Posted inଜାତୀୟ

ପୁଣି ଜଳିଲା ପଶ୍ଚିମବଙ୍ଗ: ନିର୍ବାଚନୀ ହିଂସାରେ ୪ ମୃତ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍‌ ପାଟକିଠାରେ ବୁଥ୍‌ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତିି। ଏଠାରେ ଫାଏରିଙ୍ଗ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୪ ଜଣ ଆହତ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତକଙ୍କ ମଧ୍ୟରେ ଆନନ୍ଦ ବର୍ମନ ନାମକ ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଛକାପଞ୍ଝା ସୃଷ୍ଟି ହୋଇଛି। ଆନନ୍ଦ ଭାଜପା ସଦସ୍ୟ ବୋଲି ଦାବି କରାଯାଉଥିବାବେଳେ ତୃଣମୂଳ ଏହାକୁ ମିଛ ବୋଲି କହିଛି। ସେ ତୃଣମୂଳ ଜଣେ ସଦସ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ଭାଜପା ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କ ଗାଡ଼ି ଉପରେ କେତେକ ଆକ୍ରମଣ କରିଛନ୍ତି। ହୁଗୁଳିର ଚୁଚୁରା ବିଧାନସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚୁଚୁରାର ବୁଥ୍‌ ନମ୍ବର ୬୬ ନିକଟରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସୁରକ୍ଷାକର୍ମୀ ସେଠାରେ ଘେରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ

ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ...

କରୋନା ଟିକା ନ ନେଇଥିଲେ ଜାନୁୟାରୀ ୧ରୁ ଏସବୁ ମନା

ଚଣ୍ଡିଗଡ,୨୨।୧୨: ହରିୟାଣାରେ କରୋନା ଟିକା ନେଇ ନ ଥିବା ଲୋକଙ୍କ ଉପରେ ଜାନୁଆରୀ ୧ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ...

ଚେନ୍ନାଇରେ ଜଳସଙ୍କଟ ଉତ୍କଟ: ଇଡ୍‌ଲି ପିଠଉ କିଣିଲେ ପାଣି ମାଗଣା

ଚେନ୍ନାଇ,୧ା୭: ଚେନ୍ନାଇ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଟ୍ରିପ୍ଲିକେନ୍‌ର ଜଣେ ବ୍ୟବସାୟୀ ପାଣି ପାଇଁ ବିଚିତ୍ର ଘୋଷଣାନାମା କରିଛନ୍ତି।...

ଆହତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ କାର୍‌ ପଠାଇଲେ ମାନେକା ଗାନ୍ଧୀ

ବେଙ୍ଗାଲୁରୁ,୧୮।୧୧: ଆହତ ମାଙ୍ଗଡ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ। ଜଣେ ଖବରଦାତା ଆହତ ମାଙ୍କଡକୁ ସହାୟତା ପାଇଁ ଟୁଇଟ୍‌...

ଦେଢ ବର୍ଷ ପରେ ୯୮ ହିନ୍ଦୁ ତୀର୍ଥଯାତ୍ରୀ ଫେରିଲେ ପାକିସ୍ତାନ

ନୂଆଦିଲ୍ଲୀ,୭ ।୯: ପାକିସ୍ତାନରେ ରହୁଥିବା ୯୮ ହିନ୍ଦୁ ପରିବାର ଦୀର୍ଘ ଦେଢ ବର୍ଷ ପରେ ପୁଣିଥରେ ସେମାନଙ୍କ ଘର ପାକିସ୍ତାନକୁ ଫେରି ଯାଇଛନ୍ତି । ଏମାନେ...

ଭୁଲ୍‌ ଲେନ୍‌ରେ ଥିବା ବସ୍‌ ଆଗରେ ସ୍କୁଟି ରଖିଲେ ମହିଳା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୬।୯: ଏବେ ଜଣେ ମହିଳାଙ୍କ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଲେଡି ଡନ୍‌ ଷ୍ଟାଇଲ୍‌ରେ ଭୁଲ୍‌ ଲେନ୍‌ରେ ଥିବା ଏକ...

ତେଜ ପ୍ରତାପ ଗଢିବେ ‘ତେଜ ସେନା’

ପାଟନା,୨୭।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କିଛିଦିନ...

ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା,୨୯।୩: ବିହାରର ରାଜଧାନୀ ପାଟନାରେ ଶାସକ ଦଳର ଜେଡିୟୁ ନେତା ତଥା ଦାନାପୁର ମ୍ୟୁନିସିପାଲିଟି କାଉନସିଲର ଉପାଧ୍ୟକ୍ଷ ଦୀପକ କୁମାର ମେହେଟ୍ଟାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା...

Advertisement
Archives

Model This Week