ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡ଼ିଶା ପ୍ରଦେଶ ଜନ୍ମଲାଭ କରିଥିଲା। ଠିକ୍‌ ଏହି ଦିନ ସିନ୍ଧୁପ୍ରଦେଶ ମଧ୍ୟ ଜନ୍ମଲାଭ କରିଥିଲା। କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନରେ ଅବସ୍ଥିତ। ଓଡ଼ିଶାର ଅତୀତ ଗୌରବ ସମୃଦ୍ଧମୟ। ୧୫୬୮ ପର୍ଯ୍ୟନ୍ତ ଓଡ଼ିଶା ସ୍ବତନ୍ତ୍ର ରାଷ୍ଟ୍ର ମର୍ଯ୍ୟାଦା ପାଇଥିଲା। ୧୫୬୮ ରେ ଶେଷ ସ୍ବାଧୀନ ନରପତି ମୁକୁନ୍ଦ ଦେବଙ୍କର ଯାଜପୁର ସନ୍ନିକଟ ଗୋହିରାଟିକିରି ରଣକ୍ଷେତ୍ରରେ ପରାଜୟ ଓ ନିଧନ ପରେ ଓଡ଼ିଶାର ଭାଗ୍ୟଲିପି ଅସ୍ତମିତ ହୋଇଗଲା ବୋଲି କହିଲେ କିିଛି ଭୁଲ୍‌ ହେବନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଆଫଗାନ, ମୋଗଲ, ମରହଟ୍ଟା ଏବଂ ପରିଶେଷରେ ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହେଲା ପରେ ସେହି ବ୍ରିଟିଶ ଶାସନ ସମୟରେ ବହୁ ଆନ୍ଦୋଳନ, ପ୍ରତୀକ୍ଷା ଓ ନିବେଦନ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଛି। ଆମ ପରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ଗୁଜରାଟ ଇତ୍ୟାଦି ରାଜ୍ୟ ଜନ୍ମ ଲାଭ କରିଥିଲେ ମଧ୍ୟ ସେମାନଙ୍କ ଠାରୁ ଅନେକ କ୍ଷେତ୍ରରେ ଓଡ଼ିଶା ପଛୁଆ ଅଛି। ଏହାକୁ ସ୍ବୀକାର କରିବାକୁ ହେବ।
ଓଡ଼ିଶା ଏକ ପଛୁଆ ତଥା ଅନଗ୍ରସର ରାଜ୍ୟ ହୋଇଥିଲେ ମଧ୍ୟ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାରେ ଆମର କୌଣସି ଦ୍ୱିଧା ନାହିଁ। ହଁ! ଆମେ ଓଡ଼ିଆ, ଏବେ ମଧ୍ୟ ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ସଗର୍ବେ କହିପାରୁ ଆମେ ଓଡ଼ିଆ। ପୃଥିବୀର କୋଡ଼ିଏଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ସ୍ବତନ୍ତ୍ର କଳାର ସୃଜନ (ଉତ୍କଳ ହେତୁ) ପଥର ନିହାଣରେ ଏ ଦେଶ ଶିଳ୍ପୀ କୋଣାର୍କ, ଲିଙ୍ଗରାଜ ଏବଂ ଜଗନ୍ନାଥ ଆଦି ବିରାଟ ମନ୍ଦିର ନିର୍ମାଣ କରିପାରିଛି। ପ୍ରାୟ ବାରଶହ ବର୍ଷ ତଳେ ନିର୍ମିତ କୋଣାର୍କକୁ ଦେଖି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର କହିଥିଲେ, ଏଠାରେ ପ୍ରସ୍ତରର ଭାଷା ଆଗେ ମନୁଷ୍ୟର ଭାଷା ପରାଜୟ ବରଣ କରିଛି। ପ୍ରେମ, ସଦ୍‌ଭାବ ଓ ସୃଜନଶୀଳ ବୀରତ୍ୱର ପରିବେଶ ମଧ୍ୟରେ କିପରି ଏକ ଜାତି ବଞ୍ଚତ୍ରହେ ତା’ର ଜ୍ୱଳନ୍ତ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର।
ସାତ ସମୁଦ୍ର ତେର ନଈ ପାରି ହୋଇ ଦେଶବିଦେଶରେ ଓଡ଼ିଆମାନେ ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ। ଏବେ ମଧ୍ୟ ଏସବୁ ଦେଶରେ ଓଡ଼ିଆ ସଂସ୍କୃତିର ଛିଟା ସ୍ପଷ୍ଟ ଅନୁଭବ କରିହୁଏ। ଏହି ଜାତି ଗଢ଼ିଛି ଅଧାଗଢ଼ା ତିନି ଠାକୁର। ଆମେ ତ ମଣିଷ; କିପରି ଗଢ଼ିପାରିବୁ ପୂର୍ଣ୍ଣ ଈଶ୍ୱର। ଆମର ଏଇ ସରଳ ଠାକୁର ମଧ୍ୟରେ ସବୁ ଧର୍ମ, ସବୁ ମତ, ସବୁ ପଥ ନିଜ ଅସ୍ତିତ୍ୱ ହରେଇ ଦେଇଛନ୍ତି। ସେଥିପାଇଁ ସେଦିନ ଭକ୍ତକବି ଜଗନ୍ନାଥ ଦାସ କହିଥିଲେ- ”ଦେଖ ଏ ଯେତେ ନଦନଦୀ। ପ୍ରବାହେ ମିଳନ୍ତି ଜଳଧି।ା/ ଲବଣ ଜଳେ ସେ ମିଶନ୍ତି। ନିଜ ସ୍ବଗୁଣ ପାସୋରନ୍ତି।ା“
ବାସ୍ତବରେ ସମୁଦ୍ରର ଲବଣାକ୍ତ ଜଳ ଭିତରେ ନଦୀ ତା’ର ସତ୍ତା ହରାଇଲା ଭଳି ଭାରତର ସକଳ ପ୍ରାନ୍ତର ଧର୍ମୀୟ ଚେତନା ଶ୍ରୀଜଗନ୍ନାଥଙ୍କ ଚେତନାରେ ନିଜ ସତ୍ତା ହରାଇଛି। ସେ ହୁଅନ୍ତୁ ବୌଦ୍ଧ, ଜୈନ, ଶିଖ୍‌ ଅବା ଖ୍ରୀଷ୍ଟିଆନ୍‌। ଏହା ବିଶେଷ ତଥ୍ୟର ଆବଶ୍ୟକତା ରଖେ ନାହିଁ। ଐତିହାସିକମାନେ ଏକଥା ମଧ୍ୟ ସ୍ବୀକାର କରନ୍ତି ଯେ, ପ୍ରଭୁ ଯିଶୁ କିଛିଦିନ ପାଇଁ ପୁରୀରେ ଅବସ୍ଥାନ କରିଥିଲେ। ଏଠାକୁ ନାନକ ଆସିଛନ୍ତି, ଚୈତନ୍ୟ ଆସିଛନ୍ତି, ଶଙ୍କର ଆସିଛନ୍ତି, ରାମାନୁଜ ଏବଂ ତୁଳସୀ ଦାସ ମଧ୍ୟ ଆସିଛନ୍ତି। ସମସ୍ତେ ଶ୍ରୀଜଗନ୍ନାଥଙ୍କ ମହିମାରେ ମହିମାନ୍ବିତ।
ସେଦିନ ଏ ପବିତ୍ର ମାଟିକୁ ଛୁଇଁ କେବଳ ଚଣ୍ଡାଶୋକ ‘ଧର୍ମାଶୋକ ହୋଇ ନ ଥିଲେ; ନୀତିଦିନ ମଣିଷ ରକ୍ତରେ ସ୍ନାନ କରୁଥିବା ବ୍ୟକ୍ତି କରୁଣାର ମହାଦୂତ ହୋଇଥିଲେ। ଏ ପବିତ୍ର ମାଟି ଇତିହାସର ସରହଦ ଡେଇଁ ପୁରାଣ ପୃଷ୍ଠାରେ ଆଙ୍କିଛି ଅନେକ ପଦଚିହ୍ନ। ପୁରାଣ କହେ ଦ୍ୱାରକାର ଶାପଗ୍ରସ୍ତ ଶାମ୍ବ ଋଷି ଶାପ ମୁକ୍ତିପାଇଁ ଆସିଥିଲେ ଅର୍କଭୂମି କୋଣାକର୍ର୍କୁ।
ମହାଭାରତ ଯୁଦ୍ଧ ପରେ ପାଣ୍ଡବ ପାଞ୍ଚ ଭାଇ ଭ୍ରାତୃହତ୍ୟା, ପିତୃହତ୍ୟା, ଗୁରୁହତ୍ୟା ଓ ବ୍ରହ୍ମହତ୍ୟା ମହାପାପରୁ ମୁକ୍ତି ପାଇଁ ଆସିଥିଲେ ଏମାଟିକୁ; ମହାମାୟାଙ୍କ ନାଭି ପୀଠ ମା’ ବିରଜାଙ୍କ ପାଖକୁ। ଏ ମାଟି ରାମାୟଣର ରାମଙ୍କୁ ମଧ୍ୟ କରିଛି ରମଣୀୟ। ରାବଣ ଥିଲେ ମହାଜ୍ଞାନୀ ଏବଂ ଶ୍ରେଷ୍ଠ ବ୍ରାହ୍ମଣ ତଥା ଶିବଭକ୍ତ। ରାବଣକୁ ହତ୍ୟା କରିଥିବା ଧନୁକୁ ରଘୁବୀର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜଙ୍କ ପୀଠରେ ମହାଦେବଙ୍କୁ ଅର୍ପଣ କରି ତାଙ୍କର ଶରଣ ପଶିଥିଲେ। ସେଇଥିପାଇଁ ଏକମାତ୍ର ଶୈବପୀଠ ଲିଙ୍ଗରାଜ ଚୂଡ଼ାରେ ଧନୁ ବିରାଜିତ। ଏ ପବିତ୍ର ଭୂମିର ଦାୟାଦ ଭାବେ ଆମେ କ’ଣ ଗର୍ବ ଅନୁଭବ କରୁନାହୁଁ?
ଆଜି ମଧ୍ୟ ଆମେ ସଗର୍ବେ କହିପାରିବା ଆମେ ଓଡ଼ିଆ। ଏଇ ମାଟିରୁ ପୁଅ ଭୀମଭୋଇଙ୍କର କବିତା ସ୍ବର୍ଣ୍ଣିମ ଅକ୍ଷରରେ ବିଶ୍ୱ ଜାତିସଂଘର ଲଲାଟରେ ଖୋଦିତ ହୋଇଛି, ‘ମୋ ଜୀବନ ପଛେ ନର୍କେ…’। ଏଇ ମାଟିର ପୁଅ ସାରଳା ଦାସ ବିଶାଳ ଗ୍ରନ୍ଥ ମହାଭାରତ ରଚନାକରି ବେଦବ୍ୟାସ ପାଲଟି ଯାଇଛନ୍ତି। ପୁଣି ଜଗନ୍ନାଥ ଦାସଙ୍କ ଭାଗବତ ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ଲୋକପ୍ରିୟ। ଓଡ଼ିଆପୁଅ ଜୟଦେବଙ୍କ କବିତାର ପଙ୍‌କ୍ତି ପୂରଣ କରିଛନ୍ତି ସ୍ବୟଂ ଜଗନ୍ନାଥ। ସମ୍ବଲପୁରର ମହାନ୍‌ କବି ଗଙ୍ଗାଧରଙ୍କ ‘ତପସ୍ବିନୀ’ ସୂର୍ଯ୍ୟ ଭଳି ବିଶ୍ୱ ଆଧୁନିକ ସାହିତ୍ୟରେ ଗାଥା ପ୍ରଚାର କରୁଛି। ଆହୁରି ଅନେକ ସୁଯୋଗ୍ୟ ସନ୍ତାନସନ୍ତତି ଯଥା- ଫକୀରମୋହନ, ରାଧାନାଥ, ଗୋପବନ୍ଧୁ, ମଧୁସୂଦନ ଦାସ, ମଧୁସୂଦନ ରାଓ, ବିଦ୍ୟୁତପ୍ରଭା ଦେବୀ, କୁନ୍ତଳା କୁମାରୀ, ମନୋଜ ଦାଶ, ମାୟାଧର ମାନସିଂ, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ସାରସ୍ବତ ସାଧିକା/ସାଧକଙ୍କର ସୃଷ୍ଟି ସମ୍ଭାରରେ ପଲ୍ଲବିତ ହୋଇଛି ଓଡ଼ିଆ ଭାଷା ସାହିତ୍ୟ। ଏ ମାଟିର ପୁଅ ସାମନ୍ତ ଚନ୍ଦ୍ରଶେଖର ସାମାନ୍ୟ ବାଉଁଶ ନଳୀରେ ମାପି ପାରିଥିଲେ ହିମାଳୟର ଉଚ୍ଚତା ଆଉ ଚନ୍ଦ୍ରର ଦୂରତା।
ଆଜି ମହିଳା ସଶକ୍ତୀକରଣ ବିଷୟରେ କୁହାଯାଉଛି। କିନ୍ତୁ ଏହାର ପାଞ୍ଚଶହ ବର୍ଷ ପୂର୍ବରୁ ଏ ମାଟିିର ପୁଅ ବଳରାମ ଦାସ ମହିଳା ସଶକ୍ତୀକରଣ ବିଷୟରେ ଲକ୍ଷ୍ମୀପୁରାଣ ମାଧ୍ୟମରେ ଯେଉଁ ଗଣଆନ୍ଦୋଳନ ସୃଷ୍ଟି କରିଛନ୍ତି ତାହା ଉଲ୍ଲେଖଯୋଗ୍ୟ ।
ସିପାହି ବିଦ୍ରୋହର ଯଥେଷ୍ଟ ପୂର୍ବରୁ ଇଂରେଜ ଶାସକ ବିରୁଦ୍ଧରେ ଓଡ଼ିଆ ତେଜିଥିଲା ପାଇକ ବିଦ୍ରୋହ। ଓଡ଼ିଆ ପୁଅ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମୀ ନାୟକଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବାକୁ ଯାଇ ଆକାଶ ମାର୍ଗରେ ଚିଲ ଭଳି ଯାଇ ଝାମ୍ପିଆଣିଥିଲେ ଭାରତ ବର୍ଷକୁ। ସେହି ଦୁଃସାହସର ସୀମା ଭାଙ୍ଗି ଜାହାଜ ଭର୍ତ୍ତି ସୈନ୍ୟ ନେଇ କଶ୍ମୀରକୁ ଭାରତର ଅଙ୍ଗ ବୋଲି ପ୍ରମାଣ କରିଥିଲେ।
ଆଜି ପ୍ରକୃତରେ ରୁଦ୍ର ନୃତ୍ୟରେ ଯଥା- ବାତ୍ୟା, ବନ୍ୟା ଓ ମରୁଡ଼ି ଯୋଗୁ ଓଡ଼ିଶା ଭୌତିକ ଦୃଷ୍ଟିରୁ ସ୍ବଚ୍ଛଳ ହୋଇ ନ ପାରେ କିନ୍ତୁ ଦାରିଦ୍ର୍ୟ ଓଡ଼ିଶାର ଶବ୍ଦକୋଷରେ ନାହିଁ। ସେଥିପାଇଁ ସେଦିନ ଆଠଶହ କୋଟିରୁ ଊର୍ଦ୍ଧ୍ୱ ଇଣ୍ଡୋନେସିଆ ଦେଇଥିବା ଚେକ୍‌କୁ ଚିରିଦେଇ ଏ ମାଟିର ପୁଅ ବିଜୁ ପଟ୍ଟନାୟକ କହିଥିଲେ ”ଓଡ଼ିଆ ଦେଇ ଶିଖେ, ନେଇ ଶିଖିନି“। ଏ ଭୂମି ଭବ୍ୟଭାରତ ଆତ୍ମା ବୋଲି ଦିବ୍ୟଗୁରୁ ଅବତାରୀ ଶ୍ରୀ ରାମକୃଷ୍ଣ ତାଙ୍କୁ ଓଡ଼ିଶାକୁ (ଜଗନ୍ନାଥଧାମକୁ) ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିବେକାନନ୍ଦ ପଦବ୍ରଜରେ ସମଗ୍ର ଭାରତ ବୁଲିଥିଲେ ଓ ପ୍ରତିନିଧି ହୋଇ ବିଶ୍ୱରେ ଭାରତର ମହିମାର ଗାଥା ବର୍ଣ୍ଣନା କରିଥିଲେ ମଧ୍ୟ ଓଡ଼ିଶା ମାଟିକୁ ଆସି ନ ଥିଲେ। ଗୁରୁ କହିଥିଲେ, ”ମୁଁ ଯାଇନି; ତୁ ବି ଯିବୁ ନାହିଁ। ସେଠାକୁ ଥରେ ଗଲେ ଅଟକିଯିବୁ। ଯେଉଁ କାମ ପାଇଁ ଆସିଛୁ ତାହା ଆଉ କରିପାରିବୁନାହିଁ।“ ଏ ଆତ୍ମାର ଭୂମି ବୋଲି ତ ଏଠି ଏତେ ଆକର୍ଷଣ; ଏଠି ଅବତାରୀ ବି ଅଟକିଯାଏ। ସେଦିନ କପିଳମୁନି କହିଗଲେ ଯେ, ”ଉତ୍କଳସ୍ୟ ସମଦେଶ, ଦେଶନାସ୍ତି ମହୀତଳେ।“ ଓଡ଼ିଆ ଭାଷା ଦକ୍ଷିଣ ଭାଷା ଭଳି କ୍ଷୀପ୍ର ନୁହେଁ କିମ୍ବା ଉତ୍ତରୀୟ ଭାରତ ଭାଷା ପରି ଧୀର ମଧ୍ୟ ନୁହେଁ। ଏହା ମଧ୍ୟମ। ଏହା ଦକ୍ଷିଣ ଓ ଉତ୍ତର ଭାରତର ଏକ ଅଦ୍ଭୁତ ସମନ୍ବୟ। ଓଡ଼ିଆର ଖାଦ୍ୟ, ପୋଷାକ ପରିପାଟୀ ନିଜର ସ୍ବତନ୍ତ୍ରତା ସତ୍ତ୍ୱେ ଉତ୍ତର ଭାରତର ଏକ ଅପୂର୍ବ ସମନ୍ବୟ। ମା’ ଶ୍ରୀମାଙ୍କୁ ଜଣେ ପ୍ରଶ୍ନ କରିଥିଲେ, ”ଅତିମାନସ ମହାଶକ୍ତିକୁ ଧାରଣ କରିବାକୁ କେଉଁ ଜାତିର ନାମ ପ୍ରଥମ?“ ଶ୍ରୀମା କିଛି ସମୟ ନୀରବ ରହି ଅସୀମ ଆକାଶକୁ ଚାହିଁ କହିଲେ ‘ଓଡ଼ିଶା’। ତେଣୁ ସର୍ବଧର୍ମ ସମନ୍ବୟର ପୀଠ ଜଗନ୍ନାଥଧାମର ଦାୟାଦ ବୋଲି ଆମେ ଗର୍ବ ଅନୁଭବ କରୁଛୁ।
ସେଦିନ ଭାର୍ଗବୀ ନଦୀକୂଳରେ ଗୋପବନ୍ଧୁଙ୍କ ସମେତ ପଞ୍ଚସଖା ଏହି ଶପଥ ନେଇଥିଲେ ଯେ, ଆଜି ଆମେ ଓଡ଼ିଶାକୁ ଯେଉଁ ଅବସ୍ଥାରେ ଦେଖୁଛେ ମୃତ୍ୟୁ ବେଳକୁ ତାକୁ ଢେର୍‌ ଉନ୍ନତ ଅବସ୍ଥାରେ ଦେଖିବା। ଆଜି ଉତ୍କଳ ଦିବସ ପାଳନ ଅବସରରେ ଆମ ସମସ୍ତଙ୍କର ଏହା ହିଁ ସ୍ବପ୍ନ ହେବା ଆବଶ୍ୟକ। ଏହି ସ୍ବପ୍ନ କିପରି ବାସ୍ତବ ରୂପ ନେବ ସେଥିପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଉଚିତ।
ସେବାନିବୃତ୍ତ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri