କ୍ରୀଡ଼ାଭିମୁଖୀ ପ୍ରଶାସକ

କୁହାଯାଇଥାଏ ଜୀବନ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ, ଏକ ଯାତ୍ରା। ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର (ନଏଡା) ଜିଲାପାଳ ସୁହାସ ଏଲ୍‌ ଓ୍ବାଇ ମଧ୍ୟ ଅନୁଭବ କରନ୍ତି ଯେ, ଜୀବନର ଯାତ୍ରା ଠିକ୍‌ ମାର୍ଗରେ ଥିଲେ ଗନ୍ତବ୍ୟ ସ୍ଥାନ ମିଳିଯିବ। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ଯାଏ ଟୋକିଓଠାରେ ପାରାଲିମ୍ପିକ୍‌ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଅଗଷ୍ଟ ୨୭ରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ। ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ସୁହାସ ଉକ୍ତ ଦଳରେ ସାମିଲ ହୋଇ ଭାରତର ପ୍ରଥମ ସ୍ବତନ୍ତ୍ର ଦିବ୍ୟାଙ୍ଗ ଆଇଏଏସ୍‌ ଅଧିକାରୀ ରୂପେ ଏଥିରେ ଭାଗ ନେବାକୁ ଯାଉଛନ୍ତି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଯାଇଛି।
ସୁହାସ ଲାଲିନାକେରେ ୟାଥିରାଜ୍‌ ୨ ଜୁଲାଇ ୧୯୮୩ରେ କର୍ନାଟକର ହାସନଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ସ୍ବର୍ଗତ ୟାଥିରାଜ ଏଲ୍‌ କେ ଓ ମାତା ଜୟଶ୍ରୀ ସିଏସ୍‌। ପିଲାଟି ବେଳୁ ସୁହାସ ଦିବ୍ୟାଙ୍ଗ ଥିଲେ। କିନ୍ତୁ ମାତାପିତା ତାଙ୍କୁ ସର୍ବଦା ପ୍ରତିକ୍ଷେତ୍ରରେ ଉତ୍ସାହିତ କରି ଆସୁଥିଲେ। ତେବେ ପିତାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେଉ। ସେ ବାଧ୍ୟ ହୋଇ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବସିଥିଲେ। କିନ୍ତୁ ତାଙ୍କର ଇଚ୍ଛା ଥିଲା ପଢ଼ିବେ ଇଞ୍ଜିନିୟରିଂ। ଶେଷରେ ପିତା ରାଜିହେଲେ। ସୁହାସଙ୍କ ପ୍ରାରମ୍ଭିକ ଶିକ୍ଷା ହାସନ ଜିଲାର ଡୁଡ୍ଡାରେ ଆରମ୍ଭ ହୋଇଥିଲା। ପିତା ସରକାରୀ ଚାକିରିଆ ଥିବାରୁ ତାଙ୍କୁ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ପଡ଼ିଥିଲା। ଶିଭମୋଗା ଡିଭିଏସ୍‌ ଇଣ୍ଡିପେଣ୍ଡେଣ୍ଟ କଲେଜରୁ ପଢ଼ା ସାରିବା ପରେ କର୍ନାଟକର ସୁରଥକାଲ୍‌ସ୍ଥିତ ଏନ୍‌ଆଇଟିରୁ ସେ କମ୍ପ୍ୟୁଟର ସାଇନ୍ସସ ଆଣ୍ଡ୍‌ ଇଞ୍ଜିନିୟରିଂ ଡିଗ୍ରୀ ଅର୍ଜନ କରିଥିଲେ। ତଥାପି ତାଙ୍କୁ ଜୀବନରେ କିଛି କମ୍‌ ରହିଯାଉଛି ବୋଲି ଅନୁଭବ ହେଲା। ସବୁ ବର୍ଗର ଲୋକଙ୍କୁ ସେବା କରିବା ଉଦ୍ଦେଶ୍ୟ ରଖି ସିଭିଲ୍‌ ସର୍ଭିସ ପରୀକ୍ଷା ଦେଲେ ଓ ସେଥିରେ ଉତ୍ତୀର୍ଣ୍ଣ ହୋଇଗଲେ। ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ସୁଯୋଗ ଦେଇଥିତ୍ଲା। ଉତ୍ତର ପ୍ରଦେଶ କ୍ୟାଡର ୨୦୦୭ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ଚାକିରି ଭିତରେ ଜୀବନକୁ ସୀମିତ ନ ରଖି ପିଲାଟି ବେଳୁ ତାଙ୍କଠାରେ କ୍ରୀଡ଼ା ପ୍ରତି ରହି ଆସିଥିବା ଆଗ୍ରହକୁ ବଢ଼ାଇବାକୁ ପ୍ରାୟସ କରିଥିଲେ। ଚାଇନାର ବେଜିଂଠାରେ ୨୦୧୬ରେ ଅନୁଷ୍ଠିତ ଏସିଆନ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ସୁହାସ ସ୍ବର୍ଣ୍ଣପଦକ ଜିତି ବିଶ୍ୱସ୍ତରରେ ନାମ ଅର୍ଜନ କରିଥିଲେ। ସେତେବେଳେ ସେ ଆଜମ୍‌ଗଡର ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ସେବେଠାରୁ କ୍ରୀଡ଼ାର ଯାତ୍ରା ତାଙ୍କୁ ଅଗକୁ ଯିବା ଲାଗି ପ୍ରୋତ୍ସାହିତ କରିଚାଲିଛି।
ସିଭିଲ୍‌ ସର୍ଭିସ ସହ କ୍ରୀଡ଼ାର ଯୁଗଳବନ୍ଦୀ ତାଙ୍କୁ ବେଶ୍‌ ମାନିଥାଏ। ଜୀବନର ପ୍ରତିଟି ସଫଳତା ପାଇଁ ସେ ଈଶ୍ୱରକୁ ଧନ୍ୟବାଦ ଦେଇଥାଆନ୍ତି। ସେ କହନ୍ତି, କଦାପି ଭାବି ନ ଥିଲେ ଜଣେ କଲେକ୍ଟର ହେବେ। କେବଳ ନିଷ୍ଠାର ସହ ରହି ସେହି ସ୍ବପ୍ନ ପଛରେ ଧାଇଁଥିଲେ। ତାହା ପୂରଣ ହେବା ପରେ କ୍ରୀଡ଼ାର ସର୍ବୋଚ୍ଚ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଲେ ଓ ପାଇଲେ ସିଦ୍ଧି । ଏସବୁ କଠିନ ସାଧନା ଦ୍ୱାରା ସମ୍ଭବ ହୋଇଥିଲା ବୋଲି ସେ କହିଥାଆନ୍ତି। ଯୁବପିଢ଼ିଙ୍କୁ ପ୍ରେରଣା ଦେବାକୁ ଯାଇ ସେ କେତେକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଜୀବନରେ ଯାହା ହେବାକୁ ଚାହୁଁଛ, ତାହା ହାସଲ କରିବାକୁ ଲାଗିପଡ଼। ବେଳେ ବେଳେ ମଣିଷ ବିଜୟୀ ହୁଏ ବା ପରାଜୟ ବରଣ କରେ। କିନ୍ତୁ ପ୍ରଚେଷ୍ଟା ଜାରି ରହିବା ଦରକାର। ସେ ଆହୁରି କହିଛନ୍ତି , ଏକ ସାଧାରଣ ସ୍କୁଲରେ ପାଠପଢ଼ି ସେ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେଲେ ଓ ପାରାଲିମ୍ପିକ୍ସରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ତେଣୁ ଯିଏ ଚାହିଁବେ, ସିଏ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ପାରିବେ। ସମାଲୋଚନା ଓ ପ୍ରଶଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସମାଜରେ କେତେକ ତୁମକୁ ଭଲ କହିବେ ଓ ଆଉ କିଛି ତୁମ ପ୍ରତି ମନ୍ଦ ମନ୍ତବ୍ୟ ଦେବେ। ଏହା ଦ୍ୱାରା ଜଣେ ଦୁର୍ବଳ ହେବା କଥା ନୁହଁ। ସୁହାସଙ୍କ ଏଭଳି ପ୍ରେରଣାଦାୟୀ ବାର୍ତ୍ତା ଯୁବପିଢ଼ିଙ୍କ ପାଇଁ ଅମୂଲ୍ୟ ସନ୍ଦେଶ।
ସୁହାସ କର୍ମମୟ ଜୀବନ ଓ କ୍ରୀଡ଼ାପୂର୍ଣ୍ଣ ବାତାବରଣରେ ନିଜକୁ ସୁଦକ୍ଷ ଖେଳାଳି ଭାବେ ପ୍ରମାଣିତ କରି ପାଇପାରିଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ତାଙ୍କ ଯାତ୍ରା ଏକ ଦିବ୍ୟାଙ୍ଗଙ୍କ କାହାଣୀ ବଖାଣି ଥାଇପାରେ, କିନ୍ତୁ ସେ ନିଜକୁ ପୂର୍ଣ୍ଣାଙ୍ଗ ବୋଲି ପ୍ରମାଣିତ କରିପାରିଛନ୍ତି ନିଜର ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ। ତାଙ୍କ ସାଂସାରିକ ଜୀବନ କହିଲେ ସହଧର୍ମିଣୀ ରିତୁ ଏବଂ ୫ ବର୍ଷର ଝିଅ ସନ୍‌ଭି ଓ ଦୁଇ ବର୍ଷର ପୁଅ ଭିଭାନ୍‌ଙ୍କୁ ନେଇ ପରିବାର ଗତିଶୀଳ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?