ପାଶ୍ଚାତ୍ୟ ଏକତା ଓ ୟୁକ୍ରେନ୍‌ ଯୁଦ୍ଧ

ଚାର୍ଲସ୍‌ କେ. କୁପଚାନ୍‌

ଏବେ ନାଟୋ, ଆମେରିକା- ୟୁରୋପୀୟ ସଂଘ(ଇୟୁ) ଏବଂ ଜି ୭ ଦେଶଗୁଡ଼ିକ ମଧ୍ୟରେ ଦେଖାଯାଇଥିବା ଏକତା ଏକ ଶକ୍ତିଶାଳୀ ପାଶ୍ଚାତ୍ୟକୁ ପ୍ରତିପାଦିତ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଆଟ୍‌ଲାଣ୍ଟିକ ଗଣତାନ୍ତ୍ରିକ ଦେଶସମୂହ ପ୍ରଭାବଶାଳୀ ପ୍ରତିକ୍ରିୟା ଏବଂ ଅପ୍ରତ୍ୟାଶିତ ଏକତା ପ୍ରକାଶ କରୁଛନ୍ତି। ସେମାନେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ନାଟୋକୁ ମଜଭୁତ କରିବା ସହ ରୁଷିଆର ଅର୍ଥ ବ୍ୟବସ୍ଥା ଉପରେ କଟକଣା ଲଗାଇଛନ୍ତି। ପ୍ରବାସୀ କିମ୍ବା ଶରଣାର୍ଥୀମାନଙ୍କୁ ତଡ଼ିଦେବା ପରିବର୍ତ୍ତେ ଇୟୁର ସଦସ୍ୟ ଦେଶଗୁଡ଼ିକ ସେମାନଙ୍କ ପାଇଁ ଦ୍ୱାର ଖୋଲି ଦେଉଛନ୍ତି। ଆମେରିକା କଂଗ୍ରେସରେ ଦୁଇ ଦଳ ମଧ୍ୟରେ ଏକତା ଓ ସଦ୍‌ଭାବ ରହିଥିବା ଜଣାପଡ଼ିଛି , ଯାହା ଦୀର୍ଘଦିନ ହେଲା ଦେଖାଯାଇ ନ ଥିଲା। ରାଜନୈତିକ ସିଦ୍ଧାନ୍ତକାରୀ ଫ୍ରାନସିସ୍‌ ଫୁକୁୟାମା ଆଗକୁ ଏକ ନୂଆ ସ୍ବାଧୀନତା ଜନ୍ମ ନେବ ବୋଲି ଅନୁମାନ କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱ ଗଣତନ୍ତ୍ରର ଅଧୋଗତିକୁ ନେଇ ଆମ ମଧ୍ୟରେ ରହିଥିବା ଭୟରୁ ଆମକୁ ଏହା ରକ୍ଷା କରିପାରିବ। ସେ ମଧ୍ୟ ଆଶା କରିଛନ୍ତି ଯେ,୧୯୮୯ର ଭାବନା ଓ ଉତ୍ସାହ ଜାରି ରହିବ ଓ ଏଥିପାଇଁ ୟୁକ୍ରେନ୍‌ର ଏକ ସାହସୀ ଗୋଷ୍ଠୀଙ୍କୁ ଧନ୍ୟବାଦ। ଏଥିରେ ମୁଁ ଏକମତ ନୁହେଁ। ତେବେ ରାଜନୈତିକ ସମସ୍ୟାଗୁଡ଼ିକ ଆଟଲାଣ୍ଟିକ ଗଣତାନ୍ତ୍ରିକ ଦେଶସମୂହକୁ ବିବ୍ରତ କରୁଥିବା ଖବର ସାମ୍ନାକୁ ଆସି ନ ପାରେ ,ହେଲେ ସେମାନେ ଏଥିରୁ ମୁକ୍ତ ନୁହନ୍ତି। ରୁଷିଆର ଆକ୍ରମଣ ପାଶ୍ଚାତ୍ୟ ପ୍ରତି ଏକ ସତର୍କ ଘଣ୍ଟି ହୋଇଥିବାବେଳେ, ସମ୍ଭାବ୍ୟ ନୂଆ ଶୀତଳ ଯୁଦ୍ଧ ଅନୁଦାରବାଦ ଏବଂ ରାଜନୈତିକ ସମସ୍ୟା ବହୁଳ ଆମେରିକା ଏବଂ ୟୁରୋପକୁ ବଦଳାଇପାରିବ ନାହିଁ। ଅବଶ୍ୟ ୟୁକ୍ରେନ୍‌ରେ ଲାଗି ରହିଥିବା ଯୁଦ୍ଧର ବ୍ୟାପକ ଆର୍ଥିକ ପ୍ରଭାବ ରହିଛି, ଯାହା ରାଜନୈତିକ ନକାରାମତ୍କ ପରିଣାମ ବୃଦ୍ଧି କରିବ। ସେହି ଅନୁଯାୟୀ, ଆମେରିକା ଏବଂ ୟୁରୋପ ସେମାନଙ୍କ ନିଜ କଥା ଉପରେ ଧ୍ୟାନ ଦେବା ଦରକାର। ଏପରିକି ୟୁକ୍ରେନ୍‌ ବିପର୍ଯ୍ୟୟ ସାହାଯ୍ୟ ଚାହଁୁଥିବାବେଳେ ଆମେରିକା ଓ ୟୁରୋପକୁ ନିଜ ଘର ଉପରେ ଅଧିକ ନଜର ରଖିବା ଆବଶ୍ୟକ।
ଶୀତଳ ଯୁଦ୍ଧରେ ସୋଭିଏଟ୍‌ ଦ୍ୱାରା ସୃଷ୍ଟି କରାଯାଇଥିତ୍ବା ରାଜନୈତିକ କଠିନ ସ୍ଥିତି ବା ଅନୁଶାସନ ଆମେରିକାରେ ଦୁଇଦଳ ମଧ୍ୟରେ ବୈଦେଶିକ ନୀତିକୁ ନେଇ ଲାଗିଥିବା ସଂଘର୍ଷକୁ ଶାନ୍ତ କରିବାରେ ସାହାଯ୍ୟ କରିଥିଲା। ସେହିପରି ଏବେ ରୁଷିଆ ସହିତ ଆରମ୍ଭ ହୋଇଥିବା ମିଲିଟାରି ଶତ୍ରୁତାର ଏକ ନୂଆ ଯୁଗ ଆମେରିକାରେ ଦ୍ୱିଦଳୀୟ ରାଜନୈତିକ ବିଶ୍ୱାସ ଓ ମତର ଗ୍ରହଣୀୟତା ପୁଣି ଫେରାଇଆଣୁଛି। ବାମପନ୍ଥୀ ଡେମୋକ୍ରାଟିକ ପାର୍ଟି ଆଉ ପ୍ରତିରକ୍ଷା ବଜେଟ ହ୍ରାସ କରିବା ଲାଗି ଜୋରଦାର ଦାବି କରୁନାହିଁ । ରିପବ୍ଲିକାନ ପାର୍ଟିର ବୈଦେଶିକ ନୀତିକୁ ବିରୋଧ କରୁଥିବା ଏବଂ ନବ ବିଚ୍ଛିନତାବାଦୀ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସମାଲୋଚନା କରିବାରେ ସ୍ବର ନରମ କରିଛନ୍ତି। ଏହାସହ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ବାଇଡେନ୍‌ଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛନ୍ତି। କିନ୍ତୁ ନୀତିକୁ ନେଇ ଏବେ ଆମେରିିକାରେ ଫେରିଥିବା ଦୁଇ ଦଳ ମଧ୍ୟରେ ସହଯୋଗ ଓ ସମନ୍ବୟର ଧାରା ବେଶିଦିନ ରହିବ ନାହିଁ। ଶୀତଳ ଯୁଦ୍ଧ ଯୁଗର ଦ୍ୱିଦଳୀୟ ସହଯୋଗ କେବଳ ସୋଭିଏଟ୍‌ ବିପଦ ଯୋଗୁ ହୋଇ ନ ଥିଲା ବରଂ ଆମେରିକା ମଧ୍ୟରେ ବ୍ୟାପକ ଭାଗୀଦାରି ସମୃଦ୍ଧି ଦ୍ୱାରା ସୃଷ୍ଟି ରାଜନୈତିକ ଗ୍ରହଣୀୟତା ବା ଏକମତର ବିଚାରଧାରା ଯୋଗୁ ସମ୍ଭବ ହୋଇଥିଲା। ତଥାପି ଦୀର୍ଘଦିନ ହେଲା ଲାଗି ରହିଥିବା ଆର୍ଥିକ ଅସୁରକ୍ଷା ଏବଂ ବର୍ଦ୍ଧିତ ଅସମାନତା ଆମେରିକାର ସାମାଜିକ ବର୍ଗୀକରଣ ଓ ସମାନତା ମଧ୍ୟରେ ଏକ ସମନ୍ବୟ ସ୍ଥିତି ଗ୍ରହଣ କରିବା ଧାରାକୁ ବନ୍ଦ କରିଦେଇଛି ଏବଂ ସୀମିତ ବୈଚାରିକ ସମଭାବ ତୀବ୍ର ଧ୍ରୁବୀକରଣକୁ ବାଟ ଦେଖାଇଛି। ଏଭଳି ରାଜନୈତିକ ସମନ୍ବୟ ଭାବର ଅଧଃପତନ ସେପ୍ଟେମ୍ବର ୧୧, ୨୦୦୧ର ଉଗ୍ରବାଦୀ ଆକ୍ରମଣର ଠିକ୍‌ ପରେ ପରେ ଦେଖାଦେଇଥିଲା ଓ ଦ୍ୱିଦଳୀୟ ସହଯୋଗ ଓ ସହମତି ଅଦୃଶ୍ୟ ହୋଇଯାଇଥିଲା।
ଆମେରିକାର ମୁଦ୍ରାସ୍ଫୀତି ଏବେ ୪୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ରହିଛି। ଏହା ଯୋଗୁ ଜନ ଆକ୍ରୋଶଭିତ୍ତିକ ରାଜନୀତି ପୁଣି ଫେରିବାର ଅଧିକ ସମ୍ଭାବନା ରହିଛି। ଶକ୍ତି ଓ ଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁ ବାଇଡେନ୍‌ଙ୍କ ଗହଣୀୟତା ସ୍ତର କମ୍‌ ରହିଛି ଓ ୟୁକ୍ରେନ୍‌ ଯୁଦ୍ଧର ଦୃଢ ସଞ୍ଚାଳନ ସତ୍ତ୍ୱେ ମଧ୍ୟ ଏହା ଜାରି ରହିଛି। ନଭେମ୍ବରର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଖେଇ ଆସୁଥିବାରୁ ବାଇଡେନ୍‌ଙ୍କୁ ଅଳ୍ପ କିଛି ରିପବ୍ଲିକାନ ବିରୋଧ କରିବା ଆରମ୍ଭ କରିବେ। କଂଗ୍ରେସରେ ରୁଷିଆ ବିରୋଧୀ ଭାବକୁ ନେଇ ସୃଷ୍ଟି ହୋଇଥିତ୍ବା ରିପବ୍ଲିକାନ ପାର୍ଟିର ନବ ବିଚ୍ଛଇନତାବାଦୀ ଗୋଷ୍ଠୀ ବର୍ତ୍ତମାନ ପାଇଁ ଶାନ୍ତ ରହିପାରନ୍ତି , ତଥାପି ପାର୍ଟି ମଧ୍ୟେରେ ଏହାର ଦୃଢ ସମର୍ଥନ ରହିଛି । ରୁଷିଆ ଉପରେ ପାଶ୍ଚାତ୍ୟ ନେତୃତ୍ୱରେ ଲଗାଯାଇଥିବା କଟକଣା ଆମେରିକା ଉପଭୋକ୍ତାଙ୍କର କ୍ଷତି କରିବା ଯୋଗୁ ସେମାନଙ୍କ ବିରୋଧ ପୁଣି ପ୍ରକାଶ ପାଇବ ଓ ସେମାନଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନୁଦାର ନୀତି ବା ଅନୁଦାରବାଦୀ ନେତାଙ୍କ ପ୍ରତି ଦୃଢ ସମର୍ଥନ ପୁଣି ଫେରିବ। ଏଣୁ ଏହାକୁ ଦୃଷ୍ଟିରେ ରଖି ବାଇଡେନ୍‌ ପ୍ରଶାସନ ତୁରନ୍ତ ତା’ଘରୋଇ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ଦରକାର। ଭିତ୍ତିଭୂମି, ଶିକ୍ଷା, ପ୍ରଯୁକ୍ତି, ସ୍ବାସ୍ଥ୍ୟସେବା ଏବଂ ଅନ୍ୟ ଘରୋଇ କାର୍ଯ୍ୟକ୍ରମଗୁଡ଼ିକରେ ନିବେଶ କରିବା ହିଁ ନିର୍ବାଚନୀ ଅସନ୍ତୋଷକୁ ଦୂର କରିବାରେ ହେବ ଭଲ ଉପାୟ। ଏହା ମଧ୍ୟ ସାମାଜିକ ସମନ୍ବୟ ଆଣିବାରେ ରାଜନୈତିକ ବିଚାରଧାରର ସଙ୍କଟକୁ ସୁଧାରିପାରିବ। ଚଳିତ ସପ୍ତାହରେ ବାଇଡେନ୍‌ଙ୍କ ପ୍ରସ୍ତାବିତ ବଜେଟ ହିଁ ଏ ଦିଗରେ ଏକ ଉଚିତ ପଦକ୍ଷେପ। ୟୁରୋପ ୟୁକ୍ରେନ୍‌ ଯୁଦ୍ଧ ଉପରେ ଧ୍ୟାନ ଦେଉଥିବାରୁ ତାକୁ ନିଜ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ।
ଆମେରିକାଠାରୁ ୟୁରୋପର ସାମାଜିକ ସମନ୍ବୟ ପ୍ରତି ରାଜନୈତିକ ବିଚାରଧାରର ସମର୍ଥନ ଦୃଢ ରହିଛି। ଇୟୁ ପ୍ରଭାବୀ ଏକତା ପ୍ରଦର୍ଶନ କରିଛି ଓ ୟୁରୋପୀୟ ଏକତା ଲାଗି ଜୋର ଲଗାଇ ଦେଇଛି। ତେବେ ୟୁକ୍ରେନ୍‌ର ଶରଣାର୍ଥୀମାନଙ୍କୁ ୟୁରୋପର ଜୋରଦାର ସ୍ବାଗତ୍‌ କରିବା ଘରୋଇ ସଂଘର୍ଷର ସୂତ୍ରପାତ କରିପାରେ। ମୂଲ୍ୟ ବୃଦ୍ଧି ଓ ସମ୍ଭାବ୍ୟ ସ୍ଥାୟୀ ପୁନଃଥଇଥାନକୁ ନେଇ ଏହା ଘଟିପାରେ। ରୁଷିଆର ତୈଳ ନେବା ବନ୍ଦ କଲେ ଏଥିପାଇଁ ଇୟୁକୁ ଅଧିକ ନିବେଶ କରିବାକୁ ହେବ ଓ ଏହା ଶକ୍ତିର ମୂଲ୍ୟ ବୃଦ୍ଧି କରିବ। ଏହା ମଧ୍ୟ କୋଭିଡ୍‌ ମହାମାରୀରେ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାର ସୁଧାରରେ ବାଧା ଉପୁଜାଇବ। ରୁଷିଆ ବିରୋଧରେ ଏବେ ପୋଲାଣ୍ଡ ଓ ହଙ୍ଗେରୀ ଆଗରେ ରହିଛନ୍ତି । ବାସ୍ତବରେ ଏହି ଦୁଇ ଦେଶ ବର୍ତ୍ତମାନ ଉଦାରବାଦହୀନ ସରକାର ଶାସନରେ ରହିଛନ୍ତି, ଯାହା ମୂଳ ୟୁରୋପୀୟ ମୂଲ୍ୟବୋଧ ପ୍ରତି ବିପଦ।
ଆମେରିକୀୟଙ୍କ ଭଳି ୟୁରୋପୀୟମାନେ ଘରୋଇ ସୁଧାର ଲାଗି କଠୋର ପରିଶ୍ରମ କରିବା ଆବଶ୍ୟକ। ଆର୍ଥିକ ପୁନର୍ଗଠନ ଏବଂ ନିବେଶ, ପ୍ରବାସନ ନୀତିରେ ସଂସ୍କାର ଓ ସୀମା ନିୟନ୍ତ୍ରଣ ଏବଂ ବୈଦେଶିକ ଓ ପ୍ରତିରକ୍ଷା ନୀତି ଉପରେ ପ୍ରାଧାନ୍ୟ ଦେବା ଉଚିତ। ଏହା ଯୋଗୁ ଇୟୁର ଏକତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ମଜଭୁତ ହେବ। ତେବେ ୟୁକ୍ରେନ୍‌ ଉପରେ ପୁଟିନ୍‌ଙ୍କ ଭୟଙ୍କର ଆକ୍ରମଣ ପାଶ୍ଚାତ୍ୟକୁ ଉଜାଗର କରିଛି ଓ ଏକତା ଆଣିଛି। କିନ୍ତୁ ନିଜ ଦେଶରେ ବୃଦ୍ଧି ଉଦାରବାଦ ଗଣତନ୍ତ୍ର ପ୍ରତି ବୃଦ୍ଧିପାଉଥିବା ବିପଦ ଉପରେ ତୁରନ୍ତ ଧ୍ୟାନ ଦେବା ଉଚିତ।
ସିନିୟର ଫେଲୋ, କାଉନ୍‌ସିଲ ଅଫ୍‌ ଫରେନ୍‌ ରିଲେଶନ; ପ୍ରଫେସର, ଇଣ୍ଟର୍‌ନ୍ୟାଶନାଲ ଆଫେୟାର୍ସ, ଜର୍ଜଟାଉନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?