନ। ଏପରି କି ଗୁଜରାଟର ସହରଗୁଡ଼ିକରେ ଯେଉଁ ଅଞ୍ଚଳରେ ଭାରତୀୟ ମୁସଲମାନମାନେ ଜମି ଲିଜ୍‌ ନେଇପାରିବେନି କି କିିଣିପାରିବେ ନାହିଁ, ବିଦେଶୀମାନେ ତାହା କରି ପାରିବେ। ଭାରତରେ ଏହି ଆଇନଗୁଡ଼ିକ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଭାବେ ବ୍ୟବହାର କରାଯାଉଛି।
କେତେ ଜଣ ପାଠକ ଏହି ସବୁ ଆଇନ ବିଷୟରେ ଅବଗତ ଅଛନ୍ତି, ତାହା ମୁଁ ଜାଣେ ନାହିଁ। ଜଣେ ଲେଖକ ହିସାବରେ ମୋ ପାଇଁ ସବୁଠୁ ବିଚିତ୍ର କଥା ହେଉଛି, ଭାରତରେ ଏହି ସବୁ ଆଇନ ପ୍ରକୃତରେ କ’ଣ କରିଛି ତାକୁ ନେଇ କୌଣସି ବିତର୍କ ହୋଇନାହିଁ। ଏପରି କି ଦେଶର ଖବରକାଗଜଗୁଡ଼ିକରେ ଏହା ଉପରେ କିଛି ଆଲୋଚନା କରାଯାଇନାହିଁ। ଅର୍ଥ ବ୍ୟବସ୍ଥାର ତଥ୍ୟ ଏବଂ ଘଟଣାଗୁଡ଼ିକ କ୍ଷେତ୍ରରେ ବି ସମାନ ପରିସ୍ଥିତି ହୋଇଛି। ଅର୍ଥବ୍ୟବସ୍ଥାକୁ ନେଇ ଯେଉଁ ତଥ୍ୟ ଉପରେ ଉପସ୍ଥାପନ କରାଯାଇଛି ତା’ଉପରେ ସରକାର କିଛି ମନ୍ତବ୍ୟ ଦେଇ ନାହାନ୍ତି। ଅର୍ଥାତ୍‌ ଭାରତର ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ଅଟକି ଯିବାକୁ ସତ ବୋଲି ଗ୍ରହଣ କରିଛନ୍ତି। ସେହିପରି ୨୦୧୪ ପରଠାରୁ ଭାରତ ବହୁବାଦୀ, ଆଧୁନିକ , ଧର୍ମ ନିରପେକ୍ଷତାର ଦୃଢ ସ୍ଥିତିକୁ ଛାଡି ଦେବା ଘଟଣା ମତ ବୋଲି ସ୍ବୀକାର କରିଛନ୍ତି। କାରଣ ଭାଜପା ତାହା ହିଁ ହେବାକୁ ଚାହଁୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri